ETV Bharat / international

ମୋଦି-ନେତାନ୍ୟାହୁଙ୍କ ମଧ୍ୟରେ ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ବୁଝମଣାପତ୍ର ସ୍ୱାକ୍ଷର; ଇସ୍ରାଏଲର ଆଇରନ ଡୋମ-ବିମ୍ ପ୍ରଯୁକ୍ତି ଉପରେ ଭାରତର ନଜର

ଭାରତ ତାର ବାୟୁସେନାକୁ ସଶକ୍ତ କରିବାପାଇଁ ଇସ୍ରାଏଲର ଅତ୍ୟାଧୁନିକ  ଏୟାର ଡିଫେନ୍ସ ଟେକ୍ନୋଲଜି ଉପରେ ନଜର ରଖିଛି । ବିଶେଷକରି ଇସ୍ରାଏଲର ଅତ୍ୟାଧୁନିକ  ଆଇରନ ଡୋମ, ଆଇରନ ବିମ  କିଣିବାକୁ ଲକ୍ଷ୍ୟ ରଖିଛି ।

Prime Minister Narendra Modi and Israeli Prime Minister Benjamin Netanyahu
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନ୍ୟାହୁ (@narendramodi X/ANI Photo)
author img

By ETV Bharat Odisha Team

Published : February 26, 2026 at 10:49 AM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଆସି ବୁଧବାର ତେଲ ଅଭିଭରେ ପହଞ୍ଚିଛନ୍ତି । ଏହି ଅବସରରେ ପିଏମ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନ୍ୟାହୁଙ୍କ ମଧ୍ୟରେ ଆଜି ଅର୍ଥାତ ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି । ଭାରତ ତାର ବାୟୁ ସେନାକୁ ସଶକ୍ତ କରିବା ପାଇଁ ଇସ୍ରାଏଲର ଅତ୍ୟାଧୁନିକ ଏୟାର ଡିଫେନ୍ସ ଟେକ୍ନୋଲଜି ଉପରେ ନଜର ରଖିଛି । ବିଶେଷ କରି ଇସ୍ରାଏଲର ଅତ୍ୟାଧୁନିକ ଆଇରନ ଡୋମ ଏବଂ ଆଇରନ ବିମ କିଣିବାକୁ ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେତାନ୍ୟାହୁ ଗୁରୁବାର ଏକାଠି ତେଲ ଅଭିଭର କିଙ୍ଗ ଡାଭିଡ ହୋଟେଲରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ । ଏହାପରେ ଉଭୟେ ଏକାଛି ୟାଦ ଭାସେମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଆଲୋଚନାରେ ପ୍ରତିରକ୍ଷା, ବିଜ୍ଞାନ, ବ୍ୟବସାୟ ତଥା ଲୋକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବା ସହ ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତା ଉପରେ ଆଲୋଚନା କରାଯିବ ବୋଲି ଆଶା କରାଯାଉଛି । ଏଥି ସହିତ ଦୁଇ ବିଶ୍ୱନେତା ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମତ ବିନିମୟ କରିବାର ସମ୍ଭାବନା ରହିଛି ।

ଯଦି ଏହା ହୁଏ ତେବେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ, ସୁରକ୍ଷା ଏବଂ କୂଟନୈତିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଉଭୟେ ମୋଦି ଓ ନେତାନ୍ୟାହୁ ଗଣମାଧ୍ୟମକୁ ଏକ ମିଳିତ ବିବୃତ୍ତି ଦେବେ ।

ଭାରତ ଆଇରମ ଡୋମ ପ୍ରଯୁକ୍ତିବିଦ୍ୟା ହାସଲ ପାଇଁ ଇସ୍ରାଏଲ ସହିତ ଏକ ଐତିହାସିକ ରଣନୈତିକ ସହଭାଗିତା ଚୂଡାନ୍ତ କରିପାରେ । ଆଇଏନଏସ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ମେକ ଇନ ଇଣ୍ଡିଆ ପଦକ୍ଷେପ ଅଧୀନରେ ଭାରତକୁ ଆଇରମ ଡୋମ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛି । ଏହା ବ୍ୟତୀତ ଭାରତ ଇସ୍ରାଏଲର ନୂତନ ଆଇରନ ବିମ ଲେଜର ଆଧାରିତ ପ୍ରଣାଳି ପ୍ରତି ମଧ୍ୟ ଆଗ୍ରହ ଦେଖାଉଛି ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲୀ ରାଷ୍ଟ୍ରପତି ଆଇଜାକ ହର୍ଜୋଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ମୋଦି ତେଲ ଅଭିଭରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ ଇସ୍ରାଏଲରେ ପହଞ୍ଚିିଲେ ପ୍ରଧାନମନ୍ତ୍ରୀ ମୋଦି: ଭବ୍ୟ ସ୍ବାଗତ କଲେ ନେତାନ୍ୟାହୁ, ସଂସଦରେ ରଖିବେ ଅଭିଭାଷଣ

ଏହା ମଧ୍ୟ ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ନେତାନ୍ୟାହୁ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା