ETV Bharat / sports

ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଧନ ବର୍ଷା! ୫୦ ଲକ୍ଷ ଟଙ୍କା ପୁରସ୍କାର ଦେଲେ ବିହାର ମୁଖ୍ୟମନ୍ତ୍ରୀ

Vaibhav Suryavanshi: ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଯୁବ କ୍ରିକେଟ୍ ତାରକାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।

Etv Bharat
Etv Bharat (Etv Bharat)
author img

By ETV Bharat Sports Team

Published : February 22, 2026 at 7:58 PM IST

2 Min Read
Choose ETV Bharat

Vaibhav Suryavanshi: ଅଣ୍ଡର-୧୯ ବିଶ୍ୱକପ୍‌-୨୦୨୬ରେ ଭାରତର ବିଜୟ ଗାଥା ଲେଖିଥିବା ବିହାରର ‘ଲାଲ’ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଯୁବ କ୍ରିକେଟ୍ ତାରକାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ଅଣ୍ଡର-୧୯ ରୁ କମ୍ ବିଶ୍ୱକପ୍‌ ବିଶ୍ୱକପ୍ ଫାଇନାଲରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ଭାରତକୁ ଚାମ୍ପିଅନ କରାଇଥିବା ବୈଭବଙ୍କୁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କାର ଚେକ୍ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି।

ବିହାର ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀତିଶ କୁମାର କହିଛନ୍ତି ଯେ, "ବୈଭବଙ୍କ ସଫଳତା କେବଳ ତାଙ୍କର ନୁହେଁ, ବରଂ ସାରା ବିହାର ପାଇଁ ଏକ ଗର୍ବର ବିଷୟ।"

ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୈଭବ ସୂର୍ଯ୍ୟବଂଶୀ

ବୈଭବଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ବୈଭବ ନିଜର କଠିନ ପରିଶ୍ରମ ଓ ଦକ୍ଷତା ବଳରେ ଭାରତୀୟ କ୍ରିକେଟ୍ ପାଇଁ ଏକ ନୂଆ ଆଶା ସଞ୍ଚାର କରିଛନ୍ତି। ସେ ଆଜି ବିହାରର ହଜାର ହଜାର ପିଲାଙ୍କ ପାଇଁ ଏକ ରୋଲ ମଡେଲ। ମୁଁ ଆଶା କରୁଛି ସେ ଭବିଷ୍ୟତରେ ଭାରତୀୟ ସିନିୟର ଟିମ୍ ପାଇଁ ଖେଳି ଅନେକ ନୂଆ ରେକର୍ଡ ସୃଷ୍ଟି କରିବେ ଓ ଦେଶର ନାଁ ରଖିବେ।"

ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଧନ ବର୍ଷା! (ETV Bharat)

ପୂରା ଟୁର୍ଣ୍ଣାମେଣ୍ଟରେ ବୈଭବଙ୍କ ବ୍ୟାଟ୍‌ରୁ ବର୍ଷିଛି ରନ୍‌

ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍ (U-19) ବିଶ୍ୱକପ୍‌ରେ ବୈଭବ ନିଜର ବ୍ୟାଟିଂରେ ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି। ଭାରତକୁ ଚାମ୍ପିଅନ୍ କରିବାରେ ତାଙ୍କର ବଡ଼ ଅବଦାନ ରହିଛି। ସେ ଏହି ଟୁର୍ଣ୍ଣାମେଣ୍ଟରେ ସେ ୭ଟି ମ୍ୟାଚ୍‌ରୁ ୪୩୯ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୯.୪୯ ରହିଥିବା ବେଳେ ଏଥିରେ ଏକ ବିଶାଳ ୧୭୫ ରନ୍‌ର ଇନିଂସ ମଧ୍ୟ ସାମିଲ ଅଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଗୋଟିଏ ସିଜିନରେ ୩୦ଟି ଛକା ମାରି ଦେୱାଲ୍ଡ ବ୍ରେଭିସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।

ଅଣ୍ଡର-୧୯ ବିଶ୍ୱକପ୍‌ ଫାଇନାଲରେ ୧୭୫ ରନ୍‌ କରିଥିଲେ ବୈଭବ

ଇଂଲଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ବୈଭବ ଯେଉଁ ଇନିଂସ ଖେଳିଲେ, ତାହା କ୍ରିକେଟ ପ୍ରେମୀଙ୍କ ମନରେ ସବୁଦିନ ପାଇଁ ରହିଯିବ। ମାତ୍ର ୮୦ଟି ବଲ୍‌ରୁ ୧୭୫ ରନ୍‌ ସଂଗ୍ରହ କରି ସେ ଇଂଲଣ୍ଡ ବୋଲରଙ୍କୁ ନାକେଦମ କରିଦେଇଥିଲେ। ଏହି ଇନିଂସରେ ସେ ୧୫ଟି ଚୌକା ଓ ୧୫ଟି ଗଗନଚୁମ୍ବୀ ଛକା ମାରିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ, ଇଂଲଣ୍ଡକୁ ୧୦୦ ରନ୍‌ରେ ହରାଇ ବିଶ୍ୱ ବିଜୟୀ ହୋଇଥିଲା।

ଷଷ୍ଠ ଥର ପାଇଁ ଟାଇଟଲ ଜିତିଥିଲା ଭାରତ

ଫେବୃଆରୀ ୬ ତାରିଖରେ ଆଇସିସି U19 ଦିନିକିଆ ବିଶ୍ୱକପ୍ ୨୦୨୬ ର ଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଥିଲା । ଏହି ଐତିହାସିକ ବିଜୟ ସହିତ, ଆୟୁଷ ମୈହାତ୍ରେ U19 ବିଶ୍ୱକପ୍ ଜିତିବାରେ ଭାରତର ଷଷ୍ଠ ଅଧିନାୟକ ହୋଇଥିଲେ। ଜିମ୍ବାୱେ ଏବଂ ନାମ୍ବିଆ ଦ୍ୱାରା ସହ-ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ, ଯୁବ ଭାରତୀୟ ଦଳ ସମଗ୍ର ଅଭିଯାନରେ ଏକ ସନ୍ତୁଳିତ ପ୍ରଦର୍ଶନ କରି ଅପରାଜେୟ ରହିଥିଲେ।

ଏହା ମଧ୍ୟ ପଢ଼ନ୍ତୁ:

Women's Asia Cup: ଏସିଆ କପ୍‌ରେ ଭାରତୀୟ ମହିଳା ଦଳର ଜୟଯାତ୍ରା; ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହେଲା ‘ଇଣ୍ଡିଆ-ଏ’

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଶିଖର ଧାୱନ; ଜାଣନ୍ତୁ କିଏ ତାଙ୍କ ଜୀବନସାଥୀ ସୋଫି ସାଇନ୍?