ETV Bharat / lifestyle

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ଶୁଭ ଖବର

ଆଜି ଜାନୁଆରୀ 06 ତାରିଖ, ମଙ୍ଗଳବାର । ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିଙ୍କ ଭାଗ୍ୟରେ କ'ଣ ରହିଛି ? ପଢ଼ନ୍ତୁ ଆଜିର ରାଶିଫଳ ।

ମଙ୍ଗଳବାର , ଜାନୁଆରୀ 6, 2026 ର ରାଶିଫଳ
ମଙ୍ଗଳବାର , ଜାନୁଆରୀ 6, 2026 ର ରାଶିଫଳ (ETV BHARAT ODISHA)
author img

By ETV Bharat Odisha Team

Published : January 6, 2026 at 7:28 AM IST

|

Updated : January 6, 2026 at 7:54 AM IST

4 Min Read
Choose ETV Bharat
ମେଷ
ମେଷ (ETV BHARAT ODISHA)

ମେଷ: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଆଜି ବନ୍ଧୁ ଏବଂ ପଡୋଶୀଙ୍କ ସହିତ କୌଣସି ବିଷୟରେ ଆଲୋଚନାରେ ବ୍ୟସ୍ତ ରହିବେ, ଯାହା ଯୁକ୍ତିତର୍କରେ ପରିଣତ ହୋଇପାରେ । ଦିନ ସାରା ବ୍ୟସ୍ତ ରହିବେ, ରାତିସାରା ଅନିଦ୍ରା ରହିବାକୁ ପଡିପାରେ । ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଆପଣ ଅସୁସ୍ଥ ହୋଇ ପଡିବେ । ଭ୍ରମଣ ଯୋଜନା ଯଦି କରିଥାନ୍ତି ତେବେ ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ ।

ବୃଷ
ବୃଷ (ETV BHARAT ODISHA)

ବୃଷ: ଏକ ସମ୍ବେଦନଶୀଳ ଘଟଣା ଆପଣଙ୍କ ମନକୁ କଷ୍ଟ ଦେଇପାରେ । ଆଜି ଆପଣ ଦିନ ସାରା ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ରହିବେ, ଆପଣଙ୍କ ଭାଇ ଭଉଣୀଙ୍କ ସହିତ ବଚସା ହୋଇପାରେ ଏବଂ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମିଥୁନ
ମିଥୁନ (ETV BHARAT ODISHA)

ମିଥୁନ: ଦିନର ପ୍ରଥମାର୍ଦ୍ଧରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଆପଣ ରାଗି ସ୍ବଭାବର ହୋଇଥିବାରୁ ଏହା ଆବେଗକୁ କମାଇଦେବ ଏବଂ ଉତ୍କଣ୍ଠାକୁ ଦୁର୍ବଳ କରିଦେବ । ଆପଣ ନିଜର ଖର୍ଚ୍ଚ ଉପରେ ବିଚାର କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ ନୁହେଁ କାରଣ ସେମାନେ ପଢାପଢିରେ ସଫଳତା ପାଇବେ ନାହିଁ । ଅପରାହ୍ନରେ କିଛି ପରିବର୍ତ୍ତନ ଘଟିପାରେ । ଆପଣ କିଛି ବନ୍ଧୁଙ୍କୁ ନିଜ ଗୃହକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିପାରନ୍ତି । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ। ଆଜିର ସନ୍ଧ୍ୟାକୁ ନିଜ ମନଭରି ଉପଭୋଗ କରିବା ପାଇଁ ଉତ୍ସୁକୁତା ପ୍ରଦର୍ଶନ କରିବେ, ଯାହାକି ଆପଣ ବହୁ ଦିନରୁ କରିପାରିନଥିଲେ ।

କର୍କଟ
କର୍କଟ (ETV BHARAT ODISHA)

କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିଯନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ । ଆପଣଙ୍କ ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ । ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ | ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଅପରାହ୍ନ ପରେ ଅଯଥା ଅବାନ୍ତର କଥା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ ।

ସିଂହ
ସିଂହ (ETV BHARAT ODISHA)

ସିଂହ: ଦିବସର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ଯେପରି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ଆପଣ ନିଜର ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ । ତୁଚ୍ଛକଥାକୁ ନେଇ ମୁଁହ ହୁଡାହୁଡି ହେବା ପରିବର୍ତ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନନେବା ଜରୁରି । ଯଦି ଆପଣଙ୍କର ବାର୍ତ୍ତାଳପ ଯୁକ୍ତିସଙ୍ଗତ, ତଥାପି ଆପଣ ଶାନ୍ତ ରୁହନ୍ତୁ । ତାହାହେଲେ ଦିବସର ଶେଷାର୍ଦ୍ଧ ସୁଖ ଶାନ୍ତିରେ ଅତିବାହିତ କରିବେ । ନୂତନ ଚିନ୍ତାଧାରାରେ ଯୋଜନା କରି କାର୍ଯ୍ୟ ଆରମ୍ଭ କରିବେ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କଷ୍ଟସାଧ୍ୟ ହେବନାହିଁ । ନିଜର ପ୍ରିୟଜନଙ୍କ ସଙ୍ଗେସଙ୍ଗେ ବନ୍ଧୁତ୍ୱର ସମ୍ପର୍କ ନିବିଡ ହେବ ।

କନ୍ୟା
କନ୍ୟା (ETV BHARAT ODISHA)

କନ୍ୟା: ସମ୍ଭବତଃ, ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଏହା ଆରାମଦାୟକ ଏବଂ ଅନୁକୂଳ ରହିବ । ଅବଶ୍ୟ, ଦିନର ଦ୍ୱିତୀୟ ଭାଗରେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ତୁଳା
ତୁଳା (ETV BHARAT ODISHA)

ତୁଳା: ଆଜିର ଦିବସଟି ଆପଣଙ୍କ ନିମନ୍ତେ ଶୁଭ ଫଳଦାୟକ ଅଟେ । ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଆପଣ ଏଥିପାଇଁ ଉପକୃତ ହେବେ । ଆପଣଙ୍କର ପଦୋନ୍ନତି ହୋଇପାରେ କିମ୍ଵା ଦରମା ବୃଦ୍ଧି ଘଟିପାରେ । ପାରିବାରିକ ଜୀବନ ସୁଖମୟ ହେବ । ପରିବାରର ସଦସ୍ୟଙ୍କ ସହ ଭ୍ରମଣରେ ଯିବାପାଇଁ ଯୋଜନା କରିପାରନ୍ତି । ଏପରି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଜି ଚେଷ୍ଟାକଲେ ଭଲହେବ । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭ ଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ ।

ବିଛା
ବିଛା (ETV BHARAT ODISHA)

ବିଛା: ଭଗବାନ ତଥା ଗ୍ରହ ମାନଙ୍କ ପ୍ରଭାବରୁ ଦିନଟି ଭଲରେ କଟିବ । ପ୍ରତିକ୍ଷେତ୍ରରେ ଆପଣ କୃତକାର୍ଯ୍ୟ ହେବେ । ଚାକିରୀରେ ପଦୋନ୍ନତି, ଦରମା ବୃଦ୍ଧି, ବିଦେଶ ୟାତ୍ରା ହୋଇପାରେ । ଶାରୀରିକ ସୁସ୍ଥତା ବଜାୟ ରହିବ । ମୌଜ ମଜଲିସରେ ସମୟ କାଟିବେ । ବନ୍ଧୁମାନଙ୍କ ସହ ପରିଭ୍ରମଣରେ ୟାଆନ୍ତୁ । ନୂତନ ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ ଆପଣଙ୍କର କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ହାକିମଙ୍କୁ ପ୍ରଭାବିତ କରନ୍ତୁ, ଯାହାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରିବେ । ଏବଂ ଶୁଭ ଫଳାଫଳ ପାଇପାରିବେ ।

ଧନୁ
ଧନୁ (ETV BHARAT ODISHA)

ଧନୁ: ଦିବସର ପ୍ରାରମ୍ଭରୁ ପ୍ରତି ଘଣ୍ଟା ଅନ୍ତରରେ ଆପଣଙ୍କର ଉନ୍ନତି ଆରମ୍ଭ ହେବ । କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଦିନଟି ଅଯଥାରେ କଟିବ । ଅପରାହ୍ନ ପରେ ପାରିବାରିକ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁମାନେ ଆପଣଙ୍କ ଗୃହକୁ ଆସି ଏବଂ ଖୁସି ଖବର ଶୁଣାଇ ଆପଣଙ୍କୁ ଆମୋଦିତ କରିବେ । ବିବାଦୀୟ ଦିନଟିରେ ନିଜର ମନଟିକୁ ପ୍ରଫୁଲ୍ଳ ରଖିବାକୁ ଧ୍ୟାନ ଏବଂ ଯୋଗର ଆଶ୍ରୟ ନିଅନ୍ତୁ ।

ମକର
ମକର (ETV BHARAT ODISHA)

ମକର: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରଥମାର୍ଦ୍ଧରେ କର୍ମଜୀବିମାନେ ଲାଭବାନ ହେବେ ଏବଂ ସୁଫଳ ପ୍ରାପ୍ତି ହୋଇପାରେ । ଆଜି ଆପଣ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ମାତ୍ର ମଧ୍ୟାହ୍ନ ପରେ ଅବସ୍ଥାରେ କିଛି ଅବନତି ଦେଖାଦେଇପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ । ଅପଚିନ୍ତା ମନକୁ ଆଚ୍ଛନ୍ନ କରିବା ଫଳରେ ଦିନଟିକୁ ଶୁଖ ଶାନ୍ତିରେ ଉପଭୋଗ କରିପାରିବେ ନାହିଁ । ତେଣୁ ମନରୁ ଦୁଃଶ୍ଚିନ୍ତା ପ୍ରତ୍ଯାହାର କରନ୍ତୁ ।

କୁମ୍ଭ
କୁମ୍ଭ (ETV BHARAT ODISHA)

କୁମ୍ଭ: ଆଜି ଦିନଟିର ଶୁଭ ସ୍ମୃତି ଆପଣଙ୍କ ମନରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ବୃତ୍ତିଧାରୀଙ୍କ ନିମିତ୍ତ ବୃତ୍ତି ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବିମାନେ ନିଜର ପଦୋନ୍ନତି ପାଇପାରନ୍ତି, ଦରମା ବୃଦ୍ଧି ମଧ୍ୟ ହୋଇପାରେ । ନିଜର ଶାରୀରିକ ସୁସ୍ଥତା ବଜାୟ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ । ଏଥିପାଇଁ ଆପଣ ଅବସର ସମୟରେ ଆମୋଦ ପ୍ରମୋଦରେ ଲିପ୍ତ ରହିବେ । ବନ୍ଧୁ ଓ ପରିବାର ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି ।

ମୀନ
ମୀନ (ETV BHARAT ODISHA)

ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରାରମ୍ଭରୁ କଷ୍ଟକର ଓ ଶକ୍ତ ମନେହୋଇପାରେ । ମାତ୍ର ଦିବସର ଦ୍ୱିତୀଯାର୍ଦ୍ଧରେ ଶାନ୍ତି ଓ ସୁଖ ପ୍ରଦାନକାରୀ ହେବ । ପ୍ରାତଃ କାଳରୁ ମନରେ ଅଶାନ୍ତି, ଉତ୍କଣ୍ଠା ଓ ଅସଫଳତା ଯୋଗୁଁ ମନ ଅଶାନ୍ତ ରହିବ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ତେଣୁ ନିଜର ଅର୍ଥକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରାତଃ କାଳରୁ ଶାରୀରିକ ଅସୁସ୍ଥତା ଦେଖାଦେଲେ ମଧ୍ୟ ଆସ୍ତେଆସ୍ତେ ଉନ୍ନତି କରିବ । ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ମଜ୍ଜିରହିବେ । କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତା ଯୋଗୁଁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି ।

Last Updated : January 6, 2026 at 7:54 AM IST