ETV Bharat / politics

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରୁଦ୍ର ସାମନ୍ତରାୟ

ବିଜେପି ମିଶ୍ରଣ ପର୍ବରେ ଅପରାଜିତା ଷଡଙ୍ଗୀ ମାରିଲେ ତେରେଛା ବାଣ l କହିଲେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ଦୁର୍ବଳ । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

Bjp join rudra samantaray
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରୁଦ୍ର ସାମନ୍ତରାୟ (ETV Bharat Odisha)
author img

By ETV Bharat Odisha Team

Published : May 31, 2026 at 10:38 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ l ବିଜେଡି ପରିତ୍ୟାଗ କରି ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ଦଳ ଛାଡ଼ି ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ୟ ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ ପଦ୍ମ କ୍ୟାମ୍ପରେ ହେଲେ ସାମିଲ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଛି ।

ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି ଯେ, ଆଜିର ମିଶ୍ରଣ ପର୍ବ ପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହୋଇଛି । ରାଷ୍ଟ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ବିଜେପି ଦଳ ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳରେ ୧୪ କୋଟିରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଥିଲାବେଳେ ଦେଶର ୨୨ ରାଜ୍ୟରେ ବିଜେପି ଓ ଏନ୍‌ଡିଏ ସରକାର ରହିଛି । ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ଆମର ସରକାର ରହିଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟ ଶୈଳୀ ଓ ବିଚାରଧାରା ଉପରେ ବିଶ୍ୱାସ କରି କାର୍ଯ୍ୟକର୍ତ୍ତାମାନେ ଅନ୍ୟାନ୍ୟ ରାଜନୈତିକ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି । କାରଣ ବିଜେପି ସକାରାତ୍ମକ ରାଜନୀତିରେ ବିଶ୍ୱାସ କରି ରାଷ୍ଟ୍ର ନିର୍ମାଣକୁ ଗୁରୁତ୍ୱ ଦିଏ । ଆଗାମୀ ଦିନରେ ଆମ ସମସ୍ତଙ୍କୁ ନିସ୍ୱାର୍ଥଭାବେ ଅନେକ କାର୍ଯ୍ୟ କରିବାର ଅଛି । ପ୍ରତ୍ୟେକ ଘରେ ପହଂଚିବାର ଅଛି । ସମାଜରେ ରହୁଥିବା ବିଭିନ୍ନ ବର୍ଗର ଲୋକଙ୍କ କଥା ବୁଝିବାର ଅଛି । ଏନେଇ ରାଷ୍ଟ୍ର ନିର୍ମାଣର ଭାବନା ନେଇ ସମସ୍ତେ ଗୋଟିଏ ଦିଶାରେ କାର୍ଯ୍ୟକରି ଦଳକୁ ଅଧିକ ସୁଦୃଢ଼ କରିବାକୁ ଷଡଙ୍ଗୀ ଆହ୍ୱାନ ଦେଇଥିଲେ ।

Bjp join rudra samantaray
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରୁଦ୍ର ସାମନ୍ତରାୟ (ETV Bharat Odisha)
ତେବେ ବିଜେପି ମିଶ୍ରଣ ପର୍ବରେ ଅପରାଜିତା ଷଡଙ୍ଗୀ ତେରେଛା ବାଣ ମାରିଛନ୍ତି l ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ଦୁର୍ବଳ ବୋଲି କହିଛନ୍ତି ଅପରାଜିତା l ଜଗନ୍ନାଥ ପ୍ରଧାନଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି ଅପରାଜିତା l ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୬ଟି ବିଧାନସଭା କ୍ଷେତ୍ର ଶସକ୍ତ, କାହିଁକି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଦୁର୍ବଳ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ନେଗେଟିଭିଟି ରହିଛି l ମଧ୍ୟ ଭୁବନେଶ୍ବରରେ ରହୁଥିବା ଲୋକମାନେ କଣ ଭୁଲ କରିଛନ୍ତି ବୋଲି କହିଛନ୍ତି ସାଂସଦ l



"ଆମକୁ ସଶକ୍ତ ହେବାକୁ ପଡ଼ିବ । ପ୍ରତ୍ୟେକ ବୁଥରେ ଜିତିବାକୁ ପଡିବ । ଆଗକୁ ପଞ୍ଚୟତ ନିର୍ବାଚନ, ସହରାଞ୍ଚଳ ନିର୍ବାଚନରେ ଅଛି । ପ୍ରତି ବୁଥରେ ଜିତିବାକୁ ପଡିବ । ରୁଦ୍ର ବାବୁଙ୍କୁ କହିବି ସମସ୍ତଙ୍କୁ ସାଥିରେ ନେଇ ଚାଲିବେ । ଯିଏ ନେତା ସମସ୍ତଙ୍କୁ ନେଇ କି ଚାଲନ୍ତି । ମଧ୍ୟ ଭୁବନେଶ୍ବରରେ ବୁଜେପିକୁ ସୁଦୃଢ କରିବାକୁ ପଡ଼ିବ," ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।


ଏହି ଅବସରରେ ରୁଦ୍ର ସାମନ୍ତରାୟ କହିଛନ୍ତି ଯେ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଜନ ସେବାକୁ ସଂକଳ୍ପ ନେଇ ସେ ଏକ ନୂଆଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ, ରାଜ୍ୟସଭାପତି ମନମୋହନ ସାମଲଙ୍କ ଆର୍ଶୀବାଦ, ସାସଂଦ ଷଡ଼ଙ୍ଗୀଙ୍କ କାର୍ଯ୍ୟ ଶୈଳୀ, ଓ ଚିନ୍ତାଧାରାରେ ଅନୁପାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି ।

"୨୦ ବର୍ଷ ହେବ ବିଭିନ୍ନ ସାମାଜିକ ସଂଗଠନ ମାଧ୍ୟମରେ ଲୋକଙ୍କ ସେବା କରି ଆସୁଛି । ଲୋକଙ୍କ ଅଧିକ ସେବା କରିବା ପାଇଁ ୨୦୧୯ରେ ବିଜେଡିରେ ଯୋଗ ଦେଇଥିଲି । ମାତ୍ର ସେଠାରେ ଲୋକଙ୍କୁ ଠିକ୍ ଭାବେ ସେବା କରିବାକୁ ସୁଯୋଗ ମିଳୁ ନଥିଲା । ଉଚିତ୍ ନେତୃତ୍ୱ, ପ୍ରେରଣା ଓ ସକ୍ରିୟ ମାର୍ଗଦର୍ଶନ ମିଳିପାରୁ ନଥିଲା," ବୋଲି କହିଛନ୍ତି ରୁଦ୍ର ସାମନ୍ତରାୟ ।

ଏହି ବି ପଢନ୍ତୁ- '22 କର୍ପୋରେଟର ବିଜେଡି ଛାଡ଼ିବେ'- ଦେବାଶିଷ: 'ବିଜେପିର ପଲିଟିକାଲ ଟସଲରେ ଟ୍ରାପ ହୋଇଛନ୍ତି ଦେବାଶିଷ'- ଲେନିନ

ଇଟିଭି ଭାରତ, ଭୁବନେଶ୍ୱର