ETV Bharat / international

ଆଫଗାନିସ୍ତାନ ଆତଙ୍କୀ ଠିକଣାରେ ପାକ୍‌ର ଏୟାର ଷ୍ଟ୍ରାଇକ, 20 ନାଗରିକ ମୃତ

7ଟି ଆତଙ୍କୀ କ୍ୟାମ୍ପରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ । ଅନେକ ଅଞ୍ଚଳକୁ ଟାର୍ଗେଟ । ମୃତକଙ୍କ ମଧ୍ୟରେ ମହିଳା ଶିଶୁ ।

Pakistan Strikes Seven Terrorist Sites In Afghanistan
ଆଫଗାନିସ୍ତାନ ଆତଙ୍କୀ ଠିକଣାରେ ପାକ୍‌ର ଏୟାର ଷ୍ଟ୍ରାଇକ (AFP)
author img

By ETV Bharat Odisha Team

Published : February 22, 2026 at 1:41 PM IST

2 Min Read
Choose ETV Bharat

କାବୁଲ: ଆଫଗାନିସ୍ତାନ ସୀମାରେ ପାକିସ୍ତାନର ଏୟାର ଷ୍ଟ୍ରାଇକ । ସୀମାନ୍ତ ବରମଲ ଜିଲ୍ଲାରେ ମଦ୍ରାସାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ । ଏଥିସହ ଖୋଗୟାନି ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିବା ଟୋଲୋ ନ୍ୟୁଜ୍‌ ରିପୋର୍ଟ କରିଛି । ଏଥିରେ ମହିଳା, ଶିଶୁଙ୍କୁ ମିଶାଇ 20 ଜଣ ପ୍ରାଣ ହରାଇଛନ୍ତି ।

ସାଧାରଣ ନାଗରିକଙ୍କ ଟାର୍ଗେଟ:

ଆଫଗାନିସ୍ତାନ ସରକାରଙ୍କ ମୁଖ୍ୟପାତ୍ର ଜବିହୁଲ୍ଲାହ ମୁଜାହିଦ ସୋସିଆଲ ମିଡିଆ Xରେ ପାକିସ୍ତାନର ଏୟାର ଷ୍ଟ୍ରାଇକ ସମ୍ପର୍କରେ ପୋଷ୍ଟ କରିଛନ୍ତି । ଏକ୍ସ ପୋଷ୍ଟରେ ଲେଖିଛନ୍ତି, ପାକିସ୍ତାନ ନଙ୍ଗରହାର ଓ ପାକ୍ତିକା ସୀମାନ୍ତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଉପରେ ବୋମା ବର୍ଷଣ କରିଛି । ଏଥିରେ ମହିଳା ଓ ଶିଶୁଙ୍କୁ ମିଶାଇ ପ୍ରାୟ 20 ଜଣଙ୍କ ମୃତ୍ୟୁ ହୋଇଛି ।

ଆତଙ୍କୀ ଶିବିର ଉପରେ ଆକ୍ରମଣ ହୋଇଥିବା ଦାବି:

ଟୋଲ ନ୍ୟୁଜ୍‌ ରିପୋର୍ଟ ଅନୁଯାୟୀ, ‘ଗତକାଲି(ଶନିବାର) ପାକିସ୍ତାନ ପାକ୍ତିକାର ବରମଲ ଓ ଅରଗୁନ ଅଞ୍ଚଳ ସମେତ ନଙ୍ଗରହାରର ଖୋଗୟାନି, ବହସୋଦ, ଧନିଖେଲ ଜିଲ୍ଲାର କିଛି ଅଞ୍ଚଳରେ ଆତ୍ମଘାତି ବିସ୍ଫୋରଣ କରିଛି । ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ନେଇ ସ୍ପଷ୍ଟ କରାଯାଇଛି । ପାକିସ୍ତାନ କହିଛି, ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଛି ।

କଣ ଦାବି କଲା ପାକିସ୍ତାନ ?

ଜିୟୋ ନ୍ୟୁଜ ରିପୋର୍ଟ ଅନୁସାରେ, ପାକିସ୍ତାନ ଫିତନା ଅଲ ଖ୍ବାରିଜ ସହ ସେମାନଙ୍କ ସହଯୋଗୀ ସଙ୍ଗଠନ, ଦାଏଶ ଖୋରାସାନ ପ୍ରାନ୍ତ (DKY)ର ସାତ ଠିକଣାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଛି । ରମଜାନ ମାସରେ ଇସଲାମବାଦ, ବାଜୋର ଓ ବନ୍ନୁରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ଜବାବ ଦେବାକୁ ଯାଇ ଏହି ଏୟାର ଷ୍ଟ୍ରାଇକ କରାଯାଇଥିବା ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି ।

ଜିୟୋ ନ୍ୟୁଜ ରିପୋର୍ଟ ଅନୁସାରେ, ପାକିସ୍ତାନର ସୂଚନା ମନ୍ତ୍ରଣାଳୟ ଆହୁରି ଦାବି କରିଛି କି, ଆତ୍ମଘାତୀ ବିସ୍ଫୋରଣ ପଛରେ ଆଫଗାନିସ୍ତାନର ହାତ ରହିଥିଲା । ଆଉ ଏହି ଆକ୍ରମଣ ପାଇଁ ତହରିକ-ଏ-ତାଲିବାନ ପାକିସ୍ତାନ(TTP) ଓ ଦାଏଶା ସହ ଜଡିତ ଲୋକେ ନିଜକୁ ଦାୟୀ କରିଥିଲେ ।

ଇସଲାମବାଦ ଦାବି ଅନୁସାରେ, ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଆତଙ୍କୀ ସଂଗଠନ ବ୍ୟବହାର କମ୍‌ କରିବାକୁ ନିବେଦନ କରିଆସୁଛି । ଅନ୍ୟପଟେ ଏସବୁ ଅଞ୍ଚଳରେ ଆତଙ୍କୀ ସଂଗଠନକୁ ରହିବା ପାଇଁ ଜାଗା ଯୋଗାଇବା ଓ ଉପକରଣ ପ୍ରଦାନ କରିବାକୁ ନେଇ ଖୋଦ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଯାଞ୍ଚର ସାମ୍ନା କରୁଛି ।

ଏହା ମଧ୍ୟ ପଢନ୍ତୁ:

ପୁଣି ଟ୍ରମ୍ପଙ୍କ ଟାରିଫ୍‌ ବୋମା: 15 ପ୍ରତିଶତକୁ ବୃଦ୍ଧି, ବିଶ୍ବ ବଜାରରେ କିପରି ପ୍ରଭାବ ପଡିବ ?

ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସୁପ୍ରିମ ଝଟକା; ଟ୍ରମ୍ପଙ୍କ ଗ୍ଲୋବାଲ ଟାରିଫକୁ ବେଆଇନ କହିଲେ ଆମେରିକାର ସୁପ୍ରିମକୋର୍ଟ

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହ ତଳେ ନିଖୋଜ ଥିଲେ

ପାକିସ୍ତାନ ବିରୋଧରେ ଆତଙ୍କୀ ଯୋଜନା ନକରିବାକୁ ଅପିଲ୍‌:

ପାକିସ୍ତାନ ନିଜ ବୟାନରେ କହିଛି, ଆଶା ଅଛି ଆଫଗାନିସ୍ତାନ ସରକାର ନିଜ ଦାୟିତ୍ବ ପୂରା କରିବେ । ଏଥିସହ ପାକିସ୍ତାନ ବିରୋଧରେ ବ୍ୟବହାର ହେଉଥିବା ଆଫଗାନ ଜମିକୁ ସୁରକ୍ଷିତ ରଖିବେ । ଡୋନ୍‌ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟପାତ୍ର ତାହିର ଅନ୍ଦ୍ରାବି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ‘ପାକିସ୍ତାନ ଦାବି କରୁଛି ଆଫିଗାନିସ୍ତାନ ନିଜ ଅଞ୍ଚଳକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ବିରୋଧରେ ବ୍ୟବହାର ନକରୁ । ଯେ ପର୍ଯ୍ୟନ୍ତ ଏସବୁ ସମାଧାନ ହୋଇନାହିଁ, ସେତେ ଦିନ ପର୍ଯ୍ୟନ୍ତ ସମସ୍ତ ବିକଳ୍ପ ରାସ୍ତା ଖୋଲା ରଖାଯାଇଛି ।’