ETV Bharat / international

ଭାରତକୁ ନେଇ ଟ୍ରମ୍ପଙ୍କ ବଡ ବୟାନ; କହିଲେ, ପ୍ରଧାନମନ୍ତ୍ରୀ ମୋଦି ମୋ ଉପରେ ଖୁସି ନାହାଁନ୍ତି

ଟ୍ରମ୍ପ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବନ୍ଧୁତା କଥାକୁ ଦୋହରାଇଛନ୍ତି । କହିଛନ୍ତି, ମୋଦି ମୋର ଜଣେ ଭଲ ବନ୍ଧୁ । ହେଲେ ସେ ମୋ ଉପରେ ଖୁସି ନାହାନ୍ତି ।

Prime Minister Narendra Modi and US President Donald Trump
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Etv Bharat)
author img

By ETV Bharat Odisha Team

Published : January 7, 2026 at 4:31 PM IST

|

Updated : January 7, 2026 at 4:40 PM IST

2 Min Read
Choose ETV Bharat

ୱାଶିଂଟନ: ଆମେରିକା ପକ୍ଷରୁ ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ଉଚ୍ଚ ଟାରିଫକୁ ସମର୍ଥନ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି, ଟ୍ରେଡ ପେନାଲଟି ବା ବାଣିଜ୍ୟିକ ଦଣ଼୍ଡ ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ଆମେରିକା ପାଇଁ ଏକ ପ୍ରମୁଖ ରାଜସ୍ୱ ସୃଷ୍ଟିିକାରୀ ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଛି । ଏହା ଏକ ସମୟରେ ସହଯୋଗୀ ତଥା ପ୍ରତିହ୍ୱନ୍ଦ୍ୱୀ ଉଭୟଙ୍କ ସହିତ ଦୀର୍ଘକାଳୀନ ଆର୍ଥିକ ସନ୍ତୁଳନକୁ ସମାଧାନ କରିଥାଏ ।

ମୋଦି ମୋର ଜଣେ ଭଲ ବନ୍ଧୁ । ହେଲେ ସେ ମୋ ଉପରେ ଖୁସି ନାହାନ୍ତି । ଏମିତି ଦୁଇପାଖିଆ କଥା କହି ଭାରତ-ଆମେରିକା ସମ୍ପର୍କରେ ଦେଖା ଦେଇଥିବା ଦ୍ୱନ୍ଦ୍ୱକୁ ଆହୁରୁ ଅସ୍ପଷ୍ଟ କରି ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ମଙ୍ଗଳବାର ଦିନ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବନ୍ଧୁତା କଥାକୁ ଦୋହରାଇଛନ୍ତି । ଅନ୍ୟପକ୍ଷେ ରୁଷଠାରୁ ତେଲ କିଣୁଥିବାରୁ ଭାରତ ଉପରେ ଲଗା ଯାଇଥିବା ଟାରିଫକୁ ନେଇ ମୋଦି ତାଙ୍କ ଉପରେ ଖୁସି ନ ଥିବା ମଧ୍ୟ କହିଛନ୍ତି ।

ହାଉସ ଜିଓପି ମେମ୍ବର ରିଟ୍ରିଟରେ ଟ୍ରମ୍ପ କହିଥିଲେ, ‘ଆମେରିକା ପ୍ରତିରକ୍ଷା ସାମଗ୍ରୀ ବିକ୍ରି ତଥା ଟାରିଫ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିଲେ ।’ ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ବହୁତ ଭଲ ସମ୍ପର୍କ ରହିଛି । କିନ୍ତୁ ସେ ମୋ ଉପରେ ଖୁସି ନାହାନ୍ତି । କାରଣ ଭାରତକୁ ଏବେ ଅଧିକ ଟାରିଫ ଦେବାକୁ ପଡୁଛି । ଏବେ ଭାରତ ରୁଷଠାରୁ ତେଲ କିଣିବା ବହୁତ କମ କରି ଦେଉଛି ।’

ଭାରତ ରୁଷଠାରୁ ତେଲ କିଣୁଥିବାରୁ ଆମେରିକା 50 ପ୍ରତିଶତ ଟାରିଫ ଲଗାଇଛି । ୟୁକ୍ରେନ-ରୁଷ ଯୁଦ୍ଧ ଚାଲିଥିବାବେଳେ ଭାରତ ଏହି ତେଲ କିଣି ରୁଷକୁ ଆର୍ଥିକ ସହଯୋଗ ବଢାଉଛି ବୋଲି ଟ୍ରମ୍ପ ଅଭିଯୋଗ କରି ଆସୁଛନ୍ତି । ଏହା ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ ଯେ, ଯଦି ଭାରତ ରୁଷ ତେଲ କିଣିବା ନେଇ ଆମେରିକାର ଚିନ୍ତା ଉପରେ ବିଚାର ନ କରେ ତେବେ ଆମେରିକା ଆହୁରି ଟାରିଫ ଲଗାଇବ । ଏହି ବୟାନର ଦିନ ପରେ ଚ୍ରମ୍ପ ପୁଣି ଏପରି କଥା କହିଥିବାରୁ ଏହାର ରାଜନୈତିକ ଗୁରୁତ୍ୱ ବଢି ଯାଇଛି ।

ସେ କହିଛନ୍ତି, ଟପ୍ରକୃତରେ ସେ ମୋତ ଖୁସି କରିବାକୁ ଚାହୁଁଛନ୍ତି । ମୋଦି ଜଣେ ବହୁତ ଭଲ ମଣିଷ । ସେ ଜାଣିଥିଲେ ମୁଁ ଅସନ୍ତୁଷ୍ଚ । ତେଣୁ ସେ ମୋତେ ଖୁସି କରିବାକୁ ଚାହୁଁଥିଲେ । ଟ୍ରମ୍ପ ତାଙ୍କର ଏହି ଭାଷଣରେ ନୂଆ ଟାରିଫ ନୀତିକୁ ପ୍ରଶଂସା କରି କହିଥିଲେ, 'ଏହି ପହକ୍ଷେପ ଆମେରିକାକୁ ଆର୍ଥିକ ଲାଭ ଦେଉଛି ।'

ଭାରତ କମ ଦାମରେ ରୁଷଠାରୁ ଅଶୋଧିତ ତୈଳ କିଣି ମସ୍କୋକୁ ମଜବୁତ କରୁଥିବା ଅଭିଯୋଗ ଆଣିଛନ୍ତି ଟ୍ରମ୍ପ । ସେଥିପାଇଁ ଭାରତର ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁଛି ବୋଲି ଟ୍ରମ୍ପ କହିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଟ୍ରମ୍ପଙ୍କ ଅନନ୍ତୋଷକୁ ନେଇ ନୂଆଦିଲ୍ଲୀ ଅବଗତ ଅଛି ଏବଂ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ସ୍ଥିର ବାଣିଜ୍ୟିକ ସମ୍ପର୍କ ରଖିବାକୁ ଚାହାନ୍ତି ।

ହା ମଧ୍ୟ ପଢନ୍ତୁ ଭାରତକୁ ନେଇ ଟ୍ରମ୍ପଙ୍କ ନୂଆ ନୀତି: ଏପଟେ ମୋଦିଙ୍କୁ ପ୍ରଶଂସା, ସେପଟେ ଶୁଳ୍କ ବୃଦ୍ଧି ଧମକ

ଏହା ମଧ୍ୟ ପଢନ୍ତୁ ଫଟୋରେ ଖବର: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ, ନିକୋଲାସ ମଦୁରୋଙ୍କୁ ଗିରଫ କରିବାର ଦୃଶ୍ୟ

Last Updated : January 7, 2026 at 4:40 PM IST