ETV Bharat / politics

ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ଟିପ୍ପଣୀ, 2 ସାଂସଦଙ୍କ ବିରୋଧରେ ଏତଲା ଦେଲେ କଂଗ୍ରେସ ନେତା

ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ଟିପ୍ପଣୀ ପାଇଁ ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅସନ୍ତୋଷ ବ୍ୟକ୍ତ । ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଏତଲା ।

Congress leader Satya Shiba Das files case against 2 MPs in Balasore for disrespectful remarks against Rahul Gandhi
ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ଟିପ୍ପଣୀ, ବାଲେଶ୍ବରରେ 2 ସାଂସଦଙ୍କ ବିରୋଧରେ ମାମଲା ରୁଜୁ କଲେ କଂଗ୍ରେସ ନେତା (ETV Bharat Odisha)
author img

By ETV Bharat Odisha Team

Published : February 24, 2026 at 3:14 PM IST

|

Updated : February 25, 2026 at 7:18 AM IST

1 Min Read
Choose ETV Bharat

ବାଲେଶ୍ୱର: ସଂସଦରେ ବିରୋଧୀଙ୍କୁ ଉପଯୁକ୍ତ ସମ୍ମାନ ଦେଉନି ବିଜେପି । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଅସମ୍ମାନ ଟିପ୍ପଣୀକୁ ନେଇ ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଏତଲା ଦେଇଛନ୍ତି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ।

ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ନେଇ ମାମଲା:
"ବିରୋଧୀଙ୍କୁ ଉପଯୁକ୍ତ ସମ୍ମାନ ସଂସଦ ଗୃହରେ ଦେବା ଶିଖିନାହିଁ ବିଜେପି" ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ । ସଂସଦରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଅସମ୍ମାନ ଟିପ୍ପଣୀକୁ ନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପହଞ୍ଚିଥିଲା । ଏହି କ୍ରମରେ କଂଗ୍ରେସ ସମର୍ଥକ ମାନେ ବିଜେପି ସରକାର ଓ ତାଙ୍କ ନୀତି ବିରୋଧରେ ନାରାବାଜି କରିଥିବାର ଦେଖିବାକୁ ମିଳିଥିଲା । ଏହା ସହିତ ଏପଷ୍ଟିନ ଫାଇଲରେ ସମ୍ପୃକ୍ତ ଥିବା ବିଜେପି ନେତାଙ୍କୁ ତୁରନ୍ତୁ ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଛନ୍ତି ଜିଲ୍ଲା ବିରୋଧୀ ଦଳ ନେତା ।


2 ସାଂସଦଙ୍କ ବିରୋଧରେ ଏତଲା:
ଏତଲା ପ୍ରଦାନ ପରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ କହିଛନ୍ତି,"ବାଲେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଏକ FIR ଦାଖଲ କରାଗଲା । ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍‌ଜୁ ଏବଂ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଯେଉଁ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଉ ।"

ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ FIR ଦାଖଲ କରିଥିଲେ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ । ତୁରନ୍ତ ଏହି ମାମଲାରେ ପୋଲିସ ପ୍ରଶାସନକୁ ତତ୍ପର ହେବାକୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ବାହାନଗାରେ ବ୍ରିଜ୍‌ରେ ପିଟିହେଲା ତୀର୍ଥଯାତ୍ରୀ ବସ୍‌; ଡ୍ରାଇଭର ମୃତ, 14 ଗୁରତର

ବାଲେଶ୍ବରରେ MSME ଜରିଆରେ କ୍ଷୁଦ୍ର ଶିଳ୍ପ ବୃଦ୍ଧି ପାଉଛି, ଜିଆଇ ଟ୍ୟାଗିଂ ପାଇଁ ପ୍ରଚେଷ୍ଟା ଜାରି

ଲୋକଙ୍କ ଭାଗ୍ୟ ଭବିଷ୍ୟତ ପଢୁଛନ୍ତି ସୁପ୍ରୀତି ମିଶ୍ର, ଜ୍ୟୋତିର୍ବିଦ୍ୟାକୁ ନେଇ କରିହେବ କ୍ୟାରିଅର

ଇଟିଭି ଭାରତ, ବାଲେଶ୍ବର

Last Updated : February 25, 2026 at 7:18 AM IST