ବୈଜୟନ୍ତଙ୍କୁ ଆସାମ ଓ ପିୟୂଷଙ୍କୁ ତାମିଲନାଡୁ ଦାୟିତ୍ବ, ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ
ଆଗାମୀ ଆସାମ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ କରିଛି ।

Published : December 15, 2025 at 3:12 PM IST
BJP Election Incharge ନୂଆଦିଲ୍ଲୀ: 2026 ମସିହାରେ ଆସାମ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏବେଠାରୁ ସଜବାଜ ଆରମ୍ଭ କଲାଣି ଭାରତୀୟ ଜନତା ପାର୍ଟି (BJP) । ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ପାଇଁ ବିଜେପି ନିର୍ବାଚନ ପ୍ରଭାରୀଙ୍କୁ ନିଯୁକ୍ତ କରିଛି । ଆଗାମୀ ଆସାମ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣିଥରେ ବିଜେପି ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ କରିଛି ।
Baijayant Panda appointed as BJP Election Incharge for the forthcoming elections in Assam.
— ANI (@ANI) December 15, 2025
Sunil Kumar Sharma and Darshana Ben Jardosh to be the Co-Incharge pic.twitter.com/7mgPW6nQfl
ଆସାମ ନିର୍ବାଚନ ପ୍ରଭାରୀ
ଆଗାମୀ ଆସାମ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ନିର୍ବାଚନ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ସାଂସଦ ବୈଜୟନ୍ତ ପଣ୍ଡା ଆସାମ ନିର୍ବାଚନ ପ୍ରାଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଗତ 2021 ନର୍ବାଚନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଥିଲା । ଯାହାକୁ ବୈଜୟନ୍ତ ସୂଚାର ଭାବରେ ତୁଲାଇବା ସହ ଆସାମରେ ବିଜେପିର ବଜୟ ହୋଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ବୈଜୟନ୍ତଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ବ ଦେଇଥିଲା ବିଜେପି । ଆଉ ଦିଲ୍ଲୀରେ ଆପ୍କୁ ହଟାଇ ବାଜିମାତ କରିଥିଲା ବିଜେପି । ଏବେ ପୁଣିଥରେ ବୈଜୟନ୍ତଙ୍କୁ ଆସାମର ଦାୟିତ୍ବ ଦିଆଯାଇଛି ।
ଆସାମ ନିର୍ବାଚନ ସହ ପ୍ରଭାରୀ
ସେହିପରି ଜମ୍ମୁ ଓ କାଶ୍ମୀର ବିଧାନସଭା ବିରୋଧୀ ଦଳ ନେତା ବିଧାୟକ ସୁନୀଲ କୁମାର ଶର୍ମା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ୍ ଜାର୍ଡୋସ୍ଙ୍କୁ ଆସାମ ନିର୍ବାଚନ ପାଇଁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରିଛନ୍ତି ଜେପି ନଡ୍ଡା ।
Piyush Goyal appointed as BJP Election Incharge for the forthcoming elections in Tamil Nadu.
— ANI (@ANI) December 15, 2025
Arjun Ram Meghwal and Murlidhar Mohol to be the Co-Incharge. pic.twitter.com/ss3KXuBMlI
ଏହା ମଧ୍ୟ ପଢ଼ନ୍ତୁ... ବିହାରରେ ଏନଡିଏ ବିଜୟରେ ଧର୍ମେନ୍ଦ୍ରଙ୍କ ଯାଦୁ, ନିର୍ବାଚନ ରଣନୀତିକାର ଭାବେ ଦମଦାର ରେକର୍ଡ କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ, ଓଡ଼ିଶାକୁ ଢେର ମିଳିଛି: ବୈଜୟନ୍ତ - MP Baijayant Panda On Union Budget |
ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି ବିଜେପି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୂଷ ଗୋଏଲ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ସହ-ପ୍ରଭାରୀ ଭାବରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ ଓ ବେସାମରିକ ବିମାନ ଚଳାଚଳ ଏବଂ ସମବାୟ ମନ୍ତ୍ରୀ ମୁରଲୀଧର ମୋହୋଲଙ୍କୁ ନିଯୁକ୍ତ କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

