ETV Bharat / spiritual

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି: ଦେବକୀ ରୂପ ଧାରଣ କରିବେ ଜଗନ୍ନାଥ, ଲାଗି ହେବ ଜେଉଡ଼ ଭୋଗ

ଆସନ୍ତାକାଲି ଜନ୍ମାଷ୍ଟମୀ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେବକୀ ରୂପ ଧାରଣ କରୁଥିବା ବେଳେ ପ୍ରସ୍ରବ ବେଦନା ଉପଶମ ପାଇଁ ଲାଗି ହେବ ଜେଉଡ଼ ଭୋଗ । ରିପୋର୍ଟ:ଶକ୍ତି ପ୍ରସାଦ ମିଶ୍ର

Srimandir puri Jeuda Bhoga lagi niti and Garbhodaka Bandapana ritual ahead of Janmastami
ଆସନ୍ତାକାଲି ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦପନା ନୀତି, ହେବ ସ୍ୱତନ୍ତ୍ର ଜେଉଡ଼ ଭୋଗ (ETV Bharat Odisha)
author img

By ETV Bharat Odisha Team

Published : September 3, 2026 at 1:58 PM IST

1 Min Read
Choose ETV Bharat

ପୁରୀ: ଆସନ୍ତାକାଲି ଜନ୍ମାଷ୍ଟମୀ । ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ଏନେଇ ଆଜି ପୁରୀ ଶ୍ରୀମନ୍ଦିରରେ ହେବ ଗର୍ଭୋଦକ ବଦାପନୀ ନୀତି । ଏହା ମହାପ୍ରଭୁଙ୍କ ଏକ ସ୍ବତନ୍ତ୍ର ନୀତି । ଏହି ଅବସରରେ ମହାପ୍ରଭୁଙ୍କୁ ଜେଉଡ଼ ଭୋଗ ଲାଗି ହେବ । ବନ୍ଦାପନା ବ୍ୟତୀତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅତିରିକ୍ତ ଭାବେ ଗର୍ଭୋଦକ ବନ୍ଦାପନା କରାଯିବାର ବିଧି ରହିଛି ।

ଜେଉଡ଼ ଭୋଗ ଲାଗି:
ମହାପ୍ରଭୁ ଶ୍ରୀଜଗନ୍ନାଥ ଜନ୍ମାଷ୍ଟମୀର ଦିନକ ପୂର୍ବରୁ ପାଲଟି ଯାଆନ୍ତି ମା' ଦେବକୀ । ମହାପ୍ରଭୁଙ୍କୁ ଦେବକୀ ଜ୍ଞାନ କରି ସୁପ୍ରସବ ପାଇଁ ଜେଉଡ଼ ଭୋଗ ଲାଗି କରାଯାଏ । ମହାପ୍ରଭୁ ଦେବକୀ ରୂପରେ ପ୍ରସବ ବେଦନା କମ୍ ହେବା ପାଇଁ ଜେଉଡ଼ ଭୋଗ ଖାଇବା ପରେ ଶ୍ରୀକୃଷ୍ଣ ରୂପରେ ନିଜକୁ ଜନ୍ମ ଦେବେ ।



ଶ୍ରୀକୃଷ୍ଣ ଜନ୍ମନୀତି :

Srimandir Puri
ଶ୍ରୀମନ୍ଦିର (ETV Bharat Odisha)
ମହାପ୍ରଭୁ ସ୍ୱୟଂ ନିଜେ ଏଠାରେ ମାତା, ପିତା ଏବଂ ପୁତ୍ର । ୨ ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ରୂପ ନେବା ପରେ ଏହି ଜନ୍ମବିଧି ପାଳନ ହୋଇଥାଏ । ଏହି ଗୁପ୍ତ ନୀତି କେହି ନଦେଖିବା ପାଇଁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାର ବନ୍ଦ କରାଯାଏ । ସୁବର୍ଣ୍ଣ ମୂର୍ତ୍ତିଙ୍କୁ ମଣ୍ଡଳ ଉପରେ ବିଜେ କରାଯିବା ସହ ଚକଡ଼ା, ଛାମୁରେ ପନ୍ତିଭୋଗ ବଢାଯାଏ । ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ମଦନମୋହନଙ୍କୁ ପ୍ରସାଦ ଆଜ୍ଞାମାଳ ଦେବା ପରେ ମହାଜନ ମଦନମୋହନଙ୍କୁ ହାତରେ ଧରି ଜନ୍ମ ତକଡ଼ାକୁ ବିଜେ କରିଥାନ୍ତି ।

ମୁଦିରସ୍ଥ ପ୍ରସାଦ ଲାଗି ହେବା ପରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ସମୁଦ୍ର ନଦୀତଟକୁ ବିଜେ କରାଇଥାଆନ୍ତି । ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଯମୁନା ନଦୀ କୂଳରେ ଦଣ୍ଡ ପ୍ରଣାମ କରିବାର ବିଧି ରହିଛି ।

Patitapaban Bhagwan
ପତିତପାବନ ଭଗବାନ (ETV Bharat Odisha)
ଜେଉଡ଼ ଭୋଗ:ମହାପ୍ରଭୁଙ୍କୁ ଦେବକୀ ଭାବେ ମାନ୍ୟ କରି ଜନ୍ମାଷ୍ଟମୀ ପୂର୍ବରୁ ଗର୍ଭୋଦକ ବନ୍ଦାପନା ସହ ଗର୍ଭ ଯନ୍ତ୍ରଣା ଉପଶମ ପାଇଁ ଜେଉଟ ଭୋଗ ବା ଜେଉଡ଼ ଭୋଗ ଲାଗି ହୋଇଥାଏ । ସୁଆରବଡୁରୁ ଥାଳି ପକାଇ ପଡ଼ିଆରୀ ଟେରା ବାନ୍ଧି ରୋଷକୁ ଜେଉଡ଼ ଭୋଗ ଡାକି ଯାଆନ୍ତି ।

ମହାପ୍ରଭୁଙ୍କ ଚୁନରା ସେବକ ସେବକ ଶରତ ମହାନ୍ତି କହିଛନ୍ତି, "ମହାପ୍ରଭୁଙ୍କ ଗର୍ଭ ଯନ୍ତ୍ରଣା ଉପଶମ ପାଇଁ ଗୋଟିଏ ଅତିରିକ୍ତ ବନ୍ଦାପନା ହୋଇଥାଏ । ରୋଷରୁ ଶାଗ, ପିଠା, ଖିରି, ଓରିଆ ଅନ୍ନ ଆସି ଶ୍ରୀଛାମୁରେ ବଡ଼ାଯାଏ । ଏଥିରେ ମହାପ୍ରଭୁଙ୍କ ଗର୍ଭ ଯନ୍ତ୍ରଣା ଉପଶମ ହୁଏ ବୋଲି ବିଶ୍ୱାସ ରହିଛି।"

ଏହା ମଧ୍ୟ ପଢନ୍ତୁ:

ଆଜି ପୁରୀ ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ମହାପ୍ରଭୁଙ୍କ ରଥ ଚକ କିିଣିବାକୁ ଚାହୁଁଛନ୍ତି କି ? ଜାଣିନିଅନ୍ତୁ କଣ ରହିଛି ପ୍ରକ୍ରିୟା

ଇଟିଭି ଭାରତ, ପୁରୀ