UAE ରାଷ୍ଟ୍ରପତିଙ୍କ ସହ ଅଜିତ ଡୋଭାଲଙ୍କ ଆଲୋଚନା; ଆଞ୍ଚଳିକ ପରିସ୍ଥିତି ଉପରେ ଗୁରୁତ୍ୱ
ଏହା ପୂର୍ବରୁ ଚଳିତ ମାସ ଆରମ୍ଭରେ ଅଜିତ ଡୋଭାଲ ସାଉଦି ଆରବର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ପରିସ୍ଥିତି ଓ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।


Published : April 27, 2026 at 2:50 PM IST
ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ରବିବାର ୟୁଏଇର ରାଷ୍ଟ୍ରପତି ମୋହାମ୍ମଦ ବିନ୍ ଜାୟେଦ ଆଲ୍ ନହ୍ୟାନଙ୍କ ସହ ଭେଟି ସମଗ୍ର କୌଶଳଗତ ସହଯୋଗକୁ ଅଧିକ ବଳବତ୍ତର କରିବା ତଥା ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। UAEରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଡୋଭାଲ ତାଙ୍କ ଗସ୍ତ ସମୟରେ ୟୁଏଇ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ପହଞ୍ଚାଇଥିଲେ। ଦୂତାବାସ ତାଙ୍କ ‘X’ ପୋଷ୍ଟରେ କହିଛି ଯେ, ସମଗ୍ର କୌଶଳଗତ ସହଯୋଗକୁ ଆହୁରି ମଜବୁତ କରିବା, ଆଞ୍ଚଳିକ ପରିସ୍ଥିତି ଓ ପାରସ୍ପରିକ ଆଗ୍ରହ ସମ୍ବଳିତ ଅନ୍ୟାନ୍ୟ ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
NSA Ajit Doval paid an official visit to the UAE.
— India in UAE (@IndembAbuDhabi) April 26, 2026
He called on President HH Sheikh @MohamedBinZayed. Conveyed greetings of PM @narendramodi . Measures to deepen Comprehensive Strategic Partnership, the regional situation, and other issues of mutual interest were discussed. pic.twitter.com/xFG6iRKqWJ
ଏହା ପୂର୍ବରୁ ଚଳିତ ମାସ ଆରମ୍ଭରେ ଅଜିତ ଡୋଭାଲ ସାଉଦି ଆରବର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ପରିସ୍ଥିତି ଓ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସାଉଦି ଆରବର ବିଦେଶମନ୍ତ୍ରୀ ଫୈସଲ ବିନ୍ ଫରହାନ, ଶକ୍ତିମନ୍ତ୍ରୀ ଅବ୍ଦୁଲଅଜିଜ ବିନ୍ ସଲମାନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁସାଏଦ ଆଲ୍-ଆଇବାନଙ୍କୁ ମଧ୍ୟ ପୃଥକ ପୃଥକ ଭାବେ ଭେଟିିଥିଲେ। ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ତାଙ୍କ ‘X’ ପୋଷ୍ଟରେ ଉଲ୍ଲେଖ କରିଥିଲା ଯେ, ଏହି ସାକ୍ଷାତ ସମୟରେ ଉଭୟ ପକ୍ଷଙ୍କ ମଧ୍ୟ୍ରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ଆଞ୍ଚଳିକ ପରିସ୍ଥିତି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା।
ୟୁଏଇ ଯାତ୍ରା ଏମିତି ସମୟରେ ହୋଇଛି, ଯେତେବେଳେ ପାକିସ୍ତାନରେ ଯୁକ୍ତରାଷ୍ଟ୍ର ଓ ଇରାନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟର ଶାନ୍ତି ଆଲୋଚନା ନେଇ ଅନିଶ୍ଚିତତା ଦେଖାଦେଇଛି।
ଅନ୍ୟପକ୍ଷରେ ଇରାନର ବିଦେଶମନ୍ତ୍ରୀ ଆବ୍ବାସ ଆରାଘଚି ରବିବାର ତିନି ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ପାକିସ୍ତାନ ପହଞ୍ଚି ସେଠାର ସେନା ପ୍ରମୁଖ ଫିଲ୍ଡ ମାର୍ଶାଲ ଆସିମ୍ ମୁନିରଙ୍କ ସହ ସାକ୍ଷାତ କରିଛନ୍ତି। ଯଦିଏ ଏହି ସାକ୍ଷାତ ସମ୍ପର୍କରେ ପାକିସ୍ତାନ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନଥିଲା, ତେବେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆୟୋଜନ କରିବା ପାଇଁ ପାକିସ୍ତାନ ପକ୍ଷରୁ ଏହା ଏକ ପ୍ରୟାସ ବୋଲି ଅନୁମାନ କରାଯାଉଛି।
ଏହା ମଧ୍ୟ ପଢନ୍ତୁ ନେତ୍ୟାନାହୁଙ୍କ ପାଇଁ ବଢିଲା ଅଡୁଆ, ଏକାଠି ହେଲେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ ଋଷ ଅଭିମୁଖେ ଇରାନ ବୈଦେଶିକ ମନ୍ତ୍ରୀ ଅରାଘାଚି, ଶାନ୍ତି ଫେରାଇବାକୁ ଆଲୋଚନା

