ETV Bharat / sports

୭ଟି ବଲରେ ବିନା ରନ୍‌ ଦେଇ ୩ ୱିକେଟ୍! ଟି୨୦ ରେ ଦୀପ୍ତି ଶର୍ମା ସୃଷ୍ଟି କଲେ ବିଶ୍ୱ ରେକର୍ଡ

ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଜ୍ଞ ଅଲରାଉଣ୍ଡର ଦୀପ୍ତି ଶର୍ମା ମହିଳା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି।

Deepti Sharma Scripts History with Sensational T20I Record
ଟି୨୦ ରେ ଦୀପ୍ତି ଶର୍ମା ସୃଷ୍ଟି କଲେ ବିଶ୍ୱରେକର୍ଡ (IANS)
author img

By ETV Bharat Sports Team

Published : August 31, 2026 at 1:03 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଜ୍ଞ ଅଲରାଉଣ୍ଡର ଦୀପ୍ତି ଶର୍ମା ମହିଳା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ରବିବାର (୩୧ ଅଗଷ୍ଟ) ଦୁବାଇରେ ଖେଳାଯାଇଥିବା ମହିଳା ଏସିଆ କପ୍‌ର ଗ୍ରୁପ୍-ଏ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତୀୟ ଦଳର ୯୪ ରନର ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ବିଜୟୀ ମ୍ୟାଚରେ ଦୀପ୍ତି ଏହି ସ୍ୱତନ୍ତ୍ର ସଫଳତା ହାସଲ କରିଛନ୍ତି। ଦୀପ୍ତି ବର୍ତ୍ତମାନ ମହିଳା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର ପାଲଟିଛନ୍ତି। ଏହି ଭାରତୀ ଖେଳାଳି ନାମରେ ବର୍ତ୍ତମାନ ୧୭୧ଟି ୱିକେଟ୍ ନେବାର ରେକର୍ଡ ଦର୍ଜ ହୋଇସାରିଛି।

ରବିବାର ଦିନ ଖେଳାଯାଇଥିବା ମୁକାବିଲା ଦୀପ୍ତି ଶର୍ମାଙ୍କ କ୍ୟାରିୟରର ୧୫୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ରହିଥିଲା। ଏହାସହିତ ସେ ହରମନପ୍ରୀତ କୌର (୨୦୩ ମ୍ୟାଚ୍) ଏବଂ ସ୍ମୃତି ମନ୍ଧାନା (୧୭୨ ମ୍ୟାଚ୍) ଙ୍କ ପରେ ୧୫୦ଟି ଟି-୨୦ ମ୍ୟାଚ୍ ଖେଳିଥିବା ମାତ୍ର ତୃତୀୟ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି। ଯଦି ବିଶ୍ୱ କ୍ରିକେଟ୍ ରେକର୍ଡକୁ ଦେଖାଯାଏ, ତେବେ ୧୫୦ କିମ୍ବା ତା’ଠାରୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ସେ ବିଶ୍ୱର ୧୨ତମ ମହିଳା ଖେଳାଳି ହୋଇଛନ୍ତି।

ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ଡାହାଣହାତୀ ଅଫ୍-ସ୍ପିନର କୌଣସି ରନ୍ ଦେଇ ମାରାତ୍ମକ ବୋଲିଂର ପ୍ରଦର୍ଶନ କରିଥିଲେ। ଦୀପ୍ତି ମାତ୍ର ୧.୧ ଓଭର ବୋଲିଂ କରି ବିନା କୌଣସି ରନ୍ ଦେଇ ୩ଟି ୱିକେଟ୍ ନେବାର ସଫଳ ହୋଇଥିଲେ। କୌଣସି ରନ୍ ନ ଦେଇ ୩ଟି ୱିକେଟ୍ ନେବାର ଏହି ପ୍ରଦର୍ଶନ ଟି-୨୦ ଅନ୍ତର୍ଜାତୀୟରେ କୌଣସି ବି ଭାରତୀୟ ବୋଲରଙ୍କ ଦ୍ୱାରା ଅତିକମରେ ୩ଟି ୱିକେଟ୍ ହାସଲ କରିବା ପାଇଁ ସବୁଠାରୁ କମ୍ ରନ୍ ଖର୍ଚ୍ଚ କରିବାର ଏକ ନୂଆ ରେକର୍ଡ ଅଟେ।

ଦୀପ୍ତି ଏସିଆ କପ୍ ପୂର୍ବରୁ 'ସେଣ୍ଟର ଅଫ୍ ଏକ୍ସିଲେନ୍ସ'ରେ ହୋଇଥିବା କ୍ୟାମ୍ପ୍‌କୁ ଦଳର ଭଲ ପ୍ରଦର୍ଶନର ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ଅଭ୍ୟାସ ଶିବିର ଦ୍ୱାରା ଖେଳାଳିମାନଙ୍କ ଆତ୍ମବିଶ୍ୱାସ ବହୁତ ବଢ଼ିଛି। ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୀପ୍ତି ଶର୍ମା ୧୭୧ଟି ୱିକେଟ୍ ସହ ଶୀର୍ଷ ସ୍ଥାନରେ ରହିଛନ୍ତି।

ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି:

  1. ଦୀପ୍ତି ଶର୍ମା (ଭାରତ) - ୧୭୧ ୱିକେଟ୍
  2. ଥିପଚ୍ଚା ପୁତ୍ତାୱଙ୍ଗ (ଥାଇଲାଣ୍ଡ) - ୧୭୦ ୱିକେଟ୍
  3. ହେନ୍ରିଏଟ୍ ଇଶିମୱେ (ରୁଆଣ୍ଡା) - ୧୬୪ ୱିକେଟ୍
  4. ସୋଫି ଏକ୍ଲେଷ୍ଟନ୍ (ଇଂଲଣ୍ଡ) - ୧୫୪ ୱିକେଟ୍
  5. କ୍ୟାରୀ ଚାଙ୍ଗ୍ (ହଂକଂ) - ୧୫୩ ୱିକେଟ୍

ଥାଇଲାଣ୍ଡକୁ ସହଜରେ ପରାସ୍ତ କଲା ଭାରାତ

ଭାରତୀୟ ମହିଳା ଏବଂ ଥାଇଲାଣ୍ଡ ମହିଳା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୯୪ ରନ୍‌ର ଏକ ବଡ଼ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ଏସିଆ କପ୍‌ରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୯ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଥାଇଲାଣ୍ଡ ଦଳ ୧୬.୧ ଓଭରରେ ୬୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଶେଫାଳୀ ବର୍ମା ଏହି ମ୍ୟାଚ୍‌ରେ ୩୬ଟି ବଲ୍‌ରେ ୬୪ ରନ୍‌ର ଏକ ଦମଦାର ଇନିଂସ ଖେଳିଥିଲେ ଏବଂ ଏଥିପାଇଁ ତାଙ୍କୁ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଥିଲା।

ଏହା ମଧ୍ୟ ପଢ଼ନ୍ତୁ:

୭ଟି ଚୌକା ଓ ୭ଟି ଗଗନଚୁମ୍ବୀ ଛକା! ୫୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ବାରବାଟୀ ଷ୍ଟାଡିୟମରେ ହେବ 'କ୍ରିକେଟ୍ ବ୍ୟାଟଲ୍'; ଉନ୍ମୋଚିତ ହେଲା ଓଡ଼ିଶା ଟି୨୦ ଲିଗ୍ CM ଟ୍ରଫି

ଲର୍ଡସରେ ପାକିସ୍ତାନର ଶୋଚନୀୟ ପରାଜୟ, ମାତ୍ର ୪ ଦିନରେ ମ୍ୟାଚ୍ ସମେତ ସିରିଜ୍ ଜିତିଲା ଇଂଲଣ୍ଡ