ଟ୍ରମ୍ପ ଭାଙ୍ଗିବେ 160 ବର୍ଷର ପୁରୁଣା ଆଇନ! ଆସିବ ନୂଆ 250 ଡଲାରର ନୋଟ, ରହିବ ରାଷ୍ଟ୍ରପତିଙ୍କ ମୁହଁ
ଆମେରିକୀୟ ଆଇନ ଅନୁସାରେ, ଏହାର କରେନ୍ସି ଉପରେ କୌଣସି ଜୀବିତ ବ୍ୟକ୍ତିଙ୍କ ଫଟୋ ଲାଗି ପାରିବ ନାହିଁ । ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ 160 ବର୍ଷର ଆଇନ ଭାଙ୍ଗିବାକୁ ପଡିବ ।

Published : May 29, 2026 at 7:52 PM IST
ୱାଶିଂଟନ: ଆମେରିକାରେ ଖୁବ ଶୀଘ୍ର ଦେଖିବାକୁ ମିଳିପାରେ ନୂଆ 250 ଡଲାରର ନୋଟ । ଏହି ନୂଆ ନୋଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ବି ଦେଖିବାକୁ ମିଳିପାରେ । ଆମେରିକା ଅର୍ଥ ସଚିବ ସ୍କଟ୍ ବେସେଣ୍ଟ କହିବା ଅନୁଯାୟୀ, ତାଙ୍କ ବିଭାଗ ଏହି ନୋଟ ଡିଜାଇନ ଉପରେ କାମ କରୁଛି ।
ନୂଆ ଡଲାର ନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ କାମ ଜୋରଦାର ଆଗେଇ ଚାଲିଛି । ଏଥିପାଇଁ କଂଗ୍ରେସର ଅନୁମୋଦନ ପାଇଁ ପ୍ରସ୍ତୁତି ଚାଲିଛି । ହ୍ୱାଇଟ ହାଉସ ବ୍ରିଫିଂରେ ଅଭିଭାଷଣ ଦେଇ ବେସେଣ୍ଟ କହିଛନ୍ତି,'ଏପ୍ରକାରର ଯେ କୌଣସି ପରିବର୍ତ୍ତନ ପାଇଁ କଂଗ୍ରେସର ଅନୁମୋଦନ ଆବଶ୍ୟକ । କାରଣ ବର୍ତ୍ତମାନର ଆମେରିକୀୟ ଆଇନ ଅନୁସାରେ, ଏହାର କରେନ୍ସି ଉପରେ କୌଣସି ଜୀବିତ ବ୍ୟକ୍ତିଙ୍କ ଫଟୋ ଲାଗି ପାରିବ ନାହିଁ । ବେସେଣ୍ଟ ଆହୁରି କହିଛନ୍ତି, ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ବର୍ତ୍ତମାନ ଗୃହ ଓ ସିନେଟରେ ଆଇନ ପ୍ରସ୍ତାବିତ ହେଉଛି ।'
President Donald Trump could soon appear on a new $250 bill, in the Republican's latest move to shatter US traditions by putting his personal stamp on national institutions. https://t.co/trULW4eD2C pic.twitter.com/HDNWxipsrv
— AFP News Agency (@AFP) May 28, 2026
ବେସେଣ୍ଟଙ୍କ କହିବା ଅନୁଯାୟୀ, 'ଟ୍ରେଜେରି ବିଭାଗର ଅଧିକାରୀମାନେ ନୂତନ ମୁଦ୍ରା ଡିଜାଇନର ପ୍ରାରମ୍ଭିକ ମକ-ଅପ ପ୍ରସ୍ତୁତ କରିବା ପାଇଁ ବ୍ୟୁରୋ ଅଫ ଏନଗ୍ରାଭିଂ ଆଣ୍ଡ ପ୍ରିଣ୍ଚିଂକୁ କହିଥିଲେ । ଆମେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲୁ । ଯଦି ଆଇନ ପାସ୍ ହୁଏ ତେବେ ଆମେ ଏହି ଆଇନ ପାଳନ କରିବୁ ।'
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋଥିବା ଏକ ନୂତନ 250 ଡଲାର ପ୍ରଚଳନ କରିବାର ପ୍ରୟାସ ଆମେରିକା ଟ୍ରେଜେରୀ ବିଭାଗ ବ୍ୟୁରୋ ଅଫ ଏନଗ୍ରାଭିଂ ଆଣ୍ଡ ପ୍ରିଣ୍ଟିଂ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ସୃଷ୍ଟି କରିଥିଲା । ଯାହା ବି ହେଉ, ଆମେରିକୀୟ ମୁଦ୍ରା ଓ ବ୍ୟାପକ ଅର୍ଥନୀତି ଉପରେ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଛାପ ଛାଡିବାକୁ ପୂର୍ବରୁ ଆଗ୍ରହ ପ୍ରକାଶ କରିଥିଲେ । ଗତବର୍ଷ ତାଙ୍କ ପ୍ରତିଛବି ଥିବା ଏକ ସ୍ମାରକୀ ମୁଦ୍ରାର ଡିଜାଇନ ପ୍ରକାଶିତ ହୋଇଥିଲା । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି, ଏହି ପଦକ୍ଷେପକୁ ସମାଲୋଚନା କରାଯାଇଥିଲା । ଆମେରିକାରେ 1866 ମସିହାର ନିୟମ ଅନୁଯାୟୀ, ଆଇନଗତ ଚିନ୍ତା ଓ ପାରମ୍ପରିକ ମୁଦ୍ରାରେ ଜୀବିତ ବ୍ୟକ୍ତିଙ୍କ ପ୍ରତିଚ୍ଛବି ବ୍ୟବହାର ନିଷିଦ୍ଧ ରହିଛି ।
ରିପୋର୍ଟ ଅନୁଯାୟୀ, ନୂତନ 250 ଡଲାରର କେନ୍ଦ୍ରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଫଟୋ ରହିବ । ଉଭୟ ପାର୍ଶ୍ୱରେ ରାଷ୍ଟ୍ରପତି ଓ ଟ୍ରେଜେରୀ ସଚିବ ସ୍କଟ ବେସେଣ୍ଟଙ୍କ ଦସ୍ତଖତ ରହିବ । ତେହେ ଏହି ନୋଟ ପ୍ରଚଳନ ନେଇ ସବୁଠାରୁ ବଡ ଚାଲେ଼ଞ୍ଜ ହେଇଛି ଆଇନ । ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ 160 ବର୍ଷର ଆଇନ ଭାଙ୍ଗିବାକୁ ପଡିବ । 2027ରେ ଆମେରିକା ତାର ସ୍ୱଧୀନତାର 250 ତମ ବାର୍ଷକୀ ପାଳନ କରିବାକୁ ଯାଉଛି । ଏହି କାରଣରୁ ଟ୍ରମ୍ପ ପ୍ରଶାସନ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
ଏହା ମଧ୍ୟ ପଢନ୍ତୁ ଭାରତ-ରୋମାନିଆ ବାଣିଜ୍ୟ କାରବାର 20% ବୃଦ୍ଧି ପାଇଛି: ରୋମାନିଆ ବୈଦେଶିକ ମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ ଭାରତ ମୋ ଉପରେ 100% ଭରସା କରିପାରିବ, ମୁଁ ପିଏମ ମୋଦିଙ୍କ ଜଣେ ବଡ ପ୍ରଶଂସକ: ଟ୍ରମ୍ପ

