ETV Bharat / lifestyle

ନୂଆବର୍ଷ ରାଶିଫଳ: ତୁଳା ରାଶି ସହିତ ଏହି ରାଶିଙ୍କ ଆଜି ଭାଗ୍ୟ ଖୋଲିବ

ଆଜି ଜାନୁଆରୀ 2 ତାରିଖ, ଶୁକ୍ରବାର । ଆପଣଙ୍କ ଦିନ କେମିତି କଟିବ । କେଉଁ ରାଶିଙ୍କ ଭାଗ୍ୟରେ କଣ ରହିଛି । ପଢ଼ନ୍ତୁ ଆଜିର ରାଶିଫଳ ।

Rashiphala
ଆଜିର ରାଶିଫଳ (ETV Bharat)
author img

By ETV Bharat Odisha Team

Published : January 2, 2026 at 7:10 AM IST

3 Min Read
Choose ETV Bharat
Aries
ମେଷ (ETV Bharat Odisha)

ମେଷ: ଆପଣ ନିଜ ବ୍ୟକ୍ତିଗତ ଜୀବନ ବିଶେଷକରି ସମ୍ପର୍କଗୁଡିକୁ ଅତ୍ୟଧିକ ସୁରକ୍ଷା ଦେବାକୁ ଚାହିଁବେ । ଆହୁରି ମଧ୍ୟ, ଆଜି ଆପଣଙ୍କ ପାଇଁ ଅନେକ ଉତ୍ତେଜିତ କାମ କରିବାକୁ ଅଛି । ଆପଣ ମଧ୍ୟ କିଛି ବାକି ଥିବା କାମ ଶେଷ କରିବା ପାଇଁ ଶେଷ ଚେଷ୍ଟା କରିବେ ।

Taurus
ବୃଷ (ETV Bharat Odisha)

ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କ ସଜବାଜ ହେବା ପାଇଁ ଏକ ଶୁଭ ଦିନ ଅଟେ । ଆପଣ ସୌନ୍ଦର୍ଯ୍ୟ ପାଇଁ କିଛି ଟ୍ରିଟମେଣ୍ଟ ଆରମ୍ଭ କରି ଅପରାହ୍‍ଣ ସୁଦ୍ଧା ନିଜର ରୂପରେ ପରିବର୍ତ୍ତନ ଆଣିବେ । ଆପଣଙ୍କ ପ୍ରିୟଜନଙ୍କ ଉପରେ ବିଶେଷ ଧ୍ୟାନ ଦେବେ ।

Gemini
ମିଥୁନ (ETV Bharat Odisha)

ମିଥୁନ: ଆପଣ, ଆପଣଙ୍କ ଭଳି ଭାବନା ରଖୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ । କାର୍ଯ୍ୟସ୍ଥଳରେ, ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ । ଦିନ ସାରା ଆପଣ ପ୍ରାୟୋଗିକ ଓ ବ୍ୟାବହାରିକ ଭାବେ କାର୍ଯ୍ୟ ସମାପନ କରିବେ ।

Cancer
କର୍କଟ (ETV Bharat Odisha)

କର୍କଟ: ଆଜି ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ । ସବୁ ଥର ଆପଣ ସେଗୁଡିକୁ ସଫଳତାର ସହିତ ସାମ୍‍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳୀ ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆହୁରିମଧ୍ୟ, ଆପଣ ଥରେ ନିଜ ମସ୍ତିଷ୍କକୁ ମୁକ୍ତ କରିଦେଲେ ଆପଣଙ୍କୁ କେହି ଅଟକାଇପାରିବେ ନାହିଁ । ଆପଣ ନିଜ ଘର ଭିତର ସାଜସଜ୍ଜାରେ କିଛି ପରିବର୍ତ୍ତନ କରିପାରନ୍ତି ।

Leo
ସିଂହ (ETV Bharat Odisha)

ସିଂହ: ଅତ୍ୟଧିକ ତ୍ରୁଟି କେବଳ ଦୂରରୁ ମଜାଳିଆ ଦେଖାଯାଏ । ଦେଖିବାକୁ ଗଲେ ଅତ୍ୟଧିକ ପ୍ରାୟୋଗିକତା ଦୁନିଆକୁ ଖରାପ କରିଦିଏ । ସେଥିପାଇଁ ଶାନ୍ତ ହୁଅନ୍ତୁ ଓ ବିଶ୍ରାମ ନିଅନ୍ତୁ । ଆଜି ଯାହା ହେଉ ନା କାହିଁକି, ଆପଣ ମୁଣ୍ଡକୁ ଆରାମରେ ଦିଅନ୍ତୁ । ଯାହା ଆପଣ ବହୁତ ଦିନ ହେଲା କରି ନାହାନ୍ତି ।

Virgo
କନ୍ୟା (ETV Bharat Odisha)

କନ୍ୟା: ଆପଣ ଆଜି ମାଆ ହଂସ ଭଳି ବ୍ୟବହାର କରି ପାରନ୍ତି । ହ୍ରିଂସକ ଭାବେ ସୁରକ୍ଷାତ୍ମକ ଓ ତୀବ୍ର ଏକାନ୍ତ ହୋଇପାରନ୍ତି । ହୃଦୟର ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର ସଫଳ ହେବ । ବିଳମ୍ଵ ହେଉଥିବା କାର୍ଯ୍ୟ ଶେଷରେ ସମ୍ପୂର୍ଣ୍ଣ ହେବ । ଆଜି ଆପଣଙ୍କ ଦିନ ଘଟଣାମୟ ରହିବ ।

Libra
ତୁଳା (ETV Bharat Odisha)

ତୁଳା: ଆପଣ ଏକ ପୁରୁଣା ରୋମାଣ୍ଟିକ ଘଟଣାକୁ ପୁଣି ଅନୁଭବ କରିବାର ଅନେକ ସମ୍ଭାବନା ଅଛି । ଏପରିକି ଆପଣଙ୍କ ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ । ପ୍ରେମରେ ସବୁ କିଛି ସମ୍ଭବ । ଅପରାହ୍‍ଣ ସମୟ ମିଶ୍ରିତ ଫଳ ପ୍ରଦାନ କରିବ । କିନ୍ତୁ, ସଂଧ୍ୟା ସମୟ ଆପଣଙ୍କ ମଉଜ ମଜଲିସ୍‌ରେ ଯିବ ।

Scorpio
ବିଛା (ETV Bharat Odisha)

ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । କାର୍ଯ୍ୟସ୍ଥଳରେ, ଠିକ କାମ ଆପଣଙ୍କ ପାଖକୁ ଆସିଛି । ଘରେ, ଆପଣ ସର୍ବୋତ୍କୃଷ୍ଟ ପାରିବାରିକ ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପନା କରିବେ ।

Sagittarius
ଧନୁ (ETV Bharat Odisha)

ଧନୁ: ଗତ କିଛି ଦିନ ହେଲାଣି ଯେଉଁ ରହସ୍ୟ ଆପଣଙ୍କୁ ବ୍ୟଗ୍ର କରି ରଖିଥିଲା ସେଥିରୁ ଆଜି ପରଦା ଉଠିବ । ଆପଣ ସତ୍ୟତା ବିଷୟରେ ଜାଣି ପାରିବେ । ଆଜି ଆପଣ ଯେଉଁ ସଙ୍ଗତି କରିବେ ତାହା ଆଗକୁ ଆପଣଙ୍କୁ ଲାଭ ଦେବ ।

Capricorn
ମକର (ETV Bharat Odisha)

ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ବହୁ ପରିମାଣରେ ବଢି ଯାଇଛି । ଏହା ଆଜି ଆପଣଙ୍କ ସହିବା ସୀମା ଅତିକ୍ରମ କରିବ । ଆପଣଙ୍କ ସବୁ ଆଶା ଧୀରେ ଧୀରେ ମଉଳି ଯାଉଛି । କିନ୍ତୁ ଆପଣଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତି, ସହଜରେ ହାରିଯିବ ନାହିଁ ଓ ଯୁଦ୍ଧ ଜାରି ରଖିବ । ସମସ୍ତେ ଆପଣଙ୍କ ମାନସିକ ଶକ୍ତି ଓ ଶାରୀରିକ ସହନଶୀଳତାକୁ ଗ୍ରହଣ କରିବେ ଓ ପ୍ରଶଂସା କରିବେ ।

Aquarius
କୁମ୍ଭ (ETV Bharat Odisha)

କୁମ୍ଭ: ଆପଣଙ୍କୁ ନିଜର ଏକ ଛାପ ଛାଡିବାର ଅଛି । ସେଥିପାଇଁ ଉଭୟ ଶାରୀରିକ ଓ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରନ୍ତୁ । ଆହୁରିମଧ୍ୟ, ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ଣ ରହିବା ଆବଶ୍ୟକ । ଡରିବାର କୌଣସି କାରଣ ନାହିଁ । ଆପଣଙ୍କ ନିଷ୍ପତ୍ତିଗୁଡିକର ଲମ୍ଵା ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ ।

Pisces
ମୀନ (ETV Bharat Odisha)

ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ସବୁ ଭଲ ରହିବ ।