ETV Bharat / politics

ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ, କାଲି ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ମାରାଥନ ବୈଠକ

ଭୁବନେଶ୍ୱର ବିମାନବନ୍ଦରରେ ସୌଦାନ ସିଂଙ୍କୁ ଦଳୀୟ ବରିଷ୍ଠ ନେତାମାନେ ସ୍ୱାଗତ କରିଥିଲେ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

bjp soudan singh visit odisha
ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ (ETV Bharat Odisha)
author img

By ETV Bharat Odisha Team

Published : October 11, 2026 at 10:35 PM IST

1 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୌଦାନ ସିଂ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ବିଜେପି ସାଂସଦ ସମ୍ବିତ ପାତ୍ର ଏବଂ ଦଳର ବରିଷ୍ଠ ନେତା ଭୁବନେଶ୍ୱର ବିମାନ ବନ୍ଦରରେ ସୌଦାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଏବଂ ବିହାର ଦାୟିତ୍ବ ଗ୍ରହଣ କରିଥିଲେ ସୌଦାନ ସିଂ । ଦାୟିତ୍ୱ ନେବା ପରେ ସୌଦାନଙ୍କ ପ୍ରଥମ ଓଡ଼ିଶା ଗସ୍ତ ।



ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସୌଦାନ ଓଡ଼ିଶା ସଙ୍ଗଠନକୁ ଭଲ ଭାବେ ଜାଣିଛନ୍ତି । ପୂର୍ବରୁ ଓଡ଼ିଶାର ପ୍ରଭାରୀ ଥିଲେ । ଏହି ଗସ୍ତ ସମୟରେ ଦଳୀୟ ନେତାଙ୍କ ସହିତ ଚର୍ଚ୍ଚା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ରାଜ୍ୟ ସଙ୍ଗଠନ ତାଙ୍କ ମାର୍ଗ ଦର୍ଶନରେ ଆହୁରି ମଜବୁତ ହେବ ।

bjp soudan singh visit odisha
ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ (ETV Bharat Odisha)

ଆସନ୍ତାକାଲି ବିଜେପିର ସବୁ ବିଧାୟକ ଏବଂ ମନ୍ତ୍ରୀ ମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିବେ l ପରେ ପରେ ରାଜ୍ଯରେ ସରକାର ଏବଂ ସଙ୍ଗଠନ କିପରି ଚାଲିବ ତା ଉପରେ ଆଲୋଚନା କରିବେ l ସେଥିପାଇଁ କାଲି ବସିବ ମାରାଥନ ବୈଠକ l ଆଗାମୀ ନିର୍ବାଚନ ପାଇଁ ଦେବେ ଗୁରୁ ମନ୍ତ୍ର କହିଛନ୍ତି ମନମୋହନ l

ଏହା ପୂର୍ବରୁ ଓଡିଶାର ଦୁଇ ପ୍ରଭାରୀ ଆସି ବୈଠକ କରି ଯାଇଛନ୍ତି l ଫୋକସରେ ରହିଛି ପଞ୍ଚାୟତ ଏବଂ ପୌର ନିର୍ବାଚନ l ଛାତ୍ର ସଂସଦ ନିର୍ବାଚନ ପରେ କେମିତି ସବୁ ନିର୍ବାଚନରେ ବିଜେପି ବାଜିମାତ କରିବ ତା ଉପରେ ରଣନୀତି ପ୍ରସ୍ତୁତ ହେଉଛି l କାରଣ କେନ୍ଦ୍ର ନେତୃତ୍ବ ମାନେ ଓଡିଶା ବାରମ୍ବାର ଆସି ଓଡିଶାରେ ଡ଼େରା ପକାଉଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ l

ଏହା ବି ପଢନ୍ତୁ- ବିଜେପିକୁ ମଜବୁତ କରିବା ଆମର ଲକ୍ଷ୍ୟ, ଦଳ କେମିତି ଯିବ ତା' ଉପରେ ଫୋକସ; ରାଜ୍ୟ ପ୍ରଭାରୀ

ଇଟିଭି ଭାରତ, ଭୁବନେଶ୍ୱର