ETV Bharat / international

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ: ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କଲା ଆମେରିକା, 11 ମୃତ, ଇରାନ ଦେଲା ଜବାବ

ଇରାନ ସରକାରୀ ଗଣମାଧ୍ୟମର ଦାବି, ଆମେରିକା ଆକ୍ରମଣରେ 11 ଜଣଙ୍କ ମୃତ୍ୟୁ, 68 ଜଣ ଆହତ । ଆମେରିକାର ଜବାବ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇନାହିଁ ।

Middle East War
ଇରାନରେ ଟ୍ରମ୍ପଙ୍କ ଫଟୋ (AFP)
author img

By ETV Bharat Odisha Team

Published : September 2, 2026 at 12:41 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ଅଶାନ୍ତ ମଧ୍ୟପ୍ରାଚ୍ୟ । ଇରାନ-ଆମେରିକା ମଧ୍ୟରେ ପୁଣି ଆରମ୍ଭ ହୋଇଛି ଯୁଦ୍ଧ । ଗତକାଲି(ମଙ୍ଗଳବାର) ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଏଥିରେ 11 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି । ହମଲା ପରେ ଆମେରିକାର ବେସ୍‌ ଉପରେ ଡ୍ରୋନ ଆକ୍ରମଣ କରି ଜବାବ ଦେଇଛି ଇରାନ । ଏହା ପରେ ଯୁଦ୍ଧ ସଙ୍କଟ ପୁଣି ଘନେଇବାରେ ଲାଗିଛି ।

ଇରାନ ଉପରେ ଆକ୍ରମଣ (X@CENTCOM)

ଆଜି(ବୁଧବାର) ସକାଳ ସମୟରେ ଇରାନର ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ଖୁଜେସ୍ତାନର 3ଟି ସ୍ଥାନରେ ଆମେରିକା ଆକ୍ରମଣ କରିଛି । ଏଥିରେ ପ୍ରାୟ 7 ଜଣଙ୍କ ମୃତ୍ୟୁ ହୋଇଛି ।

ସରକାରୀ IRNA ଅନୁଯାୟୀ, ଖୁଜେସ୍ତାନ ପ୍ରାନ୍ତର ସୁରକ୍ଷା ଓ ଆଇନ ପ୍ରବର୍ତ୍ତନ ବ୍ୟାପାର ଉପ ରାଜ୍ୟପାଳଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ଆମେରିକା ପକ୍ଷରୁ ମିସାଇଲ ଆକ୍ରମଣ କରାଯାଇଛି । ଏଥିରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8 ଜଣ ଗୁରୁତର ଅଛନ୍ତି ।’

ବାହାଘରରେ ମିସାଇଲ ଆକ୍ରମଣ:

ତେବେ ଇରାନର ରେଡ କ୍ରିସେଣ୍ଟର କହିଛନ୍ତି ଯେ, ଗତକାଲି ସନ୍ଧ୍ୟା ସମୟରେ ଦକ୍ଷିଣି ସିରିକ୍‌ କାଉଣ୍ଟି ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବା । ଏହି ସମୟରେ ମିସାଇଲରେ ଆକ୍ରମଣ କରିଥିଲା ଆମେରିକା । ଏହି ଆକ୍ରମଣରେ ଜଣେ ଶିଶୁଙ୍କ ସମେତ 4 ଜଣଙ୍କ ମୃତ୍ୟୁ ଘଟିଛି । 50ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ହୋର୍ମୋଜଗାନ ପ୍ରାନ୍ତର ଉପ ରାଜ୍ୟପାଳ ଅହମ୍ମଦ ନଫିସିଙ୍କ କହିବା ପରେ ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇ କହିଥିଲା ଯେ, ଆମେରିକାର ଆକ୍ରମଣରେ 68 ଜଣ ଆହତ ହୋଇଛନ୍ତି । ଗଣମାଧ୍ୟମ ସଂସ୍ଥା APର ସୂଚନା ଅନୁଯାୟୀ, କୁହେସ୍ତାକର ଏକ ଘର ଉପରେ ମିସାଇଲ ଆକ୍ରମଣ ହୋଇଥିଲା । ଏହି ଘରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ମିସାଇଲ ଆକ୍ରମଣରେ ଜଣେ ଶିଶୁଙ୍କ ସମେତ 5 ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାୟ 68 ଲୋକ ଆହତ ହୋଇଛନ୍ତି ।

ଆକ୍ରମଣର ପ୍ରତିଜବାବ ଦେବାକୁ ଇରାନର ଚେତାବନୀ:

ଆମେରିକାର ଆକ୍ରମଣ ପରେ ଏହାର କଡା ଜବାବ ଦେବ ବୋଲି ଚେତାବନୀ ଦେଇଛି ଇରାନ । ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ପିଲିସି କମିଟିର ଅଧ୍ୟକ୍ଷ ଇବ୍ରାହିମ ଅଜିଜି୍‌ ସୋସିଆଲ ମିଡିଆ Xରେ ଆକ୍ରମଣର ପ୍ରତି ଜବାବ ଦିଆଯିବ ବୋଲି ଚେତାଇ ଦେଇଛନ୍ତି ।

ସେ ଏକ୍ସରେ ଲେଖିଛନ୍ତି ଯେ, ଇରାନର କୁହେସ୍ତାକ ଏକ ବିବାହ କାର୍ଯ୍ୟକ୍ରମରେ ନିରିହ ଲୋକଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି । ନିରିହ ଲୋକଙ୍କୁ ମାରି ଦିଆଯାଇଛି । ଏହି ଅପରାଧର ସଜ୍ଜା ନିଶ୍ଚିତ ଦିଆଯିବ ।

ସେହିପରି ଇରାନ ସେନାର ମୁଖ୍ୟପାତ୍ର ବ୍ରିଗେଡିୟର ଜେନେରାଲ ମୋହମ୍ମଦ ଅକ୍ରାମିନିଆ ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ‘ନିଶ୍ଚିତ ଭାବେ, ଶତ୍ରୁଙ୍କ ଠାରୁ ଏହାର ପ୍ରତିଶୋଧ ନିଆଯିବ । ଦ୍ରୁତ, ଜବରଦସ୍ତ ଓ ପୂରାପୁରି ଭାବେ ଜବାବ ଦିଆଯିବ ।’

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର କ୍ୟାପ୍ଟେନ ହିମ୍‌ ହାକିନ୍ସ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ଜଣାଅଛି । ଏହି ଖବର ଇରାନର ସରକାରୀ ଗଣମାଧ୍ୟମରୁ ଆସିଛି ।’

ହାକିନ୍ସ ଆହୁରି କହିଛନ୍ତି ଯେ, ‘IRGC ଓ ଆମେରିକା ସେନା କେବେ ବି ସାଧାରଣ ଲୋକଙ୍କୁ ଟାର୍ଗେଟ କରନ୍ତି ନାହିଁ ।’

Middle East War
ଟ୍ରମ୍ପଙ୍କ ପୋଷ୍ଟ (Screengrab)
Middle East War
ଟ୍ରମ୍ପଙ୍କ ପୋଷ୍ଟ (Screengrab)

ତେବେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଭାରତୀୟ ସମୟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ‘ହୋର୍ମୁଜ ପ୍ରଣାଳୀ ନିକଟରେ ଇରାନର ଠିକଣା ଉପରେ ଆକ୍ରମଣ କରାଯାଉଛି । ଏହି ଆକ୍ରମଣ ବଡ଼ ଓ ଶକ୍ତିଶାଳୀ ଅଟେ ।

ତେବେ ଏହି ଆକ୍ରମଣ ପରେ ପୁଣି ବଡ଼ ଯୁଦ୍ଧ ହେବା ନେଇ ଆଶଙ୍କା ପାଇଛି । ଯାହାକୁ ନେଇ ବିଶ୍ବବାସୀ ଚିନ୍ତିତ ।

ଏହା ମଧ୍ୟ ପଢନ୍ତୁ:

ଭିସା ନିୟମ କଡାକଡି କରୁଛନ୍ତି ଟ୍ରମ୍ପ, 'ଆମେରିକୀୟ ସ୍ୱପ୍ନ'କୁ ନେଇ ପୁଣି ଅନିଶ୍ଚିତତାରେ ଭାରତୀୟ

ହୋର୍ମୁଜକୁ USର ଅଂଶ ବୋଲି ଦେଖାଇଲେ ଟ୍ରମ୍ପ, ଇରାନର ଜବାବ ‘ଶୀଘ୍ର ଭ୍ରମ ଦୂର କରିବୁ’

ହରମୁଜ ପ୍ରଣାଳୀର ସୁରକ୍ଷାକୁ କଡ଼ାକଡ଼ି କଲା ଇରାନ, ସଂସଦରେ ନୂଆ ରଣନୀତିକ ଯୋଜନା ଅନୁମୋଦିତ