ETV Bharat / sports

ଗୌତମଙ୍କ କୋଚିଂରେ 'ଗମ୍ଭୀର' ସଙ୍କଟ: ଟିମ୍ ଇଣ୍ଡିଆ ନାମରେ ଯୋଡ଼ିହେଲା ୭ ଲଜ୍ଜାଜନକ ରେକର୍ଡ!

Gautam Gambhir: ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଟିମ୍ ଇଣ୍ଡିଆ ଏଭଳି ଅନେକ ମ୍ୟାଚ୍ ଓ ସିରିଜ୍ ହାରିଛି, ଯେଉଁଥିରେ ବର୍ଷ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଯାଇଛି।

Gambhir Coaching Records
ଗୌତମ ଗମ୍ଭୀରଙ୍କ କୋଚିଂ ରେକର୍ଡ (IANS)
author img

By ETV Bharat Sports Team

Published : June 30, 2026 at 1:27 PM IST

2 Min Read
Choose ETV Bharat

Gambhir Coaching Records: ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ପରାଜୟର ସମ୍ମୁଖୀନ ହୋଇଛି। ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଟିମ୍ ଇଣ୍ଡିଆ ଏଭଳି ଅନେକ ମ୍ୟାଚ୍ ଓ ସିରିଜ୍ ହାରିଛି, ଯେଉଁଥିରେ ବର୍ଷ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଯାଇଛି। ତେବେ ଏଠାରେ ଜାଣନ୍ତୁ ଗମ୍ଭୀରଙ୍କ କାର୍ଯ୍ୟକାଳର ୭ଟି ସବୁଠାରୁ ଲଜ୍ଜାଜନକ ରେକର୍ଡ ବିଷୟରେ...

୧. ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ୍ ପରାଜୟ

ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୦-୨ ରେ ପରାସ୍ତ ହୋଇଛି। କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆୟରଲାଣ୍ଡ କୌଣସି ଟି-୨୦ ସିରିଜ୍‌ରେ ଭାରତକୁ ପରାସ୍ତ କରିଛି। ଏହା ପୂର୍ବରୁ ଭାରତୀୟ ଦଳ ଆଇରିସ୍ ଦଳ ବିପକ୍ଷରେ କେବେବି କୌଣସି ସିରିଜ୍ ହାରି ନଥିଲା।

Gambhir Coaching Records
ଗୌତମଙ୍କ କୋଚିଂରେ 'ଗମ୍ଭୀର' ସଙ୍କଟ (ians)

୨. ଘରୋଇ ମାଟିରେ ୩୬ ବର୍ଷ ପରେ ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ ପରାଜୟ

ଭାରତୀୟ ପିଚ୍‌ରେ ସର୍ବଦା ଶକ୍ତିଶାଳୀ ବିବେଚିତ ହେଉଥିବା ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ଘରୋଇ ମାଟିରେ ଟେଷ୍ଟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଘରୋଇ ମଇଦାନରେ କିୱି ଦଳ ବିପକ୍ଷରେ ଭାରତ ଦୀର୍ଘ ୩୬ ବର୍ଷ ପରେ ଏଭଳି ପରାଜୟ ବରଣ କରିଛି।

୩. ଘରୋଇ ମାଟିରେ ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ୍ ପରାଜୟ

ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ମଧ୍ୟ ପରାଜିତ ହୋଇଛି। ପ୍ରାୟ ୨୫ ବର୍ଷ ପରେ ଭାରତ ନିଜ ଘରୋଇ ମାଟିରେ ପ୍ରୋଟିଆଜ୍ ଦଳ ବିପକ୍ଷରେ କୌଣସି ଟେଷ୍ଟ ସିରିଜ୍ ହାରିଛି।

୪. ବର୍ଡର-ଗାଭାସ୍କର ଟ୍ରଫି ହାତଛଡ଼ା

ଭାରତୀୟ ଦଳ କ୍ରମାଗତ ଦୁଇ ଥର ଅଷ୍ଟ୍ରେଲିଆ ମାଟିରେ ବର୍ଡର-ଗାଭାସ୍କର ଟ୍ରଫି ଜିତିସାରିଥିଲା, କିନ୍ତୁ ଗମ୍ଭୀର କୋଚ୍ ଥିବା ସମୟରେ ଏହି ବିଜୟ ଯାତ୍ରାରେ ବ୍ରେକ୍ ଲାଗିଛି। ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଏହି ଟ୍ରଫି ନିଜ ନାମରେ କରିଛି।

୫. ଶ୍ରୀଲଙ୍କାଠାରୁ ଦିନିକିଆ ସିରିଜ୍ ପରାଜୟ

ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି। ଦୀର୍ଘ ବର୍ଷ ପରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ଦିନିକିଆ ସିରିଜ୍ ଜିତି ଏକ ବଡ଼ ଓଲଟଫେର କରିଛି।

୬. ଚାମ୍ପିଅନ୍ସ ଟ୍ରଫି ପରେ ପ୍ରଥମ ମ୍ୟାଚରେ ପରାଜୟ

ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ନିଜର ପରବର୍ତ୍ତୀ ପ୍ରଥମ ମୁକାବିଲାରେ ବିଜୟୀ ହେବାରେ ବିଫଳ ହୋଇଛି। ଟାଇଟଲ୍ ଜିତିବା ପରେ ମିଳିଥିବା ଏହି ପରାଜୟ ଭାରତୀୟ ଦଳ ପାଇଁ ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି।

୭. କ୍ରମାଗତ ବଡ଼ ଟୁର୍ଣ୍ଣାମେଣ୍ଟ ଏବଂ ସିରିଜ୍‌ରେ ବିଫଳତା

ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଏବଂ ସିରିଜ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଟେଷ୍ଟ, ଦିନିକିଆ ଓ ଟି-୨୦ ଏହି ତିନୋଟିଯାକ ଫର୍ମାଟ୍‌ରେ ଦଳର ଅନେକ ପୁରୁଣା ରେକର୍ଡ ଭାଙ୍ଗିଯାଇଛି। ଯାହା ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି।

ଏହା ମଧ୍ୟ ପଢ଼ନ୍ତୁ:

ଭାରତୀୟ କ୍ରିକେଟରଙ୍କ ବିରୋଧରେ FIR; ଲାଗିଛି ଏହି ସବୁ ସଙ୍ଗିନ ଧାରା, ଜାଣନ୍ତୁ ମାମଲା

'ଆମେ ବି ତାଙ୍କୁ କୋଚ୍ ରଖିବୁନୁ', ଆୟରଲାଣ୍ଡ ଠାରୁ ହାରିବା ପରେ ଗମ୍ଭୀରଙ୍କ ମଜାକ ଉଡ଼ାଇଲା ଏହି ବିଦେଶୀ ବୋର୍ଡ