ETV Bharat / opinion

Opinion: ଅତୀତର ଗୌରବ ନାଳନ୍ଦା ସାଜିଛି ସାଇବର ଅପରାଧ ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ର କେନ୍ଦ୍ର

ଭାରତର ସ୍ବର୍ଣ୍ଣିମ ଇତିହାସ ବହନ କରୁଥିବା ନାଳନ୍ଦା ଆଜି ଠକେଇ ଓ ଅପରାଧର କେନ୍ଦ୍ର ପାଲଟିଛି । ଏହି ନିର୍ବାଚନରେ କିଛି ନୂତନ ଯୁବ ପ୍ରାର୍ଥୀ କ'ଣ ଲିଭାଇ ପାରିବେ ନାଳନ୍ଦାର କଳଙ୍କ ।

Prime Minister Narendra Modi, right, and Bihar Chief Minister Nitish Kumar during a public meeting ahead of the state Assembly elections, in Samastipur district, Friday, Oct. 24, 2025.
Prime Minister Narendra Modi, right, and Bihar Chief Minister Nitish Kumar during a public meeting ahead of the state Assembly elections, in Samastipur district, Friday, Oct. 24, 2025. (PTI)
author img

By ETV Bharat Odisha Team

Published : October 30, 2025 at 8:37 PM IST

4 Min Read
Choose ETV Bharat

ଲେଖକ: ପ୍ରଣବ ଚୌଧୁରୀ

ହାଇଦ୍ରାବାଦ: ଦିନ ଥିଲା ବିହାରର ଗୌରବ ଥିଲା ନାଳନ୍ଦା ବିଶ୍ବବିଦ୍ୟାଳୟ । ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟର ସ୍ଥାପନାର 500 ବର୍ଷ ଆଗରୁ ସାରା ବିଶ୍ବର ଜ୍ଞାନର ଭଣ୍ଡାର ଥିଲା ନାଳନ୍ଦା ବିଶ୍ବବିଦ୍ୟାଳୟ । ଏଠାରେ ନ ମିଲିଅନ୍ ବହି ସହିତ ବିଶ୍ବରୁ 10,000 ହଜାର ଛାତ୍ରଛାତ୍ରୀ ଏଠାରେ ପାଠ ପଢିବାକୁ ଆସୁଥିଲେ । ବିହାରର ଗୌରବମୟ ଇତିହାସ ବହନ କରି ଆସିଛି ନାଳନ୍ଦା ବିଶ୍ବବିଦ୍ୟାଳୟ । ହେଲେ ବର୍ତ୍ତମାନର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଏହା ପରୀକ୍ଷା ପତ୍ର ଲିକ୍ ଏବଂ ସାଇବର କ୍ରାଇମ୍ ଭଳି ଅପରାଧର ଉତ୍ପତ୍ତିସ୍ଥଳୀ ପାଲଟିଛି ।

A state police unit displaying the seized items from a gang involved in cybercrimes across the country.
A state police unit displaying the seized items from a gang involved in cybercrimes across the country. (ANI)

କଳଙ୍କିତ ହେଉଛି ନାଳନ୍ଦାର ଗୌରବ:

ନାଳନ୍ଦାରେ ଏପରି କଳଙ୍କ ଲାଗିବାର ଘଟଣା 2003-04 ମସିହାରୁ ଆରମ୍ଭ ହୁଏ । ବିହାରର ହିଲସା ଜିଲ୍ଲା ଅନ୍ତର୍ଗତ ନିବାସୀ ଡ଼ଃ ସୁମନ କୁମାର ସିଂ ଓରଫ୍ ରଣଜିତ୍ ଡ଼ନ୍ CAT ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପଛର କିଙ୍ଗପିନ୍ ଭାବେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରଣଜିତ୍ IIM, AIIMS, ମେଡ଼ିକାଲ କଲେଜ ଏପରି ଦେଶର କିଛି ସମୃଦ୍ଧ ଓ ସମ୍ମାନଜନକ ଅନୁଷ୍ଠାନ ତଥା ସରକାରୀ ଚାକିରୀ ପାଇବାରେ ଅନେକ ପରୀକ୍ଷାର୍ଥୀଙ୍କୁ ବେଆଇନ୍ ଭାବେ ସହାୟତା କରିଥିଲେ । ଏହି ଘଟଣାରେ CBI ରଣଜିତ୍ ଡ଼ନ୍‌ଙ୍କ ବିରୋଧରେ CAT ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପାଇଁ ଚାର୍ଜସିଟ୍ ଦାଖଲ କରିଥିଲା । ହେଲେ ତାଙ୍କୁ 2004 ମସିହା ବିହାର ଲୋକସଭା ନିର୍ବାଚନରେ ଭାଗ ନେବାରୁ ଅଟକାଇ ନଥିଲା । ରଣଜୀତ ବେଗୁସରାଇ ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ 60,000 ଭୋଟ ହାସଲ କରିଥିଲେ । ସେ ଜେଡ଼ିୟୁର ରାଜୀବ ରଞ୍ଜନ ସିଂ ଏବଂ କଂଗ୍ରେସର କ୍ରିଷ୍ଣା ସାହିଙ୍କ ବିରୋଧରେ ଠିଆ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲେ ।

Patna: Leader of Opposition in Bihar Assembly and RJD leader Tejashwi Yadav during a press conference, in Patna, Tuesday, Oct. 28, 2025.
Patna: Leader of Opposition in Bihar Assembly and RJD leader Tejashwi Yadav during a press conference, in Patna, Tuesday, Oct. 28, 2025. (PTI)

ସାଧାରଣ ପରିବାରରୁ ଦେଶର ବଡ଼ ବଡ଼ ଅନୁଷ୍ଠାନରେ ଠକେଇ ପର୍ଯ୍ୟନ୍ତ:

ରଣଜିତ ବିହାରର ଖଦି ଲୋଦିପୁରର ଏକ ଛୋଟ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଯାତ୍ରା ଏହି ଛୋଟ ଗ୍ରାମରୁ ଆରମ୍ଭ ହୋଇ ଦେଶର ସବୁଠାରୁ ସମ୍ମାନଜନକ ଅନୁଷ୍ଠାନରେ ଠକେଇ କରିବା ପର୍ଯ୍ୟନ୍ତ ରହିଥିଲା । ହେଲେ ଏପରି ଅପରାଧ ସତ୍ତ୍ବେ ତାଙ୍କର ରାଜନୈତିକ ଆକାଂକ୍ଷା ତାଙ୍କୁ ବିହାର ରାଜନୀତିର ଏକ ଅଂଶ କରିଦେଇଥିଲା । ରଣଜିତଙ୍କ ପରେ ତାଙ୍କ ପତ୍ନୀ ଦୀପିକା 2015 ମସିହାରେ ହିଲସା ବିଧାନସଭା ନିର୍ବାଚନରେ ଲଢିଥିଲେ । ଏହି ନିର୍ବାଚନରେ ସେ ଆରଜେଡ଼ିର ଶକ୍ତି ସିଂଙ୍କ ବିପକ୍ଷରେ ଲୋକ ଜନ ଶକ୍ତି ପାର୍ଟି ବା (LPJ) ପକ୍ଷରୁ ଟିକେଟ ପାଇ ଲଢିଥିଲେ । ହେଲେ ବିଜୟ ହାସଲ କରିପାରିନଥିଲେ ।

Prime Minister Narendra Modi, right, and Bihar Chief Minister Nitish Kumar during a public meeting ahead of the state Assembly elections, in Samastipur district, Friday, Oct. 24, 2025.
Prime Minister Narendra Modi, right, and Bihar Chief Minister Nitish Kumar during a public meeting ahead of the state Assembly elections, in Samastipur district, Friday, Oct. 24, 2025. (PTI)

ସଞ୍ଜିବ ମୁଖିଆ ଓ NEET-UG ପ୍ରଶ୍ନପତ୍ର ଲିକ୍ ମାମଲା:

ଏହି ପରି ନାଳନ୍ଦା ଅଞ୍ଚଳର ନଗରନୌସାରୁ 2012-13 ମସିହାରେ ଆଉ ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏଥିରେ ସଞ୍ଜିବ ମୁଖିଆଙ୍କୁ ପ୍ରମୁଖ ଦୋଷୀ ଭାବେ ଘୋଷଣା କରାଯାଇଥିଲା । ଏହା ସତ୍ତ୍ବେ ସଞ୍ଜିବ ମୁଖିଆଙ୍କ ପତ୍ନୀ ମମତା ଦେବୀ ହରନୌତ ବିଧାନସଭା ଆସନରୁ ଲୋକ ଜନ ଶକ୍ତି ପାର୍ଟି ବା LPJ ପାର୍ଟି ପକ୍ଷରୁ ଟିକେଟ ପାଇ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ଜଣେ ସ୍ଥାନୀୟ ବାସିନ୍ଦା ରାମ ବାବୁ ସିଂ କହିଛନ୍ତି,"ମମତା ପ୍ରଥମେ ନାଳନ୍ଦାର ନାଗରନୌସା ଅଞ୍ଚଳର ଭୁତଥାଖାର ପଞ୍ଚାୟତର ସରପଞ୍ଚ ବା ମୁଖିଆ ଥିଲେ । ଏହି ସମୟରୁ ମମତା ରାଜନୀତିରେ ଅନେକ ସମୟ ଧରି ସକ୍ରିୟ ରହି ଆସିଛନ୍ତି ।"

Security personnel check a vehicle amid increased security ahead of the first phase of Bihar Assembly elections.
Security personnel check a vehicle amid increased security ahead of the first phase of Bihar Assembly elections. (PTI)

ପରୀକ୍ଷାରେ ଦୁର୍ନୀତିରେ ଚଳାଇଥିଲେ ଆନ୍ତଃ-ରାଜ୍ୟ ନେଟୱର୍କ:

2024 ମସିହାରେ ନିଟ୍-ୟୁଜି(NEET-UG) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ସଞ୍ଜିବ ମୁଖିଆ ଧରା ପଡ଼ିଥିଲେ । ସେ ଏକ ଆନ୍ତଃ-ରାଜ୍ୟ ପ୍ରଶ୍ନ ଉତ୍ତର ଖୋଜିବା ପାଇଁ ଏକ ଗ୍ୟାଙ୍ଗ ମଧ୍ୟ ଚଳାଉଥିଲେ । ସେ ପ୍ରକୃତ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଗୁଡ଼ିକ ବାଣ୍ଟି ଏହାର ଉତ୍ତର ବାହାର କରି ଏକ ନେଟୱାର୍କ ଚଳାଇଥିଲେ । ଏହି ଗ୍ୟାଙ୍ଗର ଚେର ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ହରିଆଣା ଓ ପଞ୍ଜାବ ଭଳି ରାଜ୍ୟକୁ ଲମ୍ବିଥିଲା । ସଞ୍ଜୀବ ବିହାର ଅନ୍ୟ ରାଜ୍ୟସ୍ତରୀୟ ପରୀକ୍ଷାରେ ଦୁର୍ନୀତି କରିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ବିହାର ପବ୍ଲିକ କମିଶନ ଶିକ୍ଷକ ଭର୍ତ୍ତି ପରୀକ୍ଷା ଓ ବିହାର ପୋଲିସ୍ କନଷ୍ଟେବଳ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ମାମଲାରେ ସେ ଜଡ଼ିତ ଥିଲେ । ଚଳିତବର୍ଷ ଏପ୍ରିଲ ମାସରେ ତାଙ୍କୁ ଦାନାପୁରରୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ବେଲରେ ବାହାରକୁ ଆସିଥିଲେ ମଧ୍ୟ ତାଙ୍କ ଉପରେ ଏବେ ବି ତଦନ୍ତ ଚାଲିଛି । ତାଙ୍କ ପୁଅ ଶିବ ମଧ୍ୟ ଠକେଇ ମାମଲାରେ ଏବେ ଜେଲରେ ଅଛନ୍ତି ।

ସାଇବର କ୍ରାଇମର ପେଣ୍ଠସ୍ଥଳ: କତ୍ରୀସରାଇ

ନାଳନ୍ଦାର କତ୍ରୀସରାଇ ସାଇବର କ୍ରାଇମ୍ ଦୁନିଆରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିଛି । ଏହା ସାଇବର କ୍ରାଇମ୍ ହଟ୍‌ସ୍ପଟ୍‌ ଭାବେ ଉଭା ହେଉଛି । ସାଇବର କ୍ରାଇମ୍, ମିଛ ଚାକିରି ସମ୍ବନ୍ଧିତ ଅଫର ଲେଟର ଦେଇ ଠକେଇ କରିବା, ମିଥ୍ୟା ରିକ୍ରୁଟମେଣ୍ଟ, ଫେକ୍ ସିମ୍ କାର୍ଡ଼ ଓ ମୋବାଇଲ୍ ମାଧ୍ୟମରେ ଠକେଇ ଅଭିଯୋଗ ଦିନକୁ ଦିନ ବଢିବାରେ ଲାଗିଛି । ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ ଦିଲ୍ଲୀ,କୋଲକାତା, ଗୁରୁଗ୍ରାମ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ରାଜ୍ୟର ସାଇବର ପୋଲିସ ପକ୍ଷରୁ ବହୁ ମାମଲା ରୁଜୁ ହେବାରେ ଲାଗିଛି । ଏହା କତ୍ରିସରାଇର ନାମ ଖରାପ କରିବାରେ ଲାଗିଛି ।

ଛୋଟୁ ମୁଖିଆ ବନାମ ଜିତେନ୍ଦ୍ର କୁମାର:

ବର୍ତ୍ତମାନ ବିହାର ନିର୍ବାଚନରେ ରବି ରଞ୍ଜନ ଓରଫ୍ ଛୋଟୁ ମୁଖିଆ ଆସ୍ଥୱାନ ବିଧାନସଭା କ୍ଷେତ୍ରରୁ ଆର୍‌ଜେଡ଼ି ପକ୍ଷରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି ସିଟ୍‌ରେ ପୂର୍ବରୁ 6ଥର ବିଜୟ ଲାଭ କରିଥିବା ଜେଡ଼ିୟୁର ଏମ୍‌ଏଲଏ ଜିତେନ୍ଦ୍ର କୁମାରଙ୍କ ବିପକ୍ଷରେ 26 ବର୍ଷୀୟ କତ୍ରିସରାଇର ଜଣେ ବିଲ୍‌ଡ଼ରଙ୍କ ପୁଅ ଛୋଟୁ ମୁଖିଆ ଲଢେଇ କରିବେ । ଛୋଟୁ ମୁଖିଆ ବହୁ କମ୍ ସମୟରେ ଲୋକପ୍ରିୟତା ହାସଲ କରିଛନ୍ତି । ସେ ମୁଖିଆ ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ଜିତେନ୍ଦ୍ର କୁମାରଙ୍କ ବିପକ୍ଷରେ ଛୋଟୁଙ୍କୁ ଟିକେଟ ଦେବା ଆର୍‌ଜେଡ଼ିକୁ ଭାରି ପଡ଼ିପାରେ ବୋଲି ବୁଦ୍ଧିଜୀବୀ ଆଶଙ୍କା ଜାହିର କରିଛନ୍ତି ।

ଲତା ସିଂ:

ଆସ୍ଥୱାନରେ ଆଉ ଜଣେ ପ୍ରାର୍ଥୀ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି ଲତା ସିଂ । ସୁପ୍ରିମକୋର୍ଟର ଜଣେ ଓକିଲ ଭାବେ କାର୍ଯ୍ୟ କରନ୍ତି । ଚଳିତବର୍ଷ ଜନ ସୁରାଜ ପାର୍ଟି ତାଙ୍କୁ ଟିକେଟ୍ ଦେଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂଙ୍କ ଝିଅ ହେଉଛନ୍ତି ଲତା ସିଂ । ଆରସିପି ସିଂ ପୂର୍ବରୁ ନୀତିଶ କୁମାରଙ୍କ ସାଙ୍ଗ ଥିଲେ । ସେ ଆଶା ନାମକ ଏକ ସ୍ବାଧୀନ ରାଜନୈତିକ ଦଳ ଗଠନ କରିଥିଲେ । କିଛି ମାସ ତଳେ ଏହା ପ୍ରଶାନ୍ତ କିଶୋରଙ୍କ ନିର୍ବାଚନ ଦଳ ଜନ ସୁରଜ ପାର୍ଟିରେ ମିଶିଥିଲା ।

ଏହା ମଧ୍ୟ ପଢନ୍ତୁ: ଭାରତର ପରମାଣୁ ଯାତ୍ରା: ଡକ୍ଟର ଭାବାଙ୍କ ସ୍ୱଦେଶୀ ପରମାଣୁ ଗବେଷଣାରୁ SMR ବିପ୍ଳବ

ଛୋଟୁ ମୁଖିଆ ଓ ଲତା ସିଂଙ୍କ ପରି ଯୁବ ଚେହେରା ଆଗାମୀ ଭବିଷ୍ୟତ ପାଇଁ ଏକ ନୂଆ ଓ ନ୍ୟାୟପୂର୍ଣ୍ଣ ନାଳନ୍ଦା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ । ସେମାନେ ନାଳନ୍ଦା ବିଷୟରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରନ୍ତି । ତେବେ ସେମାନେ ନାଳନ୍ଦାରେ ଜେଡ଼ିୟୁର କବ୍ଜାରୁ ହାତେଇ ପାରିବେ କି ନାହିଁ ଏହା ଆଗାମୀ ନିର୍ବାଚନ ପରେ ଜଣା ପଡ଼ିବ । ଆଗାମୀ ନଭେମ୍ବର 14 ତାରିଖରେ ବିହାର ନିର୍ବାଚନ ହେବାକୁ ଯାଉଛି । ଫଳାଫଳକୁ ଅପେକ୍ଷା ।