ETV Bharat / politics

ଜେନ୍‌-ଜିଙ୍କ ଆନ୍ଦୋଳନରେ ମୁଣ୍ଡ ନୁଆଁଇଲା ବିଜେପି ସରକାର ! ଓଡ଼ିଶାରେ ଆଗକୁ ବଡ଼ ବିପ୍ଳବ କହିଲେ ବିରୋଧୀ

ଜେନ୍ ଜି କଂଗ୍ରେସ ସହିତ ରହିବେ । ଦେଶ ଏବେ ପରିବର୍ତ୍ତନ ଅଭିମୁଖୀ ହୋଇଛି କହିଲେ ପିସିସି ସଭାପତି । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

ZEN Z MOVEMENT
ଜେନ୍‌-ଜିଙ୍କ ଆନ୍ଦୋଳନରେ ମୁଣ୍ଡ ନୁଆଁଇଲା ବିଜେପି ସରକାର ! (ETV Bharat Odisha)
author img

By ETV Bharat Odisha Team

Published : August 4, 2026 at 10:37 PM IST

3 Min Read
Choose ETV Bharat

ଭୁବନେଶ୍ୱର: ବିହାର ବାଙ୍କୀପୁର ବିଧାନସଭା ଉପ-ନିର୍ବାଚନ ଫଳାଫଳ ପରେ ଏହାକୁ ନେଇ ଓଡିଶାରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି l ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ କହିଛନ୍ତି ଜେନ୍‌-ଜି ବିଜେପି ଉପରେ ଭାରୀ ପଡିବ l ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସୁଛି l ଏହି ନିର୍ବାଚନରେ ଜେନ୍‌-ଜିଙ୍କ ମୁଖ୍ୟ ଭୂମିକା ରହିବ । ଏପଟେ ଜବାବ ରଖିଛି ବିଜେପି ।

ଓଡିଶାରେ ଜେନ୍‌-ଜିଙ୍କ ପ୍ରଭାବ-

ସାରା ଭାରତବର୍ଷରେ ଜେନ୍‌-ଜିଙ୍କ ଆନ୍ଦୋଳନ ବିଜେପି ସରକାରକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ବାଙ୍କୀପୁର ନିର୍ବାଚନ ସୂଚାଉଛି ଯେ ବିରାଟ ରାଜନୈତିକ ପରିବର୍ତ୍ତନ ଆଡ଼କୁ ଯାଉଛି । ବାଙ୍କୀପୁର୍ ନିର୍ବାଚନ ଫଳାଫଳ ପରେ ଏହାକୁ ନେଇ ବିରୋଧୀ କହିଛନ୍ତି ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସୁଛି l ଏହି ନିର୍ବାଚନରେ ଜେନ୍‌-ଜିଙ୍କ ମୁଖ୍ୟ ଭୂମିକା ରହିବ l ବିଜେପିକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ l ଦିଲ୍ଲୀରେ ବିଜେପିର ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବୈଠକ କରିସାରିଛନ୍ତି l ଜେନ୍‌-ଜିଙ୍କ ପ୍ରଭାବ ଓଡିଶା ସରକାର ପାଇଁ କାଳ ସାଜିପାରେ କହିଛନ୍ତି ବିରୋଧୀ l

ଦେଶରେ ବିପ୍ଳବ ଆରମ୍ଭ ହୋଇଛି-

ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି, ଏବେ ଲୋକଙ୍କ ଚିନ୍ତାଧାରା ବଦଳିଛି । ଏ ଦେଶରେ ବିପ୍ଳବ ଆରମ୍ଭ ହୋଇଛି । ପରିଣତି ଭୟଙ୍କର ହେବ । ଏବେ ଆଉ ପରିଚୟରେ ରାଜନୀତି ନୁହେଁ । ଆକାଂକ୍ଷାର ରାଜନୀତି ହେବ।
ଗତକାଲି ବିହାର ଉପନିର୍ବାଚନରେ ପରାସ୍ତ ହେବା ସାରା ଦେଶକୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଉଛି । ସେଠାରେ ମାତ୍ର 34 ପ୍ରତିଶତ ଭୋଟ ହେଲା । ଲୋକ କାହିଁକି ଭୋଟ ଦେବାକୁ ଆସିଲେନି । ସେଥିରେ ମଧ୍ୟ ପ୍ରଶାନ୍ତ କିଶୋର 20 ହଜାରରେ ଜିତିଲେ । ଏହା ଦର୍ଶାଉଛି ଲୋକ ବିମୁଖ ଅଛନ୍ତି । ବିଜେପି ଉପରୁ ଲୋକଙ୍କ ଭରସା କମୁଛି । ଜେନ୍ ଜି ଏବେ ବିଜେପିକୁ ଭୋଟ ଦେବାକୁ ଚାହୁଁ ନାହାନ୍ତି । ଏହାର ପ୍ରତିଫଳନ ଏହି ଉପନିର୍ବାଚନରେ ଦେଖିବାକୁ ମିଳୁଛି ।

ଅରୁଣ ସାହୁ ପୁଣି କହିଛନ୍ତି, "ଜେନ ଜି କହୁଛି ଆମକୁ ଚାକିରୀ କିଏ ଦେବ । ବିହାରରେ ଲୋକ ଜେଡୟୁ, ଆରଜେଡିକୁ ଛାଡିଲେ । ଲୋକ ନୂଆ ବିକଳ୍ପ ଚାହୁଁଛନ୍ତି । ଏବେ ଲୋକଙ୍କ ଚିନ୍ତାଧାରା ବଦଳିଛି । ଏ ଦେଶରେ ବିପ୍ଳବ ଆରମ୍ଭ ହୋଇଛି । ପରିଣତି ଭୟଙ୍କର ହେବ । ଆଜି କେହି ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ସବୁ ରାଜନୈତିକ ଦଳକୁ ମୁଁ ଆହ୍ୱାନ କରୁଛି । ଏବେ ଆଉ ପରିଚୟର ରାଜନୀତି ନୁହେଁ, ଆକାଂକ୍ଷାର ରାଜନୀତି ହେବ । ରାଜ୍ୟ ବିଜେପି ଯଦି କହୁଛି ପଞ୍ଚାୟତ ନିର୍ବାଚନରେ ଏହାର ପଡିବ ନାହିଁ । ତାହାଲେ ସେମାନେ ଭୁଲ କହୁଛନ୍ତି। ସେମାନେ ଟ୍ରାଡିସନାଲ ରାଜନୀତି କରୁଛନ୍ତି । ଯାହାକି ତାଙ୍କୁ ଭାରି ପଡିବ ।"

ଦେଶ ପରିବର୍ତ୍ତନ ଅଭିମୁଖୀ-
ସେପଟେ ପିସିସି ସଭାପତି କହିଛନ୍ତି, ଦେଶ ପରିବର୍ତ୍ତନ ଅଭିମୁଖୀ ହୋଇଛି l ଓଡ଼ିଶାରେ ଆଗକୁ ବଡ଼ ବିପ୍ଳବ ହେବ l କଂଗ୍ରେସ ପାଇଁ ୨୦୨୯ରେ ସମ୍ଭାବନା ସୃଷ୍ଟି ହେଉଛି । ଜେନ୍ ଜି କଂଗ୍ରେସ ସହିତ ରହିବେ । ଦେଶ ଏବେ ପରିବର୍ତ୍ତନ ଅଭିମୁଖୀ ହୋଇଛି । ଜେନ୍ ଜିଙ୍କ ଆନ୍ଦୋଳନ ଓ ରାହୁଲ ଗାନ୍ଧୀଙ୍କ କଡ଼ା ଷ୍ଟାଣ୍ଡ ସମସ୍ତେ ଦେଖିଛନ୍ତି। ବିଜେପିକୁ ଲୋକ ରିଜେକ୍ଟ କରୁଛନ୍ତି । ବର୍ତ୍ତମାନ ଲୋକ ନୂତନତ୍ବ ଆଡ଼କୁ ଯାଉଛନ୍ତି । ଏହା ଆଗକୁ ଆହୁରି ବ୍ୟାପକ ହେବ ।

"ଓଡ଼ିଶା ସରକାରକୁ ଲୋକେ 2 ବର୍ଷରେ ରିଜେକ୍ଟ କଲେଣି । ସବୁ କ୍ଷେତ୍ରରେ ସରକାର ବିଫଳ । ଓଡ଼ିଶାରେ ଆଗକୁ ବଡ଼ ବିପ୍ଳବ ହେବ । ଏହି ଉପନିର୍ବାଚନରେ ଏହା ସ୍ପଷ୍ଟ ହୋଇଛି । ଜଗାରଣ ଯେତେବେଳେ ହୁଏ, ଲୋକ ସରକାରଙ୍କୁ ଘେରନ୍ତି । ସେତେବେଳେ ସରକାର ଯେତେ ରଣନୀତି କଲେ ମଧ୍ୟ କାମ ଦେବ ନାହିଁ । 2014 ନିର୍ବାଚନରେ ବିଜେପି ଜେନ୍ ଜିଙ୍କ ପାଇଁ ଯେଉଁ ପ୍ରତିଶୃତି ଦେଇଥିଲା ତାକୁ ଭୁଲି ଯାଇଛନ୍ତି । ପ୍ରତାରଣା କରିଛନ୍ତି। ଯେଉଁ ଅବହେଳା କରିଛନ୍ତି ତାର ପରିଣାମ ହେଉଛି ଜେନ୍ ଜି ଆନ୍ଦୋଳନ । କଂଗ୍ରେସ ପାଇଁ ୨୦୨୯ରେ ସମ୍ଭାବନା ସୃଷ୍ଟି ହେଉଛି । ଆମେ ସେଥିପାଇଁ ଚେଷ୍ଟା କରୁଛୁ," କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

ଡବଲ ଇଂଜିନ ସରକାରରେ ଜେନ ଜିଙ୍କ ପାଇଁ ଅନେକ ପଦକ୍ଷେପ-

ତେବେ ଏହାକୁ ନେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ରାଷ୍ଟ୍ର ବିରୋଧୀ ଏବଂ ଦେଶ ବିରୋଧୀ ତତ୍ୱ ଜେନ ଜି ନାମରେ ବିରୋଧ ପ୍ରଦର୍ଶନ କରି ଦେଶବାସୀଙ୍କୁ ଠକିଲେ l ଓଡିଶାର ଜେନ ଜି ମାନେ ପ୍ରଗତିଶୀଳ, ଓଡିଶାକୁ ଆଗକୁ ନେବା ପାଇଁ ସେମାନେ ଦୃଢ ପରିକର l ଡବଲ ଇଂଜିନ ସରକାରରେ ଜେନ ଜିଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି l ଶିକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ରରେ ଅନ୍ୟ ସାମାଜିକ କ୍ଷେତ୍ରରେ ପଦକ୍ଷେପ ନିଆଯାଇଛି, ସେଥିରେ ଓଡିଶାର ଜେନ ଜିମାନେ ରାଜ୍ୟ ସରକାରଙ୍କ ଉପରେ ଖୁସି ଅଛନ୍ତି l ଆଗାମୀ ପଂଚାୟତ ନିର୍ବାଚନରେ ଓଡିଶାର ଜେନ ଜି ଓଡିଶା ସରକାରଙ୍କ ସହିତ ଏବଂ ଡବଲ ଇଂଜିନ ସରକାର ସହିତ ରହିବେ l

"ଆଗାମୀ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଦେଖି ଭୋଟ ଦେବେ l ପଞ୍ଚାୟତରେ କୃଷକ, ଯୁବ, ମହିଳା ସବୁ କ୍ଷେତ୍ର ପାଇଁ କାର୍ଯ୍ୟ କରିଛନ୍ତି l ଓଡିଶାର ଜେନ ଜି ରାଷ୍ଟ୍ର ବିରୋଧୀ ଏବଂ ଦେଶ ବିରୋଧୀଙ୍କ ସହିତ ଏକମତ ହେବେ ନାହିଁ l ଜେନ ଜିଙ୍କ ମାଧ୍ୟମରେ ଜେନ ଜିଙ୍କୁ ପଥଭ୍ରଷ୍ଟ କରିବା ପାଇଁ, ଜେନ ଜିଙ୍କ ଭିତରେ ରାଷ୍ଟ୍ର ବିରୋଧୀ ତତ୍ୱ ଭରିଛନ୍ତି ବିରୋଧୀ l ଓଡିଶାର ଜେନ ଜି ସେଭଳି ନୁହଁନ୍ତି," କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।

ଏହା ବି ପଢନ୍ତୁ-ଉପ ନିର୍ବାଚନ ଫଳାଫଳ: ବାଙ୍କିପୁରରୁ ୧୯,୩୨୪ ଭୋଟରେ ପ୍ରଶାନ୍ତ କିଶୋର ବିଜୟୀ; ଦତିଆରୁ କଂଗ୍ରେସ ଓ ମଞ୍ଜଲପୁରରୁ ଜିତିଲା ବିଜେପି

ଇଟିଭି ଭାରତ, ଭୁବନେଶ୍ୱର