'ଯେତେବେଳେ ସମସ୍ତେ ଶୋଉଥିଲେ, ତାଙ୍କ ଦିନ ଆରମ୍ଭ ହେଉଥିଲା'; ସ୍ବର୍ଗତ ଶ୍ରୀ ରାମୋଜୀ ରାଓଙ୍କ ଦ୍ୱିତୀୟ ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଶ୍ରୀ ରାମୋଜୀ ରାଓ ଗାରୁ ଶୃଙ୍ଖଳା, କଠିନ ପରିଶ୍ରମ, ସଚ୍ଚୋଟତାର ଗାରିମାମୟ ପଦାଙ୍କ ଛାଡିଯାଇଛନ୍ତି । ତାଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ 'ETV Bharat' ସମ୍ପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ ।

By Bilal Bhat
Published : June 7, 2026 at 5:27 PM IST
|Updated : June 7, 2026 at 5:34 PM IST
ସ୍ବର୍ଗତ ଶ୍ରୀ ରାମୋଜୀ ରାଓଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବିଶ୍ବର ସର୍ବବୃହତ ଫିଲ୍ମ ସିଟି 'ରାମୋଜୀ ଫିଲ୍ମ ସିଟି', ଚିଟଫଣ୍ଡ୍ କମ୍ପାନୀ 'ମାର୍ଗଦର୍ଶୀ' ପ୍ରତିଷ୍ଠା କରିଥିଲେ । ମିଡିଆ ଟାଇକୁନ୍ ରାମୋଜୀ ଗାରୁ ଆଧୁନିକ ମିଡିଆ ଜଗତକୁ ନୂଆ ଦିଗ ଦେଖାଇଥିଲେ । ବାଗ୍ନୀ ବ୍ୟକ୍ତିତ୍ୱ ରାମୋଜୀ ରାଓଙ୍କ ପାଇଁ ଆଞ୍ଚଳିକ ଗଣମାଧ୍ୟମ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ତାଙ୍କର ଅଭୂତପୂର୍ବ, ଇର୍ଷାନ୍ୱିତ୍ ସଫଳତା କୌଣସି ଚମତ୍କାରଠୁ କମ୍ ନୁହେଁ । ସେ ଜଣେ କଠିନ ପରିଶ୍ରମୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ବ ଥିଲେ । ଯିଏ ଚଳଚ୍ଚିତ୍ର, ସାମ୍ବାଦିକତା ଏବଂ ସାହିତ୍ୟରେ ରୁଦ୍ଧିମନ୍ତ ଏବଂ ପ୍ରଭାବଶାଳୀ ଲେଖା ପାଇଁ ତେଲୁଗୁ ଭାଷାରେ ଅନେକ ବିପ୍ଳବ ଆଣିଥିଲେ ।
ଛାଡିଯାଇଛନ୍ତି ସ୍ମରଣୀୟ ଏବଂ ଐତିହ୍ୟପୂର୍ଣ୍ଣ ପଦାଙ୍କ:
ମହାନ ସମାଜସେବୀ ତଥା ବିପ୍ଲବୀ ରାମୋଜୀ ଗାରୁ ନିର୍ଭୀକ ଏବଂ ନିରପେକ୍ଷ ସାମ୍ବାଦିକତାର ମୂଳଦୂଆ ପକାଇଥିଲେ । ସେ 'ରାମୋଜୀ ଗ୍ରୁପ୍' ମାଧ୍ୟମରେ ବୃତ୍ତିଗତ ସାମ୍ବାଦିକମାନଙ୍କ ଏକ ଶୃଙ୍ଖଳିତ ଟିମ୍ ଗଠନ କରିଥିଲେ । ଟିମ ମଧ୍ୟରେ ସଠିକ୍ ନେତୃତ୍ୱ ଚୟନ କରିଥିଲେ । ଯେକୌଣସି ଅପ୍ରତ୍ୟାଶିତ କିମ୍ବା ପ୍ରତ୍ୟାଶିତ ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଟିମ୍ ସର୍ବଦା ପ୍ରସ୍ତୁତ ରହୁଥିଲା । ଏହି ଟିମକୁ ସେ ବ୍ୟକ୍ତିଗତ ଭାବେ ବାଟ ଦେଖାଉଥିଲେ ।

ଆସନ୍ତାକାଲି ଅର୍ଥାତ୍ ଜୁନ୍ 8, 2026 ତାଙ୍କର ଦ୍ୱିତୀୟ ତିରୋଧାନ ଦିବସରେ, ଆମେ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ପକାଉଛୁ, ଯାହାଙ୍କ ଜୀବନ ଆଞ୍ଚଳିକ ଗଣମାଧ୍ୟମକୁ ପୁନଃଗଠିତ କରିଥିଲା ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେଇଥିଲା ।
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରୁଥିବା ଏବଂ ଶୃଙ୍ଖଳାର ଉତ୍କୃଷ୍ଟ ଉଦାହରଣ ସାଜିଥିବା ଜଣେ ବ୍ୟକ୍ତିଙ୍କ ପ୍ରତି ଏହି ଆଲେଖ୍ୟ ଲେଖିବା ସମୟରେ ମୋର ଆଙ୍ଗୁଠି କି-ବୋର୍ଡରେ ଥରୁଥିଲା । ଯଦି ସେ ଏହି ଲେଖାକୁ ସମୀକ୍ଷା କରନ୍ତି, ତେବେ ସେ କିପରି ସମୀକ୍ଷା କରିବେ ତାହା କଳ୍ପନା କରିବା ସମୟରେ ମୋର ହୃଦୟ ଭାରି ହୋଇଯାଉଥିଲା ।

ତାଙ୍କ ନେତୃତ୍ୱରେ କାମ କରିବା ସମୟରେ, ମୁଁ 'ଇନାଡୁ' କିମ୍ବା 'ଇଟିଭି ଭାରତ' ପାଇଁ ଲେଖିଥିବା ପ୍ରତ୍ୟେକଟି ଲେଖାରେ ତାଙ୍କର ପୂର୍ଣ୍ଣ ସହମତି ଥିଲା । ସେ ବାକ୍ୟଗତ ତ୍ରୁଟି କିମ୍ବା ଶବ୍ଦର ଅନୁପଯୁକ୍ତ ବ୍ୟବହାରକୁ ବାରଣ କରୁଥିଲେ । ତାଙ୍କ ଦୃଷ୍ଟିରେ ଭାଷା ଏକ ଯାନ ସଦୃଶ, ଯାହା ଲମ୍ବା ଏବଂ ସଂଘର୍ଷପୂର୍ଣ୍ଣ ଯାତ୍ରାରେ ତୃଟିଶୂନ୍ୟ ହେବା ଆବଶ୍ୟକ । ସେ ଏକାଧିକ ସମୟରେ ଅନ୍ୟମାନଙ୍କୁ ଭାଷାଗତ ଦକ୍ଷତା ହାସଲ କରିବା ପାଇଁ ଉତ୍ସାହିତ କରୁଥିଲେ । ତେଲୁଗୁ ଭାଷା ପ୍ରତି ତାଙ୍କର ଅପାର ପ୍ରେମ ଏବଂ ଗର୍ବ ଥିଲା । ଇଂରାଜୀ ଭାଷା ଉପରେ ମଧ୍ୟ ତାଙ୍କର କର୍ତ୍ତୃତ୍ୱ ଉଲ୍ଲେଖନୀୟ ଥିଲା । ତେଲୁଗୁ ଜାଣିନଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିବା ସମୟରେ, ସେ ନିଶ୍ଚିତ କରୁଥିଲେ ଯେ, ତାଙ୍କ ଭାଷା ସହଜରେ ବୋଧଗମ୍ୟ ହେଉ ଏବଂ ତାଙ୍କ ଶବ୍ଦଗୁଡ଼ିକ ସଠିକ ଭାବରେ ବ୍ୟବହାର ହେଉ । ଯାହା ଇଟିଭି ଚ୍ୟାନେଲଗୁଡ଼ିକ ପରି 13ଟି ଭାଷାରେ କାର୍ଯ୍ୟ କରୁଥିବା ଇଟିଭି ଭାରତ ଭଳି ବହୁଭାଷୀ ପ୍ଲାଟଫର୍ମ ଆରମ୍ଭ କରିବା ତାଙ୍କ ଦୂରଦୃଷ୍ଟିର ପ୍ରମାଣ ଥିଲା ।

ଶୃଙ୍ଖଳା ତାଙ୍କ ହୃଦୟକୁ ପ୍ରିୟ ଥିଲା;
ଜଣେ ବ୍ୟକ୍ତିଙ୍କ କାର୍ଯ୍ୟଦକ୍ଷତା, କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ସମର୍ପଣକୁ ରାମୋଜୀ ଗାରୁ ଯେତିକି ଗୁରୁତ୍ୱ ଦେଉଥିଲେ ସମୟକୁ ମଧ୍ୟ ସେତିକି ସମ୍ମାନ ଦେଉଥିଲେ । ତାଙ୍କ ପାଇଁ ସମୟ ଅତ୍ୟାବଶ୍ୟକ ଥିଲା । ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକୁ ମାପିବାକୁ ସମୟ ହିଁ ତାଙ୍କ ପାଇଁ ପ୍ରାଥମିକ ମାଧ୍ୟମ ଥିଲା । ସେ ପ୍ରାୟତଃ କହୁଥିଲେ, "ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, । ଏହା କେବେ ବି ତୁମ ପାଇଁ ଅପେକ୍ଷା କରେ ନାହିଁ । ଏହାର ସଠିକ୍ ଉପଯୋଗ କର ।"
ଆମ ମଧ୍ୟରୁ ଅଧିକାଂଶ ଲୋକ ଶୋଇଥିବା ସମୟରେ ତାଙ୍କର ଦିନ ଆରମ୍ଭ ହେଉଥିଲା । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ତେଲୁଗୁ ଦୈନିକ ଖବରକାଗଜ "ଇନାଡୁ" ଏବଂ ପ୍ରମୁଖ ଇଂରାଜୀ ଖବରକାଗଜର ହାଇଦ୍ରାବାଦ ସଂସ୍କରଣ ଏବଂ ଅନ୍ୟ ଜାତୀୟ ଦୈନିକ ଖବରକାଗଜ ଉପରେ ନଜର ପକାଇବା ପାଇଁ ସେ ସବୁବେଳେ ଅପେକ୍ଷାରତ ରହୁଥିଲେ ।

ସେ ମୌଳିକ ଚିନ୍ତାଧାରାକୁ ଭଲ ପାଉଥିଲେ ;
ସେ ଜଣେ ମୌଳିକ ଚିନ୍ତାଧାରାର ବ୍ୟକ୍ତି ଥିଲେ, ଯିଏ ପ୍ରମୁଖ ଇଂରାଜୀ ଖବରକାଗଜର ମତାମତ ପୃଷ୍ଠାରେ ଲେଖକମାନେ କିପରି ସେମାନଙ୍କର ଚିନ୍ତାଧାରା ପ୍ରକାଶ କରନ୍ତି ? ତାହା ଗଭୀର ଭାବରେ ଅଧ୍ୟୟନ କରିଥିଲେ । ସେ ନ୍ୟୁଜ୍ ରୁମ୍ ପରିଚାଳନା ପାଇଁ ନ୍ୟୁଜ୍ ଆଇଡିଆ ବ୍ୟାଙ୍କ (NIB) ଗଠନ କରିଥିଲେ ।

ଯେତେବେଳେ ସେ କୌଣସି ଆକର୍ଷଣୀୟ ସାମ୍ବାଦିକତା କାର୍ଯ୍ୟ କିମ୍ବା ଏକ ଆକର୍ଷଣୀୟ ଦୃଶ୍ୟ ବର୍ଣ୍ଣନାରେ ପରିଣତ ହୋଇପାରିବା ଭଳି କାହାଣୀ ପାଉଥିଲେ, ସେତେବେଳେ ମୁଁ ତାଙ୍କଠାରୁ ପ୍ରାୟତଃ ଫୋନ୍ ପାଉଥିଲି । ନ୍ୟୁଜରୁମରେ ଏକ କାହାଣୀ ଦାଖଲ କରିବା ପୂର୍ବରୁ, ସେ ଏହାକୁ ନ୍ୟୁଜରୁମରେ "ହେଭ୍ ୟୁ କଭର୍ଡ" (HYC) ନାମରେ ଏକ ଟ୍ୟାଗ୍ ଦେଉଥିଲେ । ଆମର ଆଲୋଚନା ସାମ୍ବାଦିକମାନେ ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକୁ କିପରି ବର୍ଣ୍ଣନା କରିଛନ୍ତି, ତାହା ଉପରେ କେନ୍ଦ୍ରିତ ରହୁଥିଲା ।
ତାଙ୍କ ପାଇଁ ସାମ୍ବାଦିକତା କେବଳ ଜୀବିକା ନିର୍ବାହ ପାଇଁ ଏକ ବୃତ୍ତି ନୁହେଁ, ବରଂ ଏକ ସେବା ଥିଲା । ତାଙ୍କ ଅନୁସାରେ, ସାମ୍ବାଦିକତାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସୂଚନା ଦେବା, ଶିକ୍ଷିତ କରିବା ଏବଂ ସଚେତନ କରିବା ଯେଉଁ ବିଷୟଗୁଡ଼ିକ ବିଷୟରେ ସେମାନେ ସଚେତନ ହେବା ଆବଶ୍ୟକ । ସେ ପ୍ରତିଭାକୁ ପୋଷଣ କରିବାରେ ବିଶ୍ୱାସ କରୁଥିଲେ । ତାଙ୍କ ପାଇଁ କଠିନ ପରିଶ୍ରମ ଏବଂ ଶିଖିବାର ଇଚ୍ଛା ଜନ୍ମଗତ ବୁଦ୍ଧିମତା ଅପେକ୍ଷା ବହୁତ ମୂଲ୍ୟବାନ ଥିଲା । ସେ ପ୍ରାୟତଃ ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ତାଙ୍କ ଜୀବନରେ ସେ ଯେଉଁ ସଂଘର୍ଷର ସମ୍ମୁଖୀନ ହୋଇଥିଲେ, ତାହା ଉଲ୍ଲେଖ କରୁଥିଲେ । ସେ ଜଣେ ସଫଳ ଉଦ୍ୟୋଗୀ, ଜଣେ ନିର୍ଭୀକ ସାମ୍ବାଦିକ ଏବଂ ଜଣେ ମହାନ ପରାମର୍ଶଦାତା ଥିଲେ ।
ଏହି ବି ପଢନ୍ତୁ- ANR କଲେଜରେ ହେବ 'ରାମୋଜୀ ରାଓ ଦକ୍ଷତା ବିକାଶ କେନ୍ଦ୍ର', 50 ଲକ୍ଷ ଘୋଷଣା କଲେ ରାମୋଜୀ ଗ୍ରୁପ CMD

