ETV Bharat / international

ମାଦୁରୋଙ୍କ ବହିଷ୍କାର ପରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡେଲସି ରୋଡ୍ରିଗୁଏଜ

ଭେନଜୁଏଲା ନାଶନାଲ ଆସେମ୍ବ୍ଲିରେ ଆୟୋଜିତ ଏକ ସମାରୋହରେ ଶପଥ ଗ୍ରହଣ କରି ରୋଡ୍ରିଗୁଏଜ ୱାସିଂଟନକୁ ସହଯୋଗ କରିବାର ସୂଟନା ଦେଇ ସାଂସଦମାନଙ୍କୁ କହିଛନ୍ତି, ସେ ଯାହା କରିବେ ଭେନଜୁଆଲାବାସୀଙ୍କ ପାଇଁ କରିବେ ।

Delcy Rodriguez
ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡେଲସି ରୋଡ୍ରିଗେଜ (File/AP)
author img

By ETV Bharat Odisha Team

Published : January 6, 2026 at 2:26 PM IST

2 Min Read
Choose ETV Bharat

କାରାକସ: ଭେନଜୁଆଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକାୟ ସେନା ଉଠାଇ ନେବା ପରେ ତାଙ୍କୁ ନ୍ୟୁୟର୍କ କୋର୍ଟରେ ହାଜର କରାଇଛି । ଏହି ଘଟଣାର ଦୁଇଦିନ ପରେ ସୋମବାର ଭେନଜୁଏଲା ସଂସଦ ଡେଲସି ରୋଡ୍ରିଗୁଏଜଙ୍କୁ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇଛି ।

'ଯାହା କରିବି ଭେନଜୁଆଲାବାସୀଙ୍କ ପାଇଁ କରିବି'

ଭେନଜୁଏଲା ନାଶନାଲ ଆସେମ୍ବ୍ଲିରେ ଆୟୋଜିତ ଏକ ସମାରୋହରେ ଶପଥ ଗ୍ରହଣ କରି ରୋଡ୍ରିଗୁଏଜ ୱାସିଂଟନକୁ ସହଯୋଗ କରିବାର ସୂଟନା ଦେଇ ସାଂସଦ ମାନଙ୍କୁ କହିଛନ୍ତି, ସେ ଯାହା କରିବେ ଭେନଜୁଆଲାବାସୀଙ୍କ ପାଇଁ କରିବେ । ସେ କହିଛନ୍ତି, ଆମର ହିରୋ ଯାହାଙ୍କୁ ଅପହରଣ କରାଯାଇଛି ସେମାନଙ୍କ ପାଇଁ ମୁଁ ଖୁବ ଦୁଃଖିତ । ତାଙ୍କୁ ଆମେରିକାରେ ବନ୍ଧକ ରଖାଯାଇଛି । ଭେନଜୁଏଲାର କେତେକ ଅଧିକାରୀଙ୍କ ସମେତ ମଦୁରାଓ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କ ବିରୋଧରେ ନ୍ୟୁୟର୍କ ଡ୍ରଗ୍ସ କାରବାର ଅଭିଯୋଗ ଆଣିଛି ।

ଭେନଜୁଏଲା ସଂସଦ ବାମପନ୍ଥୀ ନେତା ମାଦୁରୋଙ୍କ ଗିରଫଦାରୀକୁ ଦୃଢ ନିନ୍ଦା କରିବା ସହ ରୋଡ୍ରିଗୁଏଜଙ୍କୁ ସମର୍ଥନ କରିବାର ପ୍ରତିଶ୍ରୁତି ଦେଇଛି । ଏହି ସମୟରେ ହଜାର ହଜାର ନାଗରିକ ସଂସଦ ବାହାରେ ଏକାଠି ହୋଇ ତାଙ୍କର ନେତା ମାଦୁରୋଙ୍କ ମୁକ୍ତି ଦାବି କରିଥିଲେ ।

ନ୍ୟୁୟର୍କ କୋର୍ଟରେ ମାଦୁରୋ ଓ ପତ୍ନୀ ସିଲିଆ ଫ୍ଲୋରେସ

ଅନ୍ୟପକ୍ଷେ ନ୍ୟୁୟର୍କ କୋର୍ଟରେ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ହାଜର କରାଯାଇଥିଲା । ସିଏନଏନ ତଥ୍ୟ ଅନୁସାରେ, କୋର୍ଟରେ ଉଭୟେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ତାଙ୍କ ବିରୋଧରେ ଆସିଥିବା ଡ୍ରଗ୍ସ କାରବାର ତଥା ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସେମାନେ କହିଛନ୍ତି । ସେତିକି ନୁହେଁ, ଆମେରିକା ସରକାର ସେମାନଙ୍କୁ ତାଙ୍କ ଦେଶରୁ ଅପହରଣ କରି ନେଇ ଆସିଛନ୍ତି ବୋଲି ମଧ୍ୟ ଉଭୟେ କୋର୍ଟରେ କହିଛନ୍ତି ।

ଜଜଙ୍କୁ ମାଦୁରୋ କହିଲେ 'ମୁଁ ଏବେ ବି ମୋ ଦେଶର ରାଷ୍ଟ୍ରପତି '

ସେ କୋର୍ଟରେ କହିଥିଲେ, 'ତାଙ୍କୁ ଭେନଜୁଏଲାର କାରାକସ ସ୍ଥିତ ତାଙ୍କ ଘରେ ଧରି ନେଇଥିଲେ' । ଯେତେବେଳେ ଜଜ ଏଲବିନ ହେଲରଷ୍ଟିନ ତାଙ୍କୁ ମଝିରେ ବାଧା ଦେବାକୁ ଚେଷ୍ଟା କଲେ ସେ କହିଥିଲେ, 'ମୁଁ ଏବେ ବି ମୋ ଦେଶର ରାଷ୍ଟ୍ରପତି ।' ପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେଇ କହିଥିଲେ, 'ମୁଁ ନିର୍ଦ୍ଦୋଷ ଅଟେ । ଏଠାରେ ଯାହା ବି କିଛି କୁହାଯାଇଛି ସେ ନେଇ ମୁଁ କାହାକୁ ବି ଦୋଷ ଦେଉନାହିଁ । ମୁଁ ଜଣେ ଭଲ ମଣିଷ ।'

ସିଏନଏନ ପକ୍ଷରୁ କୁହାଯାଇଛି, ଜଜ ହେଲରଷ୍ଟିନ କହିଛନ୍ତି, ମାଦୁରୋଙ୍କୁ ପରେ ତାଙ୍କର ଗିରଫଦାରୀ ଏବଂ ତାଙ୍କ ବିରୋଧରେ ଲାଗିଥିବା ସଜା ଉପରେ ବିସ୍ତୃତ ଭାବେ କରିବାପ ସୁଯୋଗ ଦଆଯିବ । ମାଦୁରୋଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, 'ଚାରୋଟି ଅଭିଯୋଗରେ ତାଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ମାଦୁରୋଙ୍କ ପତ୍ନୀ ସିଲିଆ ଫ୍ଲୋରେସ ମଧ୍ୟ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ । ଜଜ ସ୍ପେନିଶରେ କହିଥିଲେ ‘ନିର୍ଦ୍ଦୋଷ ନୁହେଁ ସଂପୂର୍ଣ୍ଣ ଭାବେ ନିର୍ଦ୍ଦୋଷ’ ।'

ଇତି ମଧ୍ୟରେ ଟ୍ରମ୍ପ ପ୍ରଶାସନ ସଙ୍କେତ ଦେଇଛି, ମଧ୍ୟବର୍ତ୍ତିକାଳୀନ ସରକାର ନେତୃତ୍ୱରେ ଭେନଜୁଏଲାରେ ଚାଲିଥିବା ସମସ୍ତ ଗତିବିଧି ଉପରେ ସେମାନେ ନଜର ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ ଫଟୋରେ ଖବର: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ, ନିକୋଲାସ ମଦୁରୋଙ୍କୁ ଗିରଫ କରିବାର ଦୃଶ୍ୟ

ଏହା ମଧ୍ୟ ପଢନ୍ତୁ ଭେନେଜୁଏଲାରେ ଆମେରିକା ଆକ୍ରମଣ ଗଭୀର ଚିନ୍ତାର ବିଷୟ: MEA