ETV Bharat / politics

ଉପନିର୍ବାଚନ ରେଜଲ୍ଟ 2025: ଜୁବଲି ହିଲ୍ସରେ କଂଗ୍ରେସ, ନୂଆପଡାରେ ବିଜେପିର ବଡ଼ ବିଜୟ

ଆସିଲା ଉପନିର୍ବାଚନ ରେଜଲ୍ଟ । ଓଡ଼ିଶା, ଜମ୍ମୁ-କାଶ୍ମୀର ବଡଗ୍ରାମ, ତେଲେଙ୍ଗାନା, ରାଜସ୍ଥାନରେ ପରିବର୍ତ୍ତନ ।

Representational picture
ପ୍ରତିକାତ୍ମକ ଫଟୋ (PTI)
author img

By ETV Bharat Odisha Team

Published : November 14, 2025 at 8:10 PM IST

2 Min Read
Choose ETV Bharat

By Election Result 2025 ହାଇଦ୍ରାବାଦ: ସରିଛି ଭୋଟ ଗଣତି ଆସିଛି ରେଜଲ୍ଟ । 6ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 8ଟି ଆସନରେ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା, ଜମ୍ମୁ-କାଶ୍ମୀର ବଡଗ୍ରାମ, ତେଲେଙ୍ଗାନା, ରାଜସ୍ଥାନରେ ପରିବର୍ତ୍ତନ ହୋଇଛି ।

ଓଡ଼ିଶାର ନୂଆପଡା ଆସନରୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ଜମ୍ମୁ-କାଶ୍ନୀରର ବଡଗାମ ଓ ନଗରୋଟାରେ ଯଥାକ୍ରମେ ପିଡିପି ପ୍ରାର୍ଥୀ ସୟୈଦ ମୁନ୍ତାଜିର ମେହଦୀ ଓ ବିଜେପି ପ୍ରାର୍ଥୀ ଦିବ୍ୟାନୀ ରାଣା ବିଜୟ ଲାଭ କରିଛନ୍ତି । ତେଲେଙ୍ଗାନାର ଜୁବଲି ହିଲ୍ସରୁ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ନବୀନ ଯାଦବ । ଝାଡଖଣ୍ଡର ଘାଟଶିଲାରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପ୍ରାର୍ଥୀ ସୋମେଶ ଚନ୍ଦ୍ର ସୋରେନ ବିଜୟୀ ହୋଇଛନ୍ତି । ସେହିଭଳି ରାଜସ୍ଥାନର ଅନ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜୈନ ଭାୟା, ପଞ୍ଜାବର ତରନତାରନରୁ ଆପ ପ୍ରାର୍ଥୀ ହରମିତ ସିଂହ ସନ୍ଧୁ, ମିଜୋରାମ ଡମ୍ପାରୁ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ପ୍ରାର୍ଥୀ ଆର ଲାଲଥଙ୍ଗଲିଆନା ବିଜୟ ହୋଇଛନ୍ତି ।

ଓଡ଼ିଶା ନୂଆପଡାରୁ ବିଜେପି ପ୍ରାର୍ଥୀ ବିଜୟୀ:

ଓଡ଼ିଶାର ନୂଆପଡା ଆସନରୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବଡ ବ୍ୟବଧାନ 83748 ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ଜୟ ଢୋଲକିଆଙ୍କୁ 1ଲକ୍ଷ 23 ହଜାର 869 ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ଘାସିରାମ ମାଝୀଙ୍କୁ 40 ହଜାର 121 ଖଣ୍ଡ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ 38 ହଜାର 408 ଖଣ୍ଡ ମିଳିଛି । ଘାସିରାମ ମାଝୀ ଦ୍ୱିତୀୟରେ ଓ ତୃତୀୟ ସ୍ଥାନରେ ବିଜେଡି ରହିଛି ।

ତେଲେଙ୍ଗାନାର ଜୁବଲି ହିଲ୍ସରୁ କଂଗ୍ରେସ ବିଜୟ:

ତେଲେଙ୍ଗାନାର ଜୁବଲି ହିଲ୍ସରୁ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ନବୀନ ଯାଦବ । ଏହି ଆସନ ପୂର୍ବରୁ ବିଆରଏସ ହାତରେ ଥିଲା । ବିଆରଏସ ଦିବ୍ୟଙ୍ଗତ ବିଧାୟକ ମାଗନ୍ତି ଗୋପିନାଥଙ୍କ ମୃତ୍ୟୁ ପରେ ଜୁବଲି ହିଲ୍ସରେ ଉପନିର୍ବାଚନ ହୋଇଥିଲା । ବର୍ତ୍ତମାନ ଏହି ଆସନ କଂଗ୍ରେସ ଖାତାକୁ ଆସିଛି ।

ଜମ୍ମୁ-କାଶ୍ନୀରର ବଡଗାମରୁ ପିଡିପି ପ୍ରାର୍ଥୀ ବିଜୟୀ:

ଜମ୍ମୁ-କାଶ୍ନୀରର ବଡଗାମ ପିଡିପି ପ୍ରାର୍ଥୀ ସୟୈଦ ମୁନ୍ତାଜିର ମେହଦୀ ବିଜୟ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନ୍ୟାସନାଲ କନଫରେନ୍ସ (ଏନସି) ପ୍ରାର୍ଥୀ ଆଗା ସୟଦ ମହମୁଦଙ୍କୁ 4478 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡଗ୍ରାମ ଆସନ ଛାଡିବା ପରେ ସେଠାରେ ଉପନିର୍ବାଚନ ହୋଇଛି । ପୂର୍ବରୁ ଏହି ଆସନ ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସ ହାତରେ ରହିଥିଲା ।

ଜମ୍ମୁ-କାଶ୍ନୀରର ନଗରୋଟାରେ ବିଜେପି ପ୍ରାର୍ଥୀ ବିଜୟୀ:

ଜମ୍ମୁ-କାଶ୍ନୀରର ନଗରୋଟାରେ ବିଜେପି ପ୍ରାର୍ଥୀ ଦିବ୍ୟାନୀ ରାଣା ବିଜୟୀ ହୋଇଛନ୍ତି । ଦିବ୍ୟଙ୍ଗତ ବିଧାୟକ ଦେବନ୍ଦର ସିଂହ ରାଣାଙ୍କ ମୃତ୍ୟୁ ପରେ ନଗରୋଟା ଉପନିର୍ବାଚନ ହୋଇଛି । ଦିବ୍ୟଙ୍ଗତ ବିଧାୟକ ଦେବନ୍ଦର ସିଂହଙ୍କ ଝିଅ ହେଉଛନ୍ତି ଦିବ୍ୟାନୀ ରାଣା । ଏହି ଆସନ ପୂର୍ବରୁ ବିଜେପି ହାତରେ ଥିଲା ଏବେମଧ୍ୟ ବିଜେପି ହାତକୁ ଆସିଛି ।

ରାଜସ୍ଥାନର ଅନ୍ତାରେ କଂଗ୍ରେସ ପ୍ରାର୍ଥୀଙ୍କ ଜିତ୍:

ସେହିଭଳି ରାଜସ୍ଥାନର ଅନ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜୈନଙ୍କ ବଡ ଜିତ୍ । ବିଜେପିର କନଓ୍ୱାର ଲାଲ ମିନାଙ୍କ ବହିଷ୍କାର ପରେ ଅନ୍ତାରେ ଉପନିର୍ବାଚନ ହୋଇଛି । ଏହି ଆସନ ବିଜେପି ହାତରୁ କଂଗ୍ରେସ ହାତରେ ରହିଛି ।

ଘାଟଶିଲାରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପ୍ରାର୍ଥୀ ବିଜୟୀ:

ଝାଡଖଣ୍ଡର ଘାଟଶିଲାରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପ୍ରାର୍ଥୀ ସୋମେଶ ଚନ୍ଦ୍ର ସୋରେନ ବିଜୟୀ ହୋଇଛନ୍ତି । ରାମଦାସ ସୋରେନଙ୍କ ମୃତ୍ୟୁ ପରେ ଘାଟଶିଲା (ଏସଟି)ରେ ଘାଟଶିଲାରେ ଉପନିର୍ବାଚନ ହୋଇଥିଲା । ପୂର୍ବରୁ ଏହି ଆସନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ହାତରେ ଥିଲା ।

ତରନତାରନରୁ ଆପ ପ୍ରାର୍ଥୀ ବିଜୟୀ:

ପଞ୍ଜାବର ତରନତାରନରୁ ଆପ ପ୍ରାର୍ଥୀ ହରମିତ ସିଂହ ସନ୍ଧୁ ବିଜୟ ଲାଭ କରିଛନ୍ତି । ଆପ ଦିବ୍ୟଙ୍ଗତ ବିଧାୟକ କାଶ୍ମୀର ସିଂହ ସୋହଲଙ୍କ ମୃତ୍ୟୁ ପରେ ତରନତାରନରେ ଉପନିର୍ବାଚନ ହୋଇଥିଲା । ତେବେ ଏହି ଆସନ ଆପ ହାତରେ ଥିଲା ଓ ରହିଛି ।

ଡମ୍ପାରେ MNF ପ୍ରାର୍ଥୀ ବିଜୟୀ:

ମିଜୋରାମ ଡମ୍ପାରୁ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ପ୍ରାର୍ଥୀ ଆର ଲାଲଥଙ୍ଗଲିଆନା ବିଜୟ ହୋଇଛନ୍ତି । ଏମଏନଏଫ ଲାଲରିଣ୍ଟଲୁଆଙ୍ଗା ଶୈଲୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ...

ନୂଆପଡ଼ାରେ ଜୟ ଝଡ଼: ରେକର୍ଡ ଭୋଟରେ ବିଜୟୀ ହେଲେ ଜୁନିୟର ଢୋଲକିଆ

ବହୁ କଷ୍ଟରେ ବଞ୍ଚିଲା ବିରୋଧୀ ଦଳ ନେତା ପଦ, RJDକୁ ମିଳିଲା 2010 ପରି ପରାଜୟ

ବିହାର ନିର୍ବାଚନରେ ଚମକିଲେ ଚିରାଗ, LJPର ଚମତ୍କାର ଷ୍ଟ୍ରାଇକ ରେଟ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ