ETV Bharat / sports

ନିଜ ଘରେ ଅତିଥି ସାଜିବ ଟିମ୍ ଇଣ୍ଡିଆ! ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ

ଅଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି।

Afghanistan Cricket Board Announces 15 Member T20I Squad for India Series
ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ (IANS)
author img

By ETV Bharat Sports Team

Published : August 24, 2026 at 5:20 PM IST

2 Min Read
Choose ETV Bharat

Afghanistan Squad: ଅଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଏହି ସିରିଜ୍ ୧୩ ରୁ ୧୭ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଭାରତରେ ନୂଆଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ସିରିଜ୍‌ର ଆୟୋଜନ କରିବାର ଅଧିକାର ଅଫଗାନିସ୍ତାନ ପାଖରେ ରହିଛି। ଭାରତୀୟ ଦଳ ନିଜ ଦେଶରେ ଥାଇ ମଧ୍ୟ ଏହି ସିରିଜ୍‌ରେ ଅତିଥି ଦଳ ଭାବରେ ଖେଳିବ। ଇତିହାସରେ ପ୍ରଥମ ଥର ପାଇଁ ଏପରି ହେବ, ଯେତେବେଳେ ଭାରତୀୟ ଦଳ ନିଜ ଘରୋଇ ପଡ଼ିଆରେ ହିଁ ଅତିଥି ଦଳ ସାଜିବ।

ଅଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏକ ୧୫ ଜଣିଆ ଦଳ ଚୟନ କରିଥିବା ବେଳେ ୩ ଜଣ ଖେଳାଳିଙ୍କୁ ରିଜର୍ଭ ଭାବେ ଦଳରେ ସ୍ଥାନ ଦେଇଛି। ଏହି ସିରିଜ୍‌ରେ ଅଫଗାନିସ୍ତାନ ଦଳର ଅଧିନାୟକ ଇବ୍ରାହିମ ଜାଦ୍ରାନ ହେବେ। ଇବ୍ରାହିମ ଜାଦ୍ରାନ ପ୍ରଥମ ଥର ପାଇଁ ଅଫଗାନିସ୍ତାନର ଫୁଲ୍-ଟାଇମ୍ କ୍ୟାପଟେନ୍ ଭାବରେ ପଡ଼ିଆକୁ ଓହ୍ଲାଇବେ। ୧୩ ସେପ୍ଟେମ୍ବରରେ ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ବେଳେ ୧୫ ସେପ୍ଟେମ୍ବରରେ ଦ୍ୱିତୀୟ ଏବଂ ୧୭ ସେପ୍ଟେମ୍ବରରେ ସିରିଜ୍‌ର ଶେଷ ମୁକାବିଲା ଆୟୋଜିତ ହେବ।

ଦ୍ରୁତ ବୋଲର ନଭୀନ-ଉଲ୍-ହକ୍‌ଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଯିଏ କି ଆହତ ସମସ୍ୟାରୁ ସୁସ୍ଥ ହେବା ପରେ ଜାତୀୟ ଦଳକୁ ଫେରିଛନ୍ତି। ଷ୍ଟ୍ରେସ୍ ଫ୍ରାକ୍ଚର ଯୋଗୁଁ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ଏବଂ ଟି-୨୦ ବିଶ୍ୱକପ୍ ୨୦୨୬ ର ଅଂଶ ହୋଇପାରିନଥିଲେ। ତାଙ୍କ ଫେରିବା ଦ୍ୱାରା ଅଫଗାନିସ୍ତାନର ପେସ୍ ଆଟାକ୍ ମଜବୁତ ହେବ। ପୂର୍ବରୁ ଫଜଲହକ୍ ଫାରୁକି, ଅବଦୁଲ୍ଲା ଅହମ୍ମଦଜଇ ଓ ଅଲରାଉଣ୍ଡର ଅଜମତୁଲ୍ଲା ଓମରଜଇ ଆଫଗାନିସ୍ତାନ ପେସ୍ ଆଟାକ୍ ସମ୍ଭାଳି ଆସୁଥିଲେ। ଅଲରାଉଣ୍ଡର ଗୁଲବଦିନ ନୈବଙ୍କର ମଧ୍ୟ ପ୍ରତ୍ୟାବର୍ତ୍ତନ ହୋଇଛି। ଯିଏ କି ବୋଲିଂରେ ସାହାଯ୍ୟ କରିବା ସହ ମିଡିଲ୍ ଅର୍ଡର ବ୍ୟାଟିଂ ଭାର ସମ୍ଭାଳିବେ।

ସିରିଜ୍‌ର ପ୍ରଥମ ମ୍ୟାଚ୍ ୧୩ ସେପ୍ଟେମ୍ବରରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ୧୫ ସେପ୍ଟେମ୍ବର ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ। ତେବେ ଏହା ମଧ୍ୟରେ ଖବର ଆସିଥିଲା ଯେ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ। ଆଶା କରାଯାଉଛି ଯେ ଗଣେଶ ଚତୁର୍ଥୀ ଦିନ ମଧ୍ୟ ଏକ ମ୍ୟାଚ୍ ଖେଳାଯାଇପାରେ, ଯାହାକି ଏଥର ୧୪ ସେପ୍ଟେମ୍ବରରେ ପାଳନ କରାଯିବ। କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ଆସିନାହିଁ।

ଆଫଗାନିସ୍ତାନ ସ୍କ୍ୱାଡ୍: ଇବ୍ରାହିମ ଜାଦ୍ରାନ (ଅଧିନାୟକ), ରହମାନୁଲ୍ଲା ଗୁରବାଜ (ୱିକେଟ୍‌ କିପର), ନୂର ରହମାନ (ୱିକେଟ୍‌ କିପର), ସେଦିକୁଲ୍ଲା ଅଟଲ୍, ଦରବିଶ ରସୁଲି, ଅଜମତୁଲ୍ଲା ଓମରଜଇ, ଗୁଲବଦିନ ନୈବ, ମହମ୍ମଦ ନବି, ରାଶିଦ ଖାନ୍, ନାଙ୍ଗ୍ୟାଲ ଖରୋଟି, ନୂର ଅହମ୍ମଦ, ମୁଜିବ ଉର ରହମାନ, ଫଜଲହକ୍ ଫାରୁକି, ଅବଦୁଲ୍ଲା ଅହମ୍ମଦଜଇ ଏବଂ ନଭୀନ-ଉଲ୍-ହକ୍।

ରିଜର୍ଭ ଖେଳାଳି: ଇଜାଜ ଅହମ୍ମଦଜଇ, ଶାହିଦୁଲ୍ଲା କମାଲ ଏବଂ ଫରିଦ ଅହମ୍ମଦ ମଲିକ।

ଏହା ମଧ୍ୟ ପଢ଼ନ୍ତୁ:

ଶ୍ରୀଲଙ୍କା ବୋଲରଙ୍କ ସହ ଝଗଡ଼ା କରି ଫସିଗଲେ ଜୈସୱାଲ, ଆଇସିସି ଶୁଣାଇଲା କଠୋର ଦଣ୍ଡ

ଭାଙ୍ଗିଗଲା ଉସେନ୍ ବୋଲ୍ଟଙ୍କ ୧୭ ବର୍ଷର ରେକର୍ଡ! ମାତ୍ର ୯.୩୯ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଲା ରୋବୋଟ୍

ଭାରତ-ଶ୍ରୀଲଙ୍କା ମ୍ୟାଚ୍ ମଝିରେ ଆସିଲା ବଡ଼ ଖବର: ହଠାତ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଏହି ଭାରତୀୟ ଷ୍ଟାର ଖେଳାଳି