ETV Bharat / politics

ହାଇକୋର୍ଟରେ ଉପ-ମୁଖ୍ୟମନ୍ତ୍ରୀ ପଦର ବୈଧତାକୁ ଚ୍ୟାଲେଞ୍ଜ ପ୍ରସଙ୍ଗ; ଶୁଣାଣି ଶେଷ, ରାୟ ସଂରକ୍ଷିତ

ଆବେଦନଟି ବିନା ପ୍ରାପ୍ତ ଆଇନଗତ ଗବେଷଣାରେ କରାଯାଇଥିବାରୁ ଏହା ଗ୍ରହଣଯୋଗ୍ୟ ନୁହେଁ କହିଲେ ଆଡଭୋକେଟ ଜେନେରାଲ । ରିପୋର୍ଟ: ନାରାୟଣ ସାହୁ

Orissa High Court Public Interest Litigation constitutional validity of appointing two Deputy Chief Ministers
ହାଇକୋର୍ଟରେ ଉପ-ମୁଖ୍ୟମନ୍ତ୍ରୀ ପଦର ବୈଧତାକୁ ଚ୍ୟାଲେଞ୍ଜ ପ୍ରସଙ୍ଗ; ଶୁଣାଣି ଶେଷ, ରାୟ ସଂରକ୍ଷିତ (ETV Bharat Odisha)
author img

By ETV Bharat Odisha Team

Published : September 1, 2026 at 7:10 AM IST

1 Min Read
Choose ETV Bharat

କଟକ: ରାଜ୍ୟରେ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଡିଭିଜନ ବେଞ୍ଚରେ ଶେଷ ହୋଇଛି । ଅଦାଲତ ଉଭୟ ପକ୍ଷର ଯୁକ୍ତି ଶୁଣାଣି ଶେଷ କରିବା ସହ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ।

ମାମଲା ପ୍ରତ୍ୟାଖ୍ୟାନ କରିବାକୁ କୋର୍ଟଙ୍କ ନିକଟରେ ଦାବି କରି ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର କ୍ୟାବିନେଟରେ ଉପପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ରହିବା କୌଣସି ଅସାମ୍ବିଧାନିକ ବିଷୟ ନୁହେଁ ।



ମନ୍ତ୍ରୀପରିଷଦ ମଧ୍ୟରେ କାର୍ଯ୍ୟ ବଣ୍ଟନ କରିବା ସମ୍ପୂର୍ଣ୍ଣ ରୂପେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଧୀନ ଅଧିକାର । ମାମଲା ପରିଚାଳନା ସମୟରେ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, କେନ୍ଦ୍ର କ୍ୟାବିନେଟରେ ଉପ-ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପଦବୀ ରହିବା କୌଣସି ନୂଆ କଥା ନୁହେଁ । ବିଶେଷ କରି ପୂର୍ବରୁ ୧୯୯୫ ମସିହାରେ ଓଡ଼ିଶାରେ ମଧ୍ୟ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିଥିବା ନେଇ ସେ ସର୍ବୋଚ୍ଚ ଅଦାଲତଙ୍କ ବିଭିନ୍ନ ରାୟ ଓ ଐତିହାସିକ ତଥ୍ୟର ନଜିର ଦେଇଥିଲେ ।


ଏହି ଆବେଦନଟି ବିନା ପ୍ରାପ୍ତ ଆଇନଗତ ଗବେଷଣାରେ କରାଯାଇଥିବାରୁ ଏହା ଗ୍ରହଣଯୋଗ୍ୟ ନୁହେଁ ଏବଂ ଜରିମାନା ସହ ଖାରଜ କରାଯିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି ।

ଏତଦ୍‌ବ୍ୟତୀତ, ହାଇକୋର୍ଟଙ୍କ ଜନସ୍ୱାର୍ଥ ମାମଲା ସମ୍ପର୍କିତ ନିୟମାବଳୀର ନିୟମ ୮ ଓ ୯ ଅନୁଯାୟୀ କୋର୍ଟକୁ ଆସିବା ପୂର୍ବରୁ ଆବେଦନକାରୀ ଆବଶ୍ୟକୀୟ ପ୍ରତିନିଧିତ୍ୱଦେବା କଥା । ମାମଲାଟି ଅନାବଶ୍ୟକ ଓ ଭିତ୍ତିହୀନ ହୋଇଥିବାରୁ ଏହା ଦଣ୍ଡନୀୟ ବୋଲି ଆଡଭୋକେଟ ଜେନେରାଲ (AG) ଦର୍ଶାଇଥିଲେ ।

ଏହା ବି ପଢନ୍ତୁ- ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଏପଟେ ଆଜି ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଆଶ୍ଵସ୍ତି ମିଳିଛି । ବିକ୍ରମ ପଣ୍ଡାଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଜାମିନ ଦେବା ସମୟରେ ନିମ୍ନ ଅଦାଲତ ଆବଶ୍ୟକ ମୁତାବକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।


ଇଟିଭି ଭାରତ, କଟକ