ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ହେଲେ ପୂର୍ବତନ ଭାରତୀୟ ବୋଲର ଅଶୋକ ଡିଣ୍ଡା
Bengal Government: ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ. ରବିଙ୍କ ଉପସ୍ଥିତିରେ ମୋଟ ୩୫ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

Published : June 1, 2026 at 2:24 PM IST
Ashok Dinda Minister, ହାଇଦ୍ରାବାଦ: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସୋମବାର (୧ ଜୁନ୍) ସମ୍ପନ୍ନ ହୋଇଛି। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଆର.ଏନ. ରବିଙ୍କ ଉପସ୍ଥିତିରେ ମୋଟ ୩୫ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଏବଂ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ। ନବାନ୍ନୋରେ ଆୟୋଜିତ ଏହି ସମାରୋହର ଆରମ୍ଭ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣରୁ ହୋଇଥିଲା। ସର୍ବପ୍ରଥମେ ୭ ଜଣ ବିଧାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯାଇଥିଲା। ଏହା ପରେ ତିନି ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭାବେ ଶପଥ ନେଇଥିବା ବେଳେ ଶେଷରେ ୧୯ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଅଶୋକ ଡିଣ୍ଡା ମଧ୍ୟ ବେଙ୍ଗଲ ସରକାରରେ ମନ୍ତ୍ରୀ ହୋଇଛନ୍ତି। ସେ ରାଷ୍ଟ୍ରମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଡିଣ୍ଡା ଭାରତୀୟ ଜନତା ପାର୍ଟି ଟିକେଟ୍ରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମୋୟନା ଆସନରୁ ଧମାକାଦାର ବିଜୟ ହାସଲ କରିଥିଲେ। ଡିଣ୍ଡା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସର୍ବଭାରତୀୟ ତୃଣମୂଳ କଂଗ୍ରେସର ଚନ୍ଦନ ମଣ୍ଡଳଙ୍କୁ ୧୬,୨୪୧ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ।ଏହା କ୍ରମାଗତ ଦ୍ୱିତୀୟ ଥର ଅଟେ ଯେତେବେଳେ ଅଶୋକ ଡିଣ୍ଡା ମୋୟନା ଆସନରେ ବିଜୟ ସାଉଁଟିଛନ୍ତି। ଏହାପୂର୍ବରୁ ୨୦୨୧ ବିଧାନସଭା ନିର୍ବାଚନରେ ୪୨ ବର୍ଷୀୟ ଡିଣ୍ଡା ତୃଣମୂଳ କଂଗ୍ରେସର ସଂଗ୍ରାମ ଡୋଲୁଇଙ୍କୁ ଏକ ଅତି ରୋମାଞ୍ଚକର ମୁକାବିଲାରେ ୧,୨୬୦ ଭୋଟ୍ରେ ପରାସ୍ତ କରିଥିଲେ। କ୍ରିକେଟ୍ ପରେ ରାଜନୀତିରେ ତାଙ୍କର ଏହି ବିଜୟ ବିଜେପି ପାଇଁ ମଧ୍ୟ ଏକ ବଡ଼ ସଙ୍କେତ ବୋଲି ବିବେଚନା କରାଯାଇଥିଲା।
#WATCH | Kolkata: After taking oath as a minister in the West Bengal government, BJP MLA Ashok Dinda says, " i never thought i would become a minister... i entered politics to change bengal... now the bjp government has been formed here... in the coming times, bengal should also… pic.twitter.com/MiZnRPfTBQ
— ANI (@ANI) June 1, 2026
ଅଶୋକ ଡିଣ୍ଡାଙ୍କ କ୍ରିକେଟ୍ କ୍ୟାରିୟର୍ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା। ସେ ଡିସେମ୍ବର ୨୦୦୯ ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଡାହାଣହାତୀ ଦ୍ରୁତ ବୋଲର ଡିଣ୍ଡା ଭାରତ ପାଇଁ ୧୩ଟି ଦିନିକିଆ ଏବଂ ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆ ଅନ୍ତର୍ଜାତୀୟରେ ସେ ୧୨ଟି ୱିକେଟ୍ ନେଇଥିବା ବେଳେ ଟି-୨୦ ଅନ୍ତର୍ଜାତୀୟରେ ତାଙ୍କ ନାମରେ ୧୭ଟି ୱିକେଟ୍ ରହିଛି।
ଆଇପିଏଲ୍ ରେ ଏହି ସବୁ ଦଳ ପାଇଁ ଖେଳିଛନ୍ତି:
ଘରୋଇ କ୍ରିକେଟ୍ରେ ବେଙ୍ଗଲ ପାଇଁ ଅଶୋକ ଡିଣ୍ଡାଙ୍କ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେହିପରି ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଡିଣ୍ଡା ଆଇପିଏଲ୍ରେ ମୋଟ ୭୮ଟି ମ୍ୟାଚ୍ ଖେଳି ୬୯ଟି ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ କୋଲକାତା ନାଇଟ୍ ରାଇଡର୍ସ (KKR), ଦିଲ୍ଲୀ କ୍ୟାପିଟାଲ୍ସ (DC), ପୁଣେ ୱାରିୟର୍ସ ଇଣ୍ଡିଆ (PWI), ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ରାଇଜିଂ ପୁଣେ ସୁପରଜାଏଣ୍ଟସ୍ (RPS) ଭଳି ଦଳର ଅଂଶବିଶେଷ ରହିଥିଲେ।
West Bengal Cabinet:
— News Arena India (@NewsArenaIndia) June 1, 2026
BJP MLAs Joyel Murmu, Ashok Dinda, Anandamoy Burman, Santanu Pramanik, Purnima Chakraborty, Umesh Rai sworn in as ministers in Suvendu Adhikari cabinet. pic.twitter.com/f5lMfWlWsv
କ୍ରିକେଟ୍ରୁ ଅବସର ନେବା ପରେ ଅଶୋକ ଡିଣ୍ଡା ଫେବ୍ରୁଆରୀ ୨୦୨୧ ରେ ଭାରତୀୟ ଜନତା ପାର୍ଟିର ହାତ ଧରିଥିଲେ। ଏହା ପରେ ସେ ରାଜନୀତିରେ ଖୁବ୍ ଶୀଘ୍ର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ଏବେ ମନ୍ତ୍ରୀ ପଦରେ ପହଞ୍ଚି ଏହା ପ୍ରମାଣିତ କରିଦେଇଛନ୍ତି ଯେ ସେ କେବଳ କ୍ରିକେଟ୍ ପଡ଼ିଆରେ ନୁହେଁ, ବରଂ ରାଜନୀତିର ପିଚ୍ରେ ମଧ୍ୟ ଏକ ଦୀର୍ଘ ପାଳି ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

