ETV Bharat / sports

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଫେରିଲେ ସିରାଜ, ବୁମରାହ ଏବଂ ହାର୍ଦ୍ଦିକଙ୍କୁ ବିଶ୍ରାମ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ଗସ୍ତରେ ଆସି ନ୍ୟୁଜିଲ୍ୟାଣ୍ଡ ଏକଦିବସୀୟ ପରେ ପାଞ୍ଚଟି T20 ଖେଳିବ ।

ଭାରତୀୟ ଏକଦିବସୀୟ ଦଳ ଘୋଷଣା
ଭାରତୀୟ ଏକଦିବସୀୟ ଦଳ ଘୋଷଣା (IANS)
author img

By ETV Bharat Odisha Team

Published : January 3, 2026 at 6:13 PM IST

1 Min Read
Choose ETV Bharat

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ଦଳ ଚଳିତ ମାସରେ ଭାରତ ଗସ୍ତରେ ଆସି ତିନିଟି ଏକଦିବସୀୟ ଏବଂ ପାଞ୍ଚଟି T20 ଖେଳିବା କାର୍ଯ୍ୟକ୍ରମ ରହିଛି । ଏହି ODI ସିରିଜ ଜାନୁଆରୀ 11ରୁ ଜାନୁଆରୀ 18 ତାରିଖ ମଧ୍ୟରେ ଖେଳାଯିବ ଏବଂ BCCI ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ।

ଦଳରେ ତିନିଟି ବଡ଼ ପରିବର୍ତ୍ତନ

ଦଳରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । T20 ବିଶ୍ୱକପକୁ ଦୃଷ୍ଟିରେ ରଖି ଦ୍ରୁତ ବୋଲର ଜଶପ୍ରିତ ବୁମରାହ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପୂର୍ବ ODI ସିରିଜରେ ଗିଲ୍ ଙ୍କ ସ୍ଥାନରେ ଆସିଥିବା ଋତୁରାଜ ଗାୟକୱାଡଙ୍କୁ ଦଳରୁ ବାଦ୍ ଦିଆଯାଇଛି।

ODI ଦଳର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ମଧ୍ୟ ଚୟନ କରାଯାଇଛି, କିନ୍ତୁ ତାଙ୍କର ଉପଲବ୍ଧତା BCCIର ସେଣ୍ଟର ଅଫ୍ ଏକ୍ସିଲେନ୍ସରୁ ଆସିବାକୁ ଥିବା ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ ।

File Photo: Sheryas Iyer
File Photo: Sheryas Iyer (IANS)

ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତର ODI ଦଳ:

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ୱିକେଟକିପର), ଶ୍ରେୟସ ଆୟର (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ, କୁଲଦୀପ ଯାଦବ, ରିଷଭ ପନ୍ତ (ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ଯଶସ୍ୱୀ ଜୟସୱାଲ ।

ନ୍ୟୁଜିଲାଣ୍ଡ ବନାମ ଭାରତ ODI ସିରିଜ୍ 2026

  • ଜାନୁଆରୀ 11, ପ୍ରଥମ ODI, ବରୋଦା
  • ଜାନୁଆରୀ 14, ଦ୍ୱିତୀୟ ODI, ରାଜକୋଟ
  • ଜାନୁଆରୀ 18, ତୃତୀୟ ODI, ଇନ୍ଦୋର

ପ୍ରଥମ ODI ବରୋଦାରେ ଖେଳାଯିବ ଏବଂ ଭାରତ 2026ରେ ଶୁଭମନ ଗିଲଙ୍କ ନେତୃତ୍ୱରେ ତାର ODI ଅଭିଯାନ ଆରମ୍ଭ କରିବ ।

"ସିନିୟର ପୁରୁଷ ଚୟନ କମିଟି 11 ଜାନୁଆରୀରୁ ବରୋଦାର BCA ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଆଗାମୀ IDFC ଫାଷ୍ଟ ବ୍ୟାଙ୍କ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ ପାଇଁ ଭାରତୀୟ ଦଳ ଚୟନ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ BCCI COE ଗୋଟିଏ ମ୍ୟାଚ୍ ରେ 10 ଓଭର ବୋଲିଂ କରିବାକୁ ଅନୁମତି ଦେଇନାହିଁ ଏବଂ ପରବର୍ତ୍ତୀ ICC ପୁରୁଷ T20 ବିଶ୍ୱକପ୍ କୁ ନଜରରେ ରଖି ତାଙ୍କ କାର୍ଯ୍ୟଭାର ପରିଚାଳନା କରାଯାଉଛି," ବୋଲି BCCI ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ।

ଏହା ମଧ୍ୟ ପଢ଼ନ୍ତୁ- IND VS SA 3RD ODI: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ODI ବିଜୟ ସହିତ ଭାରତର ସିରିଜ୍ କବଜା

ଏହା ମଧ୍ୟ ପଢ଼ନ୍ତୁ- 2023 ବିଶ୍ବକପ୍‌ ହାରିବା ପରେ କ୍ରିକେଟରୁ ଅବସର ନେବାକୁ ଚାହୁଁଥିଲେ ରୋହିତ