ETV Bharat / politics

ସରଗରମ ତାମିଲନାଡୁ ରାଜନୀତି; DMKରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ୍

ବିଧାନସଭା ନିର୍ବାଚନ ପୂର୍ବରୁ ଉଷ୍ଣ ହେଉଛି ତାମିଲନାଡୁ ରାଜନୀତି । ଆଜି ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପନ୍ନିରସେଲଭମ୍ ।

former cm of tamil nadu Panneerselvam joins DMK
ଡିଏମକେରେ ସାମିଲ ହେଲେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମ (File/ETV Bharat)
author img

By ETV Bharat Odisha Team

Published : February 27, 2026 at 1:45 PM IST

1 Min Read
Choose ETV Bharat

ଚେନ୍ନାଇ: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତି ସରଗରମ । ଡିଏମକେରେ ସାମିଲ ହୋଇଛନ୍ତି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପନ୍ନିରସେଲଭମ୍ । ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଉପସ୍ଥିତିରେ ଚେନ୍ନାଇ ସ୍ଥିତି ଦଳୀୟ ମୁଖ୍ୟାଳୟ ଡିଏମକେରେ ଯୋଗ ଦେଇଛନ୍ତି ।

3 ଥରର ମୁଖ୍ୟମନ୍ତ୍ରୀ:

ଏଆଇଏଡିଏମକେର ପୂର୍ବତନ ସାଧାରଣ ସମ୍ପାଦକ ସ୍ବର୍ଗତ ଜୟଲଳିତାଙ୍କ ମୃତ୍ୟୁ ପରେ, ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଦଳ ଅନେକ ଗୋଷ୍ଠୀରେ ଭାଗ ଭାଗ ହୋଇଥିଲା । ମୁଖ୍ୟତଃ ବର୍ତ୍ତମାନର ସାଧାରଣ ସମ୍ପାଦକ ଏଡାପ୍ପାଡି ପଲାନିସ୍ୱାମୀଙ୍କ ସହିତ ରାଜନୈତିକତା ତିକ୍ତତା ଯୋଗୁଁ ଜୁଲାଇ ୨୦୨୨ ମସିହାରେ ପନ୍ନିରସେଲଭମଙ୍କୁ ଏଆଇଏଡିଏମକେରୁ ବହିଷ୍କାର କରାଯାଇଥିଲା । ସେ ତିନି ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ପନ୍ନିରସେଲଭମଙ୍କ ଡିଏମକେରେ ଯୋଗଦାନ ଦକ୍ଷିଣ ତାମିଲନାଡୁର ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିପାରେ । ଏହି ଅଞ୍ଚଳର ଥେଭର୍ ସମ୍ପ୍ରଦାୟ ମଧ୍ୟରେ ପନ୍ନିରସେଲଭମଙ୍କର ଯଥେଷ୍ଟ ପ୍ରଭାବ ରହିଛି । ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ପାଇଁ ନିର୍ବାଚନ ୨୦୨୬ର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବ । ଚଳିତ ନିର୍ବାଚନରେ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ବିଜେପି-ଏଆଇଏଡିଏମକେ ମେଣ୍ଟ ବିରୁଦ୍ଧରେ 'ଦ୍ରାବିଡ଼ ମଡେଲ ୨.୦'କୁ ପ୍ରଦର୍ଶିତ କରିବାକୁ ଯାଉଛି । ଏହି ସମୟରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ତାମିଲନାଡୁ ନିର୍ବାଚନରେ ​​ଏକ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଗତ ୨୦୨୧ ବିଧାନସଭା ନିର୍ବାଚନ ଫଳାଫଳ:

ଗତ ୨୦୨୧ ବିଧାନସଭା ନିର୍ବାଚନରେ, ଡିଏମକେ ୧୩୩ ଆସନ ଜିତିଥିଲା । କଂଗ୍ରେସ ୧୮, ପିଏମକେ ପାଞ୍ଚ, ଭିସିକେ ଚାରି ଏବଂ ଅନ୍ୟାନ୍ୟ ୮ଟି ଆସନ ଜିତିଥିଲା । ଡିଏମକେ ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ (ଏସ୍ପିଏ), ଯେଉଁଥିରେ କଂଗ୍ରେସ ସାମିଲ ଥିଲା, ମୋଟ ୧୫୯ଟି ଆସନ ଜିତିଥିଲା । ଏନଡିଏ ୭୫ଟି ଆସନ ଜିତିଥିଲା ​​ବେଳେ, ଏଆଇଏଡିଏମକେର ୬୬ଟି ଆସନ ବିଜୟୀ ହୋଇଥିଲା ।

ପନ୍ନୀରସେଲଭମ୍ ପ୍ରଥମେ ୨୦୦୧ ମସିହାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସେ କେବଳ ଛଅ ମାସ ପାଇଁ ଏହି ପଦବୀରେ ରହିଥିଲେ । ଏହାପରେ ସେ ଇସ୍ତଫା ଦେଇଥିଲେ । ତା'ପରେ ସେ ୨୦୧୪ ମସିହାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ଏଥର ସେ ମାତ୍ର ଗୋଟିଏ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ପୁଣି ୨୦୧୬ ମସିହାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ, କିନ୍ତୁ ୨୦୧୭ ମସିହାରେ ପୁଣି ଥରେ ପଦ ଛାଡିବାକୁ ବାଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା; କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ କ୍ଲିନ୍ ଚିଟ୍

ଏହା ମଧ୍ୟ ପଢନ୍ତୁ..."NCERT ବିବାଦରେ PMO ଅସନ୍ତୁଷ୍ଟ, ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ଅନୁରୋଧ"

ଏହା ମଧ୍ୟ ପଢନ୍ତୁ...ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବସ୍ତି; ED ତଦନ୍ତରେ ସୁପ୍ରିମକୋର୍ଟଙ୍କ ରୋକ୍