ETV Bharat / politics

କେରଳମରେ କମାଲ କଲା ୟୁଡିଏଫ୍, ଓଡିଶାରେ ଖୁସି ମନାଇଲା କଂଗ୍ରେସ

କଂଗ୍ରେସ ଜିତିଲା କେରଳମରେ । ଜୋରଦାର ସେଲିବ୍ରେସନ ହେଲା ଓଡ଼ିଶାରେ । କଂଗ୍ରେସ ଭବନରେ ବାଜା ବାଣ ସହିତ ନାଚିଲେ କଂଗ୍ରେସ କର୍ମୀ । ରିପୋର୍ଟ- ସଞ୍ଜୀବ କୁମାର ରାୟ

CONGRESS CELEBRATION KERALA WIN
କେରଳମରେ କମାଲ କଲା ୟୁଡିଏଫ୍, ଓଡିଶାରେ ଖୁସି ମନାଇଲା କଂଗ୍ରେସ (ETV Bharat Odisha)
author img

By ETV Bharat Odisha Team

Published : May 5, 2026 at 9:10 PM IST

1 Min Read
Choose ETV Bharat

ଭୁବନେଶ୍ୱର: କଂଗ୍ରେସ ଭବନରେ ବିଜୟ ଉତ୍ସବ । କେରଳମରେ କଂଗ୍ରେସର ବିଜୟ ପାଇଁ ଖୁସି ମନାଇଲା ଓଡିଶା କଂଗ୍ରେସ । କେରଳମରେ କଂଗ୍ରେସର ବିପୁଳ ବିଜୟ ପରେ କଂଗ୍ରେସ ଶିବିରରେ ଉତ୍ସାହର ମାହୋଲ । 5 ରାଜ୍ୟର ବିଧାନସଭା ନିର୍ବାଚନରେ ଆଞ୍ଚଳିକ ଦଳ ମାନଙ୍କର ବିପର୍ଯ୍ୟୟ ଏବଂ ଜାତୀୟ ଦଳ ମାନଙ୍କର ଦବଦବା ବଜାୟ ରହିଛି । ବାମ ଦଳର ସବୁଠୁ ପୁରୁଣା ଏବଂ ଶେଷ ଗଡ଼ କୁହାଯାଉଥିବା କେରଳମରେ କଂଗ୍ରେସ ବାଜିମାତ କରିଛି । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ କେରଳମରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । କେରଳମରେ କଂଗ୍ରେସର ବିଜୟ ପରେ ଭୁବନେଶ୍ୱର କଂଗ୍ରେସ ଭବନରେ ବିଜୟ ଉତ୍ସବ ପାଳନ କରାଯାଇଛି । ବାଜା ବାଣ, ମିଠା, ଦହିବରା ଖାଇ ନାଚ ଗୀତ ତାଳେ ତାଳେ କଂଗ୍ରେସ କର୍ମୀ ବିଜୟ ଉତ୍ସବ ପାଳିଥିଲେ ।

CONGRESS CELEBRATION KERALA WIN
କେରଳମରେ କମାଲ କଲା ୟୁଡିଏଫ୍, ଓଡିଶାରେ ଖୁସି ମନାଇଲା କଂଗ୍ରେସ (ETV Bharat Odisha)



ଭୁବନେଶ୍ୱର କଂଗ୍ରେସ ଭବନରେ ବିଜୟ ଉତ୍ସବ ପାଳନ ଅବସରରେ ମହିଳା କଂଗ୍ରେସର କର୍ମୀମାନେ ରାହୁଲ ଗାନ୍ଧୀଙ୍କ ହୋର୍ଡିଂ, ଫ୍ଲେକ୍ସ ଧରି ଖୁସି ମନାଇଥିଲେ । ପରସ୍ପର ମଧ୍ୟରେ ମିଠା ଖୁଆଇ ନାଚି ନାଚି ଆନନ୍ଦ ଉତ୍ସବ ପାଲିଥିଲେ । ସାରା ଦେଶରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ କେରଳମରେ କଂଗ୍ରେସ ବାଜିମାତ କରିବା କଂଗ୍ରେସ ଶିବିରରେ ଉତ୍ସାହ ଦେଖାଦେଇଛି । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଶଶୀ ଥରୁର, କେସି ଭେଣୁ ଗୋପାଳଙ୍କ ଭଳି ହେଭିଓ୍ୱେଟ୍ ନେତା କେରଳମରୁ ହିଁ ନିର୍ବାଚିତ ହୋଇ ଆସୁଛନ୍ତି ।

CONGRESS CELEBRATION KERALA WIN
କେରଳମରେ କମାଲ କଲା ୟୁଡିଏଫ୍, ଓଡିଶାରେ ଖୁସି ମନାଇଲା କଂଗ୍ରେସ (ETV Bharat Odisha)



୨୦୨୬ରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ, ଆସାମରେ ବିପୁଳ ବିଜୟ ହାସଲ କରିଥିବା ବେଳେ କେରଳମରେ କଂଗ୍ରେସ ବିଜୟ ହାସଲ କରିଛି । ସେହିପରି ପୁଡୁଚେରୀରେ ବିଜେପି ମେଣ୍ଟ କ୍ଷମତା ବଜାୟ ରଖିଥିବା ବେଳେ ତାମିଲନାଡୁରେ ଡିଏମକେକୁ ଧୂଳି ଚଟେଇ ଦକ୍ଷିଣ ଫିଲ୍ମ ତାରକା ଜୋସେଫ ବିଜୟ ଚନ୍ଦ୍ରଶେଖର (ଥାଲାପଥି ବିଜୟ)ଙ୍କ ଦଳ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ବାଜିମାତ କରି ସରକାର ଗଢିବାକୁ ଯାଉଛି ।

CONGRESS CELEBRATION KERALA WIN
କେରଳମରେ କମାଲ କଲା ୟୁଡିଏଫ୍, ଓଡିଶାରେ ଖୁସି ମନାଇଲା କଂଗ୍ରେସ (ETV Bharat Odisha)
କେରଲମରେ ବାମ ଦଳର ୧୦ ବର୍ଷର ଶାସନରେ ଲାଗିଲା ବଡ଼ ଝଟକା । ସରକାରକୁ ଫେରିଛି ୟୁଡିଏଫ୍ । କେରଳରେ ଦୀର୍ଘ ୧୦ ବର୍ଷ ଧରି ସରକାରରେ ଥିବା ଏଲଡିଏଫକୁ ହରାଇ ବାଜିମାତ କରିଛି କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ଼ ଡେମୋକ୍ରଟିକ ଫ୍ରାଣ୍ଟ ବା ୟୁଡିଏଫ୍ । ୧୪୦ ଆସନ ବିଶିଷ୍ଟ କେରଳମ ବିଧାନସଭାରେ ୟୁଡିଏଫ୍ 102 ଆସନରେ ବାଜିମାତ କରିଛି ।
CONGRESS CELEBRATION KERALA WIN
କେରଳମରେ କମାଲ କଲା ୟୁଡିଏଫ୍, ଓଡିଶାରେ ଖୁସି ମନାଇଲା କଂଗ୍ରେସ (ETV Bharat Odisha)

ଏହା ବି ପଢନ୍ତୁ- Kerala Election Result: କେରଳମ୍‌ରେ UDFର ବୃହତ ବିଜୟ, କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ଇଟିଭି ଭାରତ, ଭୁବନେଶ୍ୱର