ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ: ଇସ୍ରାଏଲ ସଂସଦ ନେସେଟରେ "ମୋଦି-ମୋଦି" ନାରା ପ୍ରତିଧ୍ୱନିତ
ଦୁଇ ଦିନିଆ ଗସ୍ତ ଅବସରରେ ମୋଦି, ତେଲ୍ ଅଭିଭରେ ନେତାନ୍ୟାହୁ ଦମ୍ପତିଙ୍କ ମୋଦିଙ୍କୁ ଭବ୍ୟ ସ୍ବାଗତ ।


Published : February 25, 2026 at 9:39 PM IST
PM Modi Lands In Tel Aviv : ଇସ୍ରାଏଲ ନେସେଟରେ "ମୋଦି-ମୋଦି" ନାରା ପ୍ରତିଧ୍ୱନିତ
ଇସ୍ରାଏଲ ସଂସଦ ନେସେଟରେ "ମୋଦି-ମୋଦି" ନାରା ପ୍ରତିଧ୍ୱନିତ ହେଲା। ଇସ୍ରାଏଲର ସଂସଦରେ "ମୋଦୀ-ମୋଦୀ" ନାରା ପ୍ରତିଧ୍ୱନିତ ହେଲା। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, "ଆମେ ମୋଦିଙ୍କ ଆଲିଙ୍ଗନ ଅନୁଭବ କରିଛୁ, ଏହା ପ୍ରକୃତରେ ସ୍ୱତନ୍ତ୍ର ଥିଲା, କାରଣ ଆମର ସମ୍ପର୍କ ବହୁତ ସୌହାର୍ଦ୍ଦ୍ୟପୂର୍ଣ୍ଣ ।" ମୋଦି ଇସ୍ରାଏଲୀ ସଂସଦ, ନେସେଟକୁ ସମ୍ବୋଧିତ କରିବା ସହ ଏପରି ସମ୍ମାନ ହାସଲ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
#WATCH | Jerusalem, Israel: PM Narendra Modi receives a standing ovation as he begins his address at the Knesset
— ANI (@ANI) February 25, 2026
(Source: DD) pic.twitter.com/R5sMaBDGuh
ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଏହି ବିଶିଷ୍ଟ ଗୃହ ସମ୍ମୁଖରେ ଠିଆ ହେବା ମୋ ପାଇଁ ଏକ ସୌଭାଗ୍ୟ ଏବଂ ସମ୍ମାନର ବିଷୟ। ମୁଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଏବଂ ଗୋଟିଏ ପ୍ରାଚୀନ ସଭ୍ୟତାର ପ୍ରତିନିଧି ଭାବେ ଅନ୍ୟ ଏକ ସଭ୍ୟତାକୁ ସମ୍ବୋଧିତ କରି ଏହା କରୁଛି । ମୁଁ ମୋ ସହିତ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଏବଂ ବନ୍ଧୁତା, ସମ୍ମାନ ଏବଂ ସହଭାଗୀତାର ବାର୍ତ୍ତା ଆଣିଛି..."
#WATCH | Jerusalem, Israel: Addressing the Israeli Parliament, Prime Minister Narendra Modi says, " it is a privilege and an honour for me to stand before this distinguished house. i do so as the prime minister of india and also as a representative of one ancient civilisation… pic.twitter.com/yEYnLfYJ7e
— ANI (@ANI) February 25, 2026
ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "...ଯେଉଁଦିନ ଭାରତ ଇସ୍ରାଏଲକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦେଇଥିଲା, ସେହିଦିନ ମୋର ଜନ୍ମ ହୋଇଥିଲା, ସେପ୍ଟେମ୍ବର ୧୭, ୧୯୫୦ରେ । ଅକ୍ଟୋବର ୭ ତାରିଖରେ ହମାସ ଦ୍ୱାରା ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣରେ ପ୍ରତ୍ୟେକ ଜୀବନ ହରାଇଥିବା ଏବଂ ପ୍ରତ୍ୟେକ ପରିବାର ପାଇଁ ମୁଁ ଭାରତର ଜନସାଧାରଣଙ୍କ ଗଭୀର ସମବେଦନା ବହନ କରୁଛି । ଆମେ ଆପଣଙ୍କର ଯନ୍ତ୍ରଣା ଅନୁଭବ କରୁଛୁ, ଆମେ ଆପଣଙ୍କର ଦୁଃଖରେ ସହଭାଗୀ । ଭାରତ ଏହି ମୁହୂର୍ତ୍ତରେ ଏବଂ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ଇସ୍ରାଏଲ ସହିତ ଦୃଢ଼ ଭାବେ ଠିଆ ହୋଇଛି ।"
#WATCH | Jerusalem, Israel: Addressing the Israeli Parliament, Prime Minister Narendra Modi says, " ...i was born on the same day that india formally recognised israel, september 17, 1950. i also carry with me the deepest condolences of the people of india for every life lost and… pic.twitter.com/9XJqH9GZ8m
— ANI (@ANI) February 25, 2026
ତାଙ୍କ ଗସ୍ତ ସମୟରେ ସେ ତାଙ୍କ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ ଏବଂ ଭାରତୀୟ ପ୍ରବାସୀ ଲୋକଙ୍କ ସହିତ ଆଲୋଚନା କରିବେ । ଏହାବାଦ୍ ଏହି ଗସ୍ତ ସମୟରେ ମୋଦି ଇସ୍ରାଏଲୀ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କୁ ମଧ୍ୟ ଭେଟିବେ ।
ଇସ୍ରାଏଲ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଥିଲେ ଯେ ଭାରତ ଏବଂ ଇସ୍ରାଏଲ ଏକ ଦୃଢ଼ ଏବଂ ବହୁମୁଖୀ ରଣନୈତିକ ସହଭାଗୀତା ଅଂଶୀଦାର କରିଛନ୍ତି ଯାହା ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ପ୍ରଗତି ଦେଖିଛି, ଏବଂ ସେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ତାଙ୍କ ସାକ୍ଷାତ ପାଇଁ ଅପେକ୍ଷା କରିଥିଲେ। ମୋଦି କହିଥିଲେ ଯେ, ତାଙ୍କର ଗସ୍ତ ତାଙ୍କର "ପ୍ରିୟ ବନ୍ଧୁ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ" ନିମନ୍ତ୍ରଣରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ନେତାନ୍ୟାହୁ ବେନ୍ ଗୁରିଅନ୍ ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଥିଲେ । ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । 2017 ପରେ ଏହା ମୋଦିଙ୍କର ଇସ୍ରାଏଲକୁ ଦ୍ୱିତୀୟ ଗସ୍ତ ।
VIDEO | Prime Minister Narendra Modi (@narendramodi) lands in Tel Aviv. He is on a two-day visit to Israel aimed at strengthening bilateral ties between the two countries.#BenjaminNetanyahu #Israel #PMModi
— Press Trust of India (@PTI_News) February 25, 2026
(Full video available on PTI Videos - https://t.co/n147TvrpG7)
Source:… pic.twitter.com/4VLtywcPCX
ବିମାନ ବନ୍ଦରରେ ସାକ୍ଷାତ ସମୟରେ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ ପତ୍ନୀ ସାରାଙ୍କ ପୋଷାକର ରଙ୍ଗ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷାକର ରଙ୍ଗ ଦେଖାଇଥିଲେ, ଯାହା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟା ଦେଇଥିଲେ ଏବଂ ତିନି ଜଣ ହସି ଉଠିଥିଲେ । ସାରା ନେତାନ୍ୟାହୁ ଏକ ଗେରୁଆ ରଙ୍ଗର ଫର୍ମାଲ୍ ସୁଟ୍ ପିନ୍ଧିଥିଲେ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପକେଟ ସ୍କୋୟାର(ମୋଦିଙ୍କ ଜ୍ୟାକେଟ ପକେଟରେ ଥିବା ରୁମାଲ)କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଥିଲେ, "ଏହା ମେଳ ଖାଉଛି।" ଦୁଇ ପ୍ରଧାନମନ୍ତ୍ରୀ ଏବଂ ସେଠାରେ ଉପସ୍ଥିତ ସମସ୍ତେ ହସି ଉଠିଥିଲେ । ପରିବେଶ ଆନନ୍ଦମୟ ଏବଂ ହସରେ ପରିପୂର୍ଣ୍ଣ ହୋଇଯାଇଥିଲା ।
Welcome to Israel my dear friend @narendramodi 🇮🇱🙏🇮🇳 pic.twitter.com/AnRtceD9Ci
— Benjamin Netanyahu - בנימין נתניהו (@netanyahu) February 25, 2026

