ETV Bharat / politics

କିଏ ନେବ ଚତୁର୍ଥ ଆସନ ? ରାଜନୈତିକ କସରତ ଭିତରେ କଂଗ୍ରେସ କିଣିଲା ପ୍ରାର୍ଥୀ ପତ୍ର, 3 ସେଟ୍ ଫର୍ମ ନେଲେ ବିଧାୟକ ସତ୍ୟଜିତ ଗମାଙ୍ଗ

ରାଜ୍ୟସଭା ପାଇଁ ନୋମିନେସନ ଫର୍ମ ନେଲା କଂଗ୍ରେସ । ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ପାର୍ଥୀ ଦେବ କଂଗ୍ରେସ !

Rajya Sabha election 2026  Congress MLA Satyajeet Gomango collected three sets of nomination papers
ରାଜ୍ୟସଭା ପାଇଁ ନୋମିନେସନ ଫର୍ମ ନେଲା କଂଗ୍ରେସ (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 7:30 PM IST

2 Min Read
Choose ETV Bharat

ଭୁବନେଶ୍ୱର: ରାଜ୍ୟସଭା ପାଇଁ 5 ଜଣ ପ୍ରାର୍ଥୀଙ୍କ ନାଁ ନେଇ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ହାଇକମାଣ୍ଡ ସହ ଆଲୋଚନା କରିବେ ବୋଲି କହିଛନ୍ତି ଭକ୍ତ । ହାଇକମାଣ୍ଡଙ୍କ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ଦଳ ନିଷ୍ପତ୍ତି ନେବ । ଓଡ଼ିଶାର ଜଣେ ପ୍ରତିଭାବାନ ବ୍ୟକ୍ତି ସ୍ୱାଧୀନ ଭାବେ ଛିଡା ହେବା ଆବଶ୍ୟକ । ବିଜେଡି ଯଦି ସେଭଳି ବ୍ୟକ୍ତିଙ୍କୁ ସାମନାକୁ ଆଣେ କଂଗ୍ରେସର ସମସ୍ୟା ନାହିଁ ବୋଲି ଭକ୍ତ କହିଛନ୍ତି । ରାଜ୍ୟସଭା ପାଇଁ ରାଜନୈତିକ କସରତ ଭିତରେ ଆଜି କଂଗ୍ରେସ ପକ୍ଷରୁ 3 ସେଟ ପ୍ରାର୍ଥୀ ପତ୍ର ସଂଗ୍ରହ ହୋଇଛି ।

ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଭକ୍ତଙ୍କ ନୂଆଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ରାଜ୍ୟସଭା ନିର୍ବାଚନ ଓ ପ୍ରାର୍ଥୀ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ ଭକ୍ତ ନିଜେ କହିଛନ୍ତି । ସଂଖ୍ୟା ନଥିବା ବେଳେ ଦଳ କେଉଁ ଭୂମିକା ଗ୍ରହଣ କରିବ ସେନେଇ ସେ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, "ଚତୁର୍ଥ ଆସନ ପାଇଁ ଓଡିଶାର ଜଣେ ସୁନାମଧନ୍ୟ ବ୍ୟକ୍ତି ସ୍ୱାଧୀନ ଭାବେ ରାଜ୍ୟସଭା ଗଲେ ଭଲ ହୁଅନ୍ତା । ରାଜ୍ୟର ଜଣେ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିତ୍ୱଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ କରି ପ୍ରାର୍ଥୀ କଲେ ଭଲ ହେବ । ରାଜ୍ୟସଭାରେ ରାଜ୍ୟର ସ୍ୱାର୍ଥ ପାଇଁ ସେ ଲଢେଇ କରିପାରିବ, ସେଭଳି ପ୍ରାର୍ଥୀ ହେଲେ ଭଲ କଥା । ଓଡ଼ିଶାବାସୀ ଖୁସି ହେବେ ।"

ରାଜ୍ୟସଭା ପାଇଁ ନୋମିନେସନ ଫର୍ମ ନେଲା କଂଗ୍ରେସ (ETV Bharat Odisha)



ଭକ୍ତ ଆହୁରି ମଧ୍ୟ କହିଛନ୍ତି, "ଆମ ନଜରରେ ବି ଭଲ ପ୍ରାର୍ଥୀ ଅଛନ୍ତି । କିନ୍ତୁ କିଏ ପ୍ରାର୍ଥୀ ହେବେ, ତାହା କଂଗ୍ରେସ ଦଳର ହାଇକମାଣ୍ଡ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ । ଅର୍ଥନୀତି ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାୟ ମଧ୍ୟ ଜଣେ ଜଣାଶୁଣା ବ୍ୟକ୍ତି । ପୁରୀ ଜିଲ୍ଲାର ଲଳିତ ମାନସିଂହ, ଯିଏ କବି ମାୟାଧର ମାନସିଂହଙ୍କ ଯୋଗ୍ୟ ପୁଅ । ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଯିଏ ବିଶ୍ଵର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ୟୁରୋଲୋଜି ଡାକ୍ତର ଦତ୍ତେସ୍ୱର ହୋତା ମଧ୍ୟ ଭଳି ବିଭିନ୍ନ ଦିଗରୁ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ନାଁ ରହିଛି । ଏଭଳି ଲୋକ ପ୍ରାର୍ଥୀ ହେଲେ ସମର୍ଥନ କରିବାରେ କଂଗ୍ରେସର ଅସୁବିଧା ହେବା କଥା ନୁହେଁ । ଆମ ନିଷ୍ପତ୍ତି ଆମ ହାଇକମାଣ୍ଡ କରିବେ । ଏହା ସହ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁ ମଧ୍ୟ ଚିନ୍ତା କରାଯାଇପାରେ । ଆଉ କିଛି ନାଁ ଆସିଛି ଆମେ ତର୍ଜମା କରିନାହୁଁ ।"



ଭକ୍ତ ଏହା ମଧ୍ୟ କହିଛନ୍ତି, "କଂଗ୍ରେସର ଶୀର୍ଷ ନେତୃତ୍ୱ ବିଜେଡି ସହିତ ଆଲୋଚନା କରିଥାଇପାରନ୍ତି । କିନ୍ତୁ ମୋ ନଜରରେ ନାହିଁ । ଆମକୁ ଘୋଡ଼ା ବେପାର ବନ୍ଦ କରିବା ଦରକାର । ବିଜେପିକୁ ଅଟକାଇବା ପାଇଁ ନୁହେଁ ରାଜନୀତିରେ ଆମେ ଘୋଡ଼ା ବେପାର ବନ୍ଦ କରିବା ଦରକାର । ବିଜୁ ଜନତା ଦଳ ସମଦୂରତା ରକ୍ଷା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ପ୍ରସଙ୍ଗ ଭିର୍ତ୍ତିକ ରାଜନୀତି ହୋଇପାରିବ । ପ୍ରସଙ୍ଗ ଭିର୍ତ୍ତିକ ରାଜନୀତିରେ ଅସୁବିଧା କିଛି ନାହିଁ । ବିଜେଡି ଚାଷୀ ପ୍ରସଙ୍ଗରେ ଆନ୍ଦୋଳନ କରୁଛି । କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଧରିଛି । କେନ୍ଦ୍ରାପଡା ପ୍ରସଙ୍ଗରେ ଉଭୟ ଦଳର ଆଭିମୁଖ୍ୟ ଏକ । ରାଜ୍ୟରେ ମହିଳା ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଏକ ହୋଇଛନ୍ତି । ପ୍ରସଙ୍ଗ ଭିର୍ତ୍ତିକ ରାଜନୀତି ହେଲେ ବିରୋଧୀ ସଶକ୍ତ ହେବେ । ଶାସକ ରାସ୍ତାରେ ପଡିବ ।"



ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର କିଣିଛି କଂଗ୍ରେସ । ଚତୁର୍ଥ ସିଟ ପାଇଁ ପ୍ରାର୍ଥୀ ପତ୍ର ସଂଗ୍ରହ କରିଛି କଂଗ୍ରେସ । ବିଧାନସଭା ଆସି ପ୍ରାର୍ଥୀ ପତ୍ର କିଣିଛନ୍ତି କଂଗ୍ରେସର ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ । ନିର୍ବାଚନ ଅଧିକାରୀଙ୍କ ଠାରୁ 3 ସେଟ ପ୍ରାର୍ଥୀପତ୍ର କିଣିଛି କଂଗ୍ରେସ ।

କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ କହିଛନ୍ତି, "ଜିତିବା ପାଇଁ ସର୍ବ ଭାରତୀୟ କଂଗ୍ରେସ କମିଟି ଓ ପିସିସି ସଭାପତି କରିଛନ୍ତି ରଣନୀତି ।" ଚତୁର୍ଥ ଆସନ କାହାକୁ ଯିବ ତାକୁ ନେଇ ବଢ଼ିଲାଣି କଳ୍ପନାଜଳ୍ପନା । ଗତକାଲି ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର 6 ସେଟ ଫର୍ମ କିଣିଛନ୍ତି । ଯାହାକୁ ନେଇ ନାନା ଆକଳନ କରାଯାଉଛି । ଏପଟେ ବିଜେପି ପକ୍ଷରୁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ କସରତ ଚାଲିଛି ।


ଏହା ବି ପଢନ୍ତୁ-ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶା ସମେତ 10 ରାଜ୍ୟର ୩୭ ଆସନରେ ଭୋଟ୍


ଇଟିଭି ଭାରତ, ଭୁବନେଶ୍ୱର