ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ: କାନାଡାର ଷ୍ଟାର୍ ଭିକ୍ଟର ଲାଇଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍ରେ କିଦାମ୍ବୀ ଶ୍ରୀକାନ୍ତ
କିଦାମ୍ବୀ ଶ୍ରୀକାନ୍ତ ଚାଇନା ମାଷ୍ଟର୍ସ ସୁପର ୭୫୦ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି।

Published : September 3, 2026 at 1:58 PM IST
ହାଇଦ୍ରାବାଦ: ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ଚାଇନା ମାଷ୍ଟର୍ସ ସୁପର ୭୫୦ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ ଜାରି ରଖି ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶ୍ରୀକାନ୍ତ ବିଶ୍ୱର ନବମ ମାନ୍ୟତା ପ୍ରାପ୍ତ ଖେଳାଳି ତଥା କାନାଡାର ଷ୍ଟାର୍ ଭିକ୍ଟର ଲାଇଙ୍କୁ ସିଧାସଳଖ ଗେମ୍ରେ ୨୧-୧୮, ୨୧-୧୯ ରେ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି।
ଶେନ୍ଜେନ୍ ଏରିନାରେ ଖେଳାଯାଇଥିବା ଏହି ମୁକାବିଲାରେ ପୂର୍ବତନ ବିଶ୍ୱ ନମ୍ବର ୱାନ୍ ଶ୍ରୀକାନ୍ତ ଆରମ୍ଭରୁ ହିଁ ଭିକ୍ଟରଙ୍କ ଉପରେ ଚାପ ବଜାୟ ରଖିଥିଲେ। ସେ ଗୁରୁତ୍ୱପୂର୍ଣ୍ଣ ସମୟରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଏବଂ ପ୍ରାୟ ୪୦ ମିନିଟ୍ରେ ମ୍ୟାଚ୍କୁ ନିଜ ନାମରେ କରିନେଇଥିଲେ। ଶ୍ରୀକାନ୍ତ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ମଧ୍ୟ ଚମତ୍କାର ଶୈଳୀରେ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ଚାଇନିଜ୍ ତାଇପେର ବିଶ୍ୱ ନମ୍ବର ୨୧ ଖେଳାଳି ଚି ୟୁ-ଜେନ୍ଙ୍କୁ ମାତ୍ର ୩୫ ମିନିଟ୍ରେ ୨୧-୧ ୬, ୨୧-୧୫ ରେ ମାତ୍ ଦେଇଥିଲେ।
LI-NING China Masters 2026
— BWFScore (@BWFScore) September 3, 2026
MS - R16
21 21 🇮🇳KIDAMBI Srikanth🏅
18 19 🇨🇦Victor LAI
🕚 in 43 minutes
ବର୍ତ୍ତମାନ କ୍ୱାର୍ଟର ଫାଇନାଲ୍ରେ ଶ୍ରୀକାନ୍ତଙ୍କ ସାମ୍ନା ହଂକଂର ଲି ଚ୍ୟୁକ୍ ୟୁଙ୍କ ସହ ହେବ। ଲି ରାଉଣ୍ଡ ଅଫ୍ ୧୬ ମୁକାବିଲାରେ ବିଶ୍ୱର ନବମ ମାନ୍ୟତା ପ୍ରାପ୍ତ ଖେଳାଳି ଟୋମା ପୋପୋଭଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଚଳିତ ସିଜନ୍ରେ ଶ୍ରୀକାନ୍ତଙ୍କର ଏହା ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ଅଟେ। ଏହାପୂର୍ବରୁ ସେ ଜୁନ୍ ମାସରେ ୟୁଏସ୍ ଓପନର ଫାଇନାଲ୍ରେ ପହଞ୍ଚି ରନର୍ସଅପ୍ ହୋଇଥିଲେ। ଏଭଳି ପରିସ୍ଥିତିରେ ଚାଇନା ମାଷ୍ଟର୍ସରେ ଶ୍ରୀକାନ୍ତଙ୍କ ନଜର ଏବେ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବା ଉପରେ ରହିବ।
ଅନ୍ୟପଟେ ମହିଳା ସିଙ୍ଗଲ୍ସରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ଯୁବ ଖେଳାଳି ତନଭୀ ଶର୍ମା ଜାପାନର ଟୋମୋକା ମିୟାଜାକିଙ୍କ ବିପକ୍ଷରେ ତିନୋଟି ଗେମ୍ ପର୍ଯ୍ୟନ୍ତ ଚାଲିଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୧୭-୨୧, ୨୧-୧୮, ୧୬-୨୧ ରେ ପରାଜିତ ହୋଇଛନ୍ତି।
ତନଭୀ ବାଦ୍ ପଡ଼ିବା ସହିତ ମହିଳା ସିଙ୍ଗଲ୍ସରେ ଭାରତର ଆହ୍ୱାନ ମଧ୍ୟ ଶେଷ ହୋଇଯାଇଛି। ଏହାପୂର୍ବରୁ ଦେବିକା ସିହାଗ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିଲେ। ତାଙ୍କୁ ବୁଲଗେରିଆର କାଲୋୟାନା ନଲ୍ବାଣ୍ଟୋଭା ୨୧-୧୮, ୨୧-୧୫ ରେ ପରାସ୍ତ କରିଥିଲେ।
OH YES, KIDAMBI UPSET WORLD NO.9 🤯 🤩
— The Khel India (@TheKhelIndia) September 3, 2026
India's Kidambi Srikanth stuns World No. 9 Victor Lai 🇨🇦 in straight sets 21-18 21-19
Storms into the Quarterfinal of China Masters (S750)
🔥🔥🔥🔥🔥🔥🔥🔥🔥🔥🔥 pic.twitter.com/848upvStfW https://t.co/qxC9Bpmao2
ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଳା ଏବଂ ତନିଷା କ୍ରାଷ୍ଟୋଙ୍କ ଯୋଡ଼ି ଚାଇନିଜ୍ ତାଇପେର ଲିୟୁ କୁଆଙ୍ଗ ହେଙ୍ଗ ଏବଂ ସୁ ୟିନ୍-ହୁଇଙ୍କ ବିପକ୍ଷରେ ପରାଜୟର ସାମ୍ନା କରିଛନ୍ତି। ସେହିପରି ରୋହନ କପୁର ଏବଂ ରୁତଭିକା ଶିବାନୀ ଗଡ୍ଡେଙ୍କ ଯୋଡ଼ିକୁ ମଧ୍ୟ ଚାଇନିଜ୍ ତାଇପେର ୱୁ ଗୁଆନ୍ ଶୁନ୍ ଏବଂ ଲି ଚିଆ ସିନ୍ ୨୧-୧୬, ୨୧-୧୮ ରେ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିଦେଇଛନ୍ତି।
ପୁରୁଷ ଡବଲ୍ସରେ ଭାରତର ଷ୍ଟାର୍ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ମଧ୍ୟ ଦମଦାର ଆରମ୍ଭ କରିସାରିଛନ୍ତି। ବିଶ୍ୱର ପାଞ୍ଚ ନମ୍ବର ମାନ୍ୟତା ପ୍ରାପ୍ତ ଏହି ଭାରତୀୟ ଯୋଡ଼ି ମାଲେସିଆର ଜୁନୈଦି ଆରିଫ୍ ଏବଂ କାଙ୍ଗ୍ ଖାଇ ଜିଙ୍ଗ୍ଙ୍କୁ ୪୦ ମିନିଟ୍ରେ ୨୧-୧୧, ୨୧-୧୬ ରେ ପରାସ୍ତ କରିଛନ୍ତି। ବର୍ତ୍ତମାନ ସାତ୍ତ୍ୱିକ ଏବଂ ଚିରାଗଙ୍କ ସାମ୍ନା ଫ୍ରାନ୍ସର କ୍ରିଷ୍ଟୋ ପୋପୋଭ୍ ଏବଂ ଟୋମା ଜୁନିୟର ପୋପୋଭ୍ଙ୍କ ସହ ହେବ। ଭାରତର ନଜର ଏହି ଯୋଡ଼ିଙ୍କ ସହିତ ଶ୍ରୀକାନ୍ତଙ୍କ ଉପରେ ମଧ୍ୟ ରହିଛି।

