ସ୍ବାସ୍ଥ୍ୟ ରାଶିଫଳ ୨୦୨୬: ମେଷରୁ ନେଇ ମୀନ, ନୂଆବର୍ଷରେ କେମିତି ରହିବ ସ୍ବାସ୍ଥ୍ୟ
2026 ମସିହାରେ 12ଟି ଯାକ ରାଶିର ସ୍ବାସ୍ଥ୍ୟ କିପରି ରହିବ । କେଉଁମାନେ ସତର୍କ ରହିବେ ? କାହା ସ୍ବାସ୍ଥ୍ୟ ଉତ୍ତମ ରହିବ । ପଢ଼ନ୍ତୁ ସ୍ବାସ୍ଥ୍ୟ ରାଶିଫଳ ।

Published : December 22, 2025 at 4:03 PM IST
ହାଇଦ୍ରାବାଦ: କିଛି ଦିନ ପରେ ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆରମ୍ଭ ହେବ ନୂଆବର୍ଷ 2026 । ଅନେକ ଗ୍ରହଙ୍କ ରାଶି ପରିବର୍ତ୍ତନ ସହ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି । ଗ୍ରହମାନଙ୍କ ରାଶି ଗୋଚରର ପ୍ରଭାବ ସମସ୍ତ 12ଟି ଯାକ ରାଶି ଉପରେ ପଡ଼ିବ । ସମସ୍ତଙ୍କ ଆଶା ଥାଏ ଯେ, ନୂତନ ବର୍ଷ ସୁଖ ଏବଂ ସମୃଦ୍ଧି ନେଇ ଆସୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, 2026 ବର୍ଷ ସମସ୍ତ ରାଶିଙ୍କ ଉପରେ କିଛି ନା କିଛି ପ୍ରଭାବ ପକାଇବ । ତେବେ 2026ରେ କେଉଁ ରାଶିଙ୍କ ସ୍ବାସ୍ଥ୍ଯ କିପରି ରହିବ ଆସନ୍ତୁ ଜାଣିବା ।

ମେଷ: 2026 ନୂତନ ବର୍ଷରେ ମେଷ ରାଶିରେ ଜନ୍ମିତ ଲୋକଙ୍କ ପାଇଁ, ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଅବନତି ଚିନ୍ତାର ପ୍ରମୁଖ କାରଣ ହୋଇପାରେ । ରୋଗର କୌଣସି ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ବର୍ଷର ମଧ୍ୟଭାଗରେ ଆଳସ୍ୟ ପ୍ରବଣ ହୋଇପାରନ୍ତି, ଯାହା ଫଳରେ ଶକ୍ତିହୀନ ଅନୁଭବ କରିବେ । ତେଣୁ, ସ୍ବାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବା ଗୁରୁତ୍ୱପୂର୍ଣ୍ଣ ରହିବ । ଏହା ସହିତ, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି Supplements ସେବନ କରିବାରୁ ଦୂରେଇ ରୁହନ୍ତୁ, କାରଣ ଏହା କ୍ଷତିକାରକ ହୋଇପାରେ । ଏହା ସହିତ, ଦୀର୍ଘ ସମୟ ପାଇଁ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ଆଖି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଯଦି ଆପଣ ଖେଳକୁଦରେ ଜଡିତ, ତେବେ 2026 ଆରମ୍ଭରୁ ଆପଣଙ୍କ ସ୍ୱାସ୍ଥ୍ୟର, ବିଶେଷକରି ଆପଣଙ୍କ ପାଦ ପ୍ରତି ଯତ୍ନ ନିଅନ୍ତୁ, କାରଣ ଗୋଡରେ ଆଘାତ ଲାଗିବାର ଆଶଙ୍କା ରହିଛି ।

ବୃଷ: ୨୦୨୬ ମସିହାରେ, ବୃଷ ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥା କିଛିଟା ଦୁର୍ବଳ ହୋଇପାରେ । ଗ୍ରହ ଏବଂ ନକ୍ଷତ୍ର ଚଳନ ଅନୁସାରେ, ଏହା କୌଣସି ଗମ୍ଭୀର ରୋଗ ଅପେକ୍ଷା ଥକ୍କାପଣ ଏବଂ ମାନସିକ ଅବସାଦ (ଡିପ୍ରେସନ) ସହିତ ଜଡିତ ରହିବ । ଏହା ବ୍ୟତୀତ, 2026 ବର୍ଷରେ ଅତ୍ୟଧିକ ଯାତ୍ରା କରିବାରୁ ଦୂରେଇ ରହିବା ଉଚିତ । ଭାବନାକୁ ପ୍ରକାଶ ନକରିବା ମଧ୍ୟ ଆପଣଙ୍କୁ କିଛି କଷ୍ଟ ଦେଇପାରେ । ନିଜ ଶକ୍ତିଶାଳୀ ରଖିବା ପାଇଁ, ନିୟମିତ ଯୋଗ, ଜିମ୍ କିମ୍ବା ମର୍ଣ୍ଣିଂ ୱାକ୍ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରନ୍ତୁ । ଏକ ସନ୍ତୁଳିତ ଏବଂ ସାତ୍ତ୍ୱିକ ଖାଦ୍ୟ ଖାଆନ୍ତୁ । ଯଦି ସମ୍ଭବ ହୁଏ, ତାମସିକ ଜିନିଷ, ବିଶେଷକରି ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ: 2026 ମସିହାରେ ମିଥୁନ ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟ ଅତି ଉତ୍ତମ ରହିବ । ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ । ଏହି ବର୍ଷ ବ୍ୟବସାୟିକ କାରବାର ପାଇଁ ଆପଣ ବହୁତ ଯାତ୍ରା କରିବାର ସମ୍ଭାବନା ଅଛି । ତେଣୁ, ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ଅତିରିକ୍ତ ଯତ୍ନ ନେବାକୁ ପଡିବ । 2026ର ମଧ୍ୟଭାଗ ଅର୍ଥାତ ବର୍ଷା ଋତୁରେ, ଶ୍ୱାସକ୍ରିୟା ଜନିତ ସମସ୍ୟା, କାଶ, ଜ୍ୱର ଏବଂ ଆଲର୍ଜି ଭଳି ରୋଗ ପ୍ରତି ସତର୍କ ରୁହନ୍ତୁ । ସେପ୍ଟେମ୍ବର ଶେଷ ସୁଦ୍ଧା, ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ । ଆପଣଙ୍କ ଯାତ୍ରା ବିଷୟରେ ସତର୍କ ରୁହନ୍ତୁ । ଆଗୁଆ ଯୋଜନା କରନ୍ତୁ । ଶୀଘ୍ର ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ । ଶରୀରକୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା 2026 ମସିହାରେ ଆପଣଙ୍କ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ଆରୋଗ୍ୟ ରଖିବାରେ ସାହଯ୍ୟ କରିବ ।

କର୍କଟ: 2026 ମସିହାରେ, ଆପଣଙ୍କ ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ, କିନ୍ତୁ ଆପଣଙ୍କ ସ୍ତ୍ରୀ/ ସ୍ବାମୀଙ୍କ ଅସୁସ୍ଥତା ଯୋଗୁଁ ଆପଣ ମାନସିକ ଭାବରେ ଚିନ୍ତିତ ରହିପାରନ୍ତି । ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଆପଣଙ୍କ ମାନସିକ ଶାନ୍ତିକୁ ହ୍ରାସ କରିପାରେ । ନୂଆ ବର୍ଷରେ, ସୁସ୍ଥ ଏବଂ ଉର୍ଜାଳୁ ରହିବା ପାଇଁ ଯୋଗ ଏବଂ ଧ୍ୟାନ ଅଭ୍ୟାସ କରନ୍ତୁ । ଅନାବଶ୍ୟକ ଦାୟିତ୍ୱ ନେବାରୁ ଦୂରେଇ ରୁହନ୍ତୁ । ଏହା ସହିତ, କାର୍ଯ୍ୟ ବ୍ୟସ୍ତତା ରହିବାରୁ ଦୂରେଇ ରୁହନ୍ତୁ, କାରଣ ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଅନ୍ତଃଦ୍ୱନ୍ଦ୍ୱ ଏବଂ ମତ ପାର୍ଥକ୍ୟ ମାନସିକ ଚାପ ସୃଷ୍ଟି କରିପାରେ । ଏପରି ପରିସ୍ଥିତିରୁ ଦୂରେଇ ରହିବା ଭଲ । ପାଣି ଜନିତ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

ସିଂହ: ସିଂହ ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ, 2026 ମସିହାରେ ସେମାନଙ୍କ ପିଲାମାନଙ୍କର ସ୍ୱାସ୍ଥ୍ୟ, ଚିନ୍ତାର ବିଷୟ ହୋଇପାରେ । ନକ୍ଷତ୍ର ଚଳନ ଅନୁସାରେ, ପରିବାରର ମହିଳାମାନଙ୍କୁ ବିଶେଷ ଯତ୍ନ ନେବାର ଆବଶ୍ୟକତା ପଡିବ । ନିୟମିତ ଭାବରେ ଡାକ୍ତରଙ୍କଠାରୁ ଉଚିତ ଡାକ୍ତରୀ ପରାମର୍ଶ ନିଅନ୍ତୁ । ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । 2026 ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟମ ରହିବ । ଯଦି ଆପଣ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ ଏବଂ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବେ, ତେବେ କୌଣସି ଗୁରୁତର ରୋଗ ହେବାର ସମ୍ଭାବନା ନାହିଁ । ଭୋଜନର ସଠିକ ସମୟ ଅନୁସରଣ କରନ୍ତୁ । ଯଦି ସମ୍ଭବ ହୁଏ, ତେବେ ଏହି ବର୍ଷ କେବଳ ସାତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ । ଆପଣଙ୍କ ଜୀବନଶୈଳୀରେ ସୁଧାର ଆଣି, ଆପଣ ଯେକୌଣସି ସମ୍ଭାବ୍ୟ ଶାରୀରିକ ସମସ୍ୟାକୁ ଏଡାଇ ପାରିବେ ।

କନ୍ୟା: ସ୍ୱାସ୍ଥ୍ୟ ଦୃଷ୍ଟିରୁ କନ୍ୟା ରାଶି ପାଇଁ 2026 ବର୍ଷ ଅନୁକୂଳ ରହି ନପାରେ । ପ୍ରଥମ 6 ମାସ ଆପଣଙ୍କୁ ଅତି ସତର୍କତାର ସହିତ ରହିବାକୁ ପଡିବ । ତାମସିକ ଖାଦ୍ୟ ପରିହାର କରନ୍ତୁ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତୁ । ସାରା ବର୍ଷ ଆପଣଙ୍କ ଶରୀରକୁ ହାଇଡେଟ୍ରେଡ୍ ରଖନ୍ତୁ । ଏହା ସହିତ, ନିୟମିତ ବଡି ଚେକ୍ଅପ କରନ୍ତୁ । ପ୍ରତି କାର୍ଯ୍ୟ ପାଇଁ ସମୟ ନିର୍ଦ୍ଧାରଣ କରନ୍ତୁ । ଅତ୍ୟଧିକ କାର୍ଯ୍ୟଭାରର ଚାପ ନିଅନ୍ତୁ ନାହିଁ । ଏହାକୁ ଏଡାଇବା ପାଇଁ, ମନୋରଞ୍ଜନ ଏବଂ ବିଶ୍ରାମ କରନ୍ତୁ । ଲେଖାଲେଖି ସହିତ ଜଡିତ ବ୍ୟକ୍ତିମାନଙ୍କୁ ସେମାନଙ୍କର ଶାରୀରକୁ ସକ୍ରିୟ କରିବା ଆବଶ୍ୟକ । ଅତ୍ୟଧିକ କାର୍ଯ୍ୟ କରିବା ପରିହାର କରନ୍ତୁ, ନଚେତ୍ ଆପଣ ଅସୁସ୍ଥ ହୋଇପାରନ୍ତି । ଗ୍ରହ ଚଳନ ଅନୁସାରେ, ଏହି ବର୍ଷ କିଡନୀ ଏବଂ ପେଟ ସମ୍ବନ୍ଧୀୟ ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ମାତୃ ପକ୍ଷ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସମ୍ବେଦନଶୀଳ ରୁହନ୍ତୁ ।

ତୁଳା: ତୁଳା ରାଶି ପାଇଁ 2026 ବର୍ଷ ସାଧାରଣତଃ ଶାରୀରିକ ଭାବରେ ଭଲ ରହିବ, କିନ୍ତୁ ଆପଣ ସାରା ବର୍ଷ ନକାରାତ୍ମକ ଚିନ୍ତାଧାରା ଦ୍ୱାରା ଘେରି ରହିପାରନ୍ତି । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ, ଯାହା ଦ୍ଵାରା ଆପଣ ନିରନ୍ତର ଥକ୍କାପଣ ଅନୁଭବ କରିବେ । ଆପଣ ଆପଣଙ୍କ ଖାଦ୍ୟ ଏବଂ ଶ୍ୱାସକ୍ରିୟା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ବୋଲି ଗ୍ରହର ଚଳନ ସଂକେତ ଦେଉଛି । ଧ୍ୟାନ ନଦେବା ଦ୍ଵାରା ଶ୍ୱାସକ୍ରିୟା ଜନିତ ସମସ୍ୟା ହୋଇପାରେ । ନୂଆ ବର୍ଷ କିଛି ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହି ବର୍ଷ ଆପଣ ଆପଣଙ୍କ ପିଲାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହିବେ । ପାରିବାରିକ ଦ୍ୱନ୍ଦ ଏବଂ ମାନସିକ ଚାପକୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ ।

ବିଛା: ବିଛା ରାଶିର ଲୋକମାନେ 2026 ମସିହାରେ ବହୁତ ଉତ୍ସାହୀ ଏବଂ ସକ୍ରିୟ ରହିବେ । ଆପଣ ଶକ୍ତିରେ ପରିପୂର୍ଣ୍ଣ ରହିବେ, ଯାହା ଆପଣଙ୍କୁ ଦୁଃସାହସିକ କାର୍ଯ୍ୟକଳାପ, ପର୍ଯ୍ୟଟନ ଏବଂ କ୍ରୀଡାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେବ । ମାତ୍ର ଗ୍ରୀଷ୍ମ ଋତୁରେ ସତର୍କ ରୁହନ୍ତୁ । ଅତ୍ୟଧିକ ଗରମ ଆପଣଙ୍କୁ ଅସୁସ୍ଥ କରିପାରେ । ଆପଣ ବାରମ୍ବାର ମୁଣ୍ଡବିନ୍ଧା ମଧ୍ୟ ଭୋଗିପାରନ୍ତି । ଯଦି କୌଣସି କାର୍ଯ୍ୟ କିମ୍ବା ଚିନ୍ତାଧାରା ଆପଣଙ୍କୁ କଷ୍ଟ ଦେଉଛି, ତେବେ ତୁରନ୍ତ ଏହାର ସମାଧାନ କରନ୍ତୁ । ମାନସିକ ସନ୍ତୋଷ ଏବଂ ଏକ ସ୍ପଷ୍ଟ ଦୃଷ୍ଟିକୋଣ ଶାରୀରିକ ଅସୁସ୍ଥତାକୁ ଦୂରେଇ ରଖିବାରେ ସାହାଯ୍ୟ କରିବ ।

ଧନୁ: ସ୍ୱାସ୍ଥ୍ୟ ଦୃଷ୍ଟିରୁ ଧନୁ ରାଶି ପାଇଁ 2026 ବର୍ଷ ସାମାନ୍ୟ ଦୁର୍ବଳ ରହିବ । ପେଟ ସମ୍ବନ୍ଧୀୟ ସଂକ୍ରମଣ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ । ଯଦି ଆପଣ କୌଣସି ଆଲର୍ଜିକୁ ନେଇ ଚିନ୍ତିତ ଅଛନ୍ତି, ତେବେ ତାମସିକ ଖାଦ୍ୟ ଏବଂ ପ୍ରଦୂଷଣରୁ ଦୂରେଇ ରୁହନ୍ତୁ । ବାୟୁ ପ୍ରଦୂଷଣ ଆପଣଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ, ଖରାପ ବାୟୁ ଗୁଣବତ୍ତା ଥିବା ସ୍ଥାନଗୁଡ଼ିକୁ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ରାଗ ବୃଦ୍ଧି ମାନସିକ ଚାପ ଏବଂ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ । ନିୟମିତ ସ୍ବାସ୍ଥ୍ୟ ଚେକଅପ୍ କରାନ୍ତୁ, ନଚେତ୍ ଏକ ଗମ୍ଭୀର ରୋଗ ହେବାର ସମ୍ଭାବନା ସୃଷ୍ଟି କରିପାରେ ।

ମକର: ମକର ରାଶିର ଲୋକମାନେ 2026 ମସିହାରେ ଉତ୍ସାହରେ ପରିପୂର୍ଣ୍ଣ ରହିବେ । ମାତ୍ର ଅଧିକ ଜୋସ୍ରେ ନିଜର ହୋସ୍ ହରାଇବା ପ୍ରତି ସତର୍କ ରହିବା ଆବଶ୍ୟକ । ତରବର ଭାବରେ କୌଣସି ନିଷ୍ପତ୍ତି ଚିନ୍ତାକୁ ବୃଦ୍ଧି କରିପାରେ । ପାଚନ ତନ୍ତ୍ର ଏବଂ ପେଟ ଜନିତ ସମସ୍ଯା ହେବାର ଆଶଙ୍କା ରହିଛି । ନୂଆ ବର୍ଷରେ, ଆପଣଙ୍କୁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି (Immunity Power)ଉପରେ ଧ୍ୟାନ ଦେବାକୁ ପଡିବ । କ୍ରୋଧ କିମ୍ବା ମାନସିକ ଅବସାଦ (ଡିପ୍ରେସନ)ରେ ସ୍ଥିତିରେ ଖାଦ୍ୟ ଖାଇବା ପ୍ରତି ସତର୍କ ରୁହନ୍ତୁ । ଆପଣଙ୍କ କ୍ରୋଧିତ ବ୍ଯବହାରକୁ ନିୟନ୍ତ୍ରଣ କରନ୍ତୁ । କୌଣସି କଥାରେ ଅଧିକ ପ୍ରତିକ୍ରିୟାତ୍ମକ ହେବା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏକ ସୁସ୍ଥ ରୁଟିନ ଅନୁସରଣ କରନ୍ତି ।

କୁମ୍ଭ: 2026 ମସିହାରେ କୁମ୍ଭ ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କୁ ଅଧିକ ଯାତ୍ରା କିମ୍ବା ଭ୍ରମଣ କରିବାକୁ ପଡ଼ିପାରେ । ଯାତ୍ରା ସମୟରେ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଏହି ବର୍ଷ ଶ୍ୱାସକ୍ରିୟା ଜନିତ ସମସ୍ୟା ଆପଣଙ୍କ ପାଇଁ ଚିନ୍ତାର କାରଣ ରହିବ । ତେଣୁ, ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧନ୍ତୁ । ପ୍ରାଣାୟମ ମଧ୍ୟ ଶରୀର ପାଇଁ ଲାଭଦାୟକ ହେବ । ବର୍ଷ ଆରମ୍ଭରେ ଆପଣ ଅଧିକ ସକ୍ରିୟ ରହିବେ । ପରେ ଆପଣ ଥକ୍କାପଣର ଶିକାର ହୋଇପାରନ୍ତି । 2026ରେ ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଚିନ୍ତାକୁ ବୃଦ୍ଧି କରିପାରେ । ଅଧିକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ବିଶ୍ରାମ ଏବଂ କାମ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ ।

ମୀନ: 2026 ମସିହାରେ ମୀନ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଉତ୍ତମ ସ୍ୱାସ୍ଥ୍ୟ ଉପଭୋଗ କରିବ, କିନ୍ତୁ ବେଳେବେଳେ ପିଠି ଯନ୍ତ୍ରଣା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ । ଆଳସ୍ୟ ପରିହାର କରନ୍ତୁ । ପ୍ରତିଦିନ ଯୋଗ ଅଭ୍ୟାସ କରନ୍ତୁ । ଏହି ବର୍ଷ, ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଅପେକ୍ଷା ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଆପଣଙ୍କ ପିତାମାତାଙ୍କ ପାଇଁ ନିୟମିତ ଡାକ୍ତରୀ ଯାଞ୍ଚ ସୂଚୀବଦ୍ଧ କରନ୍ତୁ । ପ୍ରିୟଜନଙ୍କ ସହିତ ସମୟ ବିତାଇବା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବ । ଖାଦ୍ୟ ଜନିତ ହେଉଥିବା ଶାରୀରିକ ଅସୁସ୍ଥତା ପ୍ରତି ସତର୍କ ରୁହନ୍ତୁ ।

