ETV Bharat / lifestyle

30 ବର୍ଷ ପରେ ତ୍ବଚାରେ କମିଯାଏ କୋଲାଜେନ, ଡାଏଟରେ ସାମିଲ କରନ୍ତୁ ସବୁ ଖାଦ୍ୟ

ଆଜିକାଲିର ଆଧୁନିକ ଜୀବନଶୈଳୀରେ, 30 ବର୍ଷ ବୟସ ପରେ ତ୍ବଚାରେ କୋଲାଜେନ ସ୍ତର ହ୍ରାସ ପାଇବାକୁ ଲାଗେ । ଯାହା ଚର୍ମ ଏବଂ ଶରୀରର ବିଭିନ୍ନ ଯୋଡ଼ ଉପରେ ପ୍ରଭାବ ପକାଇଥାଏ ।

add these foods in your diet to boost collagen production on your skin
30ବର୍ଷ ପରେ ତ୍ବଚାରେ କମିଯାଏ କୋଲାଜେନ, ଡାଏଟରେ ଖାଆନ୍ତୁ ଏହି ସବୁ ଖାଦ୍ୟ (Getty Images)
author img

By ETV Bharat Odisha Team

Published : January 3, 2026 at 7:50 PM IST

2 Min Read
Choose ETV Bharat

Boost Collagen In Body ହାଇଦ୍ରାବାଦ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଳସୁଆ, ଚିନ୍ତାଶୀଳତା ଓ ଅସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସ ତ୍ବଚା, କେଶ ଓ ହାଡ଼ ଉପରେ ଗଭୀର ପ୍ରଭାବ ପକାଇଥାଏ । ମଳିନ ତ୍ବଚା, ତ୍ବଚା ଲୋଚା ପଡିବା ଓ ଆଣ୍ଠୁଗଣ୍ଠିରେ କଷ୍ଟ ହେବା ଶରୀରରେ କୋଲାଜେନର ଅଭାବକୁ ଦର୍ଶାଇଥାଏ । ଶରୀରର ଉନ୍ନତି ପାଇଁ କୋଲାଜେନ ଏକ ମୁଖ୍ୟ ପ୍ରୋଟିନ ଅଟେ । ସାଧାରଣତଃ 30 ବର୍ଷ ବୟସ ପରେ ଶରୀରରେ କୋଲାଜେନ ନିର୍ମାଣ ହେବାର ମାତ୍ରା ହ୍ରାସ ପାଇଥାଏ । ତେବେ ଏଭଳି କିଛି ଖାଦ୍ୟ ଅଛି, ଯାହାକୁ ଡାଏଟରେ ସାମିଲ କଲେ ଏହା ଶରୀରରେ କୋଲାଜେନ ସ୍ତରକୁ ସଠିକ ରଖେ ।

Tomatos
ଟମାଟୋ (ETV Bharat)
  • ଟମାଟ:

ଟମାଟ ଶରୀରରେ କୋଲାଜେନ ନିର୍ମାଣରେ ବହୁ ପରିମାଣରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଲାଇକୋପିନ କ୍ଷତିକାରକ ସୂର୍ଯ୍ୟକିରଣରୁ ରକ୍ଷା କରିଥାଏ । ଏଥିରେ ଭିଟାମିନ C ବହୁ ପରିମାଣରେ ରହିଥାଏ । ଏହା ଶରୀରରେ କୋଲାଜେନର ମାତ୍ରା ହ୍ରାସ ପାଇବାକୁ ଦେଇନଥାଏ ଏବଂ ବହୁ ସମୟ ପର୍ଯ୍ୟନ୍ତ ତ୍ବଚାକୁ ସତେଜ ରଖିଥାଏ ।

  • ସବୁଜ ପନୁପରିବା:

ସବୁଜ ପନିପରିବା ମଧ୍ୟ କୋଲାଜେନର ଏକ ଉତ୍ତମ ଉତ୍ସ ଅଟେ । ଶାଗ, ମେଥି, ସୋରିଷ ଶାଗ ଆଦିରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟସ୍ ମିଳିଥାଏ । ଏଗୁଡ଼ିକ ତ୍ବଚାରେ କୋଲାଜେନକୁ ନଷ୍ଟ ହେବାକୁ ଦିଅନ୍ତି ନାହିଁ । ତ୍ବଚାକୁ ଆଭ୍ୟନ୍ତରରୁ ସୁନ୍ଦର କରିଥାଏ ।

add these foods in your diet to boost collagen production on your skin
30ବର୍ଷ ପରେ ତ୍ବଚାରେ କମିଯାଏ କୋଲାଜେନ, ଡାଏଟରେ ଖାଆନ୍ତୁ ଏହି ସବୁ ଖାଦ୍ୟ (Getty)
  • ଡାଲି ଜାତୀୟ ଖାଦ୍ୟ:

କୋଲାଜେନ ନିର୍ମାଣ ପାଇଁ ପ୍ରୋଟିନ ଏକ ଜରୁରୀ ଉପାଦାନ ଅଟେ । ଉଦ୍ଭିଦଜ ପ୍ରୋଟିନ ପାଇଁ ଡାଲି ଜାତୀୟ ଶସ୍ୟ ଏକ ପ୍ରମୁଖ ଉତ୍ସ । ମସୁର ଡାଲି, ମୁଗ ଡାଲି, ସୋଲା ବୁଟ, ରାଜମା ଶରୀରକୁ ଆବଶ୍ୟକ ଆମିନୋ ଏସିଡ ଯୋଗାଇଥାନ୍ତି । ଏଗୁଡିକ କୋଲାଜେନ ଉତ୍ପାଦନରେ ବହୁତ ସାହାଯ୍ୟ କରିଥାଏ ।

  • ରସୁଣ:

ରସୁଣରେ ସଲଫର ରହିଥାଏ । ଯାହା କୋଲାଜେନର ସଂଶ୍ଲେଷଣରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଦ୍ବାରା, ଏହା ଶରୀର ପାଇଁ ଲାଭପ୍ରଦ ହୋଇଥାଏ ।

  • ଅଁଳା:

ଅଁଳାରେ ଭିଟାମିନ Cର ପ୍ରଚୁର ପରିମାଣରେ ଥାଏ । କୋଲାଜେନର ନିର୍ମାଣ ପାଇଁ ଭିଟାମିନ C ଏକ ପ୍ରମୁଖ ଭୂମିକା ନିଭାଇଥାଏ । ତେଣୁ ଅଁଳା ରସ କିମ୍ବା ଏହାକୁ ଚଟଣୀ କରି ଖାଇଲେ ଉପକାର ମିଳିଥାଏ ।

  • ଖଟା ଫଳ(Citrus fruits):

ଖଟା ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଗୁଡିକ ତ୍ବଚାକୁ ଫ୍ରି ରାଡିକାଲସ୍‌ରୁ ରକ୍ଷା କରିଥାଏ । ଏହା ଦ୍ବାରା ତ୍ବଚା ଉପରେ ବୟସର ଛାପ କମ୍ ପଡିଥାଏ ।

  • ମଞ୍ଜି ଓ ବାଦାମ:

ବାଦାମ, ପିସ୍ତା ବାଦାମ, କାଜୁ, ଅଳସୀ ମଞ୍ଜି ଏବଂ ଚିଆ ସିଡ୍‌ ଆଦିରେ ଜିଙ୍କ ସହିତ ସ୍ବାସ୍ଥ୍ୟକର ସ୍ନେହସାର ରହିଥାଏ । ଶରୀରରେ କୋଲାଜେନ ନିର୍ମାଣରେ ଜିଙ୍କ ସାହାଯ୍ୟ କରିଥାଏ । ଏହା ତ୍ବଚାକୁ ନମନୀୟତା ଦେଇଥାଏ ।

EGGS
ଅଣ୍ଡା (IANS)
  • ଅଣ୍ଡା:

ଅଣ୍ଡା ପ୍ରୋଟିନ ଓ ଆମିନୋ ଏସିଡର ଏକ ଭଲ ଉତ୍ସ ଅଟେ । କୋଲାଜେନ ମାତ୍ରା ବଢାଇବାରେ ଏହା ସାହାଯ୍ୟ କରିଥାଏ । ପ୍ରତିଦିନ ଖାଦ୍ୟରେ ଏହାକୁ ସାମିଲ କଲେ ତ୍ବଚାରେ ପରିବର୍ତ୍ତନ ଦେଖାଦେଇଥାଏ ।

Source: https://pmc.ncbi.nlm.nih.gov/articles/PMC10820017/

(Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର କୌଣସି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ ।)

ଏହା ମଧ୍ୟ ପଢନ୍ତୁ:

ସର୍ଜରୀର ପଡିବନି ଆବଶ୍ୟକତା, ଅର୍ଶ ସମସ୍ୟା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଶୀତ ଦିନରେ ଲେମ୍ବୁକୁ ଅଧିକ ଦିନ କିପରି ସତେଜ ରଖିବେ ? ଆପଣାନ୍ତୁ ଏହି ଟିପ୍ସ..

ଶରୀର ପାଇଁ ଲାଭଦାୟକ ପ୍ରତିଦିନ 1 ଚାମଚ ଘିଅ, ଘରେ ଏପରି ପରଖନ୍ତୁ ଶୁଦ୍ଧତା