ETV Bharat / politics

ଜିଲ୍ଲା ସଭାପତିଙ୍କୁ ଭେଟିଲେ ନବୀନ; ସଙ୍ଗଠନ, ପଞ୍ଚାୟତ ନିର୍ବାଚନ ଓ SIR ସମ୍ପର୍କରେ ଆଲୋଚନା

ଜିଲ୍ଲା ବିଜେଡି ସଭାପତି ମାନଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ । ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ଓ ବ୍ଲକ କମିଟି ଅଗଷ୍ଟ ୧୫ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ।ରିପୋର୍ଟ- ଭବାନୀ ଶଙ୍କର ଦସ

ଜିଲ୍ଲା ସଭାପତିଙ୍କୁ ଭେଟିଲେ ନବୀନ
Naveen meets party district presidents (ETV Bharat Odisha)
author img

By ETV Bharat Odisha Team

Published : July 23, 2026 at 2:56 PM IST

1 Min Read
Choose ETV Bharat

ଭୁବନେଶ୍ବର: ନୂଆଦିଲ୍ଲୀରୁ ଫେରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ନିବାସରେ ଗତକାଲି ଦଳର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ନବୀନ । ସାଙ୍ଗଠନିକ କାର୍ଯ୍ୟକ୍ରମ, ପଞ୍ଚାୟତ ନିର୍ବାଚନ ଓ SIR ଆଦି ବିଷୟରେ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ଓ ବ୍ଲକ କମିଟି ଅଗଷ୍ଟ ୧୫ ସୁଦ୍ଧା ଶେଷ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ସଭାପତିଙ୍କୁ ଭେଟିଲେ ନବୀନ
Naveen meets party district presidents (ETV Bharat Odisha)

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି,"ରାଜ୍ୟରେ ଏବେ SIRର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ଏହା ବହୁତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ପର୍ଯ୍ୟାୟରେ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ ନପଡେ ସେଥିପ୍ରତି ସଜାଗ ରହିବା । ଦଳର ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କୁ ସଚେତନ କରିବାକୁ ଜିଲ୍ଲା ସଭାପତିମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ୨୮ ତାରିଖରେ ଏ ସମ୍ପର୍କରେ ସେ ପୁଣି ଥରେ ସମୀକ୍ଷା କରିବେ । ସାମାଜିକ ଗଣମାଧ୍ୟମକୁ ଆହୁରି ବ୍ୟାପକ କରି ଏହା ଜରିଆରେ ତୃଣମୁଳ ସ୍ତରରେ ଦଳର କାର୍ଯ୍ୟକ୍ରମକୁ ପହଞ୍ଚାଇବାକୁ ନବୀନ ପରାମର୍ଶ ଦେଇଛନ୍ତି ।"

ସାଙ୍ଗଠନ, ପଞ୍ଚାୟତ ନିର୍ବାଚନ ଓ SIR ସମ୍ପର୍କରେ ଆଲୋଚନା କଲେ ନବୀନ
Naveen meets party district presidents (ETV Bharat Odisha)

ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କରେ ନବୀନ ଆଲୋଚନା କରିଛନ୍ତି । ରାଜ୍ୟରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବିପୁଳ ସଫଳତା ହାସଲ କରିଥିଲା । ଆଗାମୀ ନିର୍ବାଚନରେ ମଧ୍ୟ ଏହି ସଫଳତାକୁ ବିଜେଡି ରିପିଟ କରିବ । ଏଥିପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଆଗାମୀ ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ଗଠନ ହେବ । ଏହା ସହ ଖୁବଶୀଘ୍ର ପଞ୍ଚାୟତ ଓ ୱାର୍ଡ ସ୍ତରୀୟ କମିଟି ଗଠନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆଗାମୀ ସେପ୍ଟେମ୍ବର ମାସରେ ସେ କମିଟି ଗୁଡିକ ସହ ଆଲୋଚନା କରିବେ ବୋଲି ନବୀନ ସୂଚନା ଦେଇଛନ୍ତି ।

ଜିଲ୍ଲା ସଭାପତିଙ୍କୁ ଭେଟିଲେ ନବୀନ
Naveen meets party district presidents (ETV Bharat Odisha)

NEET ପେପର ଲିକ୍‌ ଉପରେ ନବୀନ କହିଛନ୍ତି," ବିଜେଡି ସବୁବେଳେ ଛାତ୍ରଛାତ୍ରୀଙ୍କ ସହ ରହିଛି । ଛାତ୍ରଙ୍କୁ ଆମର ନୈତିକ ସମର୍ଥନ ଜାରି ରହିବ ।" ବୈଠକରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସମେତ ଦଳର ବରିଷ୍ଠ ନେତା ଏବଂ 40ଟି ସାଂଗଠନିକ ଜିଲ୍ଲାର ସଭାପତିମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ସାର ଅଭାବ; କଳାବଜାରୀ ଓ ପ୍ରଶାସନିକ ବିଫଳତା ଯୋଗୁଁ ଚାଷୀ ହନ୍ତସନ୍ତ: ବିଜେଡି

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଇଟିଭି ଭାରତ, ଭୁବନେଶ୍ବର