ଏସିଆନ୍ ଗେମ୍ସ ପୂର୍ବରୁ ବଡ଼ ବିବାଦ: ଭାରତର 'B Team' କୁ ଜାପାନ ପଠାଇପାରେ ବିସିସିଆଇ
ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଭାରତର ମୁଖ୍ୟ ଦଳ ପଠାଇବା ପରିବର୍ତ୍ତେ ଏକ ‘ବି ଟିମ୍’ ପଠାଇବାକୁ ଚିନ୍ତା କରୁଛି।

Published : August 28, 2026 at 3:19 PM IST
ହାଇଦ୍ରାବାଦ: ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସରେ ଖେଳାଳିମାନଙ୍କ ରହିବା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ନେଇ ବିସିସିଆଇ ଆଦୌ ସନ୍ତୁଷ୍ଟ ନାହିଁ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ବିସିସିଆଇ ଭାରତର ମୁଖ୍ୟ ଦଳ ପଠାଇବା ପରିବର୍ତ୍ତେ ଏକ ‘ବି ଟିମ୍’ ପଠାଇବାକୁ ଚିନ୍ତା କରୁଛି।
ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ BCCI ଜାପାନକୁ ଜଣେ ପର୍ଯ୍ୟବେକ୍ଷକ ପଠାଇବ। ଯିଏ କି ଖେଳାଳିମାନଙ୍କ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ଏବଂ ବ୍ୟବସ୍ଥାର ଯାଞ୍ଚ କରିବେ। ଏହି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାର କରି ବିସିସିଆଇ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଯଦି ସୁବିଧା ସୁଯୋଗ ଆଶାନୁରୂପ ନ ମିଳେ, ତେବେ ବୋର୍ଡ ଦ୍ୱିତୀୟ ସ୍ତରର ଦଳ ପଠାଇବାର ବିକଳ୍ପକୁ ବାଛିପାରେ।
ବିସିସିଆଇର ସବୁଠାରୁ ବଡ଼ ଆପତ୍ତି କ୍ରିକେଟର ମାନଙ୍କ ଡ୍ରେସିଂ ରୁମ୍କୁ ନେଇ ରହିଛି। ରିପୋର୍ଟ ଅନୁଯାୟୀ, ପଡ଼ିଆରେ ଖେଳାଳିମାନଙ୍କ ପାଇଁ ଟେଣ୍ଟ ଭିତରେ ଡ୍ରେସିଂ ରୁମ୍ ପ୍ରସ୍ତୁତ କରାଯାଇଛି ଏବଂ ଶୌଚାଳୟ ପ୍ରାୟ ୫୦୦ ମିଟର ଦୂରରେ ରହିଛି। ଏହା ବ୍ୟତୀତ ଖେଳାଳିମାନଙ୍କ ରହିବା ପାଇଁ ଉପଲବ୍ଧ ହୋଟେଲ୍ କୋଠରୀଗୁଡ଼ିକର ଆକାର ମଧ୍ୟ ବୋର୍ଡ ପାଇଁ ଚିନ୍ତାର ବିଷୟ ପାଲଟିଛି।
BCCI dissatisfied with facilities in Japan, could send 'B' team for Asian Games: Board source
— ANI Digital (@ani_digital) August 28, 2026
Read @ANI Story | https://t.co/LJKCkzUE3H#BCCI #AsianGames #TeamIndia #cricket pic.twitter.com/5a2uX4ByIq
ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଏକ ବିସିସିଆଇ ସୂତ୍ରରୁ ପ୍ରକାଶ କରିଛି ଯେ, ବୋର୍ଡ ଏବଂ ଏସିସି ଜାପାନରେ ଉପଲବ୍ଧ ସୁବିଧା ସୁଯୋଗରେ ସନ୍ତୁଷ୍ଟ ନାହାଁନ୍ତି। ସୂତ୍ର ଅନୁଯାୟୀ, ଏସିସି ବୈଠକ ସମୟରେ ଜାପାନ ଓଲିମ୍ପିକ ଅଧିକାରୀମାନଙ୍କ ସାମ୍ନାରେ ମଧ୍ୟ ଡ୍ରେସିଂ ରୁମ୍ ଏବଂ ୱାଶ୍ରୁମ୍ ମଧ୍ୟରେ ଥିବା ଦୂରତା ପ୍ରସଙ୍ଗ ଉଠାଯାଇଥିଲା। ଅର୍ଥାତ୍ ପ୍ରଶ୍ନ କେବଳ ସୁବିଧାର ନୁହେଁ, ବରଂ ଏହା ମଧ୍ୟ ଯେ କଣ ଏତେ ବଡ଼ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଖେଳାଳିମାନଙ୍କୁ ଏଭଳି ବ୍ୟବସ୍ଥା ମଧ୍ୟରେ ପଡ଼ିଆକୁ ଓହ୍ଲାଇବା ଉଚିତ୍?
ଭାରତ ଏସିଆନ୍ ଗେମ୍ସ ପାଇଁ ପୂର୍ବରୁ ଯେଉଁ ପୁରୁଷ ଟି-୨୦ ଦଳ ଘୋଷଣା କରିଥିଲା, ସେଥିରେ ଅନେକ ବଡ଼ ବଡ଼ ନାମ ସାମିଲ ଅଛନ୍ତି। ଏହି ଦଳରେ ଶ୍ରେୟସ ଆୟରଙ୍କୁ ଅଧିନାୟକ କରାଯାଇଥିବା ବେଳେ, ତିଲକ ବର୍ମା ଉପ-ଅଧିନାୟକ ଅଛନ୍ତି। ଦଳରେ ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲଙ୍କ ଭଳି ଅଭିଜ୍ଞ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଯୁବ ତାରକାମାନଙ୍କର ମଧ୍ୟ ଭରମାର ରହିଛି। ଅଭିଷେକ ଶର୍ମା, ଇଶାନ କିଶନ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଆକ୍ରମଣାତ୍ମକ ବ୍ୟାଟର ଏହି ଦଳର ଅଂଶ ବିଶେଷ। ୱିକେଟ୍କିପିଂ ଦାୟିତ୍ୱ ସଞ୍ଜୁ ସାମସନ ଏବଂ ଇଶାନ କିଶନଙ୍କ ପାଖରେ ରହିଛି।
🔴BCCI UNHAPPY WITH ASIAN GAMES FACILITIES 🤯
— Sam (@cricsam02) August 28, 2026
- BCCI & ACC are reportedly not satisfied with the facilities in Japan for the Asian Games.
- Dressing rooms are reportedly set up in tents.
- Washrooms are around 500 metres away from the dressing rooms.
- Hotel rooms are… pic.twitter.com/3sM2WXhIAE
ଏସିଆନ୍ ଗେମ୍ସର ଆରମ୍ଭ ସେପ୍ଟେମ୍ବର ୧୯ ତାରିଖରୁ ହେବ। ମହିଳାମାନଙ୍କ ଟି-୨୦ ପ୍ରତିଯୋଗିତା ସେପ୍ଟେମ୍ବର ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବାବେଳେ, ପୁରୁଷ କ୍ରିକେଟ୍ ଟୁର୍ନାମେଣ୍ଟ ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ବର୍ତ୍ତମାନ ସମସ୍ତଙ୍କ ନଜର ବିସିସିଆଇର ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଉପରେ ରହିବ। ଯଦି ଜାପାନର ବ୍ୟବସ୍ଥା ବୋର୍ଡକୁ ସନ୍ତୁଷ୍ଟ ନ କରେ, ତେବେ ଷ୍ଟାର୍ ଖେଳାଳିମାନଙ୍କବଦଳରେ ଭାରତର ‘ବି ଟିମ୍’ ଏସିଆନ୍ ଗେମ୍ସ ଖେଳିବା ପାଇଁ ମଇଦାନକୁ ଓହ୍ଲାଇପାରେ।

