ETV Bharat / sports

ଭାରତ ଗସ୍ତ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ: ହଶମତୁଲ୍ଲା ଶାହିଦି ହେଲେ ଅଧିନାୟକ

Afghanistan squad: ଭାରତ ଗସ୍ତ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନିଜର ଦଳ ଘୋଷଣା କରିଛି।

AFGHANISTAN SQUAD FOR INDIA TOUR
ଭାରତ ଗସ୍ତ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ (IANS)
author img

By ETV Bharat Sports Team

Published : May 26, 2026 at 8:33 PM IST

2 Min Read
Choose ETV Bharat

AFG vs IND 2026, ହାଇଦ୍ରାବାଦ: ଆଫଗାନିସ୍ତାନ ଦଳ ଜୁନ୍ ମାସରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ଭାରତ ଗସ୍ତ କରିବାକୁ ଯାଉଛି। ଏହି ଗସ୍ତ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନିଜର ଦଳ ଘୋଷଣା କରିଛି। ଦିନିକିଆ ସିରିଜ୍ ଏବଂ ଟେଷ୍ଟ ମ୍ୟାଚ୍‌ରେ ହଶମତୁଲ୍ଲା ଶାହିଦି ଆଫଗାନିସ୍ତାନର ଅଧିନାୟକତ୍ୱ କରୁଥିବାର ନଜର ଆସିବେ। ଏହି ଗସ୍ତ ଏକ ଟେଷ୍ଟ ମ୍ୟାଚ୍‌ରୁ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍ ଜୁନ୍ ୬ ତାରିଖରୁ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାପୁର ଷ୍ଟାଡିୟମରେ ଖେଳାଯିବ।

ଆଫଗାନିସ୍ତାନର ଅଭିଜ୍ଞ ଖେଳାଳି ରାଶିଦ୍ ଖାନ୍ ଭାରତ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଦଳର ଅଂଶ ନାହାନ୍ତି। ପ୍ରକୃତରେ ରାଶିଦ୍ ଟେଷ୍ଟ ଫର୍ମାଟ୍ ଅପେକ୍ଷା ହ୍ୱାଇଟ୍ ବଲ୍ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ଏହି ଟେଷ୍ଟ ମ୍ୟାଚ୍‌ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍‌ରେ ଖେଳୁଥିବାର ନଜର ଆସିବେ। ରାଶିଦ୍‌ଙ୍କ ଅନୁପସ୍ଥିତିରେ ଶରାଫୁଦ୍ଦିନ ଅଶରଫ୍ ଏବଂ କୈସ୍ ଅହମଦ ଟେଷ୍ଟ ମ୍ୟାଚ୍‌ରେ ସ୍ପିନ୍ ବୋଲିଂର ଦାୟିତ୍ୱ ସମ୍ଭାଳିବେ।

ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଆଫଗାନିସ୍ତାନ ଦଳ ଚୟନରେ ସାମାନ୍ୟ ପରିବର୍ତ୍ତନ କରିଛି। ସିଲେକ୍ଟରମାନେ ଅବ୍ଦୁଲ୍ ମଲିକ୍, ରହମାନୁଲ୍ଲା ଜାଦ୍ରାନ୍ ଏବଂ ଶରାଫୁଦ୍ଦିନ ଅଶରଫ୍‌ଙ୍କୁ ଟେଷ୍ଟ ଦଳରେ ସାମିଲ କରିଛନ୍ତି। ଅନ୍ୟପଟେ ରହମତ ଶାହ ଏବଂ ଗୁରବାଜଙ୍କ ଭଳି ପ୍ରମୁଖ ଖେଳାଳିମାନେ ମଧ୍ୟ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଯେତେବେଳେ କି ଇକ୍ରାମ ଅଲିଖିଲ୍ ଏବଂ ଅଫସର ଜଜଇଙ୍କୁ ୱିକେଟକିପର ଭାବେ ଚୟନ କରାଯାଇଛି। ଆଫଗାନିସ୍ତାନ ଫାଷ୍ଟ ବୋଲିଂ ବିଭାଗରେ ନୂଆ ଖେଳାଳିମାନଙ୍କ ଉପରେ ଭରସା ପ୍ରକଟ କରିଛି। ସେଥିପାଇଁ ସେମାନେ ନାଙ୍ଗ୍ୟାଲ ଖାରୋତାଇ, ବିଲାଲ ସାମି, ଜିଆ ଶରୀଫି ଏବଂ ସଲିମ ସଫିଙ୍କୁ ସୁଯୋଗ ଦେଇଛନ୍ତି।

ଭାରତ ବିପକ୍ଷ ସିରିଜ୍ ପାଇଁ ଫଗାନିସ୍ତାନର ଦିନିକିଆ ଦଳ

ହଶମତୁଲ୍ଲା ଶାହିଦି (ଅଧିନାୟକ), ରହମାନୁଲ୍ଲା ଗୁରବାଜ (ୱିକେଟ୍ କିପର), ଇବ୍ରାହିମ ଜାଦ୍ରାନ, ସେଦିକୁଲ୍ଲା ଅଟଲ, ଦରବିଶ ରସୁଲି, ରହମତ ଶାହ, ଇକ୍ରାମ ଅଲିଖିଲ୍ (ୱିକେଟ୍ କିପର), ମହମ୍ମଦ ନବି, ଅଜମତୁଲ୍ଲା ଉମରଜଇ, ରାଶିଦ୍ ଖାନ୍, ନାଙ୍ଗ୍ୟାଲ ଖାରୋତାଇ, ଏଏମ୍ ଗଜନଫର, ଜିଆ ୟୁ ରହମାନ ଶରୀଫି, ଫରିଦ୍ ମଲିକ୍, ବିଲାଲ ସାମି

ରିଜର୍ଭ ଖେଳାଳି: କୈସ୍ ଅହମଦ, ସଲିମ ସଫି, ବଶିର ଅହମଦ

ଭାରତ ବିପକ୍ଷ ସିରିଜ୍ ପାଇଁ ଫଗାନିସ୍ତାନର ଟେଷ୍ଟ ଦଳ

ହଶମତୁଲ୍ଲା ଶାହିଦି (ଅଧିନାୟକ), ଅବ୍ଦୁଲ୍ ମଲିକ୍, ସେଦିକୁଲ୍ଲା ଅଟଲ, ରହମତ ଶାହ, ରହମାନୁଲ୍ଲା ଗୁରବାଜ, ରହମାନୁଲ୍ଲା ଜାଦ୍ରାନ, ଅଫସର ଜଜଇ (ୱିକେଟ୍ କିପର), ଇକ୍ରାମ ଅଲିଖିଲ୍ (ୱିକେଟ୍ କିପର), ଅଜମତୁଲ୍ଲା ଉମରଜଇ, ସରାଫୁଦ୍ଦିନ ଅଶରଫ୍, ନାଙ୍ଗ୍ୟାଲ ଖାରୋତାଇ, କୈସ୍ ଅହମଦ, ବିଲାଲ ସାମି, ଜିଆ ଶରୀଫି, ସଲିମ ସଫି

ରିଜର୍ଭ ଖେଳାଳି: ବଶିର ଅହମଦ, ବହିର ଶାହ, ଇସ୍ମତ ଆଲମ

ଏହା ମଧ୍ୟ ପଢ଼ନ୍ତୁ:

ଇନଷ୍ଟାଗ୍ରାମରୁ ୨୦୦ରୁ ଅଧିକ ପୋଷ୍ଟ ହଟାଇଲେ ଅର୍ଶଦୀପ, କୋହଲିଙ୍କ ସହ ଥିବା ଭିଡିଓ ବି ଗାୟବ, ଜାଣନ୍ତୁ କାହିଁକି?

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା: ପାକିସ୍ତାନ ସିରିଜ୍‌ରୁ ବାଦ୍ ପଡ଼ିଲେ ଅଧିନାୟକ ମାର୍ଶ, ଏହି ଖେଳାଳି ସମ୍ଭାଳିବେ ଦଳର କମାଣ