ETV Bharat / international

ମୋ ସହ 14 ମିଲିଅନ ଜନତା ଦେଶ ପାଇଁ ଜୀବନ ବଳି ଦେବାକୁ ପ୍ରସ୍ତୁତ-ଇରାନ ରାଷ୍ଚ୍ରପତି ପେଜେକ୍କିଆନ

'ଯଦି ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ସ୍ଥଳ ଆକ୍ରମଣ ହୁଏ ତେବେ ତାଙ୍କ ସହ ଦେଶର 14 ନିୟୁତ ଇରାନ ଜନତା ସ୍ୱେଚ୍ଛାକୃତ ଭାବେ ଦେଶ ପାଇଁ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି

FILE- Iran's President Masoud Pezeshkian
FILE- Iran's President Masoud Pezeshkian (AFP)
author img

By ETV Bharat Odisha Team

Published : April 7, 2026 at 7:27 PM IST

1 Min Read
Choose ETV Bharat

ତେହରାନ: ଇରାନକୁ ଡେଡ ଲାଇନ ଦେବାପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ । ମଙ୍ଗଳବାର ରାଷ୍ଚ୍ରପତି କହଛନ୍ତି, 'ଯଦି ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ସ୍ଥଳ ଆକ୍ରମଣ ହୁଏ ତେବେ ତାଙ୍କ ସହ ଦେଶର 14 ନିୟୁତ ଇରାନ ଜନତା ସ୍ୱେଚ୍ଛାକୃତ ଭାବେ ଦେଶ ପାଇଁ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି ।'

ରାଷ୍ଟ୍ରପତି କହିଛନ୍ତି, 'ଯଦି ହର୍ମୁଜ ପ୍ରଣାଳୀ ନ ଖୋଲେ ତେବେ ଇରାନର ପାୱାର ଷ୍ଟେସନ ଏବଂ ସେତୁ ଉପରେ ବୋମା ପକାଇବେ ବୋଲି ସୋସିଆଲ ମିଡିଆ ଟ୍ରୁଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇ ସାରିଲେଣି ।' ଇରାନରେ 90 ମିଲିୟନ ଲୋକ ବସବାସ କରନ୍ତି । ଦେଶବ୍ୟାପି ହେଉଥିବା ପ୍ରଦର୍ଶନ ଉପରେ ରକ୍ତକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ତେବେ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆମେରିକାକୁ ହତୋତ୍ସାହିତ କରିବା ପାଇଁ 14 ମିଲିୟନ ଲୋକଙ୍କ କଥା ଏଠାରେ କହିଛନ୍ତି । ସେ କହିଛନ୍ତି, 14 ମିଲିୟନରୁ ଅଧିକ ଲୋକ ସେମାନଙ୍କ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଥିବା ଘୋଛଣା କରିଛନ୍ତି । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, 'ମୁଁ ମଧ୍ୟ ଇରାନ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ । ଆଗରୁ ଥିଲି, ଆଗକୁ ମଧ୍ୟ ରହିବି ବୋଲି କହଛନ୍ତି । '

କହିରଖିବୁ, ଚ୍ରମ୍ପ ସୋମବାର କହିଥିଲେ, 'ଯୁଦ୍ଧ ଅପରଧ କରିବାକୁ ନେଇ ସେ ଆଦୌ ଚିନ୍ତିତ ନୁହଁନ୍ତି । କାରଣ ତେହେରାନ ଯଦି ମଙ୍ଗଳବାର ରାତି 8ଟା ଇଷ୍ଟ ସମୟରେ ପୂରଣ ନ କରେ ତେବେ ଇରାନର ଭିତ୍ତିଭୂମିକୁ ନଷ୍ଚ କରିଦେବ ।'

ଏପଟେ ଇରାନ ସରାକାରୀ ଗଣମାଧ୍ୟମ ଏବଂ ଟେକ୍ସଟ୍ ମେସେଜ୍ ଅଭିଯାନ ଜରିଆରେ ଲୋକମାନଙ୍କୁ ସ୍ୱତଃସ୍ପୃତ ଭାବେ ଆଗେଇ ଆସିବା ପାଇଁ ସେ ଦେଇଛନ୍ତି । ଇରାନର ସରକାରୀ ଟେଲିଭିଜନ ସୂଚନା ଅନୁଯାୟୀ, ସରକାର ଅବସରପ୍ରାପ୍ତ ସୈନିକମାନଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିିବାକୁ ଆହ୍ୱାନ ଦେଇଛନ୍ତି ।

ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛନ୍ତି। ଇସ୍ରାଏଲ ଇରାନ ଏବଂ ଲେବାନନରେ ହିଜବୁଲା ଲକ୍ଷ୍ୟସ୍ଥଳ ଉପରେ ଜୋରଦାର ଆକ୍ରମ ଜାରି ରଖିଛି । ଇରାନ ମଧ୍ୟ ଉପସାଗରୀୟ ଦେଶ ଏବଂ ଇସ୍ରାଏଲ ଉପରେ ପ୍ରତିଶୋଧମୂଳକ ଆକ୍ରମଣ କରୁଛି। ଇରାନର ସହଯୋଗୀ ହିଜବୁଲା ମଧ୍ୟ ଇସ୍ରାଏଲକୁ ଟାର୍ଗେଟ କରୁଛି।

ଏହା ମଧ୍ୟ ପଢନ୍ତୁ ଇରାନକୁ ଖୋଲାଖୋଲି ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଏହା ମଧ୍ୟ ପଢନ୍ତୁ ଲେବାନନରେ ଇସ୍ରାଏଲର ଘନଘନ ମିସାଇଲ ମାଡ, 15 ମୃତ ଏକାଧିକ ଆହତ