ୱିମ୍ବଲଡନରେ ଜୋକୋଭିଚ୍ ଲେଖିଲେ ନୂଆ ଇତିହାସ: ଜିତିଲେ ଇତିହାସର ସବୁଠାରୁ ଦୀର୍ଘତମ କ୍ୱାର୍ଟର ଫାଇନାଲ୍
Wimbledon: ଟେନିସର ମହାନ ଖେଳାଳି ନୋଭାକ୍ ଜୋକୋଭିଚ୍ ପୁଣିଥରେ ନିଜର ଦମଦାର ଖେଳ ପ୍ରଦର୍ଶନ କରି ୱିମ୍ବଲଡନ ୨୦୨୬ର ସେମିଫାଇନାଲରେ ପହଞ୍ଚିଛନ୍ତି।

Published : July 8, 2026 at 11:57 AM IST
Wimbledon 2026: ଟେନିସର ମହାନ ଖେଳାଳି ତଥା ୨୪ ଥରର ଗ୍ରାଣ୍ଡସ୍ଲାମ୍ ବିଜେତା ନୋଭାକ୍ ଜୋକୋଭିଚ୍ ପୁଣିଥରେ ନିଜର ଦମଦାର ଖେଳ ପ୍ରଦର୍ଶନ କରି ୱିମ୍ବଲଡନ ୨୦୨୬ର ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟର ଫାଇନାଲରେ ତାଙ୍କର ସାମ୍ନା ତୃତୀୟ ସୀଡ୍ କାନାଡାର ଫେଲିକ୍ସ ଅଗର ଏଲିଆସିମେଙ୍କ ସହ ହୋଇଥିଲା। ପାଞ୍ଚ ସେଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମୁକାବିଲାକୁ ନୋଭାକ୍ ଜୋକୋଭିଚ୍ ୭-୬, ୩-୬, ୬-୩, ୬-୭, ୭-୬ରେ ନିଜ ନାମରେ କରିଥିଲେ।
ୱିମ୍ବଲଡନ ଇତିହାସର ସବୁଠାରୁ ଦୀର୍ଘତମ କ୍ୱାର୍ଟର ଫାଇନାଲ
ନୋଭାକ୍ ଜୋକୋଭିଚ୍ ଏବଂ ଫେଲିକ୍ସ ଅଗର ଏଲିଆସିମେଙ୍କ ମଧ୍ୟରେ ଏହି ମୁକାବିଲା ୫ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହା ୱିମ୍ବଲଡନ ଇତିହାସର ସବୁଠାରୁ ଦୀର୍ଘତମ କ୍ୱାର୍ଟର ଫାଇନାଲ ଅଟେ। ସେହିପରି ଜୋକୋଭିଚ୍ଙ୍କ ୱିମ୍ବଲଡନ କ୍ୟାରିୟରର ମଧ୍ୟ ଏହା ସବୁଠାରୁ ଦୀର୍ଘତମ ମ୍ୟାଚ୍ ଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ଜୋକୋଭିଚ୍ଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମ ସେଟ୍ ଚାଲିଥିବା ସମୟରେ ତାଙ୍କ ଗୋଡ ମାଂସପେଶୀରେ ଆଘାତ ଲାଗିଥିଲା, କିନ୍ତୁ ଏହା ସତ୍ତ୍ୱେ ସେ ହାର ମାନି ନଥିଲେ ଏବଂ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ।
My longest Wimbledon match ever. An unforgettable nightshift 💪 pic.twitter.com/q0D10PVwFw
— Novak Djokovic (@DjokerNole) July 7, 2026
ସେମିଫାଇନାଲରେ ସିନର୍ଙ୍କ ସହ ହେବ ମହାଲଢ଼େଇ
ଜାନ୍-ଲେନାର୍ଡ ଷ୍ଟ୍ରଫ୍ଙ୍କ ବିପକ୍ଷରେ ୭-୫, ୭-୫, ୬-୩ରେ ବିଜୟ ହାସଲ କରି ୱାର୍ଲଡ ନମ୍ବର-୧ ୟାନିକ୍ ସିନର୍ ୱିମ୍ବଲଡନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲାରେ ସିନର୍ଙ୍କ ସାମ୍ନା ୭ ଥରର ଚାମ୍ପିଅନ ନୋଭାକ୍ ଜୋକୋଭିଚ୍ଙ୍କ ସହ ହେବ। ଇଟାଲୀର ସିନର୍ ଏବଂ ଜୋକୋଭିଚ୍ଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ମୁକାବିଲା ହୋଇଛି। ଏଥିରେ ସିନର୍ ୬-୫ ବ୍ୟବଧାନରେ ଆଗୁଆ ଅଛନ୍ତି। ଜୋକୋଭିଚ୍ ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ସିନର୍ଙ୍କୁ ପରାସ୍ତ କରିଥିଲେ। ତେବେ ତାହା ପୂର୍ବରୁ ଖେଳାଯାଇଥିବା ୫ଟି ମ୍ୟାଚ୍ରେ ଜୋକୋଭିଚ୍ଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଯେଉଁଥିରେ ଗତବର୍ଷର ୱିମ୍ବଲଡନ ସେମିଫାଇନାଲ ମଧ୍ୟ ସାମିଲ ରହିଛି।
One we won't be forgetting for a long time 💫
— Wimbledon (@Wimbledon) July 7, 2026
Enjoy the best highlights from Felix Auger-Aliassime and Novak Djokovic's quarter-final on Centre Court. pic.twitter.com/O6mxuCItwY
କ୍ରମାଗତ ୮ମ ଥର ପାଇଁ ସେମିଫାଇନାଲରେ ଜୋକୋଭିଚ୍
ଏହି ବିଜୟ ସହ ଜୋକୋଭିଚ୍ କ୍ରମାଗତ ଅଷ୍ଟମ ଥର ପାଇଁ ୱିମ୍ବଲଡନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ଏହି ମାମଲାରେ ରୋଜର୍ ଫେଡେରରଙ୍କ କ୍ରମାଗତ ସାତୋଟି ସେମିଫାଇନାଲ ଖେଳିବାର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏବେ ଶୁକ୍ରବାର ସେମିଫାଇନାଲରେ ତାଙ୍କର ସାମ୍ନା ଦୁନିଆର ନମ୍ବର-୧ ଖେଳାଳି ତଥା ଡିଫେଣ୍ଡିଂ ଚାମ୍ପିଅନ ୟାନିକ୍ ସିନର୍ଙ୍କ ସହ ହେବ।
" these are the moments i still play tennis for."
— Wimbledon (@Wimbledon) July 7, 2026
we're so happy you still do, @DjokerNole. pic.twitter.com/Wtjc1biLYB
ମ୍ୟାଚ୍ ପରେ ୨୪ ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ ଜୋକୋଭିଚ୍ କହିଛନ୍ତି, ‘ମୁଁ ଆଜି ମଧ୍ୟ ଟେନିସ୍ର ଏଭଳି ଐତିହାସିକ ମୁହୂର୍ତ୍ତ ଗୁଡ଼ିକ ପାଇଁ ହିଁ ଖେଳୁଛି।’ ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ଏବେ ବି ଏହି ଯୁବ ଖେଳାଳିମାନଙ୍କ ସହ ମୁକାବିଲା କରିପାରୁଛି। ଏହା ମୋ ପାଇଁ ଏକ ସୁଖଦ ଆଶ୍ଚର୍ଯ୍ୟ।'
ସିନର୍ଙ୍କ ସହ ଆଗାମୀ ମହାଲଢ଼େଇ ବିଷୟରେ ଜୋକୋଭିଚ୍ ମଜାଳିଆ ଅନ୍ଦାଜରେ କହିଛନ୍ତି, ‘କାଶ୍ ଏହା ଫାଇନାଲ୍ ହୋଇଥାନ୍ତା, ଯାହାଦ୍ୱାରା ଆସନ୍ତାକାଲି ମୋ ଶରୀର କେମିତି ଅନୁଭବ କରିବ ସେନେଇ ମୋତେ ଚିନ୍ତା କରିବାକୁ ପଡ଼ିନଥାନ୍ତା।’
ସେ ଜଣାଇଛନ୍ତି ଯେ ଚତୁର୍ଥ ସେଟ୍ ପରେ ସେ ପିଲାମାନଙ୍କୁ ଶୋଇବା ପାଇଁ କହିଥିଲେ, କିନ୍ତୁ ସେମାନେ ମାନି ନଥିଲେ। ଭଲ ହେଲା ସେମାନେ ଅଟକି ରହିଲେ, କାରଣ ଏହା ମୋ କ୍ୟାରିୟରରେ ସେଣ୍ଟର କୋର୍ଟରେ ଖେଳାଯାଇଥିବା ସର୍ବଶ୍ରେଷ୍ଠ ମ୍ୟାଚ୍ ଗୁଡ଼ିକ ମଧ୍ୟରୁ ଏକ ଥିଲା।’

