AUSW vs INDW: ବିଦାୟୀ ମ୍ୟାଚରେ ହିଲିଙ୍କ ଧମାକା: ଭାରତକୁ ହରାଇ ସିରିଜ୍ କ୍ଲିନ୍ ସୁଇପ୍ କଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ନିଜର ଦବଦବା ବଜାୟ ରଖି ଭାରତ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତି ନେଇଛି।

Published : March 1, 2026 at 5:07 PM IST
Australia Women vs India Women: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ନିଜର ଦବଦବା ବଜାୟ ରଖି ଭାରତ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତି ନେଇଛି। ରବିବାର ହୋବାର୍ଟର ନିଞ୍ଜା ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ତଥା ତୃତୀୟ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୧୮୫ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ମ୍ୟାଚଟି ଅଷ୍ଟ୍ରେଲିଆ ଅଧିନାୟିକା ଆଲିସା ହିଲିଙ୍କ ପାଇଁ ସ୍ମରଣୀୟ ହୋଇ ରହିବ, କାରଣ ଏହା ଥିଲା ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍।
ହିଲିଙ୍କ ବିସ୍ଫୋରକ ଶତକ:
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୪୦୯ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଏହାର ଜବାବରେ ଭାରତ କେବେଳ ୨୨୪ ରନ କରି ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଦଳ ତରଫରୁ ଆଲିସା ହିଲି ନିଜର ଶେଷ ମ୍ୟାଚକୁ ଏକପ୍ରକାର ସ୍ମରଣୀୟ କରିଥିଲେ। ସେ ମାତ୍ର ୯୮ ବଲରୁ ସେ ୧୫୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଯେଉଁଥିରେ ତାଙ୍କର ୨୭ଟି ଚୌକା ଓ ୨ଟି ଛକା ସାମିଲ ଥିଲା।
An emphatic win from Australia to sweep the ODI series against India 3-0 👏
— ICC (@ICC) March 1, 2026
📝: https://t.co/SSUrN1nRAj pic.twitter.com/MY2yRHEDpD
ଆଲିସା ହିଲିଙ୍କ ବ୍ୟତୀତ ୱିକେଟକିପର ବ୍ୟାଟର ମୁନି ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ମାତ୍ର ୮୪ ବଲରେ ୧୦୬ ରନ କରି ଅପରାଜିତ ରହିଥିଲେ। ହିଲି ଓ ଜର୍ଜିଆ ଭୋଲ (୬୨) ଦ୍ୱିତୀୟ ୱିକେଟ୍ ପାଇଁ ୧୩୪ ରନ ଯୋଡ଼ିଥିବା ବେଳେ, ହିଲି ଓ ମୁନିଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୧୪୫ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। ଏହି ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଭାରତକୁ ୪୧୦ ରନର ଏକ ବିଶାଳ ଲକ୍ଷ୍ୟ ଦେଇଥିଲା।
ଭାରତର ବ୍ୟାଟିଂ ବିପର୍ଯ୍ୟୟ
୪୧୦ ରନର ଏହି ବିଶାଳ ଲକ୍ଷ୍ୟକୁ ପିଛା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଚାପ ସହି ନପାରି ଭାରତୀୟ ଦଳ ୪୫.୧ ଓଭରରେ ମାତ୍ର ୨୨୪ ରନ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ସ୍ନେହ ରାଣା ସର୍ବାଧିକ ୪୪ ରନ କରିଥିବା ବେଳେ, ଜେମିମା ରୋଡ୍ରିଗଜ୍ ୪୨ ରନ୍ ର ଯୋଗଦାନ କରିଥିଲେ। ତେବେ ଷ୍ଟାର ଓପନର ସ୍ମୃତି ମନ୍ଧାନା ଖାତା ନ ଖୋଲି ଆଉଟ୍ ହେବା ଦଳକୁ ବଡ଼ ଝଟକା ଦେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଆଲାନା କିଙ୍ଗ୍ ଘାତକ ବୋଲିଂ କରି ମାତ୍ର ୩୩ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ।
Alyssa Healy signs off from ODI cricket with a stunning hundred, as Beth Mooney's late push helps Australia pass 400 👏
— ICC (@ICC) March 1, 2026
Follow LIVE 📲 https://t.co/SSUrN1nRAj pic.twitter.com/4xPP9NaJRm
ସିରିଜ୍ ଫଳାଫଳ
ଏହି ବିଜୟ ସହ ଅଷ୍ଟ୍ରେଲିଆ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରି ନେଇଛି। ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆ ୬ ୱିକେଟରେ ଏବଂ ଦ୍ୱିତୀୟ ମ୍ୟାଚକୁ ୫ ୱିକେଟରେ ଜିତିଥିଲା। ଯଦିଓ ଭାରତ ଟି-୨୦ ସିରିଜକୁ ୨-୧ରେ ଜିତିବାକୁ ସକ୍ଷମ ହୋଇଥିଲା, କିନ୍ତୁ ଦିନିକିଆରେ କଙ୍ଗାରୁ ଦଳ ଆଗରେ ଭାରତର ରଣନୀତି ଫେଲ୍ ମାରିଛି।

