ବୁମ୍ରା ଓ ବୋଲ୍ଟଙ୍କୁ ପଛରେ ପକାଇଲେ ଅର୍ଶଦୀପ; ଟି-୨୦ ବିଶ୍ୱକପରେ ରଚିଲେ ନୂଆ ଇତିହାସ
ଜିମ୍ବାୱେ ବିପକ୍ଷରେ ୪ ଓଭର ବୋଲିଂ କରି ଅର୍ଶଦୀପ ସିଂ ମାତ୍ର ୨୪ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେବାରେ ସଫଳ ହୋଇଥିଲେ।

Published : February 27, 2026 at 12:39 PM IST
Arshdeep Singh Record: ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଜିମ୍ବାୱେ ବିପକ୍ଷ ମ୍ୟାଚରେ ନିଜର ଶାଣିତ ବୋଲିଂ ବଳରେ ସେ କେବଳ ଦଳକୁ ଜିତାଇ ନାହାନ୍ତି, ବରଂ କ୍ରିକେଟ ଦୁନିଆର ବଡ଼ ବଡ଼ ଦିଗ୍ଗଜଙ୍କ ରେକର୍ଡକୁ ମଧ୍ୟ ଧୂଳିସାତ କରିଦେଇଛନ୍ତି। ଏହି ଗୋଟିଏ ମ୍ୟାଚରେ ଅର୍ଶଦୀପ ଯେଉଁ ସଫଳତା ପାଇଛନ୍ତି, ତାହା ଅନେକ ବୋଲରଙ୍କ ପାଇଁ ଏକ ସ୍ୱପ୍ନ।
ଭାଙ୍ଗିଲା ଟ୍ରେଣ୍ଟ ବୋଲ୍ଟଙ୍କ ରେକର୍ଡ
ଜିମ୍ବାୱେ ବିପକ୍ଷରେ ୪ ଓଭର ବୋଲିଂ କରି ଅର୍ଶଦୀପ ମାତ୍ର ୨୪ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅକ୍ତିଆର କରିଥିଲେ। ସିକନ୍ଦର ରଜା, ରୟାନ ବର୍ଲ ଓ ଟୋନି ମୁନିଓଙ୍ଗାଙ୍କ ଭଳି ବ୍ୟାଟରଙ୍କୁ ପାଭିଲିୟନ ପଠାଇ ସେ ଇତିହାସ ରଚିଛନ୍ତି। ଏହି ୩ଟି ୱିକେଟ୍ ସହ ଟି-୨୦ ବିଶ୍ୱକପରେ ତାଙ୍କର ମୋଟ ୱିକେଟ୍ ସଂଖ୍ୟା ୩୫ରେ ପହଞ୍ଚିଛି। ଏହାସହ ସେ ନ୍ୟୁଜିଲାଣ୍ଡର ଷ୍ଟାର୍ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ (୩୪ ୱିକେଟ୍) ରେକର୍ଡ ଭାଙ୍ଗି ବିଶ୍ୱକପ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇଥିବା 'ବାମହାତୀ ଦ୍ରୁତ ବୋଲର' ହେବାର ଗୌରବ ଅର୍ଜନ କରିଛନ୍ତି।
🚨 ARSHDEEP SINGH - MOST WICKETS FOR INDIA IN T20 WORLD CUP HISTORY 🚨
— Johns. (@CricCrazyJohns) February 27, 2026
Arshdeep - 35 wickets
Bumrah - 33 wickets
The Greatest fast bowling duo in T20I history 🥶 pic.twitter.com/vd0u7BBQPp
ବୁମ୍ରାଙ୍କୁ ପଛରେ ପକାଇ ନମ୍ବର-୧ ହେଲେ ଅର୍ଶଦୀପ
କେବଳ ବୋଲ୍ଟ ନୁହଁନ୍ତି, ଅର୍ଶଦୀପ ବର୍ତ୍ତମାନ ଭାରତ ପାଇଁ ଟି-୨୦ ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ବନିଯାଇଛନ୍ତି। ସେ ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ଜସପ୍ରୀତ ବୁମ୍ରା (୩୩ ୱିକେଟ୍), ଆର. ଅଶ୍ୱିନ (୩୨ ୱିକେଟ୍) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୨୯ ୱିକେଟ୍)ଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।
🚨 THE CV OF ARSHDEEP SINGH IN T20I 🚨
— Johns. (@CricCrazyJohns) February 27, 2026
- T20 World Cup winner
- Most wickets for India in T20 WC
- ICC T20I Player of the year
- First bowler to take 100 wickets for India in Men's T20I
- Most wickets for India in T20I
- Leading wicket taker for India in 2022 T20I WC.
- Leading… pic.twitter.com/jSM84ewoqf
ବିପଦରେ ରହିଛି ଏସବୁ ବୋଲରଙ୍କ ରେକର୍ଡ
ବର୍ତ୍ତମାନ ବିଶ୍ୱକପରେ ସର୍ବାଧିକ ୱିକେଟ୍ ତାଲିକାରେ ବାଂଲାଦେଶର ସାକିବ ଅଲ୍ ହସନ (୫୦ ୱିକେଟ୍) ପ୍ରଥମ ସ୍ଥାନରେ ଥିବାବେଳେ ଆଡାମ ଝାମ୍ପା ଓ ରଶିଦ ଖାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଅର୍ଶଦୀପ ବର୍ତ୍ତମାନ ଯେଉଁଭଳି ଫର୍ମରେ ଅଛନ୍ତି, ସେ ଖୁବଶୀଘ୍ର ଏହି ଦିଗ୍ଗଜମାନଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇପାରନ୍ତି। ଭାରତର ପରବର୍ତ୍ତୀ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବ, ଯେଉଁଠି ପ୍ରଶଂସକମାନେ ଅର୍ଶଦୀପଙ୍କଠାରୁ ପୁଣି ଏକ ଦମଦାର ପ୍ରଦର୍ଶନ ଆଶା କରୁଛନ୍ତି।
Nandri Chennai 🙏❤️ pic.twitter.com/WZQ7atDS8w
— Arshdeep Singh (@arshdeepsinghh) February 26, 2026
ଜିମ୍ବାୱେକୁ ୭୨ ରନ୍ରେ ପରାସ୍ତ କଲା ଭାରତ
ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ବ୍ୟତୀତ, ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଜିତିଛି। ପ୍ରଥମ ସୁପର-୮ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ରେ ପରାସ୍ତ ହୋଇଥିଲା। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ୍ ଜିତିଥିଲା। ନିଜର ଶେଷ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ ୭୨ ରନ୍ରେ ପରାସ୍ତ କରିଛି।

