ETV Bharat / lifestyle

କେଉଁ ତେଲରେ ଶରୀର ମାଲିସ୍ କଲେ ଲାଭ ମିଳେ ? ଜାଣନ୍ତୁ ମାଲିସ୍ ଥେରାପି ବିଷୟରେ

ମାଲିସ୍ ଉପଚାରରୁ ଅନେକ ଉପକାର ମିଳିଥାଏ । ହେଲେ ଆପଣ ବି କେଉଁ ତେଲରେ ଶରୀରକୁ ମାଲିସ୍ କରିଲେ ଲାଭ ମିଳିବ ବୋଲି ଚିନ୍ତାରେ ଅଛନ୍ତି କି? ଖବରରେ ଜାଣନ୍ତୁ...

BENEFITS OF MASSAGE THERAPY
BENEFITS OF MASSAGE THERAPY (GETTY IMAGES)
author img

By ETV Bharat Odisha Team

Published : November 7, 2025 at 10:45 PM IST

3 Min Read
Choose ETV Bharat

ହାଇଦ୍ରାବାଦ: ଶରୀରରେ ମାଲିସ୍ ପ୍ରକ୍ରିୟାରେ ଚିକିତ୍ସା ବହୁ ପୁରୁଣା । ଏହା ଭାରତରେ ଉତ୍ପତ୍ତି ହୋଇଥିବାର ବିଶ୍ବାସ କରାଯାଏ । ପରବର୍ତ୍ତୀ ସମୟରେ ଏହା ପ୍ରାଚୀନ ଗ୍ରୀସ୍, ଚୀନ, ଜାପାନ, ମିସର ଓ ରୋମାନ ସାମ୍ରାଜ୍ୟ ସହିତ ବିଶ୍ବର ବିଭିନ୍ନ ସ୍ଥାନରେ ଶୀଘ୍ର ବିସ୍ତାର ହୋଇଗଲା । ମାଲିସ କରିବା ଦ୍ବାରା ଶରୀର ପ୍ରାକୃତିକ ଭାବେ ସକ୍ରିୟ ହୋଇଉଠେ । ମାଲିସ ପ୍ରକ୍ରିୟାରେ ମାଂସପେଶୀକୁ ରଗଡ଼ି, ଦବାଇ ଓ ମୋଡ଼ି ଚାପ ପକାଯାଇଥାଏ । ଏହା ମଧ୍ୟରେ ଶରୀରର ମାଂସପେଶୀ ଓ କୋମଳ ଟିସୁ ମଧ୍ୟ ସାମିଲ ।

ମାଲିସ୍ ଉପଚାର:

ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ ମସାଜ ଥେରାପି ବହୁ ରୋଗର ଏକ ଅଣ-ଆକ୍ରାମକ ଚିକିତ୍ସା ବିଧି ଅଟେ । ଏହା ମଧ୍ୟରେ ଷ୍ଟ୍ରେସ୍, ଦରଜ, ମାଂସପେଶିରେ କଷ୍ଟ, ଖେଳକୁଦରୁ ଲାଗିଥିବା ଆଘାତ, ମାଇଗ୍ରେନ ଆଦି ରୋଗ ସାମିଲ । ମାଲିସ୍ ଥେରାପିକୁ ଆପଣ ଅନ୍ୟାନ୍ୟ ଉପଚାର ସହିତ ଗ୍ରହଣ କରିପାରିବେ । ଏଥିରୁ ଅନେକ ଉପକାର ମିଳିଥାଏ । ଏହା ଶାରୀରିକ, ମାନସିକ ତଥା ଭାବନାତ୍ମକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରିବାରେ ସହାୟତା କରିଥାଏ ।

ମିଳେ ସ୍ବାସ୍ଥ୍ୟଗତ ସୁଫଳ:

ଶରୀରକୁ ମାଲିସ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ସୁଫଳ ମିଳିଥାଏ । ଆଜିକାଲି ବହୁ ଲୋକ ବିଭିନ୍ନ ସମସ୍ୟାରୁ ରକ୍ଷା ପାଇବା ପାଇଁ ନିଜର ମାଲିସ କରାଇଥାନ୍ତି । ତେବେ ମାଲିସ କରିବା ଆଗରୁ ବହୁ ଲୋକ ଏହି ଚିନ୍ତାରେ ପଡ଼ିଥାନ୍ତି, ମାଲିସ୍ ପାଇଁ କେଉଁ ତେଲ ବ୍ୟବହାର କରିବା ଆବଶ୍ୟକ । ଶରୀର କେଉଁ ତେଲରେ ମାଲିସ୍ କରିଲେ ଲାଭ ମିଳେ ଆସନ୍ତୁ ଏହି ଖବର ମାଧ୍ୟମରେ ଜାଣିବା ।

ମସାଜ ଥେରାପି କରିବା ପାଇଁ ଏହି ସବୁ ତେଲର ବ୍ୟବହାର କରିପାରିବେ...

ଅଲିଭ ତେଲ:

ଶରୀରରେ କେଉଁ ତେଲ ମାଲିସ କରିଲେ ସଠିକ ଲାଭ ମିଳିବ ନେଇ ଚିନ୍ତାରେ ଅଛନ୍ତି କି? ଏପରି କ୍ଷେତ୍ରରେ ଆପଣଙ୍କୁ ଅଲିଭ ତେଲ ସହାୟତା କରିଥାଏ । ଶରୀରରେ ହାଲୁକା ଧରଣର ମାଲିସ କରିବା ପାଇଁ ଅଲିଭ ତେଲ ସଠିକ ବିକଳ୍ପ ଅଟେ । ଶରୀର ଏହାକୁ ଭଲ ଭାବେ ଶୋଷି ନେଇଥାଏ । ଏହି ତେଲ ଶରୀରର ଦରଜ ତଥା କଷ୍ଟକୁ କମ୍ କରିବା ସହିତ ମାଂସପେଶୀଙ୍କୁ ବିଶ୍ରାମ ଦେଇଥାଏ । ଏହା ଶରୀରକୁ ନରମ କରିଥାଏ ଓ ଶୁଖିଲାପଣ କମ୍ କରିଥାଏ । ଏହି ତେଲରେ ଶରୀରକୁ ମାଲିସ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ହୋଇଥାଏ ।

ରାଶି ତେଲ:

ଏହି ତେଲରେ ନିୟମିତ ଶରୀର ମାଲିସ କରିବା ଦ୍ବାରା ଆପଣଙ୍କ ତ୍ବଚା ସୁରକ୍ଷିତ ରହିଥାଏ । ଏହି ତେଲରେ ଶରୀରକୁ ମାଲିସ କରିବା ଦ୍ବାରା ଅନେକ ଲାଭ ମିଳିଥାଏ । ହାଡ଼କୁ ଶକ୍ତ କରିଥାଏ ଏବଂ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବଢାଇଥାଏ । ଏହା ଦ୍ବାରା ଆପଣ ଓ ଆପଣଙ୍କ ଶରୀର ସକ୍ରିୟ ରହିଥାଏ ।

ନଡ଼ିଆ ତେଲ:

ନଡ଼ିଆ ତେଲର ବ୍ୟବହାର ଶରୀରକୁ ମାଲିସ କରିବାରେ ବ୍ୟବହାର କରାଯାଇଥାଏ । ଏହା ଶରୀରକୁ ଆବଶ୍ୟକ ନରମତା ପ୍ରଦାନ କରିଥାଏ । ଶରୀରରୁ ଶୁଖିଲାପଣକୁ ଦୂର କରିବା ସହିତ ଏହା ସ୍ବାସ୍ଥ୍ୟକୁ ସଠିକ ରଖିଥାଏ । ନଡ଼ିଆ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗାଲ ଗୁଣ ରହିଥାଏ । ଏହା ଶରୀରରେ ତ୍ବଚା ସମ୍ବନ୍ଧିତ ସଂକ୍ରମଣରୁ ରକ୍ଷା କରିଥାଏ । ତେଣୁ ତ୍ବଚା ସମ୍ବନ୍ଧୀୟ ସଂକ୍ରମଣରେ ପୀଡିତ ଲୋକ ଏହାକୁ ତ୍ବଚାରେ ଲଗାଇବା ଦ୍ବାରା ଲାଭ ପାଇଥାନ୍ତି ।

ବାଦାମ ତେଲ:

ବାଦାମ ତେଲର ବ୍ୟବହାର ଶରୀରକୁ ମାଲିସ କରିବାରେ ମଧ୍ୟ କରାଯାଏ । ଏଥିରୁ ଅନେକ ଲାଭ ମିଳିଥାଏ । ବାଦାମ ତେଲ ଶରୀରରେ ସହଜରେ ଅବଶୋଷିତ ହୋଇଯାଏ । ଏହା ତ୍ବଚାର ସ୍ବାସ୍ଥ୍ୟକୁ ଭଲ ରଖିଥାଏ । ଏହା ସହିତ ବୟସଛାପକୁ ମଧ୍ୟ କମ୍ କରିଥାଏ । ଏହି ତେଲରେ ଥିବା ଆଣ୍ଟି ଫଙ୍ଗାଲ ଗୁଣ ଆପଣଙ୍କ ଶରୀରରେ ବିଭିନ୍ନ ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ କମ୍ କରିଥାଏ । ଏହା ଶରୀରର ଜାଦୁ, କାଛୁ, କୁଣ୍ଡିଆ ଭଳି ରୋଗରୁ ମଧ୍ୟ ସହାୟତା କରିଥାଏ ।

ସୋରିଷ ତେଲ:

ଆପଣ ଶରୀରରେ ତେଲ ମାଲିସ କରିବା ପାଇଁ ସୋରିଷ ତେଲର ବ୍ୟବହାର ମଧ୍ୟ କରିପାରିବେ । ଏହା କିଛି ଅଂଶରେ ତୈଳାକ୍ତ ହୋଇଥାଏ । ମାତ୍ର ଏହାର ଅନେକ ଫାଇଦା ରହିଛି । ଏହା ତେଲ ଦରଜ ଓ କଷ୍ଟ ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ । ଏହା ଶରୀରକୁ ଶୁଷ୍କତାରୁ ରକ୍ଷା କରିଥାଏ । ଆବଶ୍ୟକ ନରମତା ପ୍ରଦାନ କରିଥାଏ । ଏହି ତୈଳ ଶୁଖିଲା ଚର୍ମଯୁକ୍ତ ଲୋକଙ୍କ ପାଇଁ ଲାଭକାରୀ ହୋଇଥାଏ । ଏହାକୁ ସକାଳ ସମୟରେ ଶରୀରରେ ମାଲିସ କରିବା ହିତକାରୀ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ