ETV Bharat / politics

ବଙ୍ଗ ବିଜୟ ବିକଶିତ ଭାରତ ପାଇଁ ନୂଆ ସୁଯୋଗ ଆଣିବ-ମନମୋହନ ସାମଲ

ବିକଶିତ ଭାରତ 2047 ପାଇଁ ଏହି ବିଜୟ ସୁଗମ ହେବ । ଅଙ୍ଗ-ବଙ୍ଗ-କଳିଙ୍ଗ କଥା ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି କହିଲେ ରାଜ୍ୟ ବିଜେପି ସଭାପତି । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

BJP ON KOLKATA RESULT
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ (File pic)
author img

By ETV Bharat Odisha Team

Published : May 5, 2026 at 10:46 PM IST

|

Updated : May 5, 2026 at 10:58 PM IST

1 Min Read
Choose ETV Bharat

ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଜୟ ପରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । "ଧନ୍ୟବାଦ ପଶ୍ଚିମବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି," ବୋଲି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ବିଜୟ ପରେ ବିକଶିତ ଭାରତ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ହେବା ପରଠୁ ପ୍ରଧାନମନ୍ତ୍ରୀ ପୂର୍ବୋଦୟ ବିକାଶ କଥା କହିଥିଲେ ।"

କମାଲ କଲା ଓଡିଶା ନେତାଙ୍କ ପ୍ରଚାର-

ଓଡ଼ିଶାରୁ ବି 800 କର୍ମୀ ପଶ୍ଚିମବଙ୍ଗ ଯାଇଥିଲେ l 25 ବିଧାୟକ, ମନ୍ତ୍ରୀ ବି ଯାଇଥିଲେ l ଓଡ଼ିଶାସୀମା ଅଞ୍ଚଳରେ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କଲା, କାରଣ ସେମାନେ ଦେଖିଲେ ଓଡ଼ିଶାରେ ବିଜେପି ଆସି ବିକାଶ ହୋଇଛି l ପ୍ରଧାନମନ୍ତ୍ରୀ ବି କହିଲେ ସ୍ୱାସ୍ଥ୍ୟ ଓ ବିକାଶ କଥା l ପଶ୍ଚିମବଙ୍ଗରେ ଆମର ପ୍ରଥମ କ୍ୟାବିନେଟରେ ଆୟୁଷ୍ମାନ ଆସିବ l AIIMS ଓ SCB ମେଡିକାଲକୁ ପଶ୍ଚିମବଙ୍ଗ ଲୋକ ଆସନ୍ତି, ସେମାନେ କୁହନ୍ତି ଯେ ଦିଦି ସାମ୍ବିଧାନିକ ଅଧିକାର ହରଣ କରୁଥିଲେ l ଆଞ୍ଚଳିକ ଦଳର 25 ବର୍ଷର ଇତିହାସ ଦେଖନ୍ତୁ l ବାମପନ୍ଥୀ ଯୁଗ ସରିଲା, 2047ର ବିକଶିତ ଭାରତରେ ଲୋକଙ୍କ ଅଧିକାର ଆଗକୁ ଯିବ କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।


ପଶ୍ଚିମବଙ୍ଗ ବିଜୟ ପରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା-
"ବିକଶିତ ଭାରତ 2047 ପାଇଁ ଏହି ବିଜୟ ସୁଗମ ହେବ । ଅଙ୍ଗ-ବଙ୍ଗ-କଳିଙ୍ଗ କଥା ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜୟ ପରେ ବିକଶିତ ଭାରତ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ହେବା ପରଠୁ ପ୍ରଧାନମନ୍ତ୍ରୀ ପୂର୍ବୋଦୟ ବିକାଶ କଥା କହିଥିଲେ । ବିଗତ ଦିନମାନଙ୍କରେ ସାଂସ୍କୃତିକ, ରାଜନୈତିକ, ସାମାଜିକ କାର୍ଯ୍ୟକ୍ରମର ପେଣ୍ଠସ୍ଥଳୀ ଥିଲା ପୂର୍ବୋଦୟ । ବଙ୍ଗ ଜିତିବା ପରେ ଏହା ଆହୁରି ସହାୟକ ହେବ । ବେଙ୍ଗଲ ଆମ ପଡ଼ୋଶୀ । ଲକ୍ଷାଧିକ ଓଡ଼ିଆ ଲୋକ ଅଛନ୍ତି। ସମସ୍ତଙ୍କ ବ୍ୟକ୍ତିଗତ ସମ୍ପର୍କ ଅଛି । ବହୁ ଲୋକ ଲାଗିଥିଲେ । ଏହି ବିଜୟ ପଶ୍ଚିମବଙ୍ଗ ଜନତାଙ୍କର । ସେମାନଙ୍କୁ ବିଶେଷ ଧନ୍ୟବାଦ୍," କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।



ମନମୋହନ ପୁଣି କହିଛନ୍ତି, ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ହୀନମନ୍ୟତା ଯୋଗୁ ରାଜନୈତିକ ବିବାଦ ଉପୁଜିଥିଲା । ଏବେ ଏହାର ସମାଧାନ ହେବ । ଭଲ ସମ୍ପର୍କ ସ୍ଥାପନ ହେବ । କିଛି ଲୋକ ଥାଆନ୍ତି ସେମାନେ ସମ୍ପର୍କ ରଖିବାକୁ ଚାହାଁନ୍ତି ନାହିଁ। ବଙ୍ଗରେ ବିଜେପି ସରକାର ଆସିବା ପରେ ଭଲ ସମ୍ପର୍କ ସ୍ଥାପନ ହେବ । ବିବାଦ କିଛି ନଥିଲା, ଯାହା ଥିଲା ତାହା ସମାଧାନ ହେବ ।

ଏହା ବି ପଢନ୍ତୁ- ବେଙ୍ଗଲ, ଆସାମ, ପୁଡୁଚେରୀରେ ବିଜେପି, କେରଳମରେ ୟୁଡିଏଫ୍ କୁ ବହୁମତ, ତାମିଲନାଡୁରେ ବିଜୟ ନଂ-1


ଇଟିଭି ଭାରତ, ଭୁବନେଶ୍ୱର

Last Updated : May 5, 2026 at 10:58 PM IST