ପଞ୍ଜାବ କିଙ୍ଗସ୍ ତରଫରୁ ଓପିନିଂ କରିବେ କି ଚହଲ? ସୋସିଆଲ ମିଡିଆରେ ଭାଇରାଲ ଚହଲ-ପ୍ରୀତି ଜିଣ୍ଟାଙ୍କ କଥାବାର୍ତ୍ତା
Preity Zinta On Yuzvendra Chahal: ୟୁଜବେନ୍ଦ୍ର ଚହଲ ପଞ୍ଜାବ କିଙ୍ଗସର କୋ-ଓନର୍ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ଓପନିଂ ବ୍ୟାଟିଂ ପାଇଁ ଦାବି କରିଥିଲେ।

Published : April 27, 2026 at 7:27 PM IST
IPL 2026, ହାଇଦ୍ରାବାଦ: ଆଇପିଏଲ୍ ୨୦୨୬ରେ ପଞ୍ଜାବ କିଙ୍ଗସ୍ ଚମତ୍କାର ପ୍ରଦର୍ଶନ କରୁଛି। ୭ଟି ମ୍ୟାଚ୍ ପରେ ଦଳ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି। ଦଳ ୬ଟି ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି। ୧୩ ପଏଣ୍ଟ ସହ ପଞ୍ଜାବ କିଙ୍ଗସ୍ ପ୍ଲେ-ଅଫ୍ ଦ୍ୱାରଦେଶରେ ପହଞ୍ଚିଛି। ଆଉ ଦୁଇଟି ବିଜୟ ପରେ ପଞ୍ଜାବର ପ୍ଲେ-ଅଫ୍ ସ୍ଥାନ ପକ୍କା ହୋଇଯିବ। ଏହି ସମୟରେ ପଞ୍ଜାବ କିଙ୍ଗସର କୋ-ଓନର୍ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପ୍ରଶଂସକମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି।
ଓପନିଂ ପାଇଁ ଦାବି କଲେ ଯୁଜବେନ୍ଦ୍ର ଚହଲ
ଏଠାରେ ପ୍ରୀତି ଜିଣ୍ଟାଙ୍କୁ ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପଞ୍ଜାବ କିଙ୍ଗସର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଥିଲେ। ସେ ଦଳର କୋ-ଓନରଙ୍କୁ ଓପନିଂ ବ୍ୟାଟିଂ ପାଇଁ ଦାବି କରିଥିଲେ। ଚହଲ ଲେଖିଥିଲେ- "ମ୍ୟାମ୍, ଯଦି ଗୋଟିଏ ମ୍ୟାଚ୍ରେ ଓପନିଂ ବ୍ୟାଟିଂ କରିବାର ସୁଯୋଗ ମିଳନ୍ତା।"
ଏହାର ଜବାବରେ ପଞ୍ଜାବ କିଙ୍ଗସର କୋ-ଓନର୍ ପ୍ରୀତି ଜିଣ୍ଟା ଲେଖିଥିଲେ- "ନିଶ୍ଚୟ ୟୁଜି, ଆପଣଙ୍କ ପାଇଁ କିଛି ବି। ଆଇପିଏଲ୍ ଶେଷ ହେବାକୁ ଦିଅ, ତା’ପରେ ଆପଣଙ୍କୁ ଯେଉଁ ମ୍ୟାଚ୍ ପସନ୍ଦ ହେବ (ଖେଳିବ), ମୋର ପୂରା ବିଶ୍ୱାସ ଯେ ସେତେବେଳେ ପ୍ରଭ୍ ଏବଂ ପ୍ରିୟାଂଶଙ୍କର କୌଣସି ଅସୁବିଧା ହେବ ନାହିଁ।"
For sure Yuzi ❤️ Anything for you. IPL Khatam hone do, uske baad whichever match you like 😂I’m sure Prabh & Priyansh won’t mind then 🤩😂 #Ting
— Preity G Zinta (@realpreityzinta) April 27, 2026
ବିସ୍ଫୋରକ ଖେଳ ପ୍ରଦର୍ଶନ କରୁଛନ୍ତି ପଞ୍ଜାବର ଦୁଇ ଓପନର
ଆଇପିଏଲ୍ ୨୦୨୬ରେ ପଞ୍ଜାବ କିଙ୍ଗସର ଦୁଇ ଓପନିଂ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂ ବିସ୍ଫୋରକ ଖେଳ ପ୍ରଦର୍ଶନ କରୁଛନ୍ତି। ୬ଟି ଇନିଂସରେ ପ୍ରଭସିମରନ ସିଂ ୨୮୭ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ହାରାହାରି (Average) ୫୭.୪୦ ଏବଂ ଷ୍ଟ୍ରାଇକ୍ ରେଟ୍ ୧୯୨.୬୧ ରହିଛି। ସେ ୩୧ଟି ଚୌକା ଏବଂ ୧୬ଟି ଛକା ମାରିସାରିଛନ୍ତି। ଅନ୍ୟପଟେ ପ୍ରିୟାଂଶ ଆର୍ଯ୍ୟଙ୍କ ଷ୍ଟ୍ରାଇକ୍ ରେଟ୍ ୨୪୯ ରହିଛି। ୬ଟି ଇନିଂସରେ ସେ ୪୨ ହାରାହାରିରେ ୨୫୪ ରନ୍ ସଂଗ୍ରହ କରିଛନ୍ତି। ସେ ୧୬ଟି ଚୌକା ବ୍ୟତୀତ ୨୫ଟି ଛକା ମାରିସାରିଛନ୍ତି।
IPL 2026 POINTS TABLE. 📈 pic.twitter.com/OYGc58TLEx
— Mufaddal Vohra (@mufaddal_vohra) April 26, 2026
ପଞ୍ଜାବ ନିଜର ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୬୫ ରନର ରେକର୍ଡ ଲକ୍ଷ୍ୟକୁ ପିଛା କରି ବିଜୟ ହାସଲ କରିଥିଲା। ପାୱାରପ୍ଲେ ମଧ୍ୟରେ ହିଁ ପ୍ରଭସିମରନ ଏବଂ ପ୍ରିୟାଂଶଙ୍କ ଯୋଡ଼ି ୧୧୬ ରନ୍ ସଂଗ୍ରହ କରିଥିଲେ। ଦୁହିଁଙ୍କ ମଧ୍ୟରେ ୪୧ଟି ବଲ୍ରେ ୧୨୬ ରନର ଭାଗିଦାରୀ ହୋଇଥିଲା।
ଆଇପିଏଲ୍ ୨୦୨୬ ସିଜନରେ ପଞ୍ଜାବ କିଙ୍ଗସର ଅପରାଜେୟ ଯାତ୍ରା ସତ୍ତ୍ୱେ ୟୁଜବେନ୍ଦ୍ର ଚହଲ ବୋଲିଂ ଅତି ସାଧାରଣ ରହିଛି। ୨୭ ଏପ୍ରିଲ୍ ସୁଦ୍ଧା ସେ ୭ଟି ମ୍ୟାଚରୁ (୬ଟି ଇନିଂସ) ୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଯେଉଁଥିରେ ତାଙ୍କର ହାରାହାରି ୫୧.୨୫ ଏବଂ ଇକୋନୋମି ରେଟ୍ ୯.୭୬ ରହିଛି। ଚଳିତ ସିଜନରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୨/୨୮ ଯୁଜବେନ୍ଦ୍ରଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

