ETV Bharat / opinion

OPINION: ଆଫଗାନିସ୍ଥାନକୁ ମାନ୍ୟତା ଦେବ ତ ଭାରତ ? କାବୁଲ ନୀତିକୁ ସମର୍ଥନ କରିବ ତ ?

ଆଫଗାନ ସରକାର କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କୁ ଭାରତ ବିରୋଧରେ ଆଫଗାନିସ୍ତାନ ମାଟି ବ୍ୟବହାର କରିବାକୁ ଅନୁମତି ଦେବେ ନାହିଁ । ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ସାର୍ବଜନୀନ ଭାବରେ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

External Affairs Minister S. Jaishankar and Afghanistan's Foreign Minister Mawlawi Amir Khan Muttaqi during a delegation-level bilateral meeting in New Delhi on Oct 10, 2025. (ANI)
External Affairs Minister S. Jaishankar and Afghanistan's Foreign Minister Mawlawi Amir Khan Muttaqi during a delegation-level bilateral meeting in New Delhi on Oct 10, 2025. (ANI) (ANI)
author img

By Achal Malhotra

Published : October 14, 2025 at 8:24 PM IST

5 Min Read
Choose ETV Bharat

ଆଫଗାନିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ମୱାଲାୱି ଅମିର ଖାନ ମୁତ୍ତାକି 2025 ଅକ୍ଟୋବରରେ ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତ ତାଲିବାନ ସହିତ ଭାରତର କ୍ରମବର୍ଦ୍ଧିଷ୍ଣୁ ସମ୍ପର୍କର ପରିଣାମ ବୋଲି କୁହାଯାଇ ପାରିବ । ଏହି ପ୍ରକ୍ରିୟା 2022 ଜୁନ ମାସରୁ ବିଭିନ୍ନ ମାଧ୍ୟମରେ ଆରମ୍ଭ ହୋଇଥିଲା । ଯାହା ବି ହେଉ, ମୱାଲାୱି ଅମିର ଖାନଙ୍କ ଭାରତ ଗସ୍ତ ନିଶ୍ଚିତ ଭାବେ ଏକ ମହତ୍ୱପୂର୍ଣ୍ଣ । କାରଣ ଭାରତ ବିଦେଶ ମନ୍ତ୍ରୀ ସ୍ତରର ଜଣେ ତାଲିବାନ ନେତାଙ୍କୁ ନୂଆଦିଲ୍ଲୀରେ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲା । ଅବଶ୍ୟ ଭାରତ ଅଧିକାଂଶ ବିଶ୍ୱସ୍ତରୀୟ ନେତାଙ୍କ ପରି ଏ ପର୍ଯ୍ୟନ୍ତ ତାଲିବାନ ନେତୃତ୍ୱାଧିନ ସରକାରଙ୍କୁ କୂଟନୈତିକ ସ୍ୱୀକୃତି ଦେଇନାହିଁ ।

ସଂକ୍ଷିପ୍ତ ପୃଷ୍ଠଭୂମି

ତାଲିବାନକୁ ଏକ ଅତି କଠୋରପନ୍ଥୀ ଇସଲାମିକ ସଂଗଠନ ଭାବେ ବିବେଚନା କରାଯାଏ । ତାଲିବାନ ଉପରେ ଜାତିସଂଘ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।1989ରେ ସୋଭିଏତ ସଂଘ ଆଫଗାନିସ୍ତାନରୁ ପ୍ରତ୍ୟାହାର ପରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । 1996ରେ ପ୍ରଥମ ଥର ପାଇଁ ତାଲିବାନ କ୍ଷମତାକୁ ଆସିଥିଲା ।

ପରେ 2001ରେ ଆମେରିକା ଓବଂ ତାର ସହଯୋଗୀ ରାଷ୍ଟ୍ରମାନଙ୍କ ହସ୍ତକ୍ଷେପ ପରେ ଆଫଗାନିସ୍ତାନରେ ତାଲିବାନ ସରକାରକୁ କ୍ଷମତାରୁ ହଟା ଯାଇଥିଲା । ଆମେରିକାରେ 9/11 ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ଆତଙ୍କୀମାନେ ଆମେରିକାର ପେଣ୍ଟାଗନ ଏବଂ ବିଶ୍ୱବାଣିଜ୍ୟ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ଏହି ଘଟଣାର ମାଷ୍ଟକମାଇଣ଼୍ଡକୁ ତାଲିବାନ ଆଶ୍ରୟ ଦେଉଥିବା ଆମେରିକା ଅଭିଯୋଗ କରିଥିଲା ।

ଦୁଇ ଦଶନ୍ଧି ଧରିି ତାଲିବାନ ବିରୋଧରେ ଅଘୋଷିତ ଯୁଦ୍ଧ ଲଢିଥିଲା ଆମେରିକା

ତାଲିବାନ ଶାସନ ହଟିବା ପରେ ଆଫଗାନିସ୍ତାନରେ ଗଣତାନ୍ତ୍ରିକ ସରାକର ପ୍ରତିଷ୍ଠା ହୋଇଥିଲା ଯାହାକୁ ଆନ୍ତର୍ଜାତୀୟ ଦେଶ ସମୂହ ସମର୍ଥନ କରିଥିଲେ । ଏହା ପରେ ପ୍ରାୟ ଦୁଇ ଦଶନ୍ଧି ଧରିି ଆମେରିକା ଆଫଗାନିସ୍ତାନ ମାଟିରେ ତାଲିବାନ ବିରୋଧରେ ଏକ ଅଘୋଷିତ ଯୁଦ୍ଧ ଲଢିଥିଲା ।

ପରେ ଆମେରିକା ଆଫଗାନିସ୍ତାନରୁ ହଟି ଆସିବା ପାଇଁ ନିଷ୍ପତ୍ତି ନେଇଥିଲା । 2020ରେ ତାଲିବାନ ସହ ଏକ ଚୁକ୍ତି ହୋଇଥିଲା ଯେ, ତାଲିବାନ ଆମେରିକା ଓ ତାର ସହଯୋଗୀ ଦେଶକୁ ଟାର୍ଗେଟ କରିବ ନାହିଁ । ଏହି ଚୁକ୍ତି ସ୍ୱାକ୍ଷର କରିବା ପରେ ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରି ନେଇଥିଲା ।

ତାଲିବାନ ଶାସନ ପାଇଁ ଚ୍ୟାଲେଞ୍ଜ

ଏକ ସମୟରେ ଆଫଗାନିସ୍ତାନରେ ଆନ୍ତଃ-ଆଫଗାନ ଆଲୋଚନା ଏବଂ ପରାମର୍ଶ ମାଧ୍ୟମରେ ଆଫଗାନିସ୍ତାନରେ ଏକ ଅନ୍ତର୍ଭୁକ୍ତିମୂଳକ ସରକାର ଗଠନ ହେବାର ଆଶା କରାଯାଉଥିଲା । ଏହା ଆରମ୍ଭ ତ ହୋଇଥିଲା ହେଲେ କିଛି ବର୍ଷ ପରେ ଭାଙ୍ଗି ଯାଇଥିଲା । 2021, ଅଗଷ୍ଟ 15ରେ ସଶସ୍ତ୍ର ତାଲିବାନ ବାହିନୀକୁ ପ୍ରତିରୋଧ କରିବାର କୌଣସି ଶକ୍ତି ଆଫଗାନିସ୍ତାନରେ ନ ଥିଲା । ଫଳରେ ଖୁବ ସହଜରେ ତାଲିବାନ କାବୁଲରେ ପ୍ରବେଶ କରି ପାରିଥିଲେ। ତାଲିବାନ ଫେରି ଆସିବା ପରେ ଆଫଗାନ ସରକାର ଭାଙ୍ଗି ଯାଇଥିଲା । ଦେଶରେ ତାଲିବାନ ଶାସନ 2.0 ଆରମ୍ଭ ହୋଇଯାଇଥିଲା । ଏହା ପରଠାରୁ ଆଫଗାନିସ୍ତାନରେ ଚାଲି ଆସୁଛି ତାଲିବାନ ଶାସନ । ଏହା ଭିତରେ ତାଲିବାନ ଦେଶ ଉପରେ ତାର ନିୟନ୍ତ୍ରଣକୁ ସୁଦୃଢ଼ ​​କରିଛି । ତଥାପି, ଆତଙ୍କବାଦୀ ସଂଗଠନ ISIS(K) ତାଲିବାନ ଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ତାଲିବାନ 2.0 ଆରମ୍ଭ ହେବା ପରେ ଗତ 4 ବର୍ଷ ମଧ୍ୟରେ ଏହାରୁ ଅନ୍ତର୍ଜାତୀୟ ସ୍ତରରେ ବିରୋଧଭାସର ସମ୍ମୁଖୀନ କରିବାକୁ ପଡିଥିଲା । ରୁଷ ତାଲିବାନକୁ ରାଜନୈତିକ ମାନ୍ୟତା ପ୍ରଦାନ କରିଥିଲା । ଆନ୍ୟପକ୍ଷେ ଚୀନ ସମେତ ଅନେକ ଦେଶ ବିଭିନ୍ନ ସ୍ତରରେ ତାଲିବାନ ସରକାର ସହ ସମ୍ପର୍କ ରଖିଥିଲେ ।

ତାଲିବାନ-ଭାରତ ଆଲୋଚନା ବ଼ୃଦ୍ଧି ପଛର କାରଣ କ'ଣ ?

ସାଂପ୍ରତିକ ସ୍ଥିତିକୁ ଦେଖିଲେ ଜଣାଯାଏ, ତାଲିବାନ ଏବଂ ଭାରତ ପରସ୍ପର ସହ ଆଲୋଚନା ବଢାଇବା ପଛରେ ବ୍ୟକ୍ତିଗତ କାରଣ ରହିଛି । ଆରମ୍ଭରୁ ତାଲିବାନ ଭାରତ ସହ ସଂପର୍କ ରଖିବାକୁ ପ୍ରୟାସ କରିଥିବା ସ୍ପଷ୍ଟ ହୋଇଥିଲା । ଭାରତକୁ ଆଶ୍ୱସ୍ତ କରିଥିଲା ଯେ, ଆଫଗାନିସ୍ତାନରେ ଭାରତ ନିବେଶ କରିଥିବା 3 ଅରବ ଡଲାର ସୁରକ୍ଷିତ ରହିବ । ଏଥି ସହିତ ଅଧା ରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଆଫଗାନିସ୍ତାନ ସ୍ୱାଗତ କରିବ ।

ଆଫଗାନିସ୍ତାନର ଦୃଷ୍ଟିକୋଣରୁ ଦେଖିଲେ, ଭାରତ ସହିତ ଆଲୋଚନା ଆଫଗାନିସ୍ତାନର ପୁନଃନିର୍ମାଣରେ ସହାୟକ ହୋଇପାରେ। ଏହା ବ୍ୟତୀତ, ଭାରତ ସହିତ ସିଧାସଳଖ ଆଲୋଚନା ତାଲିବାନକୁ ଅନ୍ତର୍ଜାତୀୟ ସ୍ୱୀକ଼ୃତି ବା ମାନ୍ୟତା ପାଇବା ଦିଗରେ ଏକ ବ୍ୟାପକ ରଣନୀତିର ଅଂଶ ଥିଲା।


ତାଲିବାନ 2.0 ସହିତ ଭାରତର କ୍ରମାଗତ ସମ୍ପର୍କ ନୀତି ଅନେକ କାରଣ ଦ୍ୱାରା ପ୍ରଭାବିତ ହୋଇଛି । ଏହା ମୁଖ୍ୟତଃ ରଣନୈତିକ ବାସ୍ତବବାଦ ଏବଂ ଭୂମିଗତ ବାସ୍ତବତା ଉପରେ ଆଧାରିତ ସୁରକ୍ଷା ସଂପର୍କିତ ବିଚାରଧାରା ଦ୍ୱାରା ପରିଚାଳିତ। ତେବେ ଭାରତ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଆଫଗାନିସ୍ତାନ ଭୂମିର ବ୍ୟବହାର କିମ୍ବା ଅପବ୍ୟବହାର ଭାରତର ଜାତୀୟ ସ୍ୱାର୍ଥ ବିରୋଧୀ ଶକ୍ତି ଦ୍ୱାରା ଯେପରି କରା ନ ଯାଏ।

ପାକିସ୍ତାନ-ତାଲିବାନ ସମ୍ପର୍କ


2021 ମସିହାରେ ISI ବା ପାକିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ଯୋଗୁଁ ପାକିସ୍ତାନ ଆଫଗାନ ମାଟିରେ ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠା କରିବାର ସମ୍ଭାବନା ବାସ୍ତବ ଥିଲା । ହେଲେ ଅନ୍ୟପଟେ ଆଫଗାନିସ୍ତାନରେ ଚୀନର ପ୍ରଭାବ ବୃଦ୍ଧି ପାଇବା ଘଟଣାକୁ ବି ଭାରତ ଚୁପଚାପ ବସି ଦେଖିପାରିବ ନାହିଁ। ତାଲିବାନ ସହିତ ରାଷ୍ଟ୍ରଦୂତ ଆଦାନପ୍ରଦାନ କରିଥିବା ଚୀନ ପ୍ରଥମ ପ୍ରମୁଖ ଦେଶ ଥିଲା ।


ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଅନେକ ପହକ୍ଷେପ ନିଆଯାଇଥିଲା । ଉଦାହରଣ ସ୍ୱରୂପ, 2021 ଅଗଷ୍ଟ 31ରେ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଏବଂ ଆଫଗାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଷ୍ଟାନେକଜାଇଙ୍କ ମଧ୍ୟରେ ହୋଇଥିବା ବୈଠକ ଭାରତ ଏବଂ ତାଲିବାନ ମଧ୍ୟରେ କୂଟନୈତିକ ସମ୍ପର୍କର ଦ୍ୱାର ଖୋଲି ଦେଇଥିଲା।


ଜୁନ୍ 2022ରେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳର କାବୁଲ ଗସ୍ତ ପରେ, ଭାରତର ବିକାଶ ସହାୟତା ଏବଂ ମାନବୀୟ ସହାୟତା ପ୍ରକଳ୍ପଗୁଡ଼ିକର ତଦାରଖ କରିବା ପାଇଁ ଭାରତୀୟ ଦୂତାବାସରେ ଏକ ବୈଷୟିକ ଦଳ ନିୟୋଜିତ କରାଯାଇଥିଲା।

ଏହି ସମୟରେ, ଆଫଗାନିସ୍ତାନରେ ଦେଖା ଦେଇଥିଲା ପ୍ରାକୃତିକ ବିପର୍ଯ୍ୟୟ । ଏହି ସମୟରେ ଭାରତ ପ୍ରଥମେ ସହାୟତାର ହାତ ବଢାଇ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଜାନୁଆରୀ 2025 ଆରମ୍ଭରେ ଦୁବାଇରେ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୌଲବୀ ଆମିର ଖାନ ମୁତାକିଙ୍କୁ ଭେଟିଥିଲେ। ଅଗଷ୍ଟ 2021 ରେ କାବୁଲରେ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଏହା ଭାରତର ସର୍ବୋଚ୍ଚ ସ୍ତରୀୟ ସରକାରୀ ସମ୍ପର୍କ ଥିଲା।

କଣ ଥିଲା ପାକିସ୍ତାନ ଦୃଷ୍ଟିକୋଣ

2021 ମସିହାରେ, ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗତ କିଛି ବର୍ଷ ଧରି ତିକ୍ତ ହୋଇଯାଇଛି । ଅନ୍ୟଏକ ଘଟଣାକ୍ରମରେ. ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଡୁରାଣ୍ଡ ରେଖାକୁ ନେଇ ମତଭେଦ ଜାରି ରହିଛି । ଏଥିସହିତ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନର ବଳପୂର୍ବକ ଦେଶାନ୍ତର କରିବା ଆଉ ଏକ ବିବାଦୀୟ ପ୍ରସଙ୍ଗ।

ଆଫଗାନିସ୍ତାନ ଆଉ ଏକ ଗୁରୁତର ଅଭିଯୋଗ ଆଣିଛି । ପାକିସ୍ତାନ ଆଫଗାନ ବିରୋଧୀ ଆତଙ୍କବାଦୀ ସଂଗଠନ ISIS(K)କୁ ଆଶ୍ରୟ ଦେଉଥିବା ତାଲିବାନ ସରକାର ଅଭିଯୋଗ କରିଛି । ଅନ୍ୟପକ୍ଷେ ପାକିସ୍ତାନ ଆଫଗାନିସ୍ତାନକୁ TTP (ତେହରିକ-ଏ-ତାଲିବାନ, ପାକ ବିରୋଧୀ ଆତଙ୍କୀ )କୁ ଆଶ୍ରୟ ଦେଉଥିବା ଅଭିଯୋଗ କରୁଛି।

ଏବେ ଯାହା ଦେଖିବାକୁ ମିଳିଛି, ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଅନେକ ଗୁଣରେ ବୃଦ୍ଧି ପାଇଛି। ଏହି ଉତ୍ତେଜନା ବୃଦ୍ଧି ଦୁଇ ଦେଶ ମଧ୍ୟରେ ଗମ୍ଭୀର ସୀମା ସଂଘର୍ଷର କାରଣ ହୋଇଛି। ଆଫଗାନ-ପାକିସ୍ତାନ ସମ୍ପର୍କରେ ଅବନତି ଭାରତ ପାଇଁ ଏହି ସୁବିଧାକୁ ଉପଯୋଗ କରିବା ପାଇଁ ଏକ ରଣନୈତିକ ସୁଯୋଗ ସୃଷ୍ଟି କରିଛି।

ଗସ୍ତର ପ୍ରମୁଖ ବିଷୟ:

ଆଫଗାନିସ୍ତାନ ପକ୍ଷରୁ ଏହି ଉଚ୍ଚସ୍ତରୀୟ ଗସ୍ତ ନିଶ୍ଚିତ କରେ ଯେ, ଭାରତର ଆଫଗାନିସ୍ତାନ ସହିତ ସତର୍କତା ମୂଳକ ସମ୍ପର୍କର ପ୍ରାରମ୍ଭିକ ନୀତି ଏବେ ରଣନୈତିକ ବାସ୍ତବବାଦର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି। ଉଭୟ ପକ୍ଷ ସୀମାପାର ଆତଙ୍କବାଦ ଉପରେ ସେମାନଙ୍କର ସମାନ ଦୃଷ୍ଟିକୋଣକୁ ଦୋହରାଇଥିଲେ। ପାକିସ୍ତାନର ନାମ ନ ନେଇ, ଉଭୟ ପକ୍ଷ ଆଞ୍ଚଳିକ ଦେଶଗୁଡ଼ିକରୁ ସୃଷ୍ଟି ହେଉଥିବା ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପକୁ ସ୍ପଷ୍ଟ ଭାବରେ ନିନ୍ଦା କରିଥିଲେ। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ସାର୍ବଜନୀନ ଭାବରେ ଆଫଗାନିସ୍ତାନ ସରକାର କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କୁ ଭାରତ ବିରୁଦ୍ଧରେ ଆଫଗାନିସ୍ତାନ ମାଟି ବ୍ୟବହାର କରିବାକୁ ଅନୁମତି ଦେବେ ନାହିଁ ବୋଲି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଭାରତ ସମ୍ମୁଖରେ ଦୁଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା

ବର୍ତ୍ତମାନ ସମୟରେ ଭାରତ ସମ୍ମୁଖରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି। ପ୍ରଥମତଃ, ଆଫଗାନିସ୍ତାନରେ ତାଲିବାନ ଶାସନକୁ ପୂର୍ଣ୍ଣ କୂଟନୈତିକ ସ୍ୱୀକୃତି ପ୍ରଦାନ କରିବା । ଯାହା ଦେଖାଯାଉଛି, ଭାରତ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ମତାମତ ସହିତ ସମନ୍ୱୟ କରିବା ପାଇଁ ଅପେକ୍ଷା କରିବ।

ଭାରତ ପାଇଁ ଦ୍ୱିତୀୟ ଚ୍ୟାଲେଞ୍ଜ ହେଉଛି କୂଟନୀତି ଏବଂ ନିଷ୍ପତ୍ତି ମଧ୍ୟରେ ସନ୍ତୁଳନ ରଖିବା ପାଇଁ ବାଟ ଖୋଜିବା । ବିଶେଷକରି ତାଲିବାନ ପ୍ରତିଗାମୀ ନୀତିକୁ ଦୃଷ୍ଟିରେ ରଖି କାମ କରିଥାଏ । ବିଶେଷକରି ମହିଳା ଅଧିକାର ଏବଂ ସ୍ୱାଧୀନତା ସମ୍ପର୍କରେ। ଭୂ ରାଜନୀତିରେ, ବ୍ୟବହାରବାଦ ସମର୍ଥନ ଦାବି କରେ ଏବଂ ହୁଏତ ଏହି କାରଣରୁ ଭାରତ ସମ୍ପ୍ରତି ଆଫଗାନିସ୍ତାନରେ ସମସ୍ତ ଜାତିଗତ ସମ୍ପ୍ରଦାୟ ଏବଂ ମହିଳାମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଏକ ଅନ୍ତର୍ଭୁକ୍ତିମୂଳକ ସରକାର ଗଠନ କରିବା ନେଇ ସ୍ୱର ଉଠାଇ ନାହିଁ।

ସ୍ୱୀକୃତୀ: ଏହି ଲେଖାରେ ପ୍ରକାଶିତ ମତାମତ ଲେଖକଙ୍କର ସମ୍ପୂର୍ଣ୍ଣ ନିଜସ୍ୱ । ଏଠାରେ ପ୍ରକାଶିତ ତଥ୍ୟ ଏବଂ ମତାମତ ETV ଭାରତର ମତାମତକୁ ପ୍ରତିଫଳିତ କରେ ନାହିଁ)

ଏହା ମଧ୍ୟ ପଢନ୍ତୁ OPINION: ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କାହିଁକି ବଢୁଛି ଆତ୍ମହତ୍ୟା ? ପ୍ରାଣଘାତକ ସାଜୁଛି କି ଶିକ୍ଷା ବ୍ୟବସ୍ଥାରେ ଭେଦଭାବ ?

ଏହା ମଧ୍ୟ ପଢନ୍ତୁ OPINION:ପଞ୍ଜାବରେ ୪ ଲକ୍ଷ ଏକର ଫସଲ ନଷ୍ଟ; ଜାଣନ୍ତୁ, କିପରି ଟ୍ରାକ୍ କୁ ଫେରିବ ରାଜ୍ୟ