ଅସ୍ତବ୍ଯସ୍ତ କରିବ ଗରମ, ଆଗାମୀ ତିନି ଦିନରେ 3 ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା
ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା । ଆସନ୍ତା 3 ଦିନ ମଧ୍ୟରେ ସର୍ବାଧିକ 2ରୁ 3 ଡିଗ୍ରୀ ବଢିବ ପାରଦ । ଜଗତସିଂହପୁର ଓ କେନ୍ଦ୍ରାପଡାକୁ କୁହୁଡି ଚେତାବନୀ ଜାରି ।

Published : February 27, 2026 at 6:27 PM IST
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା । ଆସନ୍ତା ୩ ଦିନ ମଧ୍ୟରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରବଳ ଗରମ ଅନୁଭୂତ ହେବ । ସେହିପରି ରାତି ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବା ବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #27th February,2026.https://t.co/eSSXxoRvMv
— Meteorological Centre, Bhubaneswar (@mcbbsr) February 27, 2026
ଉପର ମୁହାଁ ପାରଦ:
ଆଞ୍ଚଳିକ ପାଣିପାଗ ବିଭାଗ, ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି," ଲଘୁଚାପଜନିତ ବର୍ଷା ପରେ ଧିରେ ଧିରେ ବଦଳୁଛି ରାଜ୍ୟର ପାଣିପାଗ । ଆସନ୍ତା ୩ ଦିନ ମଧ୍ୟରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା । ଏହାସହ ରାତି ତାପମାତ୍ରା ମଧ୍ୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବା ବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ । ବର୍ତ୍ତମାନ ବର୍ଷାର କୌଣସି ସମ୍ଭାବନା ନଥିବା ବେଳେ ଆହୁରି ୨୪ ଘଣ୍ଟା କୁହୁଡିର ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।"
7 Days' weather forecast for Capital City (Valid from 27th February 2026 to 05th March 2026) #Odisha #Weather #Bhubaneswar #Cuttack #weatherforecast pic.twitter.com/DjeAFapPPq
— Meteorological Centre, Bhubaneswar (@mcbbsr) February 27, 2026
Minimum Temperature Forecast for next 5 days #Odisha #WINTER #temperature pic.twitter.com/WXK6gRGL3l
— Meteorological Centre, Bhubaneswar (@mcbbsr) February 27, 2026
ଏହା ମଧ୍ୟ ପଢନ୍ତୁ...ପୂର୍ବ ଭାରତରେ ଭୂକମ୍ପ ଝଟକା; ଦୋହଲିଲା କୋଲକାତା, ଦାର୍ଜିଲିଂ ଏବଂ ସିକ୍କିମ୍ ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଆହୁରି ୨୪ ଘଣ୍ଟା ବର୍ଷା ସହ ବିଜୁଳି ଘଡ଼ଘଡ଼ି, ୨୩ ଜିଲ୍ଲାକୁ ସତର୍କତା ଜାରି |
ଇଟିଭି ଭାରତ, ଭୁବନେଶ୍ବର

