କଟକରେ ଖେଳାଯିବ ଜାତୀୟ ଜୁନିଅର ଫେନସିଂ ଚମ୍ପିଆନସିପ୍, ଯୋଗଦେବେ ବିଭିନ୍ନ ରାଜ୍ୟର 500ରୁ ଅଧିକ ଖେଳାଳି
ଜାତୀୟ ଜୁନିଅର ବାଳକ-ବାଳିକା ଫେନସିଂ ଚମ୍ପିଆନସିପ୍ ଜାନୁଆରୀ 5 ତାରିଖରୁ ଆରମ୍ଭ ହୋଇ ଜନୁଆରୀ 10 ତାରିଖ ପର୍ଯ୍ୟନ୍ତ ଖେଳାଯିବ ।


Published : January 2, 2026 at 8:31 PM IST
କଟକ: ସିଲଭରସିଟିରେ ଖେଳାଯିବ ଜାତୀୟ ଜୁନିଅର ବାଳକ-ବାଳିକା ଫେନସିଂ ଚମ୍ପିଆନସିପ୍ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଜାନୁୟାରୀ 5 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା । ଓଡିଶା ରାଜ୍ୟ ଫେନସିଂ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଚମ୍ପିଆନସିପରେ ଦେଶର ବିଭିନ୍ନ ରାଜ୍ୟର 570 କ୍ରୀଡାବିତ ଅଂଶ ଗ୍ରହଣ କରିବେ । ଓଡିଶାରୁ ମଧ୍ୟ 35 ଜଣିଆ ବାଳକ-ବାଳିକା ଟିମ ଏହି ଚମ୍ପିୟନସିପରେ ଭାଗ ନେବେ ।
ଆସନ୍ତା 5 ତାରିଖରୁ 33 ତମ ଜୁନିଅର ପୁରୁଷ ଏବଂ ମହିଳା ଜାତୀୟ ବାଳକ ଏବଂ ବାଳିକା ଫେନସିଂ ପ୍ରତିଯୋଗିତା ହେବ । ଓଡ଼ିଶା ରାଜ୍ୟ ଫେନସିଂ ସଙ୍ଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଚାମ୍ପିଆନସିପ୍ ଜାନୁଆରୀ 5 ତାରିଖରୁ ଆରମ୍ଭ ହୋଇ ଜନୁଆରୀ 10 ତାରିଖ ପର୍ଯ୍ୟନ୍ତ ଖେଳାଯିବ । 25ଟି ରାଜ୍ୟର 500 ରୁ ଅଧିକ ଖେଳାଳି ଏଥିରେ ଯୋଗ ଦେବେ । ତିନୋଟି ଇଭେଣ୍ଟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିସହ ଏଥିରୁ ମନୋନୀତ ହେବାକୁ ଥିବା 24 ଜଣ ଖେଳାଳି ଜୁନିଅର ଏସିଆନ୍ ଚମ୍ପିଆନସିପ୍ କ୍ୟାମ୍ପ ଲାଗି ମୋନୋନିତ ହେବେ । ଇନ୍ଦୋର ଠାରେ ଏହି କ୍ୟାମ୍ପ ଅନୁଷ୍ଠିତ ହେବ ।
କ୍ୟାମ୍ପରେ ଭଳ ପ୍ରଦର୍ଶନ କଲେ ସେଠାରୁ ଆନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଖେଳାଳି ଚୟନ କରାଯିବ । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଅନେକ ଖେଳାଳି ଭାଗ ନେଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ 4 ରୁ 5 ଜଣ ଖେଲାଳି ଭଲ ପ୍ରଦର୍ଶନ କରିବେ ବୋଲି ଆୟୋଜକ ଆଶା ପ୍ରକଟ କରିଛନ୍ତି ।
"ଏହି ଖେଳ ଯଦିଓ 4 ରୁ 5 ବର୍ଷ ହେବ ଓଡିଶାରେ ଆୟୋଜନ କରାଯାଉଛି ମାତ୍ର ସଠିକ ଭିତ୍ତି ଭୂମି ନଥିବାରୁ ଏହାର ପ୍ରଚାର ପ୍ରସାର ସେହିପରି ହୋଇ ପାରୁ ନାହିଁ । ତେବେ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି ଲାଗି ଭିତ୍ତିଭୂମି ଆବଶ୍ୟକ ଥିବାରୁ ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ," ବୋଲି ଓଡିଶା ଫେନସିଂ ଆସୋସିଏସନ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
ଇଟିଭି ଭାରତ, କଟକ

