ତରଭୁଜ ଚୋପା ଫୋପାଡ଼ି ଦେଉଛନ୍ତି କି? ଆଜି ହିଁ ବନ୍ଦ କରନ୍ତୁ, ଏପରି ବ୍ୟବହାର କରନ୍ତୁ
ତରଭୁଜ ଏବଂ ଏହାର ଚୋପା ଖୁବ୍ ଉପକାରୀ ଅଟେ । ଏଥିରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ସ୍ୱାସ୍ଥ୍ୟ, ତ୍ୱଚା, ରୋଷେଇଘରେ ଏବଂ ବାଗିଚା କାମ ପାଇଁ ଅତ୍ୟନ୍ତ ଲାଭଦାୟକ ।

Published : April 30, 2026 at 10:33 AM IST
ହାଇଦ୍ରାବାଦ: ଗ୍ରୀଷ୍ମଋତୁ ଆସିବା ସହିତ ତରଭୂଜର ଚାହିଦା ବଜାରରେ ବଢିଯାଏ । ଗ୍ରୀଷ୍ମ ତାତିରୁ ଏହି ଫଳ ଶରୀରକୁ ଆରାମ ପ୍ରଦାନ କରିଥାଏ । ଶରୀରରେ ଜଳୀୟଅଂଶ ଭରଣା କରିବାରେ ମଧ୍ୟ ଖୁବ୍ ସାହାଯ୍ୟ କରିଥାଏ ଏହି ଫଳ । ହେଲେ ସଭିଏଁ ତରଭୂଜର ରସାଳ ଅଂଶ ଖାଇଦେଇ ଏହାର ଚୋପାକୁ ଫିଙ୍ଗି ଦେଇଥାନ୍ତି । ଆପଣ ଜାଣନ୍ତି କି ? ଏହି ତରଭୂଜର ଚୋପାରେ ଭରପୁର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଥାଏ । ଶରୀର ପାଇଁ ଉପକାରୀ ହେବା ସହିତ ଏହା ଘରର ବିଭିନ୍ନ କାର୍ଯ୍ୟ ପାଇଁ ମଧ୍ୟ ଉପାଦେୟ ଅଟେ । ଯଦି ଆପଣ ବି ଏହାକୁ ଫୋପାଡି ଦେଉଥିଲେ ତେବେ ଆଜିଠାରୁ ଏହାକୁ ବନ୍ଦ କରନ୍ତୁ ଏବଂ ଚାଲନ୍ତୁ ଜାଣିବା ଏଥିରୁ କେଉଁ କେଉଁ ଉପକାର ମିଳିଥାଏ ।
ଭିଟାମିନରେ ପରିପୂର୍ଣ୍ଣ:
ତରଭୂଜ ଚୋପାକୁ ସାଧାରଣ ଭାବେ ଲୋକେ ଖାଇବା ପରେ ଫିଙ୍ଗି ଦେଇଥାନ୍ତି । ମାତ୍ର ଏଥିରେ ଥିବା ସ୍ବାସ୍ଥ୍ୟ ପାଇଁ ଉପକାରୀ ତତ୍ତ୍ବ ସମ୍ପର୍କରେ ଜାଣନ୍ତି କି ? ଏଥିରେ ଫାଇବର, ଭିଟାମିନ C ଓ ଆଣ୍ଟି ଅକ୍ସିଡାଣ୍ଟରେ ପରିପୂର୍ଣ୍ଣ । ଏହା ଶରୀରରେ ପାଚନ ପ୍ରକ୍ରିୟାକୁ ସଠିକ କରିବା ସହିତ ରୋଗ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଶରୀରରେ ପାଚନ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିନଥାଏ ।
ତ୍ବଚା ଉପରେ ପ୍ରଭାବ:
ତରଭୂଜ ଚୋପାକୁ ଆପଣନିଜ ସ୍କିନ୍ କୋୟାର ରୁଟିନ୍ରେ ମଧ୍ୟ ସାମିଲ କରିପାରିବେ । ଏହାକୁ ହାଲୁକା ଭାବେ ତ୍ବଚାରେ ଘଷିଲେ ଏହା ଏକ ଥଣ୍ଡା ଅନୁଭୂତି ପ୍ରଦାନ କରିଥାଏ । ଖରା ଯୋଗୁଁ ହେଉଥିବା ସନବର୍ଣ୍ଣରୁ ଏହା ତ୍ରାହି ଦେଇଥାଏ । ଏହି ଶୁଷ୍କ ଋତୁରେ ତ୍ବଚାରେ ଏକ ନୂତନ ଚମକ ଆଣିବାରେ ତରଭୂଜ ଚୋପା ସାହାଯ୍ୟ କରିଥାଏ ।
ରୋଷେଇ ଘରେ ବ୍ୟବହାର:
ତରଭୂଜର ଚୋପାକୁ ଆମେ ଭିନ୍ନ ଉପାୟରେ ଆମର ନିତିଦିନିଆ ଖାଦ୍ୟରେ ମଧ୍ୟ ବ୍ୟବହାର କରିପାରିବା । ଏଥିରୁ ଆମେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ଯ ମଧ୍ୟ ପ୍ରସ୍ତୁତ କରିପାରିବା । ଉଦାହରଣ ସ୍ବରୁପ: ପରିବା ତରକାରୀ, ଚଟଣୀ ଓ ଆଚାର ଭଳି ଖାଦ୍ୟ । ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ ଏଥିରେ ପୋଷକ ତତ୍ତ୍ବର ବିକାଶ କରିଥାଏ ।
ଶରୀରକୁ ଆର୍ଦ୍ର ରଖିଥାଏ:
ତରଭୂଜର ଚୋପାରେ ଜଳୀୟଅଂଶ ବହୁ ପରିମାଣରେ ରହିଥାଏ । ଏହା ଶରୀରକୁ ଥଣ୍ଡା ରଖିବା ସହିତ ଶରୀରରେ ଜଳୀୟଅଂଶକୁ ବଜାୟ ରଖିଥାଏ । ବିଶେଷକରି ଖରାଦିନ ମାନଙ୍କରେ ଏହା ଶରୀରକୁ ତାଜା ରଖିଥାଏ ।
ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ?
ଯଦି ଆପଣ ତରଭୂଜ ଚୋପା ଖାଇବାକୁ ପସନ୍ଦ କରୁନାହାଁନ୍ତି ତେବେ ମଧ୍ୟ ଏହାକୁ ଉପାଦେୟ କାର୍ଯ୍ୟରେ ଲଗାଇପାରିବେ । ଏହାକୁ ଗଛରେ ଖାଦ ରୂପେ ବ୍ୟବହାର କରିପାରିବେ । ଏହା ମାଟିରେ ମିଶି ଗଛକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ । ଯାହା ଦ୍ବାରା ଗଛକୁ ବଢିବାରେ ସାହାଯ୍ୟ ହୋଇଥାଏ ।
ଘରକାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରେ:
ତରଭୂଜ ଚୋପାକୁ ଆପଣ ପ୍ରାକୃତିକ ବାୟୁ ଶୋଧକ ଭାବେ ବ୍ୟବହାର କରିପାରିବେ । ଏହା ସହିତ ସାଧାରଣ ସଫାସଫିରେ ମଧ୍ୟ ଏହା ସହାୟକ ।
(Disclaimer:ଏଠାରେ ପ୍ରଦାନ କରାଯାଇଥିବା ସମସ୍ତ ସୂଚନା ଏବଂ ପରାମର୍ଶ କେବଳ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ । ଏହି ସୂଚନା ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାରିତ । ଏହି ନିର୍ଦ୍ଦେଶାବଳୀ ଅନୁସରଣ କରିବା ପୂର୍ବରୁ ଆପଣଙ୍କ ନିଜସ୍ୱ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

