ETV Bharat / sports

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ସଙ୍କେତ; ଜିମ୍ବାୱେ ବିପକ୍ଷରେ ସଞ୍ଜୁ ସାମସନଙ୍କୁ ମିଳିବ କି ସୁଯୋଗ?

ଟି-୨୦ ବିଶ୍ୱକପ୍‌ ୨୦୨୬ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ୭୬ ରନର ଶୋଚନୀୟ ପରାଜୟ ଭାରତୀୟ ଶିବିରରେ ଚିନ୍ତା ବଢ଼ାଇ ଦେଇଛି।

Ryan ten Doeschate on Sanju Samson Comeback
ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ସଙ୍କେତ (IANS)
author img

By ETV Bharat Sports Team

Published : February 23, 2026 at 2:16 PM IST

2 Min Read
Choose ETV Bharat

Sanju Samson T20 World Cup 2026: ଟି-୨୦ ବିଶ୍ୱକପ୍‌ ୨୦୨୬ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ୭୬ ରନର ଶୋଚନୀୟ ପରାଜୟ ଭାରତୀୟ ଶିବିରରେ ଚିନ୍ତା ବଢ଼ାଇ ଦେଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତର ବିଜୟ ରଥ ଅଟକିବା ପରେ ବର୍ତ୍ତମାନ ଦଳର ବ୍ୟାଟିଂ କମ୍ବିନେସନକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ବିଶେଷ କରି ଓପନର ଅଭିଷେକ ଶର୍ମା ଏବଂ ତିଲକ ବର୍ମାଙ୍କ କ୍ରମାଗତ ବିଫଳତା ପରେ ଏବେ ସଞ୍ଜୁ ସାମସନଙ୍କୁ ପ୍ଲେଇଂ-୧୧କୁ ଫେରାଇ ଆଣିବା ପାଇଁ ଚର୍ଚ୍ଚା ଜୋର ଧରିଛି।

ବ୍ୟାଟିଂ ବିପର୍ଯ୍ୟୟ ପରେ ଆସିଷ୍ଟାଣ୍ଟ କୋଚ୍‌ଙ୍କ ବଡ଼ ବୟାନ

୧୮୮ ରନର ପିଛା କରୁଥିବା ଭାରତୀୟ ଦଳ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଯିବା ସମସ୍ତଙ୍କୁ ଚକିତ କରିଛି। ମ୍ୟାଚ୍ ପରେ ଆସିଷ୍ଟାଣ୍ଟ କୋଚ୍ ରିୟାନ୍ ଟେନ୍ ଡୋସକାଟେ ଦଳରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି,

"ଆମ ପାଖରେ ସଞ୍ଜୁ ସାମସନଙ୍କ ଭଳି ବିକଳ୍ପ ଅଛି। ଟପ୍ ଅର୍ଡରରେ ଜଣେ ଡାହାଣହାତୀ ବ୍ୟାଟର ରହିଲେ ଦଳକୁ ଟାକ୍ଟିକାଲ୍ ସପୋର୍ଟ ମିଳିବ। ସଞ୍ଜୁଙ୍କୁ ଫେରାଇ ଆଣିବା ନେଇ ଆମେ ଆଗାମୀ ଦୁଇଟି ମ୍ୟାଚ୍ ପୂର୍ବରୁ ଗମ୍ଭୀରତାର ସହ ଆଲୋଚନା କରିବୁ।"

ଚିନ୍ତା ବଢ଼ାଉଛି ଅଭିଷେକ ଓ ତିଲକଙ୍କ ଫର୍ମ

ଭାରତ ପାଇଁ ସବୁଠୁ ବଡ଼ ସମସ୍ୟା ସାଜିଛି ଓପନିଂ ଯୋଡ଼ି। ଅଭିଷେକ ଶର୍ମା ଗତ ୪ଟି ଇନିଂସ ମଧ୍ୟରୁ ୩ଟିରେ ଶୂନ ରନରେ ଆଉଟ୍ ହୋଇଛନ୍ତି। ସେହିପରି ତିଲକ ବର୍ମା ମଧ୍ୟ ଦଳକୁ ଏକ ବଡ଼ ସ୍କୋର ଦେବାରେ ବିଫଳ ହେଉଛନ୍ତି। ବିରୋଧୀ ଦଳ ପାର୍ଟ-ଟାଇମ୍ ସ୍ପିନରଙ୍କୁ ନେଇ ପ୍ରଥମ ଓଭରରେ ହିଁ ୱିକେଟ୍ ଚଟକାଉଥିବାରୁ ମିଡିଲ୍ ଅର୍ଡର ଉପରେ ଚାପ ବଢୁଛି।

ସଞ୍ଜୁଙ୍କ ରେକର୍ଡ: ସୁଯୋଗ ନା ଆଉ ଏକ ରିସ୍କ?

ସଞ୍ଜୁଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କର ରେକର୍ଡ ଏତେଟା ଉତ୍ସାହଜନକ ନୁହେଁ। ୨୦୨୫ ପରଠାରୁ ସଞ୍ଜୁ ୧୨ଟି ଇନିଂସରେ ଓପନର ଭାବେ ମାତ୍ର ୧୫୬ ରନ୍ କରିଛନ୍ତି। ଏହି ସମୟରେ ତାଙ୍କର ହାରାହାରି (Average) ମାତ୍ର ୧୩ ରହିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଏହି ୧୨ଟି ମ୍ୟାଚ୍ ମଧ୍ୟରୁ ସେ ମାତ୍ର ୨ ଥର ପାୱାରପ୍ଲେ (୬ ଓଭର) ପରେ ବ୍ୟାଟିଂ ଜାରି ରଖିପାରିଥିଲେ।

କର ବା ମର ସ୍ଥିତିରେ ଭାରତ

ଆସନ୍ତା ଫେବ୍ରୁଆରୀ ୨୬ ରେ ଚେନ୍ନାଇରେ ଜିମ୍ବାୱେ ବିପକ୍ଷରେ ଭାରତ ନିଜର ପରବର୍ତ୍ତୀ ସୁପର-୮ ମ୍ୟାଚ୍ ଖେଳିବ। ସେମିଫାଇନାଲ୍ ରେସ୍ ରେ ରହିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ। ଏବେ ଦେଖିବାକୁ ବାକି ରହିଲା ମ୍ୟାନେଜମେଣ୍ଟ ପୁଣିଥରେ ଯୁବ ଖେଳାଳିଙ୍କ ଉପରେ ଭରସା କରୁଛି ନା ସଞ୍ଜୁଙ୍କୁ 'ଟ୍ରମ୍ପ କାର୍ଡ' ଭାବେ ବ୍ୟବହାର କରୁଛି।

ଏହା ମଧ୍ୟ ପଢ଼ନ୍ତୁ:

Jasprit Bumrah: ଟି-୨୦ ବିଶ୍ୱକପରେ ବୁମ୍ରାଙ୍କ ଜଲୱା; ଅଶ୍ୱିନ ଓ ଅର୍ଶଦୀପଙ୍କୁ ପଛରେ ପକାଇ ରଚିଲେ ଇତିହାସ

SA VS IND: ଟିମ୍ ଚୟନକୁ ନେଇ ଗମ୍ଭୀର ଓ ସୂର୍ଯ୍ୟଙ୍କ ଉପରକୁ ବର୍ଷିଲେ ଅଶ୍ୱିନ; କହିଲେ- ଭାରତ ହାରିବାର ସବୁଠୁ ବଡ଼ କାରଣ

T20 World Cup 2026: ସେମିଫାଇନାଲ୍ ରେସରୁ ବାଦ୍ ପଡ଼ିବ କି ଭାରତ? ଏହା ରହିଛି ଦଳ ପାଇଁ ଶେଷ ରାସ୍ତା