OPINION: ଇନ୍ଦୋର ଦୁର୍ଘଟଣା ସମଗ୍ର ଦେଶ ପାଇଁ ସତର୍କ ସୂଚନା;ଜାଣନ୍ତି, କାହିଁକି ବିପଦରେ ଭାରତର ଜଳ ଭବିଷ୍ୟତ ?
2030 ସୁଦ୍ଧା 40 ପ୍ରତିଶତ ଭାରତୀୟଙ୍କ ପାଖରେ ପାନୀୟ ଜଳ ପହଞ୍ଚି ପାରିବ ନାହିଁ । ପ୍ରମୁଖ ସହରଗୁ଼ଡିକରେ ଜଳଭଣ୍ତାର ସମ୍ପୂର୍ଣ୍ଣ ହ୍ରାସ ପାଇବାର ଦ୍ୱାର ଦେଶରେ ଠିଆ ହୋଇଛି ।


Published : January 11, 2026 at 8:14 PM IST
|Updated : January 11, 2026 at 8:27 PM IST
ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଚିତ ଇନ୍ଦୋର ଏବେ ଦୂଷିତ ପାଣି କ ଦୁଃଖଦ ସଙ୍କଟ କାରଣ ପାଲଟିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି । ଏହି ସଙ୍କଟ 15 ଲୋକଙ୍କ ଜୀବନ ନେଇଛି । ଶତାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଡାଇରିଆ, ବାନ୍ତି ପରି ରୋଗର ମୁଖ୍ୟ କାରଣ ଥିଲା ଭିତ୍ତିଭୂମିର ବିଫଳତା । ଯେଉଁଥିପାଇଁ ନର୍ଦ୍ଦମା ପାଣି ପାନୀୟ ଜଳରେ ମିଶିଥିଲା ଏବଂ ଏପରି ଏକ ଅଘଟଣ ଘଟିଥିଲା ।
80 କିଲୋମିଟର ଦୂର ନର୍ମଦା ନଦୀରୁ କାହିଁକି ହୁଏ ଜଳଯୋଗାଣ

ଇନ୍ଦୋର ନିଜର ଜଳ ଆବଶ୍ୟକତା ପାଇଁ 80 କିଲୋମିଟର ଦୂର ନର୍ମଦା ନଦୀ ଉପରେ ନିର୍ଭର କରେ । ନଗର ନିଗମର ପାଇପ ଲାଇନ ମାଧ୍ୟମରେ ପାନୀୟଜଳ ଯୋଗାଣ ହୋଇଥାଏ । ପ୍ରତି ଘରକୁ ଦିନେ ଛାଡି ଦିନେ ନିଗମ ପକ୍ଷରୁ ଜଳ ଯୋଗାଣ ହୋଇଥାଏ । ଏହା ଏକ ବହୁତ ବଡ କାମ । ଏଥିପାଇଁ ପୌର ନିଗମକୁ କେବଳ ବିଦ୍ୟୁତ ବିଲ ବାବଦ ପ୍ରତି ମାସରେ 25 କୋଟି ଖର୍ଚ୍ଚ କରିବାକୁ ପଡିଥାଏ ।
ଏଠି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ, ଯଦିଓ ନିକଟରେ ଥିବା ଜଳ ଉତ୍ସରୁ ଜଳ ଯୋଗାଣ କରି ପାରିଥାନ୍ତା ତେବେ ଇନ୍ଦୋର ଏତେ ଦୂରରୁ ପାଣି ଆଣିଲା କାହିଁକି ? ସହର ନର୍ମଦା ନଦୀ ଆ଼ଡକୁ ମୁହାଁଇବା କାରଣ ଏହାର ଐତିହାସିକ ଜଳଉତ୍ସ ଖାନ ଏବଂ ସରସ୍ୱତୀ ନଦୀ । 1990 ଦଶକର ଆରମ୍ଭରୁ ଦ୍ରୁତ ସହରୀକରଣ ଓ ଶିଳ୍ପାୟନ ଯୋଗୁ ଏହି ଦୁଇ ନଦୀର ଜଳ ଅତ୍ୟନ୍ତ ପ୍ରଦୂଷିତ ଏବଂ ଅପର୍ଯ୍ୟପ୍ତ ହୋଇ ପଡିଥିଲା । ଏହି ସ୍ଥାନୀୟ ନଦୀଗୁଡିକ ଖରାଦିନେ ଶୁଖିଯାଏ । ଫଳରେ ଏହା ସହରରେ ବଢୁଥିବା ଜଳ ଚାହିଦାକୁ ପୂରଣ କରିବାରେ ଅସମର୍ଥ ହୋଇଥାଏ । ଏହି କାରଣରୁ ଚିରସ୍ରୋତା ନର୍ମଦା ନଦୀରୁ ପାଣି ଆଣିବା ଜନ ସୁରକ୍ଷା ପାଇଁ ଜଟିଳ ହେଲେ ମଧ୍ୟ ଏକ ଜରୁରୀ ବିକଳ୍ପ ପାଲଟିଯାଇଛି ।

ତେବେ ଦୂଷିତ ପାଣିର ଏହି ସଙ୍କଟ ବ୍ୟବସ୍ଥାର ବିଫଳତାକୁ ସାମ୍ନକୁ ଆଣିଛି । ପ୍ରଦୂଷଣ କେବଳ ଏକ ପାଇପରେ ଜଳ ଯୋଗାଣ ପର୍ଯ୍ୟନ୍ତ ସୀମିତ ହୋଇ ନାହିଁ । ଏହା ସମଗ୍ର ଜଳଯୋଗାଣ ବ୍ୟବସ୍ଥା ଅର୍ଥାତ ଭୂପୃଷ୍ଠ ଜଳ ଯେମିତି ନଦୀ ଏବଂ ଭୂଗର୍ଭ ଜଳକୁ ଉଭୟକୁ ଦୂଷିତ କରି ଦେଇଛି । ଏହି ସମସ୍ୟା କେବଳ ଇନ୍ଦୋର ପର୍ଯ୍ୟନ୍ତ ସୀମିତ ନୁହେଁ । ଏହା ଦେଶର ବିଭିନ୍ନ ଅଂଶରେ କମ ବା ବେଶି ପରିମାଣରେ ବିଦ୍ୟମାନ ବିପର୍ଯ୍ୟସ୍ତ ଜଳ ବ୍ୟବସ୍ଥାର ଏକ ଦେଶବ୍ୟାପୀ ବୋଝକୁ ପ୍ରତିଫଳିତ କରେ ।
ଭାରତରେ ହ୍ରାସ ପାଉଛି ଜଳର ଗୁଣବତ୍ତା
ଅକଳନ କରାଯାଉଛି, 2050 ସୁଦ୍ଧା ସହରାଞ୍ଚଳ ଜନସଂଖ୍ୟା ବୃଦ୍ଧି ମାମଲାରେ ଭାରତ ବିଶ୍ପରେ ସବୁଠାରୁ ଆଗରେ ରହିବ । ଦେଶର ସହରାଞ୍ଚଳ ଜନସଂଖ୍ୟା ଯାହା 1901ରେ ମାତ୍ର 11 ପ୍ରତିଶତ ଥିଲା ତାହା 2017ରେ 38 ପ୍ରତିଶତ ବୃଦ୍ଧି ପାଇଛି । ଏହି ଅପ୍ରତିରୋଧିତ ସହରୀକରଣ ପୂର୍ବରୁ ସଙ୍କଟ ମଧ୍ୟରେ ଥିବା ଜଳ ସମ୍ପଦ ଉପରେ ପ୍ରଚୁର ଚାପ ପକାଉଛି । ଜଳବାୟୁ ପରିବର୍ତ୍ତନର ଅନଶ୍ଚିତତା ଏହି ପରିସ୍ଥିତିକୁ ଆହୁରି ତୀବ୍ର କରୁଛି ଯାହା ଫଳରେ କୃଷି ଉତ୍ପାଦନ ହ୍ରାସ ପାଉଛି । ଜନ ସଂଖ୍ୟାର ଏକ ବଡ ଭାଗ ସହରାଭିମୁଖି ହେଉଛନ୍ତି । ଯାହା ଫଳରେ ପୂର୍ବରୁ ସଙ୍କଟରେ ଥିବା ଆମ ଜଳ ଯୋଗାଣ ଉପରେ ନିର୍ଭରଶୀଳତା ଆହୁରି ବୃଦ୍ଧି ପାଉଛି।

ଦଶନ୍ଧି ଧରି ଭାରତ ଏହାର ଭୂତଳ ଜଳ ସ୍ତରକୁ ଚିନ୍ତାଜନକ ହାରରେ ହ୍ରାସ କରିଆସୁଛି। ଯାହାର କରଣ ମୁଖ୍ୟତଃ ଖ୍ୟତଃ ଅତ୍ୟଧିକ ଜଳ ନିଷ୍କାସନ ଏବଂ କମ ପରିମାଣର ବର୍ଷା । ସବୁଜ ବିପ୍ଳବ ପରଠାରୁ ଧାନ ପରି ଅଧିକ ଜଳ ଆବଶ୍ୟକ କରୁଥିବା ଫସଲକୁ ପାଣି ଯୋଗାଇବା ପାଇଁ ଭୂତଳ ଜଳ ହିଁ ମୁଖ୍ୟ ଆଧାର ହୋଇଛି । ହେଲେ ଏହାର ସଫଳତା ସାରର ଅତ୍ୟଧିକ ବ୍ୟବହାର ଏବଂ ଜଳଭଣ଼୍ଡାରର ଦୁରୂପଯୋଗ ଉରେ ନିର୍ଭର କରେ ।
ଚିନ୍ତାଜନକ ହାରରେ ହ୍ରାସ ପାଉଛି ଭୂତଳ ଜଳ
ଦଶନ୍ଧି ଧରି, ଭାରତ ଏହାର ଭୂତଳ ଜଳକୁ ଏକ ଚିନ୍ତାଜନକ ହାରରେ ହ୍ରାସ କରିଆସୁଛି, ମୁଖ୍ୟତଃ ଅତ୍ୟଧିକ ନିଷ୍କାସନ ଏବଂ ହ୍ରାସ ପାଉଥିବା ବର୍ଷା ଯୋଗୁଁ। ସବୁଜ ବିପ୍ଳବ ପରଠାରୁ, ଧାନ ଭଳି ଜଳ-ସର୍ବାଧିକ ଫସଲକୁ ଜଳସେଚନ ପାଇଁ ଭୂତଳ ଜଳ ମୁଖ୍ୟ ଆଧାର ହୋଇଆସିଛି, କିନ୍ତୁ ଏହି ସଫଳତା ସାରର ଅତ୍ୟଧିକ ବ୍ୟବହାର ଏବଂ ଜଳଭଣ୍ଡାରର ବେପରୁଆ ଶୋଷଣ ଉପରେ ନିର୍ଭରଶୀଳ।

କହିବାକୁ ଗଲେ, ମିଠାଜଳର ସବୁଠାରୁ ବଡ ଗ୍ରାହକ ହେଉଛି କୃଷି । ଏହି କାରଣରୁ ଗଙ୍ଗାର ସମତଳ ଅଞ୍ଚଳରେ ଭୂତଳ ଜଳସ୍ତର ପ୍ରତି ବର୍ଷ 4 ସେଣ୍ଟିମିଟର ହ୍ରାସ ପାଉଛି । ନାସାର ଗବେଷକ ମେଥ୍ୟୁ ରୋଡେଲଙ୍କ ଅନୁସାରେ, କେବଳ ଉତ୍ତର ଭାରତ ପ୍ରତି ବର୍ଷ 19.2 ଗିଗାଟନ ଭୂତଳ ଜଳସ୍ତର ହରାଉଛି । ଭାରତ ପ୍ରତି ବର୍ଷ 75 ବିଲିୟନ ଘନମିଟର ଭୂତଳ ଜଳ ନିଷ୍କାସନ କରୁଛି । ଯାହା ବିଶ୍ବର ମୋଟ ଜଳର ଏକ ତୃତୀୟାଂଶ । ଦେଶର ସର୍ବାଧିକ ଜଳ ଅଭାବ ରାଜ୍ୟ ହେଉଛି ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ପରି କୃଷି ପ୍ରଧାନ ଦେଶ ।
ଏହି ଅସନ୍ତୁଳନ ଭୟଙ୍କର ପରିଣାମର କାରଣ ହୋଇପାରେ

ନୀତି ଆୟୋଗ ଆକଳନ କରିଛି, 2030 ସୁଦ୍ଧା 40 ପ୍ରତିଶତ ଭାରତୀୟଙ୍କ ପାଖରେ ପାନୀୟ ଜଳ ପହଞ୍ଚି ପାରିବ ନାହିଁ । କମିଶନ ଚେତାବନୀ ଦେଇଛି, ପ୍ରମୁଖ ସହରଗୁ଼ଡିକରେ ଜଳଭଣ୍ତାର ସମ୍ପୂର୍ଣ୍ଣ ହ୍ରାସ ପାଇବାର ଦ୍ୱାର ଦେଶରେ ଠିଆ ହୋଇଛି । ଏହି ଜଳାଭାବ ଖାଦ୍ୟଯୋଗାଣ ପାଇଁ ବିପଦ ସୃଷ୍ଟି କରିପାରେ । ଯାହା ଫଳରେ ଖାଦ୍ୟ ମୂଲ୍ୟ ଆକାଶଛୁଆଁ ହୋଇପାରେ ଏବଂ ସାମାଜିକ ଅଶାନ୍ତି ବି ସୃଷ୍ଟି କରିପାରେ ।
ନୀତି ନିର୍ଦ୍ଧାରଣରେ ବିଫଳତା ଏହି ସଙ୍କଟକୁ ଆହୁରି ବଢାଇ ଦେଇଛି । ଏଥିରେ ଅନିୟନ୍ତ୍ରିତ ବିଦ୍ୟୁତ ସବସିଡି ଅନ୍ତର୍ଭୁକ୍ତ ଯାହା ଜଳ ସରଂକ୍ଷଣକୁ ପ୍ରୋତ୍ସାହନ ଦେବା ବଦଳରେ ଆବଶ୍ୟକତାରୁ ଅଧିକ ନିଷ୍କାସନକୁ ପ୍ରୋତ୍ସାହନ ଦେଇଥାଏ । ପାଣିର ଗୁଣବତ୍ତା ମଧ୍ୟ ଯଥେଷ୍ଟ ଖରାପ ହେଉଛି । ବିଶ୍ୱ ଜଳ ଗୁଣବତ୍ତା ସୂଚକାଙ୍କରେ ଭାରତର ସ୍ଥାନ 122 ଦେଶ ମଧ୍ୟରେ 120ରେ ରହିଛି ।

ଜଳ ପ୍ରଦୁଷଣର କାରଣ ମାନବୀୟ ଏବଂ ପ୍ରାକୃତିକ
ଓଡିଶାରେ ଫ୍ଲୋରାଇଡ ମିଶା ପାଣି ଏକ ବଡ ସମସ୍ୟା ଭାବେ ଛିଡା ହୋଇଛି। ସେହିପରି ପଶ୍ଚିମବଙ୍ଗରେ ଆର୍ସେନିକ ଜହର ପରି ବ୍ୟାପି ଯାଇଛି । ଏହା ଜଳସେଚନ ମାଧ୍ୟମରେ ଖାଦ୍ୟଶୃଙ୍ଖଳରେ ପ୍ରବେଶ କରୁଛି । ରାଜସ୍ଥାନ ଏବଂ ଦିଲ୍ଲୀରେ ହୋଇଥିବା ସାଂପ୍ରତିକ ଅଧ୍ୟୟନରୁ ବ୍ୟାପକ ଫ୍ଲାରାଇଡ, ନାଇଟ୍ରେଟ ଏବଂ ୟୁରାନିୟମ ପ୍ରଦୂଷଣ ଥି୍ବା ସାମ୍ନାକୁ ଆସିଛି । 2025 ରିପୋର୍ଟ ଅନୁସାରେ, ଦିଲ୍ଲୀର ଭୂତଳ ଜଳ ନମୁନାରେ ଥିବା 13-15 ପ୍ରତିଶତ ୟୁରାନିୟମ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୀମା ଅତିକ୍ରମ କରିଛି । ଏହା କୀଡନି ଏବଂ କ୍ୟାନ୍ସର ପରି ରୋଗର ବିପଦ ସୃଷ୍ଟି କରିଛି ।
ଜଳାଭାବ ଏବଂ ପ୍ରଦୂଷଣ-ଏହି ଦୁଇଟି ସଙ୍କଟର ମୁକାବିଲା କରିବା ପାଇଁ ଆମର ପ୍ରଯୁକ୍ତି ବିଦ୍ୟା ଯଥେଷ୍ଟ ନୁହେଁ । ଅଧିକାଂଶ ବଡ ସହରରେ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ରର ଅଭାବ ରହିଛି । ଅନେକ ବଡ ସହରରେ ପୁରୁଣା ଜଳ ଉତ୍ସ ଶୁଖି ଯାଇଥିବାରୁ ପାନୀୟ ଜଳ ଯୋଗାଣ ଟ୍ୟାଙ୍କର ଯୋଗେ ହୋଇଥାଏ । ହେଲେ ସମଗ୍ର ଦେଶରେ ଏହି ଟ୍ୟାଙ୍କରର ସ୍ଥିତି ବହୁତ ଖରାପ । କେନ୍ଦ୍ର ସରକାର ପାଣି ବଣ୍ଟନକାରୀ ଟ୍ୟାଙ୍କର ପାଇଁ 304-ଗ୍ରେଟ ଷ୍ଟିଲର ବ୍ୟବହାର କରିବାକୁ କାହିଁକି ଆଦେଶ ଦେଉ ନାହାଁନ୍ତି ?
ଏକ ମୌଳିକ ପ୍ରଶ୍ନ ରହିଛି ଯେ, ଜଳ ଜୀବନ ଭଳି ମିଶନରେ ସରକାରଙ୍କ ବିପୁଳ ଖର୍ଚ୍ଚ ସତ୍ତ୍ୱେ ଏହି ସମସ୍ୟାଗୁଡ଼ିକ କାହିଁକି ବ୍ୟାପିବାରେ ଏବଂ ଖରାପ ହେବାରେ ଲାଗିଛି? ଇନ୍ଦୋର ଦୁର୍ଘଟଣା ଏକ ବ୍ୟତିକ୍ରମ ନୁହେଁ, ବରଂ ଜଳ ପରିଚାଳନାରେ ଏକ ଜାତୀୟ ବିଫଳତାର ଏକ ଲକ୍ଷଣ। ଏହା ଏକ ସ୍ପଷ୍ଟ ଚେତାବନୀ ଯେ ଯଦି ସଙ୍କଟର ପରିମାଣ ପୂରଣ କରିବା ପାଇଁ ପରିଚାଳନାରେ ଉନ୍ନତି କରାନଯାଏ, ତେବେ ଭବିଷ୍ୟତରେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ।
କେମିତି ହେବ ସମାଧାନ
ନୀତି ନିର୍ଦ୍ଧାରକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଜଳବିଜ୍ଞାନ ସତ୍ୟକୁ ଅଣଦେଖା କରନ୍ତି। କୌଣସି ନଦୀରେ କୌଣସି "ଅତିରିକ୍ତ" ଜଳ ଅନୁପଯୋଗୀ ନୁହେଁ। "ସମୁଦ୍ରରେ ପାଣି ନଷ୍ଟ ହେବା"କୁ ରୋକିବା ଭଳି ସରଳ ଗାଣିତିକ ଯୁକ୍ତି ନଦୀ ଅବବାହିକାର ଜଟିଳ ପରିବେଶଗତ କାର୍ଯ୍ୟକୁ ଜାଣିଶୁଣି ଅଣଦେଖା କରୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ସମର୍ଥକମାନେ ନଦୀକୁ ଏକ ସମନ୍ୱିତ ପ୍ରଣାଳୀ ଭାବରେ ଦେଖିବାକୁ ବିଫଳ ହୁଅନ୍ତି, ଯାହା ଏହାର ଉତ୍ସରୁ ଡେଲ୍ଟା ସମତଳ ଭୂମି ପର୍ଯ୍ୟନ୍ତ ପରସ୍ପର ସହିତ ଜଡିତ, ଯେଉଁଠାରେ ଏହା ସମୁଦ୍ରରେ ମିଶିଥାଏ।
ପରିଣାମ ପୂର୍ବରୁ ସ୍ପଷ୍ଟ। ସର୍ଦ୍ଦାର ସରୋବର ଡ୍ୟାମ୍ ସମାପ୍ତ ହେବା ପରଠାରୁ ତଳମୁଣ୍ଡରେ ନର୍ମଦା ନଦୀର ତଳ ଭାଗର ଅବସ୍ଥା ଯାହା ହୋଇଛି ଏହା ଆମ ସାମ୍ନାରେ ଏକ ଆଧୁନିକ ଚେତାବନୀର ଉଦାହରଣ ସୃଷ୍ଟି କରିଛି। ନଦୀର ପ୍ରାକୃତିକ ପ୍ରବାହରେ ହସ୍ତକ୍ଷେପ କଲେ ଏହା କିପରି ଗଭୀର ଏବଂ ପ୍ରାୟତଃ ଅପରିବର୍ତ୍ତନୀୟ ପ୍ରଭାବ ପକାଇଥାଏ ତାହା ଏହି ଉଦାହରଣରୁ ସ୍ପଷ୍ଟ ହୋଇଥାଏ ।
ମୁଖ୍ୟତଃ ଦୁର୍ବଳ ପରିବେଶଗତ ଶାସନ, ଅପର୍ଯ୍ୟାପ୍ତ ଆଇନ ଏବଂ ବ୍ୟବସ୍ଥାଗତ ଦୁର୍ନୀତି ଯୋଗୁଁ ଭାରତର ଜଳ ସଙ୍କଟ ନିୟନ୍ତ୍ରଣ ବାହାରକୁ ବଢ଼ି ଚାଲିଛି । ଏହି ସଙ୍କଟକୁ ଭାରତର ବ୍ୟାପକ "ଜଳ ଜରୁରୀକାଳୀନ ସ୍ଥିତି" ପରିପ୍ରେକ୍ଷୀରେ ଦେଖିବାକୁ ପଡିବ । ଏହା ଏମିତି ଏକ ସଙ୍କଟ ଯାହା ଏକ ଗୁରୁତର ପ୍ରଦୂଷଣ ଏବଂ ମଇଳା ଦ୍ୱାରା ପରିଭାଷିତ ହୋଇଥାଏ । ଏହା ବାଦ, ସମସ୍ତ ନଦୀ ଅବବାହିକାରେ ପରିବେଶଗତ ସମାଧାନଗୁଡ଼ିକୁ ନିରନ୍ତର ଅଣଦେଖା କରାଯାଉଛି।
ଏହା ମଧ୍ୟ ପଢନ୍ତୁ OPINION:ଭେନେଜୁଏଲାରେ ଆମେରିକାର ଆକ୍ରମଣ ବିଶ୍ୱ ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ; କ’ଣ ରହିବ ଭାରତର ଭୂମିକା ?
ଏହା ମଧ୍ୟ ପଢନ୍ତୁ OPINION: ଭାରତକୁ ଏବେ ଜଳ ସ୍ବରାଜର ଘୋର ଆବଶ୍ୟକତା ରହିଛି: ଜାଣନ୍ତୁ କାହିଁକି ?

