ETV Bharat / politics

ହାତ ଧରିଲେ ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା

ହାଁସଦାଙ୍କ ସହ ଶତାଧିକ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । ରିପୋର୍ଟ-ସଞ୍ଜୀବ ରାୟ

Ramachandra Hansda joins congress
ହାତ ଧରିଲେ ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା (ETV Bharat Odisha)
author img

By ETV Bharat Odisha Team

Published : September 1, 2026 at 7:39 AM IST

2 Min Read
Choose ETV Bharat

Ramachandra Hansada joins Congress, ଭୁବନେଶ୍ୱର: ରାମଚନ୍ଦ୍ର ହାଁସଦାଙ୍କ ଯୋଗଦାନ କେବଳ ଜଣେ ନେତାଙ୍କ ଦଳବଦଳ ନୁହେଁ, ମୟୂରଭଞ୍ଜରେ ଆଦିବାସୀ ଭୋଟ୍ ବ୍ୟାଙ୍କକୁ ନେଇ କଂଗ୍ରେସର ନୂଆ ପୁନର୍ଗଠନର ଆରମ୍ଭ । ମୟୂରଭଞ୍ଜରେ ଦୁର୍ବଳ ହୋଇପଡ଼ିଥିବା କଂଗ୍ରେସ ସଂଗଠନକୁ ନୂଆ ଶକ୍ତି ଦେବାକୁ ଦଳର ବଡ଼ ରାଜନୈତିକ ପଦକ୍ଷେପ । ସୋମବାର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ଏବେ ମୟୂରଭଞ୍ଜ ରାଜନୀତିରେ ଚର୍ଚ୍ଚା ଜୋରଦାର । ହାଁସଦାଙ୍କ ସହ ଶତାଧିକ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଓପିସିସି ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇଙ୍କ ଉପସ୍ଥିତିରେ ହୋଇଛି ଏହି ମିଶ୍ରଣ ପର୍ବ । ତେବେ ଏହା କେବଳ ଏକ ମିଶ୍ରଣ ପର୍ବ ନା ମୟୂରଭଞ୍ଜରେ କଂଗ୍ରେସର ନୂଆ ରାଜନୈତିକ ରଣନୀତିର ଆରମ୍ଭ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ହାଁସଦାଙ୍କ ସହ ଶତାଧିକ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି ।
ହାଁସଦାଙ୍କ ସହ ଶତାଧିକ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । (ETV BHARAT ODISHA)

ମୟୂରଭଞ୍ଜ ହେଉଛି ଆଦିବାସୀ ରାଜନୀତିର ଏକ ବଡ଼ କେନ୍ଦ୍ର । ଆଉ ରାମଚନ୍ଦ୍ର ହାଁସଦା ନିଜେ ଜଣେ ଆଦିବାସୀ ନେତା । ତେଣୁ ତାଙ୍କୁ ଦଳରେ ସାମିଲ କରି କଂଗ୍ରେସ କେବଳ ଜଣେ ପୁରୁଣା ନେତାଙ୍କୁ ଫେରାଇ ଆଣିନାହିଁ ବରଂ ଆଦିବାସୀ ଅଞ୍ଚଳରେ ନିଜର ରାଜନୈତିକ ଭିତ୍ତିକୁ ପୁଣି ମଜବୁତ କରିବାର ସଙ୍କେତ ଦେଇଛି । ହାଁସଦା ମଧ୍ୟ ନିଜ ଅଭିଭାଷଣରେ, ମୟୂରଭଞ୍ଜର ଆଦିବାସୀ ଓ ଦଳିତଙ୍କ ଅଧିକାର ପ୍ରସଙ୍ଗ ଉଠାଇଛନ୍ତି । ଉତ୍ତର ଓଡ଼ିଶାର ବିକାଶ ପ୍ରସଙ୍ଗରେ ପୂର୍ବତନ ସରକାରକୁ ଟାର୍ଗେଟ କରିବା ସହ କଂଗ୍ରେସ ହିଁ ମୟୂରଭଞ୍ଜବାସୀଙ୍କ ବିକାଶ ଓ ସ୍ୱାଭିମାନ ପାଇଁ ଲଢ଼ିପାରିବ ବୋଲି ସେ ଦାବି କରିଛନ୍ତି ।

ଭକ୍ତ ଦାସଙ୍କ ନେତୃତ୍ୱରେ ମୟୂରଭଞ୍ଜରେ କଂଗ୍ରେସର ବାନା ଉଡ଼ାଇବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହାଁସଦା । କଂଗ୍ରେସ ରାଜ୍ୟ ପ୍ରଭାରୀ ଲାଲଜୀ ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ।

କଂଗ୍ରେସରେ ସାମିଲ ହେବା ପରେ ପୂର୍ବତନ ସାଂସଦ କହିଛନ୍ତି ‘‘ମୋର ସହଯୋଗୀ ଏବଂ ମୋତେ ଉତ୍ସାହର ସହ କଂଗ୍ରେସ ସ୍ୱାଗତ କରିଥିବାରୁ ଧନ୍ୟବାଦ ଦେଉଛି । ପୂର୍ବରୁ ମୁଁ ଅଧିବାସୀଙ୍କ ହକ୍ ପାଇଁ ଲଢ଼େଇ କରୁଥିଲି, ଆଗକୁ ମଧ୍ୟ ଲଢ଼େଇ କରିଵି । କଂଗ୍ରେସ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ । ମୋ ଚିନ୍ତାଧାରା କଂଗ୍ରେସ ଦଳର ଚିନ୍ତାଧାରା ସହ ସମାନ । ମୟୂରଭଞ୍ଜରେ କଂଗ୍ରେସକୁ ଅଧିକ ମଝଭୁତ କରିବା ଏବଂ ପିସିସି ସଭାପତିଙ୍କ ହାତ ମୁଠାକୁ ଅଧିକ ମଝଭୁତ କରିବା ଆମର ଲକ୍ଷ୍ୟ ’’।

ସେପଟେ ଲାଲଜୀ ଦେଶାଇ ମଧ୍ୟ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ଅଧିକାରକୁ ନେଇ ଲଢ଼େଇର ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ମୟୂରଭଞ୍ଜରେ ବଡ଼ ରାଜନୈତିକ ପରିବର୍ତନ ହେବ । କଂଗ୍ରେସ ଦଳ ଅଧିକ ମଝଭୁତ ହେବା ସହ କ୍ରିୟାଶୀଳ ହେବ ।


MMDR ସଂଶୋଧନ ଆଇନକୁ ନେଇ ମଧ୍ୟ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ହାଁସଦା କହିଛନ୍ତି । “ଏହା ଅୟମାରମ୍ଭ ମାତ୍ର, ଆଗକୁ ଜାଗରଣ ସୃଷ୍ଟି ହେବ” । ତେବେ ପ୍ରଶ୍ନ ହେଉଛି ମୟୂରଭଞ୍ଜରେ ଯେଉଁଠି କଂଗ୍ରେସର ସଂଗଠନ ଆଜି ତୁଳନାତ୍ମକ ଭାବେ ଦୁର୍ବଳ, ସେଠାରେ ହାଁସଦାଙ୍କ ଆଗମନ କେତେ ବଡ଼ ପରିବର୍ତ୍ତନ ଆଣିପାରିବ? କଂଗ୍ରେସ ପାଇଁ ଏହା କେବଳ ନେତା ଯୋଗଦାନର ଖବର ନୁହେଁ ହରାଇଥିବା ଆଦିବାସୀ ରାଜନୈତିକ ଭିତ୍ତିକୁ ପୁଣି ଦଖଲ କରିବାର ଚେଷ୍ଟା । ହାଁସଦାଙ୍କ ଅଭିଜ୍ଞତା, ଆଦିବାସୀ ଅଞ୍ଚଳରେ ତାଙ୍କ ପ୍ରଭାବ ଏବଂ ଶତାଧିକ ସମର୍ଥକଙ୍କ ଯୋଗଦାନକୁ କଂଗ୍ରେସ କେତେ ଦୂର ସଂଗଠନରେ ପରିଣତ କରିପାରୁଛି,ତାହା ହିଁ ଆଗାମୀ ଦିନର ବଡ଼ ପରୀକ୍ଷା ।

ଏହା ମଧ୍ୟ ପଢ଼ନ୍ତୁ- MMDR ବିବାଦକୁ ନେଇ ଭକ୍ତଙ୍କ ଖୋଲା ଚ୍ୟାଲେଞ୍ଜ-'ଆସନ୍ତୁ, ମୁହାଁମୁହିଁ ବିତର୍କ କରିବା'

ଏହା ମଧ୍ୟ ପଢ଼ନ୍ତୁ- ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ନା ବିଜେପି ରିଲିଫ୍ ଫଣ୍ଡ ? ବନ୍ୟା ରିଲିଫ୍ ବଣ୍ଟନକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ

ଇଟିଭି ଭାରତ, ଭୁବନେଶ୍ୱର