71 ତମ ସିନିଅର ଆଥଲେଟିକ ମିଟ ଉଦଘାଟିତ
ଓଡି଼ଶା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ମିଟରେ 30 ଜିଲ୍ଲା ଓ 7 ଟି ବିଭାଗ ଟିମକୁ ମିଶାଇ ମୋଟ 1500 ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି।

Published : December 28, 2025 at 5:17 PM IST
କଟକ: କଟକ ବକ୍ସିବଜାର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଉଦଘାଟିତ ହୋଇଛି 71ତମ ସିନିୟର ଆଥଲେଟିକ ମିଟ୍। ଡସେମ୍ବର 27 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମିଟରେ ସାରା ରାଜ୍ୟରୁ 37 ଟି ଟିମରୁ ମୋଟ 1492 ଜଣ ଆଥଲେଟ ଓ 150 ଜଣ ଅଫିସିଆଲ ଭାଗ ନେଇଛନ୍ତି। ସବଜୁନିୟର, ଜୁନିୟର, ୟୁଥ ଓ ସିନିୟର ବର୍ଗରେ ମୋଟ 172 ପ୍ରକାରର ଖେଳ ଆୟୋଜନ କରାଯାଇଛି।
ଓଡି଼ଶା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ମିଟରେ 30 ଜିଲ୍ଲା ଓ 7 ଟି ବିଭାଗ ଟିମକୁ ମିଶାଇ ମୋଟ 1500 ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି। ଏଥି ସହିତ 150 ଅଫିସିଆଲ ମିଟର ପ୍ରତିଟି ଇଭେଣ୍ଟକୁ ପରିଚାଳନା କରୁଛନ୍ତି। ସିନଥେଟିକ୍ ଟ୍ରାକରେ ହେଉଥିବା ଏହି ମିଟରେ ସବଜୁନିୟର, ଜୁନିୟର, ୟୁଥ୍ ଓ ସିନିୟର ବର୍ଗରେ 172 ଟି ଇଭେଣ୍ଟରେ ପ୍ରତିଦ୍ବନ୍ଦିତା ଅନୁଷ୍ଠିତ ହେବ।
ମିଟ୍ରେ ରାଜ୍ଯ ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳୁଥିବା ଅନିମେଶ କୁଜୁର, ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକ ଭାଗ ନେଇ ନିଜର ପ୍ରଦର୍ଶନ ଦେଖାଇବେ। ଏହା ଛଡା ପୂର୍ବରୁ ଦେଶକୁ ପ୍ରତିନିଧିତ୍ବ କରି ସାରିଥିବା 22 ଜଣ ପୂର୍ବତନ ଅନ୍ତର୍ଜାତିକ ଓଡି଼ଆ ଆଥଲେଟଙ୍କୁ ଏହି ଅବସରରେ ବାରବାଟୀ ଷ୍ଟାଡିୟମରେ 28 ତାରିଖ ସଂଧ୍ୟାରେ ସମ୍ମାନିତ କରାଯିବ। ଏହା ଖେଳାଳୀଙ୍କ ପାଇଁ ଏକ ବଡ ପ୍ରତିଯୋଗିତା ହୋଇ ଥିବାରୁ ସମସ୍ତେ ଭଲ କରିବାକୁ ଚେଷ୍ଟା କରିବେ ।
ରାଜ୍ୟର ସମସ୍ତ ଜିଲ୍ଲା ସହ ଓଡ଼ିଶା ପୋଲିସ ଓ ଭିନ୍ନ ଭିନ୍ନ ବିଭାଗୀୟ ଟିମ୍ ମାନେ ଭାଗ ନେଇଥିବା ବେଳେ ଆଜି ଡ୍ୟୁଟି ମିଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ସ୍ପୋର୍ଷ୍ଟ କମିଶନର ସଚିନ ରାମଚନ୍ଦ୍ର ଯାଦବ। ଆଗାମୀ ଦିନରେ ଏହିଭଳି ପ୍ରତିଯୋଗିତା ଆୟୋଜନ କରିବା ଦ୍ଵାରା ଭଲ କ୍ରୀଡାବିତ୍ ଙ୍କୁ ତିଆରି କରାଯାଇ ପାରିବ । ଏହା ସହ ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା କଥା କହିଛନ୍ତି କ୍ରୀଡା ବିଭାଗ କମିଶନର। ଓଡି଼ଶାର ଖେଳାଳି ମାନେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ କ୍ରୀଡା ବିଭାଗର ବିକାଶ ପାଇଁ ଭିତ୍ତିଭୂମି ଆହୁରି ସଦୃଢ଼ କରାଯିବ ବୋଲି କମିଶନର କହିଛନ୍ତି।
ଇଟିଭି ଭାରତ, କଟକ

